ଜୀବିକା ପାଇଁ ଜୀବନ ବିପଦ

ମହାକାଳପଡ଼ା,୨୩।୩ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ, ଲୁଣା, ପାଇକା, ଗୋବରୀ ଆଦି ନଦୀ ରହିଛି। ଗଭୀର ନଦୀରେ ବୁଡି ଶ୍ରମିକମାନେ ପେଟ ପାଟଣା ପାଇଁ ନିଜ ଜୀବନକୁ ବାଜି ଲଗାଇ ବାଲି ସଂଗ୍ରହ କରୁଛନ୍ତି। ସେମାନେ ପାଳି କରି ବାଲ୍‌ଟି ସାହାଯ୍ୟରେ ବାଲି ଉଠାଇ ଡଙ୍ଗାରେ ଭରିଥାନ୍ତି। ଏମିତି ୩ରୁ ୪ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରିବା ପରେ ଡଙ୍ଗାରେ ବାଲି ଭର୍ତ୍ତି ହୋଇଥାଏ। ଏଭଳି ଦୈନିକ ୧୦ରୁ ୨୦ ଡଙ୍ଗା ବାଲି ନେଇ ଯାତାୟାତ କରିଥାଏ। ଅଭାବୀ ଶ୍ରମିକମାନେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବାକୁ ଏହି ବିପଦପୂର୍ଣ୍ଣ କାମକୁ ଆପଣେଇଥାନ୍ତି। ସେହି ବାଲି ବିକ୍ରିରୁ ଯେଉଁ ଅର୍ଥ ମିଳେ ସେଥିରୁ ଡଙ୍ଗା ଭଡ଼ା ଦିଆଯାଏ। ଅବଶିଷ୍ଟ ଟଙ୍କାକୁ ୫ରୁ ୭ ଜଣ ଶ୍ରମିକ ବାଣ୍ଟି ନେଇଥାନ୍ତି।
ଗୋଟିଏ ଡଙ୍ଗାରେ ଯେତିକି ପରିମାଣରେ ବାଲି ଭର୍ତ୍ତି ହୁଏ ତାହା ଦେଢ଼ ଟ୍ରିପ ହାଇଓ୍ବା ବୋଝେଇ ସହ ସମାନ ବୋଲି ଜଣେ ଶ୍ରମିକ କହିଛନ୍ତି। ଡଙ୍ଗାରେ ଭର୍ତ୍ତି ହୋଇଥିବା ବାଲିର ମୂଲ୍ୟ ସ୍ଥାନୀୟ ବଜାରରେ ୧୫ ହଜାର ଟଙ୍କାରୁ ଊର୍ଦ୍ଧ୍ୱ। ପ୍ରଶାସନ ପକ୍ଷରୁ ବାଲି ସଇରାତଗୁଡ଼ିକ ବନ୍ଦ କରାଯାଇଛି। ସେଥିପାଇଁ ଜଳପଥରେ ଏପରି ବାଲି ଚାଲାଣ ଚାଲିଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଡଙ୍ଗା ବାଲି ଲୋକମାନଙ୍କର ଏବେ ଭରସା ସାଜିଛି। ସେହି ବାଲି ବ୍ଲକର ଉପାନ୍ତ ଅଞ୍ଚଳର ଆବଶ୍ୟକତା ପୂରଣ କରୁଛି। ସରକାରୀ, ବେସରକାରୀ ଓ ଘରୋଇ ଆଦି ନିର୍ମାଣ କାମରେ ତାହା ବ୍ୟବହାର କରାଯାଉଛି। ଏ ସମ୍ପର୍କରେ ବାଲି ସଂଗ୍ରହ କରୁଥିବା ଜଣେ ଶ୍ରମିକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ନଦୀରୁ ବାଲି ଉଠାଇବାକୁ ବହୁ ସମୟ ଲାଗିଥାଏ। କିଛି ଟଙ୍କା ରୋଜଗାର ପାଇଁ ଏହି ବିପଦପୂର୍ଣ୍ଣ କାର୍ଯ୍ୟ କରିବାକୁ ପଡୁଛି। ପ୍ରଶାସନିକ ଅଧିକାରୀଙ୍କ ଭୟରେ ବେଳେବେଳେ ଲୁଚିଛପି ଡଙ୍ଗାରେ ବାଲି ଭର୍ତ୍ତି କରିଥାଉ। ବର୍ଷାଦିନେ ଏପରି ବାଲି ଉଠା କାମ ବନ୍ଦ ରହିଥାଏ। ବିଶେଷକରି ଜମ୍ବୁ, ବତୀଘର, ବାହାକୁଦ, ଖରିନାଶୀ ଆଦି ଅଞ୍ଚଳକୁ ବାଲି ଚାଲାଣ କରିଥାଉ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri