ଜୀବନ ନେଉଛି ଜୀବନରେଖା

ଢେଙ୍କାନାଳ ଅଫିସ,୧୯।୧୧: ଦାବି, ପ୍ରତିବାଦ, ଆନ୍ଦୋଳନ, ବନ୍ଦ ଡାକରା ସତ୍ତ୍ୱେ କୌଣସି ଫରକ ପଡୁନି। ଜନଅସନ୍ତୋଷ ଏଡ଼ାଇବାକୁ କେବଳ ପ୍ରତିଶ୍ରୁତି ଦେଇ ଚୁପ୍‌ ବସିପଡୁଛନ୍ତି ସମସ୍ତେ। ଫଳରେ କଟକ, ଢେଙ୍କାନାଳ, ଅନୁଗୋଳ ଏବଂ ସମ୍ବଲପୁର ଜିଲାର ଜୀବନରେଖା ଭାବେ ପରିଚିତ ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଆଗେଇପାରୁନାହିଁ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ), ପ୍ରଶାସନର ଅବହେଳା ପାଇଁ ଦୈନନ୍ଦିନ ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଥିବାବେଳେ ଏହାକୁ ନେଇ ପୁଞ୍ଜୀଭୂତ ଅସନ୍ତୋଷ ପୁଣି ତେଜିବାରେ ଲାଗିଛି। ଏହାର ପ୍ରତିବାଦରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ଜିଲା କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଦଳମତ ନିର୍ବିଶେଷରେ ଏହାକୁ ସମସ୍ତେ ସମର୍ଥନ କରିଥିବାବେଳେ ଏଭଳି ଅବହେଳା ବିରୋଧରେ ଆଗାମୀ ଦିନରେ ପୁନର୍ବାର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
କଟକ ଜିଲା ମଙ୍ଗୁଳି ଛକଠାରୁ ଢେଙ୍କାନାଳ-ଅନୁଗୋଳ ଦେଇ ସମ୍ବଲପୁରକୁ ସଂଯୋଗ କରୁଥିବା ବ୍ୟସ୍ତବହୁଳ ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବାର ନାଁ ଧରୁନାହିଁ। ଶୋଚନୀୟ ହୋଇପଡ଼ିଥିବା ଏହି ସଡ଼କରେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବାବେଳେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହେଉଛି। ଏହାସତ୍ତ୍ୱେ ଜିଲା ପ୍ରଶାସନ କିମ୍ବା ଏନ୍‌ଏଚ୍‌ଏଆଇ ପକ୍ଷରୁ ଏହାର ସମାଧାନ କରିବା କିମ୍ବା କାମ କେମିତି ଶୀଘ୍ର ଶେଷ ହେବ ସେ ନେଇ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଏହାର ପ୍ରତିବାଦରେ ‘ସଚେତନ ନାଗରିକ ଫୋରମ୍‌’ ଓ ‘ଆମ ପ୍ରତିଭା ଆମ ସମ୍ମାନ‘ ଅନୁଷ୍ଠାନର ଆହ୍ବାନରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା। ଏମ୍‌ପି ମହେଶ ସାହୁ ନିଜ କାର୍ଯ୍ୟାଳୟରୁ ସାଇକେଲ ଚଳାଇ ଧାରଣାସ୍ଥଳକୁ ଆସି ସମର୍ଥନ ଜଣାଇଥିଲେ। ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଭାଜପା ନେତା ରାମଚନ୍ଦ୍ର ପାତ୍ର ମଧ୍ୟ ପ୍ରତିବାଦସ୍ଥଳରେ ଉପସ୍ଥିତ ରହି ନୈତିକ ସମର୍ଥନ ଜଣାଇଥିଲେ। କୁଞ୍ଜସାହୁ ଛକରୁ ଜିଲା ଚିକିତ୍ସାଳୟକୁ ସଂଯୋଗ କରୁଥିବା ରାସ୍ତାକୁ କାହା ଚାପରେ ପ୍ରଶସ୍ତ କରାଯାଉନାହିଁ ଏବଂ କଲେଜ ବାଇପାସ୍‌ଠାରୁ ବସ୍‌ଷ୍ଟାଣ୍ଡ ଯାଏ ପୂର୍ତ୍ତ ବିଭାଗ ରାସ୍ତା ଉନ୍ନତୀକରଣ ପାଇଁ କାହିଁକି ପଦକ୍ଷେପ ନିଆଯାଉନାହିଁ ବୋଲି ଏହି ଅବସରରେ ରାମଚନ୍ଦ୍ର ପ୍ରଶ୍ନ କରିଥିଲେ।
ଦୀର୍ଘ ୫ବର୍ଷ ହେଲା ଏନ୍‌ଏଚ୍‌ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏହି କାମରେ ଅହେତୁକ ବିଳମ୍ବ ହେଉଥିବାରୁ ଜିଲା ଓକିଲ ସଂଘ ଆହ୍ବାନରେ ଗତ ଜୁଲାଇ ୨୨ରେ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଥିଲା। ସେହିପରି ଏମ୍‌ପିଙ୍କ ନେତୃତ୍ୱରେ ଅନୁଗୋଳ ଜିଲା ବଅଁରପାଳ ଏବଂ ଢେଙ୍କାନାଳ ସହର କଲେଜ ବାଇପାସ୍‌ ଛକଠାରେ ଜାତୀୟ ରାଜପଥ ଅବରୋଧ କରାଯିବା ସହ ରେଳରୋକୋ କରାଯାଇଥିଲା। ଏସବୁ ସତ୍ତ୍ୱେ ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ନିନ୍ଦା କରାଯାଇଥିଲା। ମାସେ ମଧ୍ୟରେ କାର୍ଯ୍ୟ ତ୍ୱରାନ୍ବିତ ନ ହେଲେ ପୁନର୍ବାର ଢେଙ୍କାନାଳ ବନ୍ଦ ସହ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅଚଳ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି।
ସଚେତନ ନାଗରିକ ଫୋରମ୍‌ ସମ୍ପାଦକ ଭରତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗଣଧାରଣାରେ କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ମିଶ୍ର, ‘ଆମ ପ୍ରତିଭା ଆମ ସମ୍ମାନ’ ଅନୁଷ୍ଠାନ ସଭାପତି ପ୍ରିୟରଞ୍ଜନ ମାହୁନ୍ତ, ଉପସଭାପତି କୋଦଣ୍ଡଧର ସାହୁ, ସମ୍ପାଦକ ଧର୍ମାନନ୍ଦ ବରାଳ, ଜିଲା ଓକିଲ ସଂଘ ସଭାପତି ସଞ୍ଜୟ କୁମାର ମିଶ୍ର, ଓଡ଼ାପଡ଼ା ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତି, ଉପାଧ୍ୟକ୍ଷ ଅମିତାବ ସ୍ବାଇଁ, ଶିଳ୍ପ ବାଣିଜ୍ୟ ପ୍ରତିଷ୍ଠାନ ସଭାପତି ରାଜେନ୍ଦ୍ର କୁମାର ଦାସ, ବୁଦ୍ଧିଜୀବୀ ସଂଘ ସଭାପତି ରବିନାରାୟଣ ମହାନ୍ତି, ଗୋବର୍ଦ୍ଧନ ପୀଠର ମାତୃପ୍ରସାଦ ମିଶ୍ର, ବସ୍‌ ମାଲିକ ସଂଘ ସଭାପତି ପ୍ରଭାକର ବେହେରା, ଟ୍ରକ୍‌ ମାଲିକ ସଂଘ ସଭାପତି ରୁଦ୍ରାନ୍ତ ଦଳେଇ, ଶ୍ୟାମାଚରଣପୁର ବିକାଶ ପରିଷଦ ସଭାପତି ଯୋଗୀନାଥ ମହାନ୍ତି, ଗଁଦିଆ ବିକାଶ ପରିଷଦ ସଭାପତି ତାପସ କୁମାର ରାଉତ, ଦୈନିକ ରେଳଯାତ୍ରୀ ସଂଘ ସଭାପତି ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, କାଇମାଟି ସରପଞ୍ଚ ଅମିତଜ୍ୟୋତି ସ୍ବାଇଁ, ତିଳୋତ୍ତମା ଚୌଧୁରୀ, ଇନ୍ଦ୍ରମଣି ବେହେରାଙ୍କ ସମେତ ବହୁ ସଙ୍ଗଠନର କର୍ମକର୍ତ୍ତା ଯୋଗଦେଇଥିଲେ। ଏହାପରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ଅଭିଜିତ ଦୀପକେ, ସୌରଭ ଦାସଙ୍କ ସମେତ ୩ ଜଣଙ୍କୁ ହାଇକୋର୍ଟ ଦେଲେ ଅଲ୍‌ଟିମେଟମ୍‌: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀ ହାଇକୋର୍ଟ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଦଳର ଅନ୍ୟ ତିନି ନେତା ଆଶୁତୋଷ ରାଙ୍କା, ରତ୍ନା ସିଂହ ଓ ସୌରଭ…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?