ବ୍ରିଜ୍‌ କାର୍ଯ୍ୟ ଅଧାରୁ ବନ୍ଦ ପାଇଁ ବିଭାଗୀୟ ଅଧିକାରୀଙ୍କ ଚିଠି

କର୍ଲାମୁଣ୍ଡା,୨୨ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡାଠାରୁ ରିଞ୍ଜା ଯାଇଥିବା ଆର୍‌.ଡି ରାସ୍ତାର ସରବରାହ ଜୋରଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଟେଣ୍ଡର ଜରିଆରେ ଜନୈକ ଠିକାଦାରଙ୍କ ଦ୍ୱାରା ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଚାଲୁଛି। ବର୍ତ୍ତମାନ ସୁଦ୍ଧା ବ୍ରିଜ୍‌ଟିର ଗୋଟିଏ ପଟ ଛାତ ପଡ଼ିଥିବା ବେଳେ ଆରପଟ ଛାତ ପକେଇବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହେବା ପରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା( ଆର୍‌ଡି) ବିଭାଗ ପତ୍ରସଂଖ୍ୟା ୧୪୪୫ ତା- ୨୧.୬.୨୦୨୪ରେ ସମ୍ପୃକ୍ତ ଠିକାଦାର ପ୍ରକାଶ କୁମାର ମହାନ୍ତିଙ୍କୁ ବର୍ଷା ଋତୁ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଚିଠି କରିଛନ୍ତି। ଚିଠି ପାଇବା ପରେ ଶନିବାରଠାରୁ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ତେବେ ବ୍ରିଜ୍‌ କାମଟି ଅଧାରୁ ବନ୍ଦ ହୋଇଯିବାରୁ ଆଗାମୀ ବର୍ଷା ଦିନରେ ଅଞ୍ଚଳବାସୀ ବ୍ଲକ ସଦରକୁ ବିଭିନ୍ନ କାର୍ଯ୍ୟରେ ଯିବା ଆସିବା କରିବା ମୁସ୍କିଲ ହୋଇପଡ଼ିବ ବୋଲି ରିଞ୍ଜା ସରପଞ୍ଚ ପଞ୍ଚାନନ ବାଗ୍‌ କହିଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀ ଶୋଷନ କୁଣ୍ଡୁଲୁଙ୍କୁ ଯୋଗାଯୋଗ କରାଯିବାରୁ ବର୍ଷା ଆରମ୍ଭ ହେଇଥିବାରୁ ବ୍ରିଜ୍‌ର ସ୍ଥାୟିତ୍ୱ ଦୃଷ୍ଟିରୁ ବ୍ରିଜ୍‌ କାର୍ଯ୍ୟକୁ ବନ୍ଦ କରାଯାଇଛି। ଲୋକଙ୍କ ଗମନାଗମନ ପାଇଁ ଅସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।
ପ୍ରକାଶ ଯେ, ଉକ୍ତ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ପାଇଁ ୨କୋଟି ୭୧ ଲକ୍ଷ ୨୮ ହଜାର ୮ ଶହ ଟଙ୍କା ଅଟକଳ କରାଯାଇଛି। କାର୍ଯ୍ୟଟି ୧୦.୦୭.୨୦୨୩ରେ ଆରମ୍ଭ ହୋଇ ୯.୧.୨୦୨୫ରେ ଶେଷ ହେବାକୁ ଚୁକ୍ତିନାମାରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୈଳଭଣ୍ଡାର ପ୍ରକଳ୍ପ ଆଶା ଉଜ୍ଜୀବିତ

ଯାଜପୁର,୧୮ା୭ (ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ଡଙ୍କାରୀ ପାହାଡ଼ ତଳେ ଦେଶର ଚତୁର୍ଥ ସର୍ବବୃହତ୍‌ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା...

ସର୍ବନିମ୍ନସ୍ତରକୁ ଖସିଲା ଇନ୍ଦ୍ରାବତୀ ଜଳଭଣ୍ଡାର

ଭବାନୀପାଟଣା,୧୮ା୭(ଉତ୍ତମ କୁମାର ଦାଶ)ଚଳିତବର୍ଷ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ନ ହେବା ଯୋଗୁ କଳାହାଣ୍ଡି ଜିଲାର ଲାଇଫ୍‌ଲାଇନ (ଜୀବନରେଖା) କୁହାଯାଉଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ଜଳସ୍ତର ସର୍ବନିମ୍ନ ସ୍ତରରେ...

୪ ମାସ ପାଇଁ ଶୟନ ଗଲେ ମହାପ୍ରଭୁ

ପୁରୀ,୧୮ା୭(ଅଜିତ୍‌ କୁମାର ମହାନ୍ତି)ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ ତିଥି ଅବସରରେ ବୁଧବାର ହରିଶୟନ ଏକାଦଶୀ ନୀତି ସମ୍ପନ୍ନ ହୋଇଛି। ପୌରାଣିକ କଥାବସ୍ତୁ ଅନୁଯାୟୀ ଏହି ଦିନଠାରୁ ଦୀର୍ଘ...

ଓଡ଼ିଶାରେ ଚାଲିବ ବୁଲ୍‌ଡୋଜର

ସମ୍ବଲପୁର (ପ୍ରମୋଦ ବହିଦାର)/ ଭୁବନେଶ୍ୱର (ଅନିଲ ଦାସ) ୧୮ା୭: ରାଜ୍ୟରେ ସରକାରୀ ଜମି ଜବରଦଖଲକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଜବରଦଖଲକାରୀ ଯେତେ ପ୍ରଭାବଶାଳୀ ହୁଅନ୍ତୁ...

ଆଜି ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର

ପୁରୀ,୧୮ା୭(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଗୁରୁବାର ଖୋଲିବାକୁ ଯାଉଛି। ସକାଳ ୯ଟା ୫୧ରୁ ମଧ୍ୟାହ୍ନ ୧୨ଟା ୧୫ ମଧ୍ୟରେ...

ମୟୂରଭଞ୍ଜରେ କାର୍ଯ୍ୟକ୍ଷମ ହେବ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବିମାନବନ୍ଦର

ଭୁବନେଶ୍ୱର,୧୭ା୭: ମୟୂରଭଞ୍ଜ ଜିଲାସ୍ଥିତ ଅମର୍ଦା ରୋଡ୍‍ ରାସଗୋବିନ୍ଦପୁର ବିମାନବନ୍ଦରକୁ ଖୁବ୍‍ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ । ଏ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି...

ଆଗରୁ ବ୍ଲେଡ୍‌ରେ କାଟିଥିଲେ, ଏବେ ପନିକିରେ କାଟି ଜୀବନ ହାରିଲେ ଯୁବକ

କେନ୍ଦୁଝର,୧୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପନିକିରେ ନିକ ବେକ କାଟି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହେଲେ ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ...

ମା’ ତାରିଣୀଙ୍କ ପୀଠରେ ଜିଭ କାଟିଲେ ଜଣେ ଭକ୍ତ, କାରଣ ଜାଣିଲେ…

କେନ୍ଦୁଝର,୧୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଘଟଗାଁସ୍ଥିତ ମା’ ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଜିଭକୁ ବ୍ଲେଡ୍‌ରେ କାଟି ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମଙ୍ଗଳବାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri