‘ଜୀବନ ସଂଘର୍ଷରୁ ଅନେକ କିଛି ଶିଖିଛି’

ବଲାଙ୍ଗୀର ଅଫିସ,୨୩ା୮: ସମାଜ ସାହିତ୍ୟ ଏବଂ ସଂସ୍କୃତି ଉପରେ କାମ କରୁଥିବା ଅନୁଷ୍ଠାନ ରଚନା ପକ୍ଷରୁ ସ୍ଥାନୀୟ ପତିତପାବନ ଏକାଡେମୀ ହଲରେ ମାସିକ ରଚନା ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। କୋଶଲୀ ଭାଷା ସାହିତ୍ୟର ଗବେଷକ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ମୋ ଜୀବନ, କୃତି ଓ ଅନୁଭୂତି ଶୀର୍ଷକ କାର୍ଯ୍ୟକ୍ରମରେ ନିଜ ଜୀବନର ଅନୁଭୂତି ବଖାଣିଥିଲେ। କବି ଆନନ୍ଦ ଚନ୍ଦ୍ର ସାହୁ ଏହି ଅନ୍ତରଙ୍ଗ ଆଳାପରେ ଯୋଗଦେଇ ପଦ୍ମଶ୍ରୀ ଗୁରୁଙ୍କୁ ବିଭିନ୍ନ ପ୍ରଶ୍ନ କରି ତାଙ୍କର ଜୀବନର ବହୁ ରୋଚକ ଘଟଣାବଳୀ ସମ୍ପର୍କରେ କଥା ହୋଇଥିଲେ। ପଦ୍ମଶ୍ରୀ ଗୁରୁ କହିଥିଲେ ଯେ, ଦୀର୍ଘ ୩୭ ବର୍ଷର ଶିକ୍ଷକତା ପରେ ସେ ଅବସର ଗ୍ରହଣ କରିଥିଲେ। ଏବେ ୯୧ ବର୍ଷ ବୟସରେ ମଧ୍ୟ ସକ୍ରିୟ ରହିଛନ୍ତି। ପ୍ରତିଦିନ ସାହିତ୍ୟ ସାଧନାରେ ନିମଗ୍ନ ଅଛନ୍ତି। ପ୍ରାରମ୍ଭିକ ଜୀବନ ତାଙ୍କର ସଂଘର୍ଷମୟ ରହିଥିଲା। ଶିକ୍ଷକତା ସମୟରେ ଜଣେ ନୀତିନିଷ୍ଠ ଏବଂ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବେ କାମ କରୁଥିଲେ ମାତ୍ର ତାଙ୍କୁ ଶିକ୍ଷା ବିଭାଗୀୟ ଉଚ୍ଚ ଅଧିକାରୀମାନେ ଅଯଥାରେ ହଇରାଣ ହରକତ କରୁଥିଲେ। ବାରମ୍ବାର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବଦଳି କରୁଥିଲେ। ଥରେ ଏହାର ପ୍ରତିବାଦ କରିବାରୁ ଏଭଳି କାର୍ଯ୍ୟ ବନ୍ଦ କଲେ।
୧୯୪୭ ମସିହାରେ ସେ ନବମ ଶ୍ରେଣୀ ପଢୁଥିବାବେଳେ ଦେଶ ସ୍ବାଧୀନ ହେଲା। ସେତେବେଳେ ବଲାଙ୍ଗୀରର ଅବସ୍ଥା କିପରି ଥିଲା ଓ ଏଠାରେ ସ୍ବାଧୀନତା ଦିବସ କିଭଳି ପାଳନ କରାଯାଇଥିଲା କହିଥିଲେ। ପ୍ରତି ଘର ସମ୍ମୁଖରେ ମା’ମାନେ ଦୀପ ଜାଳିଥିଲେ। ସତ୍ୟାଗ୍ରହୀ ଓ ସାଧାରଣ ଜନତା ଶୋଭାଯାତ୍ରାରେ ଇନ୍‌କ୍ଳାବ୍‌ ଜିନ୍ଦାବାଦ ନାରା ଦେଇ ସହର ପରିକ୍ରମ କରିଥିଲେ। ଅଷ୍ଟମ ଶ୍ରେଣୀରେ ପଢୁଥିବାବେଳେ କବି ଗଙ୍ଗାପ୍ରସାଦ ପଣ୍ଡାଙ୍କ କୋଶଲୀ କବିତାରେ ଆକୃଷ୍ଟ ହୋଇ କୋଶଲୀ ଭାଷାରେ ଲେଖିଲେଖି ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ କୋଶଲୀ ଭାଷା ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣା କରି ୪୦ଟି ବହି ଲେଖିଛନ୍ତି। କୋଶଲୀ-ଓଡିଆ ଅଭିଧାନ ତାଙ୍କର ଶ୍ରେଷ୍ଠ କୃତି ବୋଲି ସେ କହିଥିଲେ। ଏହି ଆଲୋଚନାରେ ଆଗାମୀ ଦିନରେ ଭାଷା, ସାହିତ୍ୟର ସ୍ବରୂପ ଏବଂ ଲେଖକଙ୍କ କର୍ତ୍ତବ୍ୟ ଉପରେ ସେ କହିଥିଲେ। ସଭା ପ୍ରାରମ୍ଭରେ ରଚନା ସମ୍ପାଦକ ସନାତନ ଠାକୁର ପଦ୍ମଶ୍ରୀ ଗୁରୁ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟା ଜ୍ୟୋତି ସାହୁ ପଦ୍ମଶ୍ରୀ ଗୁରୁଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସଭାରେ ରଚନା ସଭାପତି ଭାଗିରଥି ମିଶ୍ର, ଗାଳ୍ପିକା ଗାୟତ୍ରୀ ସରାଫ, କସ୍ତୁରୀ ରଥ, ଗିରିଜା ଶଙ୍କର ରଥ, ରାମଶଙ୍କର ଶତପଥି, ଅଖିଳ ଚନ୍ଦ୍ର ହୋତା, ଗୁରୁ ଘାସିରାମ ମିଶ୍ର, ବିଜୟ କୁମାର ତ୍ରିପାଠୀ, ନା୍ଯଯଭୂଷଣ ଜଗଦାନନ୍ଦ ଛୁରିଆ, ଶରଦିନ୍ଦୁ ଭୂଷଣ ହୋତା, ରାମଭକ୍ତ ଫରିକାର, ଭବାନୀ ଶଙ୍କର ପଟେଲ, ଡ. ଗୋପବନ୍ଧୁ ରଥ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri