ଜୀବନ ନେଉଛି ଜୀବନରେଖା

ଢେଙ୍କାନାଳ ଅଫିସ,୧୯।୧୧: ଦାବି, ପ୍ରତିବାଦ, ଆନ୍ଦୋଳନ, ବନ୍ଦ ଡାକରା ସତ୍ତ୍ୱେ କୌଣସି ଫରକ ପଡୁନି। ଜନଅସନ୍ତୋଷ ଏଡ଼ାଇବାକୁ କେବଳ ପ୍ରତିଶ୍ରୁତି ଦେଇ ଚୁପ୍‌ ବସିପଡୁଛନ୍ତି ସମସ୍ତେ। ଫଳରେ କଟକ, ଢେଙ୍କାନାଳ, ଅନୁଗୋଳ ଏବଂ ସମ୍ବଲପୁର ଜିଲାର ଜୀବନରେଖା ଭାବେ ପରିଚିତ ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଆଗେଇପାରୁନାହିଁ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ), ପ୍ରଶାସନର ଅବହେଳା ପାଇଁ ଦୈନନ୍ଦିନ ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଥିବାବେଳେ ଏହାକୁ ନେଇ ପୁଞ୍ଜୀଭୂତ ଅସନ୍ତୋଷ ପୁଣି ତେଜିବାରେ ଲାଗିଛି। ଏହାର ପ୍ରତିବାଦରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ଜିଲା କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଦଳମତ ନିର୍ବିଶେଷରେ ଏହାକୁ ସମସ୍ତେ ସମର୍ଥନ କରିଥିବାବେଳେ ଏଭଳି ଅବହେଳା ବିରୋଧରେ ଆଗାମୀ ଦିନରେ ପୁନର୍ବାର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
କଟକ ଜିଲା ମଙ୍ଗୁଳି ଛକଠାରୁ ଢେଙ୍କାନାଳ-ଅନୁଗୋଳ ଦେଇ ସମ୍ବଲପୁରକୁ ସଂଯୋଗ କରୁଥିବା ବ୍ୟସ୍ତବହୁଳ ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବାର ନାଁ ଧରୁନାହିଁ। ଶୋଚନୀୟ ହୋଇପଡ଼ିଥିବା ଏହି ସଡ଼କରେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବାବେଳେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହେଉଛି। ଏହାସତ୍ତ୍ୱେ ଜିଲା ପ୍ରଶାସନ କିମ୍ବା ଏନ୍‌ଏଚ୍‌ଏଆଇ ପକ୍ଷରୁ ଏହାର ସମାଧାନ କରିବା କିମ୍ବା କାମ କେମିତି ଶୀଘ୍ର ଶେଷ ହେବ ସେ ନେଇ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଏହାର ପ୍ରତିବାଦରେ ‘ସଚେତନ ନାଗରିକ ଫୋରମ୍‌’ ଓ ‘ଆମ ପ୍ରତିଭା ଆମ ସମ୍ମାନ‘ ଅନୁଷ୍ଠାନର ଆହ୍ବାନରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା। ଏମ୍‌ପି ମହେଶ ସାହୁ ନିଜ କାର୍ଯ୍ୟାଳୟରୁ ସାଇକେଲ ଚଳାଇ ଧାରଣାସ୍ଥଳକୁ ଆସି ସମର୍ଥନ ଜଣାଇଥିଲେ। ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଭାଜପା ନେତା ରାମଚନ୍ଦ୍ର ପାତ୍ର ମଧ୍ୟ ପ୍ରତିବାଦସ୍ଥଳରେ ଉପସ୍ଥିତ ରହି ନୈତିକ ସମର୍ଥନ ଜଣାଇଥିଲେ। କୁଞ୍ଜସାହୁ ଛକରୁ ଜିଲା ଚିକିତ୍ସାଳୟକୁ ସଂଯୋଗ କରୁଥିବା ରାସ୍ତାକୁ କାହା ଚାପରେ ପ୍ରଶସ୍ତ କରାଯାଉନାହିଁ ଏବଂ କଲେଜ ବାଇପାସ୍‌ଠାରୁ ବସ୍‌ଷ୍ଟାଣ୍ଡ ଯାଏ ପୂର୍ତ୍ତ ବିଭାଗ ରାସ୍ତା ଉନ୍ନତୀକରଣ ପାଇଁ କାହିଁକି ପଦକ୍ଷେପ ନିଆଯାଉନାହିଁ ବୋଲି ଏହି ଅବସରରେ ରାମଚନ୍ଦ୍ର ପ୍ରଶ୍ନ କରିଥିଲେ।
