ଜୀବିକା ପାଇଁ ଜୀବନ ବିପଦ

ମହାକାଳପଡ଼ା,୨୩।୩ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ, ଲୁଣା, ପାଇକା, ଗୋବରୀ ଆଦି ନଦୀ ରହିଛି। ଗଭୀର ନଦୀରେ ବୁଡି ଶ୍ରମିକମାନେ ପେଟ ପାଟଣା ପାଇଁ ନିଜ ଜୀବନକୁ ବାଜି ଲଗାଇ ବାଲି ସଂଗ୍ରହ କରୁଛନ୍ତି। ସେମାନେ ପାଳି କରି ବାଲ୍‌ଟି ସାହାଯ୍ୟରେ ବାଲି ଉଠାଇ ଡଙ୍ଗାରେ ଭରିଥାନ୍ତି। ଏମିତି ୩ରୁ ୪ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରିବା ପରେ ଡଙ୍ଗାରେ ବାଲି ଭର୍ତ୍ତି ହୋଇଥାଏ। ଏଭଳି ଦୈନିକ ୧୦ରୁ ୨୦ ଡଙ୍ଗା ବାଲି ନେଇ ଯାତାୟାତ କରିଥାଏ। ଅଭାବୀ ଶ୍ରମିକମାନେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବାକୁ ଏହି ବିପଦପୂର୍ଣ୍ଣ କାମକୁ ଆପଣେଇଥାନ୍ତି। ସେହି ବାଲି ବିକ୍ରିରୁ ଯେଉଁ ଅର୍ଥ ମିଳେ ସେଥିରୁ ଡଙ୍ଗା ଭଡ଼ା ଦିଆଯାଏ। ଅବଶିଷ୍ଟ ଟଙ୍କାକୁ ୫ରୁ ୭ ଜଣ ଶ୍ରମିକ ବାଣ୍ଟି ନେଇଥାନ୍ତି।
ଗୋଟିଏ ଡଙ୍ଗାରେ ଯେତିକି ପରିମାଣରେ ବାଲି ଭର୍ତ୍ତି ହୁଏ ତାହା ଦେଢ଼ ଟ୍ରିପ ହାଇଓ୍ବା ବୋଝେଇ ସହ ସମାନ ବୋଲି ଜଣେ ଶ୍ରମିକ କହିଛନ୍ତି। ଡଙ୍ଗାରେ ଭର୍ତ୍ତି ହୋଇଥିବା ବାଲିର ମୂଲ୍ୟ ସ୍ଥାନୀୟ ବଜାରରେ ୧୫ ହଜାର ଟଙ୍କାରୁ ଊର୍ଦ୍ଧ୍ୱ। ପ୍ରଶାସନ ପକ୍ଷରୁ ବାଲି ସଇରାତଗୁଡ଼ିକ ବନ୍ଦ କରାଯାଇଛି। ସେଥିପାଇଁ ଜଳପଥରେ ଏପରି ବାଲି ଚାଲାଣ ଚାଲିଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଡଙ୍ଗା ବାଲି ଲୋକମାନଙ୍କର ଏବେ ଭରସା ସାଜିଛି। ସେହି ବାଲି ବ୍ଲକର ଉପାନ୍ତ ଅଞ୍ଚଳର ଆବଶ୍ୟକତା ପୂରଣ କରୁଛି। ସରକାରୀ, ବେସରକାରୀ ଓ ଘରୋଇ ଆଦି ନିର୍ମାଣ କାମରେ ତାହା ବ୍ୟବହାର କରାଯାଉଛି। ଏ ସମ୍ପର୍କରେ ବାଲି ସଂଗ୍ରହ କରୁଥିବା ଜଣେ ଶ୍ରମିକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ନଦୀରୁ ବାଲି ଉଠାଇବାକୁ ବହୁ ସମୟ ଲାଗିଥାଏ। କିଛି ଟଙ୍କା ରୋଜଗାର ପାଇଁ ଏହି ବିପଦପୂର୍ଣ୍ଣ କାର୍ଯ୍ୟ କରିବାକୁ ପଡୁଛି। ପ୍ରଶାସନିକ ଅଧିକାରୀଙ୍କ ଭୟରେ ବେଳେବେଳେ ଲୁଚିଛପି ଡଙ୍ଗାରେ ବାଲି ଭର୍ତ୍ତି କରିଥାଉ। ବର୍ଷାଦିନେ ଏପରି ବାଲି ଉଠା କାମ ବନ୍ଦ ରହିଥାଏ। ବିଶେଷକରି ଜମ୍ବୁ, ବତୀଘର, ବାହାକୁଦ, ଖରିନାଶୀ ଆଦି ଅଞ୍ଚଳକୁ ବାଲି ଚାଲାଣ କରିଥାଉ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri