ହତ୍ୟା ମାମଲାରେ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ରାୟଗଡ଼ା,୩୦।୮(ଆଶିଷ ରଞ୍ଜନ ପଣ୍ଡା): ଏକ ହତ୍ୟା ମାମଲାର ବିଚାର କରି ୩ ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ପ୍ରଦାନ ପାଇଁ ରାୟ ଦେଇଛନ୍ତି ରାୟଗଡ଼ା ଅତିରିକ୍ତ ଜିଲା ଦୌରାଜଜ ଅଳ୍ପନା ସ୍ବାଇଁ। ଏହି ମାମଲାରେ ବିଚାରଣା କରି ଶନିବାର ଅଭିଯୁକ୍ତ ଅଶୋକ ଗେଡ, ଭାଗିରଥୀ ଗେଡ ଓ ବିକ୍ରମ ଗେଡଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ହତ୍ୟା ଘଟଣାରେ ୨୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପରେ ଦଫା ୩୦୨/୩୪ ଆପିସି, ଆରଡବ୍ଲ୍ୟ ୩(୧)(ଆର)(ଏସ)/୩(୨)(ଭି)(ଭିଏ) ଏସସି ଏବଂ ଏସ ଟି (ପିଓଏ) ଆକ୍ଟରେ ବିଚାରଣା କରି ଆଜି ରାୟଗଡ଼ା ଅତିରିକ୍ତ ଜିଲା ଦୌରାଜଜ ଅଳ୍ପନା ସ୍ବାଇଁ ୩ ଜଣ ଅଭିଯୁକ୍ତଙ୍କୁ ରାୟରେ ଉଲ୍ଲେଖ କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକା ୬ ମାସ ସଶ୍ରମ କାରାଦଣ୍ଡ ପାଇଁ ଆଦେଶ ଦେଇଛନ୍ତି । ମିଳିଥିବା
ସୂଚନା ମୁତାବକ, ଗତ ୨୦୨୩ ମସିହା ଜୁନ ୯ ତାରିଖ ସକାଳ ସମୟରେ କାଶୀପୁର ବ୍ଲକର ଗଜେନ୍ଦ୍ର ନାୟକ କଶନାଦୋରା ଗ୍ରାମରେ ଥିବା ଜମିରେ ସମତଳ ହେଉଥିବା କାର୍ଯ୍ୟକୁ ତଦାରଖ ପାଇଁ ଯାଇଥିଲେ । ଜେସିବି ମେଶିିନ ଦ୍ବାରା ଅପରେଟର ରଘୁ ଝୋଡିଆ ଏବଂ ତାଙ୍କର ସହଯୋଗୀ ଅନନ୍ତ ମାଝି ଏବଂ ଚେତନ୍ୟ ମାଝି ଏହି କାର୍ଯ୍ୟ କରୁଥିଲେ । ଉକ୍ତ ସମୟରେ ଭାଗିରଥୀ ଗେଡ ଓ ତାଙ୍କର ଦୁଇ ସହଯୋଗୀ ଅଶୋକ ଗେଡ ଓ ବିକ୍ରମ ଗେଡ ସେହି ସ୍ଥାନକୁ ଆସି ଆମ ଜମି କେଉଁଠି ଅଛି ଦେଖାଇଦେ କହିବା ସହ ସେମାନେ ସାଙ୍ଗରେ ଆଣିଥିବା ଟାଙ୍ଗିଆ ଦ୍ବାରା ପ୍ରଥମେ ତାଙ୍କ ଗୋଡ ଏବଂ ପରେ ବେକକୁ ଆକ୍ରମଣ କରିଥିଲେ । ସେଠାରେ କାର୍ଯ୍ୟ କରୁଥିବା ଲୋକମାନେ ପାଟି କରିବାରୁ ସେମାନେ ଘଟଣାସ୍ଥଳରୁ ଦେଡି ପଳାଇଥିଲେ । ଜମିରେ କାର୍ଯ୍ୟ କରୁଥିବା ଲୋକ ମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗଜେନ୍ଦ୍ରଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମତ୍ୟୁ ଘୋଷଣା କରିଥିଲେ । ଗଜେନ୍ଦ୍ରଙ୍କ ପୁଅ ମିହିର କୁମାର ନାୟକ ଏନେଇ କାଶୀପୁର ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ । କାଶୀପୁର ପୋଲିସ ଘଟଣାର ତଦନ୍ତ କରି ୨୦୨୩ ଜୁନ ୧୨ ତାରିଖରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବ୍ୟବହୃତ ହୋଇଥିବା ୩ଟି ଟାଙ୍ଗିଆକୁ ଜବତ କରିଥିଲେ । ସରକାରଙ୍କ ତରଫରୁ ଏହି ମାମଲାକୁ ଏପିପି ରାମପ୍ରସାଦ ପାତ୍ର ପରିଚାଳନା କରୁଥିଲେ ।

Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri