ଯୁଦ୍ଧଭୂଇଁରେ ଜୀବନ ଗଲା

ଏଣ୍ଡଜାମେନା,୨୧ା୪: ତିନି ଦଶନ୍ଧି ଧରି କ୍ଷମତାରେ ରହିବା ପରେ ବିଦ୍ରୋହୀଙ୍କ ସହ ସଂଘର୍ଷରେ ଚାଦ୍‌ ରାଷ୍ଟ୍ରପତି ଇଦ୍ରିସ୍‌ ଡେବି ଇଟ୍‌ନୋଙ୍କ ଜୀବନ ଯାଇଛି। ୬୮ ବର୍ଷୀୟ ଇଦ୍ରିସ୍‌ କ୍ଷମତାରେ ଦୀର୍ଘ ସମୟ ଧରି ରହିଥିବା ଆଫ୍ରିକାର ଅନ୍ୟତମ ଶାସକ। ୧୯୯୦ ଦଶକରେ ଏକ ସଶସ୍ତ୍ର ବିଦ୍ରୋହ ପରେ ସେ ଶାସନ ଭାର ହାତକୁ ନେଇଥିଲେ। ଏହି ସାର୍ବଭୌମ ରାଷ୍ଟ୍ରର ସୁରକ୍ଷା ପାଇଁ ଯୁଦ୍ଧଭୂଇଁରେ ଲଢ଼େଇ କରୁଥିବାବେଳେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି ବୋଲି ଜଣେ ସେନା ଜେନେରାଲ ସୂଚନା ଦେଇଛନ୍ତି।
୧୧ରେ ଚାଦ୍‌ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସୋମବାର ଆସିଥିବା ଫଳାଫଳ ତାଙ୍କ ସପକ୍ଷରେ ଯାଇଥିଲା। ଇଦ୍ରିସ୍‌ ୮୦% ଭୋଟ ପାଇଥିବାରୁ ତାଙ୍କ ପାଇଁ ଷଷ୍ଠ ଥର ଲାଗି ଆଉ ୬ ବର୍ଷ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିବାର ପଥ ପରିଷ୍କାର ହୋଇଥିଲା। ପଡ଼ୋଶୀ ଲିବ୍ୟାର ବିଦ୍ରୋହୀଙ୍କ ବିରୋଧରେ ଏହାକୁ ଏକ ମହାନ୍‌ ବିଜୟ ବୋଲି ସେନା ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ଫ୍ରଣ୍ଟ ଫର୍‌ ଚ୍ୟାଲେଞ୍ଜ ଆଣ୍ଡ କନ୍‌କର୍ଡ ଇନ୍‌ ଚାଦ୍‌ ନାମକ ବିଦ୍ରୋହୀ ଗୋଷ୍ଠୀ ନିର୍ବାଚନ ଦିନ ଏକ ସୀମାନ୍ତ ପୋଷ୍ଟରେ ରାଷ୍ଟ୍ରପତିଙ୍କୁ ଆକ୍ରମଣ କରିଥିଲା। ଶନିବାର ସେନା ସହ ବିଦ୍ରୋହୀଙ୍କ ସଂଘର୍ଷ ଘଟିଥିଲା। ଏଥିରେ ୩୦୦ ବିଦ୍ରୋହୀ ନିହତ ହୋଇଥିବାବେଳେ ୧୫୦ ଜଣଙ୍କୁ ବନ୍ଦୀ କରାଯାଇଥିଲା। ସେହିପରି ୫ ସୈନ୍ୟଙ୍କ ଜୀବନ ଯାଇଥିବାବେଳେ ୩୬ ଜଣ ଆହତ ହୋଇଛନ୍ତିି। ରାଷ୍ଟ୍ରପତିଙ୍କ ପରଲୋକ ପରେ ସରକାର ଓ ପାର୍ଲାମେଣ୍ଟକୁ ଭଙ୍ଗ କରାଯାଇଛି। ଆସନ୍ତା ୧୮ ମାସ ଧରି ଏକ ସାମରିକ ପରିଷଦ ଦେଶକୁ ଶାସନ କରିବ। ରାଷ୍ଟ୍ରପତିଙ୍କ ୩୭ ବର୍ଷୀୟ ପୁଅ ମହମତ ଇଦ୍ରିସ୍‌ ଡେବି ଇଟ୍‌ନୋ ଏହାର ନେତୃତ୍ୱ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ...

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri