ଦୋଛକିରେ ଜୀବନ

ସାମାଜିକ ସମ୍ପର୍କ ନିଜେ ବଞ୍ଚିବା ସହିତ ଅନ୍ୟକୁ ବଞ୍ଚିବାର ଅଧିକାର ଦେଇଥାଏ। ଈଶ୍ୱର ପ୍ରଦତ୍ତ ଓ ମନୁଷ୍ୟ କୃତ ସମ୍ପର୍କ ଆଗରେ ହାର୍‌ ମାନି ଯାଇଥାଏ ଛଳନା ଓ ମିଛ ଅଭିନୟ। ଆନ୍ତରିକତା ସହ ବନ୍ଧାଥିବା ସମ୍ପର୍କ ସଂକୁଚିତ ହୁଏନାହିଁ, ବରଂ ଦିନକୁଦିନ ହୋଇଥାଏ ଦ୍ରୁତତର ଓ ଚିରସ୍ଥାୟୀ। ସମ୍ପର୍କ ଭାଙ୍ଗିଦେବା ସହଜ, ମାତ୍ର ଗଢ଼ିବା କେତେ ଯେ କଷ୍ଟକର ଅନୁଭବ କରିଥିବା ବ୍ୟକ୍ତିଙ୍କଠାରୁ ଠିକ ଉତ୍ତର ମିଳିପାରିବ। ମଧୁର ସମ୍ପର୍କଟିଏ ଗଢ଼ିବା ପାଇଁ ଯେଉଁ ପୁଞ୍ଜି ଟିକକ ଆମର ଲୋଡ଼ା ହୋଇଥାଏ, ସେତକ ଆମ ପାଖରେ ରହିବା ଆବଶ୍ୟକ। ସୁସ୍ଥ ମନ ଓ ସୁସ୍ଥ ଚିନ୍ତନ ଏ କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଥାଏ। ସମ୍ପର୍କ ତ ବିଭିନ୍ନ ସ୍ତରରେ ଓ ବିଭିନ୍ନ ମାଧ୍ୟମରେ କରାଯାଇଥାଏ, ମାତ୍ର ତା’ ସ୍ଥାୟିତ୍ୱ ଆମ ଉପରେ ନିର୍ଭର କରିଥାଏ। ପାରସ୍ପରିକ ସଦ୍‌ଭାବ ଓ ଛନ୍ଦହୀନ ବିଚାରଧାରା ଏହାକୁ ମଜଭୁତ କରିବାରେ ସହାୟକ ହୋଇଥାଏ। ସମ୍ପର୍କ ପାଇଁ ସମଭାବାପନ୍ନ ମାନସିକତାର ଆବଶ୍ୟକତା ରହିଛି। ଅନ୍ୟର ସୁଖ ବେଳେ ନୁହେଁ, ବରଂ ଦୁଃଖ ସମୟରେ ପରସ୍ପର ମଧ୍ୟରେ ହାତକୁ ହାତ ମିଳାଇବା, ସମବେଦନା ଜଣାଇବା, ଆଶ୍ୱାସନା ଦେବା ଓ ସାହସ ଦେବାର ସୁସ୍ଥ ପରମ୍ପରା ଟିକକ ମନ ଭିତରେ ରହିବା ଏକାନ୍ତ ପ୍ରୟୋଜନ। ଆଜିର ଯୁଗରେ ସହରରେ ସମ୍ପର୍କ ସ୍ଥାପନ କରିବା ହେଉ କି ନିଜ ପରିବାର ସହ ସମ୍ପର୍କ ଯୋଡ଼ି ହେଉ, କାହା ପାଖେ ସମୟ ନାହିଁ। ଫଳରେ ସମ୍ପର୍କ ଧୀରେ ଧୀରେ ନିରାଶ ପଥକୁ ଚାଲିଯାଉଥିବା ଦେଖିବାକୁ ମିଳୁଛି। କଥା ଛଳରେ ଆଡ଼େଇ ଯାଆନ୍ତି ସଭ୍ୟତା ଓ ସମୟକୁ ବାହାନା କରି। ବାସ୍ତବରେ ଆମ ପାଖରେ ସମୟ ନାହିଁ ନା’ ସମ୍ପର୍କକୁ ଚିର ସ୍ଥାୟୀ କରିବା ପାଇଁ ଆନ୍ତରିକତାର ଅଭାବ ? ନୂଆ ସମ୍ପର୍କ ଗଢ଼ିବା ଓ ପୁରୁଣାକୁ ମନେ ପକାଇବା ଏକ ପ୍ରମୁଖ ମାଧ୍ୟମ ପାଲଟି ଥାଏ ବାହାଘର, ବ୍ରତଘର, ମୃତ ବ୍ୟକ୍ତିଙ୍କ ଶୁଦ୍ଧି କ୍ରିୟା। ଗାଁର ଦେବଦେବୀଙ୍କୁ ପୂଜା ଅର୍ଚ୍ଚନା କରିବା ସହ ଗାଁର ପାରମ୍ପରିକ ଯାନିଯାତ୍ରା ପରଷ୍ପର ମଧ୍ୟରେ ଉତ୍ତମ ସମ୍ପର୍କ ସୃଷ୍ଟି କରିଥାଏ; ଯାହାଦ୍ୱାରା ସମ୍ପର୍କରେ ନିବିଡତା ଓ ଆତ୍ମୀୟତା ବୃଦ୍ଧି ପାଇଥାଏ।
ଜଣେ ମଣିଷର ବାଲ୍ୟ କାଳରେ ମା’ ଘର ଲୋକଙ୍କ ସହିତ ବାପାଙ୍କ ପରିବାର ଲୋକଙ୍କ ସମ୍ପର୍କ ବିଭିନ୍ନ ରୂପରେ ଦେଖିବାକୁ ମିଳେ। କିଶୋର ବୟସରେ ସାମାଜିକ ସମ୍ପର୍କ ଜନିତ କିଛି ପାରିବାରିକ ରକ୍ତଗତ ସମ୍ପର୍କ ବ୍ୟତୀତ କେତେକ ବନ୍ଧୁଙ୍କ ସହିତ ସମ୍ପର୍କ ସ୍ଥାପିତ ହୋଇଥାଏ। ପ୍ରାପ୍ତ ବୟସରେ ଏକ ନୂତନ ଅଧ୍ୟାୟ ଯୋଡ଼ିହୁଏ ସ୍ତ୍ରୀ ଓ ସ୍ବାମୀ ଏବଂ ତାଙ୍କ ପରିବାର ବର୍ଗଙ୍କ ସହିତ। ମଣିଷ ଧୀରେ ଧୀରେ ପୁରୁଣା ସମ୍ପର୍କ ଗୁଡ଼ିକୁ ଭୁଲିବାକୁ ଲାଗେ ଯେତେବେଳେ ବୈବାହିକ ଜୀବନ ଆରମ୍ଭ ହୁଏ। ସାମାଜିକ ପରିବେଷ୍ଟନୀରେ ଗଢ଼ିଉଠିଥିବା ସମସ୍ତ ସମ୍ପର୍କଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି କେବଳ ସ୍ବାମୀ, ସ୍ତ୍ରୀ ସମ୍ପର୍କ ଏତେ ମାତ୍ରାରେ ଘନିଷ୍ଠତା ସୃଷ୍ଟି କରେ ଯେ ମଣିଷର ସମସ୍ତ ଅତୀତ ସ୍ମରଣିକା ଲିଭିଯାଏ ମନ ମାନସରୁ। ତେଣୁ ଅତି ସର୍ବତ୍ର ଗହୀର୍ତ୍ତମ ଉକ୍ତିର ସତ୍ୟତା ଉପରେ ଆଧାରିତ ଏକ ପ୍ରକାର ମାନସିକ ଉତ୍ତେଜନା ସୃଷ୍ଟି ହୁଏ ସମୟକ୍ରମେ, ଯେତେବେଳେ ସେହି ସମ୍ପର୍କ ଦୁର୍ବଳ ହେବାକୁ ଲାଗେ। ଏମିତିକି ପରିପକ୍ୱ ସମୟରେ ସ୍ବାମୀ ସ୍ତ୍ରୀ ସମ୍ପର୍କ ଅତ୍ୟନ୍ତ ଦୁର୍ବଳ ଅବସ୍ଥାକୁ ଆସିଗଲା ପରେ ଉଭୟଙ୍କ ମଧ୍ୟରେ ବାହ୍ୟ ସମ୍ପର୍କର ଦୃଢ଼ତା ଦେଖିବାକୁ ମିଳେ, କେବଳ ସହାନୁଭୂତି ଏବଂ ସାମାଜିକ ସୁରକ୍ଷା କାରଣରୁ। ଠିକ୍‌ ସେତିକି ବେଳେ ପୁନଃ ଏକ ନୂତନ ତଥା ଶେଷ ସମ୍ପର୍କର ଅଧ୍ୟାୟ ଆରମ୍ଭ ହୁଏ ନିଜ ସନ୍ତାନମାନଙ୍କ ସହିତ, ଯାହା ସେମାନଙ୍କୁ ସାମାଜିକ ସୁରକ୍ଷା, ସହାୟତା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାର ଆଶା ରଖିଥାଏ। କେତେକ କ୍ଷେତ୍ରରେ ସେହି ସମ୍ପର୍କର ଦୃଢ଼ତା ଦେଖିବାକୁ ମିଳୁଥିବା ବେଳେ ଆଜିକାଲି ଆଉ ସେହି ଶେଷ ସମ୍ପର୍କ ଏମିତି ଏକ ସ୍ତରରେ ଆସି ପହଞ୍ଚିଲାଣି ଯେ ଜୀବନର ଶେଷ ଅଧ୍ୟାୟରେ ସମସ୍ତେ ନିଜର ନିଃସହାୟ ଭାବକୁ ନେଇ ପ୍ରାୟତଃ ବୁଝିବାକୁ ଲାଗନ୍ତି ଯେ ସମ୍ପର୍କ ବୋଲି ସମାଜରେ କିଛି ନାହିଁ।
ସାମାଜିକ ଓ ପାରମ୍ପରିକ ସମ୍ପର୍କ ଯେତେବେଳେ ନିଶ୍ଚିହ୍ନ ହେବାକୁ ଯାଉଥାଏ, ସେତେବେଳେ ଆରମ୍ଭ ହୁଏ ସମ୍ପର୍କର ନୂତନ ଅଧ୍ୟାୟ ‘ଲିଖିତ ସମ୍ପର୍କ’। ସେ ସମ୍ପର୍କ ଆତ୍ମୀୟଙ୍କ ଉପସ୍ଥିତି, ଗାଁ ଭଦ୍ର ମଣ୍ଡଳୀ କିମ୍ବା ସାମ୍ବିଧାନିକ ନୀତି ନିୟମ ଅନୁଯାୟୀ ନ୍ୟାୟାଳୟ ବିଚାରପତିଙ୍କ ସ୍ବାକ୍ଷର କ୍ରମେ ଗଢ଼ି ଉଠିଥାଏ । ବାପା-ପୁଅ, ଭାଇ-ଭଉଣୀ ଓ ସ୍ବାମୀ-ସ୍ତ୍ରୀଙ୍କ ପବିତ୍ର ସମ୍ପର୍କରେ ଲିଖିତ ଚୁକ୍ତିନାମା ସ୍ବାକ୍ଷରିତ କରିବାକୁ ପଡ଼ିଲାଣି। ଏ ସମ୍ପର୍କ ସଦାସର୍ବଦା ଅବିଶ୍ୱାସ ଓ ଆତଙ୍କୀ ଜୀବନ ଭଳି ବଞ୍ଚିବାକୁ ପଡ଼ିଥାଏ। ଏଭଳି ପରିସ୍ଥିତିରେ ସାମାଜିକ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରିବାର ଆବଶ୍ୟକତା ରହିଛି। ଉତ୍ତମ ପରିବେଶ ଓ ଉପଯୁକ୍ତ ଶିକ୍ଷା ଯଦି ଜଣେ ମଣିଷର ବାଲ୍ୟ କାଳରୁ ଉଦୟ ହୋଇଥା’ନ୍ତା ହୁଏତ ସମୟ କ୍ରମରେ ସେ ନିଜକୁ ଏବଂ ସମସ୍ତ ସମ୍ପର୍କକୁ ସନ୍ତୁଳିତ କରି ରଖିଥା’ନ୍ତା, ଯାହା ତାକୁ ଜୀବନର ଶେଷ ସମୟରେ ଏତେ ଦୁଃଖ ଦେଇ ନ ଥା’ନ୍ତା। ଅଜ୍ଞାନ ମଣିଷ ସାମାଜିକ ସମ୍ପର୍କ ଗୁଡିକୁ ସମୀକ୍ଷା କରି ବୁଝିବା କ୍ଷମତା ନ ରଖି କେବଳ ପାରିପାର୍ଶ୍ୱିକ କୁହେଳିକାରେ ନିଜକୁ ସମାନ୍ତରାଳ କରି ଯାହା ସବୁ ଶିକ୍ଷା ପାଇଥା’ନ୍ତି ତାହାର ପ୍ରତିଫଳନ ସ୍ବରୂପ ନିଜର ସାମାଜିକ ଦାୟିତ୍ୱ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟ ରଖି ଗଢ଼ି ଉଠିଥିବା ସମ୍ପର୍କ ସେମାନଙ୍କୁ ଏବେ ଧୋକା ମନରେ ଉଙ୍କି ମାରି ନ ଥାନ୍ତା। ଜୀବନର ଶେଷ ସମୟରେ ସବୁ ବୁଝିଲା ବେଳକୁ ଆଉ କିଛି ନ ଥାଏ, ଦୁଃଖ ଓ ଯନ୍ତ୍ରଣାରେ ବଞ୍ଚିବାକୁ ପଡ଼ିଥାଏ ଅବଶିଷ୍ଟ ଜୀବନ।
ଅଧ୍ୟାପକ, ରାଜନୀତି ବିଜ୍ଞାନ ବିଭାଗ
ସିନ୍ଧେଦେବୀ ସ୍ନାତକ ମହାବିଦ୍ୟାଳୟ
ନନ୍ଦପୁର, କୋରାପୁଟ
ମୋ- ୯୪୩୭୯୫୫୫୬୮


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?