ପାଠପଢ଼ା ପାଇଁ ଜୀବନ ବାଜି

ଦଶମନ୍ତପୁର, ୨୦ା୮(ଡି.ଏନ୍‌.ଏ.): ଆଜି ବି ଏମିତି ପଞ୍ଚାୟତ ଏବଂ ଦୁର୍ଗମ ଗ୍ରାମାଞ୍ଚଳ ରହିଛି ଯେଉଁଠିକୁ ରାସ୍ତାଟିଏ ନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯିବାକୁ ହେଲେ ଛାତ୍ରୀଛାତ୍ରମାନେ ଜୀବନକୁ ବାଜି ଲଗାଇ ନଦୀ ପାରହୋଇ ବିଦ୍ୟାଳୟ ଯାଉଥିବା ଦେଖିବାକୁ ମିଳୁଛି। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତର ଲୋରେଶ ଗ୍ରାମ ଏହାର ଏକ ଉଦାହରଣ।
ଏହି ଗ୍ରାମରେ ୩୭ ଘର ପରିବାର ବସବାସ କରନ୍ତି। ୧୮୦ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ରହିଛି ୧୫। ମରିଚଗୁଡ଼ାଠାରୁ ୫ କି.ମି. ଦୂରରେ ଥିବା ଏହି ଗ୍ରାମର ଛାତ୍ରୀଛାତ୍ରମାନେ ମରିଚଗୁଡ଼ା ବିଦ୍ୟାଳୟ ଯିବାକୁ ହେଲେ ଉପରୋକ୍ତ ରାସ୍ତା ଅତିକ୍ରମ କରିବାକୁ ପଡ଼େ। ଦେଓଖଡକ ଗ୍ରାମଦେଇ ଭାଲୁ ବିଲ ପାହାଡ ଚଢାଇ ଅଭିଭାବକମାନେ ପିଲାଙ୍କୁ ବିଦ୍ୟାଳୟରେ ଛାଡ଼ିଥାନ୍ତି। ବର୍ଷାଦିନେ ମରିଚଗୁଡା ଗ୍ରାମ ନିକଟରେ ପ୍ରବାହିତ ଅନ୍ଧାରୀ ନଦୀ ପାର କରାଇ ଅଭିଭାବକମାନେ ନିଜ ପିଲାଙ୍କୁ ବିଦ୍ୟାଳୟରେ ଛାଡ଼ିଥାନ୍ତି ଏବଂ ଆଣିଥାନ୍ତି। ଅନ୍ୟ ଦିନେ ଜଙ୍ଗଲ, ପାହାଡ଼ ଏବଂ ବର୍ଷା ଦିନେ ନଦୀ ଆମ ପାଇଁ ସମସ୍ୟା ବୋଲି କହନ୍ତି ଅଭିଭାବକ ଧନୁର୍ଜୟ କମାର, ସେମନ କୁଲିସିକା, ପ୍ରତାପ ସାଉନ୍ତା, ରାଜୀବ ଜମ୍ବେକା, ରମେଶ ସାଉନ୍ତା, ପେଟା ପାଇକ, ଖଗପତି ପାଇକ। ଗ୍ରାମର ଏଭଳି ସମସ୍ୟା ସମ୍ପର୍କରେ ଜିଲା ଏବଂ ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ଉଦାସୀନ ରହୁଥିବା ସେମାନେ ଅଭିଯୋଗ କରିଛନ୍ତି। ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନିଙ୍କ ନିର୍ବାଚନ ମଣ୍ଡଳୀ ଅଧୀନରେ ଯାଉଥିବା ଏହି ଗ୍ରାମର ରାସ୍ତା ସମସ୍ୟା ବିଧାୟକ ଗ୍ରାମକୁ ଆସି ଜାଣିଥିଲେ ମଧ୍ୟ ଏଯାଏ କୌଣସି ସୁଫଳ ମିଳିନାହିଁ। ରାସ୍ତା ନ ଥିବାରୁ ସରକାରଙ୍କ କୌଣସି ଯୋଜନାରୁ ଗ୍ରାମବାସୀ ଉପକୃତ ହୋଇପାରୁନାହାନ୍ତି। ତୁରନ୍ତ ରାସ୍ତା ନିର୍ମାଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍କନ ମନ୍ଦିର ନିକଟରେ ବିକଳ ଚିତ୍ର

ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଇସ୍କନ ମନ୍ଦିର ସମ୍ମୁଖରେ ଶୁକ୍ରବାର ଜଳବନ୍ଦୀ ପାଇଁ ସବୁଠୁ ବିକଳ ପରିସ୍ଥିତି ସୃଷ୍ଟି କରିଥିଲା। ମନ୍ଦିର ପରିସର, ଜାତୀୟ ରାଜପଥ ଓ ଓଭରବ୍ରିଜ୍‌ରେ...

ନରସିଂହଙ୍କ ପରେ ତାରାଙ୍କ ଇସ୍ତଫା ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୭।୪(ବ୍ୟୁରୋ): କଂଗ୍ରେସର ଦଳୀୟ ନିର୍ବାଚନ ଚାଲିଥିବା ବେଳେ ଦଳର ଅମୁଳ ଚୂଳ ପରିବର୍ତ୍ତନ ହେବା ନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର ସୂଚନା...

ରାଜଧାନୀରେ ୧୭୫ ବେଆଇନ ଆପାର୍ଟମେଣ୍ଟ

ଭୁବନେଶ୍ୱର,୩୦ା୮(ବ୍ୟୁରୋ):ଉତ୍ତର ପ୍ରଦେଶର ନୋଏଡ଼ାରେ ନିର୍ମାଣ ହୋଇଥିବା ୧୦୦ ମିଟର ଉଚ୍ଚତାର ଦୁଇଟି ବେଆଇନ ଅଟ୍ଟାଳିକାକୁ ରବିବାର ବିସ୍ଫୋରଣରେ ଉଡ଼ାଇ ଦିଆଯାଇଛି। କୋଷ୍ଟାଲ ରେଗୁଲେଶନ ଜୋନ୍‌ ସର୍ତ୍ତକୁ...

ତିନିରଥର ୬ ଚକ ନିର୍ମାଣ ଶେଷ

ପୁରୀ ଅଫିସ, ୧୪ା୫: ଆସନ୍ତା ୧୫ ତାରିଖରେ ଶ୍ରୀକ୍ଷେତ୍ର ଭଉଁରୀ। ଏହି ଦିନ ତିନିରଥର ୬ଟି ନାହାକା ଚକ ଡେରା ଯିବାର ବିଧି ରହିଛି। ତେଣୁ...

ନିଖୋଜ ଯୁବକଙ୍କ କଙ୍କାଳ ଉଦ୍ଧାର

ଆସିକା,୫ା୧୨(ଡି.ଏନ୍‌.ଏ.)-ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମର ହାଇସ୍କୁଲ ପଛପାର୍ଶ୍ୱ ଧାନ ବିଲରୁ ବୁଧବାର ଅପରାହ୍ନରେ ପୋଲିସ ଏକ କଙ୍କାଳ ଉଦ୍ଧାର କରିଛି। ସେହି ସ୍ଥାନରେ ପଡିଥିବା...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନବରଙ୍ଗପୁର,୭।୧(ବି.ପ୍ର.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ବୋରଗାଓ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ...

ଜିରା ବ୍ରିଜ୍‌ ପାଇଁ ରାସ୍ତାରୋକୋ

ବରଗଡ଼ ଅଫିସ୍‌,୧।୧୦: ବରଗଡ଼-ଅମ୍ବାପାଲିକୁ ସଂଯୋଗ ପାଇଁ ଚାଲିଥିବା ନୂତନ ଜିରା ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ୪ବର୍ଷ ପରେ ମଧ୍ୟ ସରିନାହିଁ। ଏହି ନଦୀ ଉପରେ ନିର୍ମିତ...

ସିଡିଏମ୍‌ଓଙ୍କ ପ୍ରମାଣପତ୍ରକୁ କାଟିଦେଲେ ୪ ଡାକ୍ତର: ଶିକ୍ଷକ ନିଯୁକ୍ତିରୁ ବଞ୍ଚିତ ହେଲେ ୬୭ ଦିବ୍ୟାଙ୍ଗ

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗତ ୧୬ ତାରିଖରେ ରାଜ୍ୟ ସରକାର ୬,୧୩୧ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି। ମୋଟ ୧୧,୪୦୦ ପଦବୀ ଲାଗି...

Advertisement
Archives

Model This Week