ଦୀର୍ଘ ୫ବର୍ଷ ହେଲା ଏନ୍‌ଏଚ୍‌ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏହି କାମରେ ଅହେତୁକ ବିଳମ୍ବ ହେଉଥିବାରୁ ଜିଲା ଓକିଲ ସଂଘ ଆହ୍ବାନରେ ଗତ ଜୁଲାଇ ୨୨ରେ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଥିଲା। ସେହିପରି ଏମ୍‌ପିଙ୍କ ନେତୃତ୍ୱରେ ଅନୁଗୋଳ ଜିଲା ବଅଁରପାଳ ଏବଂ ଢେଙ୍କାନାଳ ସହର କଲେଜ ବାଇପାସ୍‌ ଛକଠାରେ ଜାତୀୟ ରାଜପଥ ଅବରୋଧ କରାଯିବା ସହ ରେଳରୋକୋ କରାଯାଇଥିଲା। ଏସବୁ ସତ୍ତ୍ୱେ ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ନିନ୍ଦା କରାଯାଇଥିଲା। ମାସେ ମଧ୍ୟରେ କାର୍ଯ୍ୟ ତ୍ୱରାନ୍ବିତ ନ ହେଲେ ପୁନର୍ବାର ଢେଙ୍କାନାଳ ବନ୍ଦ ସହ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅଚଳ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି।
ସଚେତନ ନାଗରିକ ଫୋରମ୍‌ ସମ୍ପାଦକ ଭରତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗଣଧାରଣାରେ କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ମିଶ୍ର, ‘ଆମ ପ୍ରତିଭା ଆମ ସମ୍ମାନ’ ଅନୁଷ୍ଠାନ ସଭାପତି ପ୍ରିୟରଞ୍ଜନ ମାହୁନ୍ତ, ଉପସଭାପତି କୋଦଣ୍ଡଧର ସାହୁ, ସମ୍ପାଦକ ଧର୍ମାନନ୍ଦ ବରାଳ, ଜିଲା ଓକିଲ ସଂଘ ସଭାପତି ସଞ୍ଜୟ କୁମାର ମିଶ୍ର, ଓଡ଼ାପଡ଼ା ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତି, ଉପାଧ୍ୟକ୍ଷ ଅମିତାବ ସ୍ବାଇଁ, ଶିଳ୍ପ ବାଣିଜ୍ୟ ପ୍ରତିଷ୍ଠାନ ସଭାପତି ରାଜେନ୍ଦ୍ର କୁମାର ଦାସ, ବୁଦ୍ଧିଜୀବୀ ସଂଘ ସଭାପତି ରବିନାରାୟଣ ମହାନ୍ତି, ଗୋବର୍ଦ୍ଧନ ପୀଠର ମାତୃପ୍ରସାଦ ମିଶ୍ର, ବସ୍‌ ମାଲିକ ସଂଘ ସଭାପତି ପ୍ରଭାକର ବେହେରା, ଟ୍ରକ୍‌ ମାଲିକ ସଂଘ ସଭାପତି ରୁଦ୍ରାନ୍ତ ଦଳେଇ, ଶ୍ୟାମାଚରଣପୁର ବିକାଶ ପରିଷଦ ସଭାପତି ଯୋଗୀନାଥ ମହାନ୍ତି, ଗଁଦିଆ ବିକାଶ ପରିଷଦ ସଭାପତି ତାପସ କୁମାର ରାଉତ, ଦୈନିକ ରେଳଯାତ୍ରୀ ସଂଘ ସଭାପତି ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, କାଇମାଟି ସରପଞ୍ଚ ଅମିତଜ୍ୟୋତି ସ୍ବାଇଁ, ତିଳୋତ୍ତମା ଚୌଧୁରୀ, ଇନ୍ଦ୍ରମଣି ବେହେରାଙ୍କ ସମେତ ବହୁ ସଙ୍ଗଠନର କର୍ମକର୍ତ୍ତା ଯୋଗଦେଇଥିଲେ। ଏହାପରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri