ଆସ ଅର୍ଥନୀତିକୁ ବାଟକୁ ଆଣିବା

ଡ. ଷ୍ଟାଲିନ ମିଶ୍ର

କେବଳ ନରେନ୍ଦ୍ର ମୋଦି ବା ସରକାର ଚାହିଁଲେ ଦେଶର ଅର୍ଥନୀତି ବଦଳିଯିବ ବୋଲି ଭାବିବା ଭୁଲ। ଭାରତ ବିଶ୍ୱର ସର୍ବବୃହତ୍‌ ପ୍ରଗତିଶୀଳ ଅର୍ଥନୀତି। ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଥିବାରୁ ଏହା ସମଗ୍ର ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବାର କ୍ଷମତା ରଖୁଛି। ତଥାପି ଏଯାବତ୍‌ ଭାରତ ଅର୍ଥନୈତିକ ସ୍ବାବଲମ୍ବୀ ହୋଇପାରି ନାହିଁ। ସରକାର ଯୋଜନା ପରେ ଯୋଜନା କରୁଥିଲେ ମଧ୍ୟ ଲୋକେ ତା’ର ଉପଯୋଗିତାକୁ ଉପଲବ୍ଧି କରିବାରେ ବିଫଳ ହେଉଛନ୍ତି। ଏଥିରେ ଉଭୟ ସରକାର ଓ ଜନତାଙ୍କ ତ୍ରୁଟି ପରିଲକ୍ଷିତ। ଏହା ନିଶ୍ଚିତ ଯେ, ଭାରତରେ ଅଧାରୁ ଅଧିକ ଯୋଜନା ଜନତା ବା ଦେଶର ହିତକୁ ଦେଖି ନୁହେଁ, ବରଂ ରାଜନୈତିକ ଦୃଷ୍ଟିକୋଣରୁ ଉପଯୋଗୀ ହେଲା ଭଳି କରାଯାଏ। ଭୋଟ୍‌ବ୍ୟାଙ୍କକୁ କିପରି ସୁରକ୍ଷିତ ରଖାଯାଇପାରିବ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେଇ ଯୋଜନା ପ୍ରସ୍ତୁତ କରାଯାଏ। ଏଥିପାଇଁ ଆମ ଦେଶରେ ଅଧିକରୁ ଅଧିକ ଯୋଜନା ସାଧାରଣ ଜନତାଙ୍କ କାମରେ ଲାଗିପାରେ ନାହିଁ। ଯଦି ଯୋଜନା କଲାବେଳେ ରାଜନୈତିକ ଲାଭକ୍ଷତିକୁ ବିଚାର ନ କରି କେବଳ ଦେଶହିତ ବା ଜନହିତକୁ ଧ୍ୟାନ ଦିଆଯାଆନ୍ତା, ତେବେ ଜନତା ଉପକୃତ ହେବା ସହିତ ଦେଶର ଅର୍ଥନୀତି ବି ସୁଦୃଢ଼ ହୋଇପାରନ୍ତା।
୨୦୧୪ ମେ ମାସରେ ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି (ଭାଜପା) ନିର୍ବାଚନରେ ବିଜୟ ଲାଭ କରି କ୍ଷମତାକୁ ଆସିଥିଲା। ଜନତାଙ୍କ ଆଶା ଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଲୋଗାନ୍‌ ‘ସର୍ବନିମ୍ନ ସରକାର, ସର୍ବାଧିକ ଶାସନ’ ଏବଂ ‘ଅଛେ ଦିନ୍‌’ ବା ଭଲ ସମୟର ପ୍ରତିଶ୍ରୁତି କେବଳ ସ୍ଲୋଗାନ୍‌ ନ ହୋଇ ବାସ୍ତବଧର୍ମୀ ହେବ ବୋଲି। ଅବଶ୍ୟ ପ୍ରଧାନମନ୍ତ୍ରୀ ଅର୍ଥନୀତିରେ କିଛି ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିବାରେ ସଫଳ ହୋଇଥିଲେ, ଯେପରି କି ‘ନୂତନ ଦେବାଳିଆ ଆଇନ’, ‘ମୁଦ୍ରାନୀତି’ ଏବଂ ‘ଜିଏସ୍‌ଟି’। କିନ୍ତୁ ଏସବୁ ସଂସ୍କାର ଭାରତୀୟ ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିପାରିନି। ଏଥିପାଇଁ ଏହି ସଂସ୍କାରଗୁଡ଼ିକ ଆଣିବା ପୂର୍ବରୁ ଯଥୋଚିତ ଅନୁସନ୍ଧାନର ଅଭାବ, ଉଲ୍ଲେଖନୀୟ ବ୍ୟତିକ୍ରମ, ଅର୍ଥନୀତିରେ ଅପରିପକ୍ୱ ରାଜତନ୍ତ୍ର, କଷ୍ଟଦାୟକ ପ୍ରଶାସନିକ ବିଧି, ଖରାପ କାର୍ଯ୍ୟକାରିତା ଏବଂ ପର୍ଯ୍ୟାପ୍ତ ନିୟାମକ କ୍ଷମତାର ଅଭାବ ଦାୟୀ ବୋଲି ଅନୁମାନ କରାଯାଏ। କେବଳ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଅଣାଯାଇଥିବା ସଂସ୍କାର ଲୋକାଭିମୁଖୀ ହେବ କିପରି? ଅର୍ଦ୍ଧରାତ୍ର ବିମୁଦ୍ରୀକରଣ ପ୍ରକ୍ରିୟା ଆଉ ଏକ ବୌଦ୍ଧିକ ଅପରିପକ୍ୱତାର ପରିଚୟ। ନା ବିଦେଶରେ ଗଚ୍ଛିତ କଳାଧନ ଦେଶକୁ ଫେରିଆସିଲା ନା କୌଣସି ଜଣେ ହେଲେ ବି ଦୁର୍ନୀତିଗ୍ରସ୍ତ ନେତା ଧରାପଡ଼ିଲେ। କେବଳ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେ। କୁଟୀରଶିଳ୍ପ ଉଜୁଡ଼ିଗଲା, କ୍ଷୁଦ୍ର ଓ ମଧ୍ୟମବର୍ଗ ରାସ୍ତାକୁ ଆସିଗଲେ। ବେକାରି ସମସ୍ୟା ହୁ ହୁ ହୋଇ ବଢ଼ିଚାଲିଲା। ନିଯୁକ୍ତି କ୍ଷେତ୍ରରେ ଯେଉଁସବୁ ପ୍ରତିଶ୍ରୁତି ଦିଆଯାଇଥିଲା ଶାସନର ବହୁ ବର୍ଷ ପରେ ବି କୌଣସି ସକାରାତ୍ମକ ପରିବର୍ତ୍ତନ ନ ଦେଖି ତାଙ୍କୁ ଯେବେ ଏ ବିଷୟରେ ପ୍ରଶ୍ନ କରାହେଲା ସେତେବେଳେ ସେ ତାଙ୍କ ଚିରାଚରିତ ଢଙ୍ଗରେ ଶବ୍ଦଜାଲ ସାହାଯ୍ୟରେ ଜନତାଙ୍କୁ ପକୁଡି ବିକିବାର ପରାମର୍ଶ ଦେବାକୁ ପଛେଇ ନ ଥିଲେ। ଗୋଟେ ପରେ ଗୋଟେ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ, ତୈଳଦର ବୃଦ୍ଧି, ରନ୍ଧନ ଗ୍ୟାସର ଦରବୃଦ୍ଧି, ବିକାଶ ନାମରେ ନୂଆ ନୂଆ ଟିକସ, ଆୟକର ସ୍ଲାବ୍‌ କ୍ରମାଗତ ଭାବେ ଅପରିବର୍ତ୍ତିତ ରଖିବା ହେଉ କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରବୃଦ୍ଧି ଜନତାଙ୍କ ଅର୍ଥନୈତିକ ମେରୁଦଣ୍ଡକୁ ଦୁର୍ବଳ କରିଚାଲିଛି। ଆଶ୍ଚର୍ଯ୍ୟର କଥା ଯେ ସରକାର ଭାରତୀୟ ଅର୍ଥନୀତିକୁ ୭ ପ୍ରତିଶତ ଅଭିବୃଦ୍ଧି ହାରରୁ ଉପରକୁ ଉଠାଇବାରେ ସଫଳ ହୋଇପାରିନାହାନ୍ତି। ଅତୀତରେ ରିଜର୍ଭବ୍ୟାଙ୍କ ମୁଖ୍ୟ ରଘୁରାମ ରାଜନ ବା ଉର୍ଜିତ ପଟେଲଙ୍କୁ ବହିଷ୍କାର କରାଯିବା ସହ ତାଙ୍କ ବଦଳରେ ଅର୍ଥନୈତିକ ପୃଷ୍ଠଭୂମି ନ ଥିବା ଜଣେ ବିଶ୍ୱସ୍ତ ଅମଲାତନ୍ତ୍ରୀଙ୍କୁ ଅବସ୍ଥାପିତ କରିବା ଦେଶ ପାଇଁ ଶୁଭ ସଙ୍କେତ ସାବ୍ୟସ୍ତ ହୋଇନାହିଁ। ଛୋଟରୁ ଛୋଟ ଉତ୍ପାଦଟେ ପାଇଁ ଆମେ ବି ଅନ୍ୟ ଦେଶ ଉପରେ ନିର୍ଭରଶୀଳ। ‘ମେକ୍‌ ଇନ୍‌ ଇଣ୍ଡିଆ’ କେବଳ ପ୍ରଚାରରେ ସୀମିତ ହୋଇ ରହିଯାଇଛି।
ବିଏସ୍‌ଏନ୍‌ଏଲ୍‌ ହେଉ ଅବା ଦୂରଦର୍ଶନ ବା ଏୟାରଇଣ୍ଡିଆ ରାଷ୍ଟ୍ରାୟତ୍ତ ସଂସ୍ଥାମାନ କ୍ରମାଗତ କ୍ଷତି ସହୁଥିବାବେଳେ ଘରୋଇ ପ୍ରତିଯୋଗୀମାନଙ୍କର ଲାଭ ବହୁଗୁଣିତ ହୋଇଚାଲିଛି। ଏଥିରୁ ସ୍ପଷ୍ଟ ଅନୁମାନ ଲଗାଯାଇପାରିବ ସରକାରଙ୍କ ନୀତି ଦେଶର ଅର୍ଥନୀତିକୁ ବାଟକୁ ଆଣିବାକୁ ସକ୍ଷମ ହୋଇପାରୁନି। ଘରେ ଘରେ ଚାଇନା ସାମଗ୍ରୀର ବହୁଳ ପ୍ରୟୋଗ ହେଉଥିବାବେଳେ ସରକାର ଲୋକଙ୍କୁ ଚାଇନା ସାମଗ୍ରୀ ବହିଷ୍କାର କରିବାକୁ କହିଦେଲେ ଦାୟିତ୍ୱ ସରିଗଲା ବୋଲି ଭାବିବା ଭୁଲ। କାରଣ ସରକାରଙ୍କ ପ୍ରତିପକ୍ଷ ସହଯୋଗ ବିନା ବିଦେଶୀ ସାମଗ୍ରୀ ଦେଶର ବଜାରରେ ଉପଲବ୍ଧ ହେବା ଅସମ୍ଭବ। ଶତପ୍ରତିଶତ ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗର ଯୁଗରେ ଆତ୍ମନିିର୍ଭର ହେବା କିପରି ସମ୍ଭବ ହେବ। ବ୍ୟବସାୟ ପ୍ରତିଷ୍ଠାନ ପଞ୍ଜୀକରଣଠାରୁ ସଂସ୍ଥାଟିକୁ ବନ୍ଦ କରିବା ପଦ୍ଧତି ଅଧିକ ଜଟିଳ ହୋଇପଡିଛି। ତେଣୁ ସରକାରଙ୍କୁ ବ୍ୟବସାୟ ପ୍ରତିଷ୍ଠାନ ପଞ୍ଜୀକରଣ ଓ ଅନୁପାଳନ ପଦ୍ଧତିର ସରଳୀକରଣ କରିବାକୁ ପଡ଼ିବ, ଏହା ଦେଶକୁ ଆତ୍ମନିର୍ଭର ହେବାରେ ସହାୟକ ହେବ।
ଏ ତ ଗଲା ସରକାରଙ୍କ କଥା, ଖାଲି ସରକାରଙ୍କୁ ଦୋଷ ଦେଲେ କିଛି ଲାଭ ହେବନି। ଏବେ ଆସନ୍ତୁ ଜାଣିବା ସାଧାରଣ ନାଗରିକ ହିସାବରେ ଆମେ କ’ଣ କରିପାରିବା। ସରକାରୀ ଯୋଜନାଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ନର୍ଭରଶୀଳ ହୋଇ ବସିରହିବା କିମ୍ବା ନିଜକୁ ସ୍ବାବଲମ୍ବୀ କରିବାକୁ ଚେଷ୍ଟା ନ କରିବା ମୂର୍ଖାମିର ପରିଚୟ। ନିଜର ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଘରୋଇ ଉତ୍ପାଦନ ଉପରେ ଧ୍ୟାନ ଦେଲେ ବଜ଼ାର ଉପରେ ନିର୍ଭରତା କମିବ। କୃଷି ଓ କୁଟୀରଶିଳ୍ପ, ଯାହାକୁ ଭାରତର ଅର୍ଥନୈତିକ ମେରୁଦଣ୍ଡ ବୋଲି କୁହାଯାଏ, ତାହା ଏବେ ଅବହେଳିତ। ଆତ୍ମନିର୍ଭର ହେବା ଅତ୍ୟନ୍ତ ଜରୁରୀ। ସମ୍ପ୍ରତି କରୋନା ମହାମାରୀ ଆମମାନଙ୍କୁ ସ୍ବଳ୍ପ ସଂସାଧନରେ ବଞ୍ଚିବା ଶିଖାଇ ସାରିଛି। ଅଯଥା ବିଦେଶୀ ସାମଗ୍ରୀର ବ୍ୟବହାର ପରିବର୍ତ୍ତେ ସ୍ବଦେଶୀ ଜ୍ଞାନକୌଶଳରେ ଅତ୍ୟାବଶ୍ୟକ ଉତ୍ପାଦଗୁଡ଼ିକର ଉତ୍ପାଦନ ତଥା ବହୁଳ ବ୍ୟବହାର ଦେଶର ଅଥର୍ର୍ନୀତିକୁ ଦୃଢ଼ କରିବାରେ ସାହାଯ୍ୟ କରିବ। ଯେପରି ଗାଡ଼ିମୋଟରର ବହୁଳ ବ୍ୟବହାର ପରିବର୍ତ୍ତେ ସାଇକେଲର ବ୍ୟବହାର ତୈଳଦର ବୃଦ୍ଧିକୁ ପ୍ରଭାବଶୂନ୍ୟ କରିପାରେ ସେପରି ସ୍ବଦେଶୀ ଜୀବନଚର୍ଯ୍ୟା ଅଯଥା ବିଦେଶୀ ସାମଗ୍ରୀ ଉପରେ ନିର୍ଭରତାକୁ କମ୍‌ କରିଦେଇପାରେ। ଗ୍ରାମୀଣ ସ୍ତରରେ କୁଟୀରଶିଳ୍ପ ତଥା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପମାନ ଗଢ଼ିଉଠିଲେ ବଜାରରେ ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକର ଚାହିଦା କମିଯିବ। ଯୁବକମାନେ ଆତ୍ମନିିର୍ଭର ହେବା ସହ ଦେଶର ପ୍ରଗତିରେ ଭାଗୀଦାର ହୋଇପାରିବେ। ତେଣୁ ମୁଁ ଆଉଥରେ କହି ରଖିବାକୁ ଚାହେଁ ଦେଶର ଅର୍ଥନୀତିକୁ ବାଟକୁ ଆଣିବା ମୋଦିଙ୍କ ହାତରେ ନୁହେଁ ଆମମାନଙ୍କ ହାତରେ ଅଛି।
ସୂଚନା ପ୍ରଯୁକ୍ତିବିତ୍‌, ସିଙ୍ଗାପୁର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri