ଯୁଦ୍ଧଭୂଇଁରେ ଜୀବନ ଗଲା

ଏଣ୍ଡଜାମେନା,୨୧ା୪: ତିନି ଦଶନ୍ଧି ଧରି କ୍ଷମତାରେ ରହିବା ପରେ ବିଦ୍ରୋହୀଙ୍କ ସହ ସଂଘର୍ଷରେ ଚାଦ୍‌ ରାଷ୍ଟ୍ରପତି ଇଦ୍ରିସ୍‌ ଡେବି ଇଟ୍‌ନୋଙ୍କ ଜୀବନ ଯାଇଛି। ୬୮ ବର୍ଷୀୟ ଇଦ୍ରିସ୍‌ କ୍ଷମତାରେ ଦୀର୍ଘ ସମୟ ଧରି ରହିଥିବା ଆଫ୍ରିକାର ଅନ୍ୟତମ ଶାସକ। ୧୯୯୦ ଦଶକରେ ଏକ ସଶସ୍ତ୍ର ବିଦ୍ରୋହ ପରେ ସେ ଶାସନ ଭାର ହାତକୁ ନେଇଥିଲେ। ଏହି ସାର୍ବଭୌମ ରାଷ୍ଟ୍ରର ସୁରକ୍ଷା ପାଇଁ ଯୁଦ୍ଧଭୂଇଁରେ ଲଢ଼େଇ କରୁଥିବାବେଳେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି ବୋଲି ଜଣେ ସେନା ଜେନେରାଲ ସୂଚନା ଦେଇଛନ୍ତି।
୧୧ରେ ଚାଦ୍‌ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସୋମବାର ଆସିଥିବା ଫଳାଫଳ ତାଙ୍କ ସପକ୍ଷରେ ଯାଇଥିଲା। ଇଦ୍ରିସ୍‌ ୮୦% ଭୋଟ ପାଇଥିବାରୁ ତାଙ୍କ ପାଇଁ ଷଷ୍ଠ ଥର ଲାଗି ଆଉ ୬ ବର୍ଷ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିବାର ପଥ ପରିଷ୍କାର ହୋଇଥିଲା। ପଡ଼ୋଶୀ ଲିବ୍ୟାର ବିଦ୍ରୋହୀଙ୍କ ବିରୋଧରେ ଏହାକୁ ଏକ ମହାନ୍‌ ବିଜୟ ବୋଲି ସେନା ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ଫ୍ରଣ୍ଟ ଫର୍‌ ଚ୍ୟାଲେଞ୍ଜ ଆଣ୍ଡ କନ୍‌କର୍ଡ ଇନ୍‌ ଚାଦ୍‌ ନାମକ ବିଦ୍ରୋହୀ ଗୋଷ୍ଠୀ ନିର୍ବାଚନ ଦିନ ଏକ ସୀମାନ୍ତ ପୋଷ୍ଟରେ ରାଷ୍ଟ୍ରପତିଙ୍କୁ ଆକ୍ରମଣ କରିଥିଲା। ଶନିବାର ସେନା ସହ ବିଦ୍ରୋହୀଙ୍କ ସଂଘର୍ଷ ଘଟିଥିଲା। ଏଥିରେ ୩୦୦ ବିଦ୍ରୋହୀ ନିହତ ହୋଇଥିବାବେଳେ ୧୫୦ ଜଣଙ୍କୁ ବନ୍ଦୀ କରାଯାଇଥିଲା। ସେହିପରି ୫ ସୈନ୍ୟଙ୍କ ଜୀବନ ଯାଇଥିବାବେଳେ ୩୬ ଜଣ ଆହତ ହୋଇଛନ୍ତିି। ରାଷ୍ଟ୍ରପତିଙ୍କ ପରଲୋକ ପରେ ସରକାର ଓ ପାର୍ଲାମେଣ୍ଟକୁ ଭଙ୍ଗ କରାଯାଇଛି। ଆସନ୍ତା ୧୮ ମାସ ଧରି ଏକ ସାମରିକ ପରିଷଦ ଦେଶକୁ ଶାସନ କରିବ। ରାଷ୍ଟ୍ରପତିଙ୍କ ୩୭ ବର୍ଷୀୟ ପୁଅ ମହମତ ଇଦ୍ରିସ୍‌ ଡେବି ଇଟ୍‌ନୋ ଏହାର ନେତୃତ୍ୱ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?