ବିଷ ବଳୟ ଓ ବିଶ୍ୱ

ଅଲେଖ ଚନ୍ଦ୍ର ସାମଲ

ଓଡ଼ିଶାର ଜନଜୀବନର ଦର୍ପଣ ଭାବେ ନିଜର ସ୍ବତଃ ପ୍ରତିଷ୍ଠା ପାଇପାରିଥିବା ପ୍ରମୁଖ ଖବରକାଗଜ ନିରପେକ୍ଷ, ନିର୍ଭୀକ, ଦୈନିକ ‘ଧରିତ୍ରୀ’ କିଛି ମାସ ତଳୁ ସମାଜରେ ପ୍ଲାଷ୍ଟିକର ବ୍ୟବହାରକୁ ମୂଳୋପତ୍ାଟନ କରିବା ପାଇଁ ସମସ୍ତଙ୍କ ଭିତରେ ଏକ ଭାବଗତ ଆହ୍ବାନ ସୃଷ୍ଟି କରିଥିଲା। ପ୍ରତିଦିନ ଶହ ଶହ ପାଠକ କେବଳ ଖବରକାଗଜରେ ତିଆରି ବିଭିନ୍ନ ଆକର୍ଷଣୀୟ ବ୍ୟାଗ୍‌ ପ୍ରସ୍ତୁତ କରି ‘ଧରିତ୍ରୀ’କୁ ପଠାଉଥିଲେ, ଯାହାଦ୍ୱାରା ପ୍ଲାଷ୍ଟିକ ବିରୁଦ୍ଧରେ ଧରିତ୍ରୀର ଅଭିଯାନ ବେଶ୍‌ ଲୋକପ୍ରିୟ ମଧ୍ୟ ହୋଇପାରିଥିଲା। ଆମେ ଦୋକାନରୁ କିଛି କିଣିବା ପରେ, ସାଧାରଣତଃ ଦୋକାନୀ ପ୍ଲାଷ୍ଟିକ ବା ପଲିଥିନ୍‌ ମୁଣାରେ, ଜିନିଷ ବଢ଼ାଇଦିଏ। ଘରକୁ ଫେରି ଜିନିଷ ସାଇତିବା ପରେ ଆମେ ମୁଣାକୁ ଫୋପାଡ଼ିଦେଉ। ଅର୍ଥାତ୍‌ ଅଳ୍ପ କିଛି ସମୟ ଭିତରେ ଆମେ ମୁଣାଠାରୁ ମୁକ୍ତି ପାଇଯାଉ। କିନ୍ତୁ ନା ପ୍ରକୃତରେ ଆମେ ମୁକ୍ତି ପାଉନା। କାରଣ ଗୋଟିଏ ପଲିଥିନ ମୁଣା ସଂପୂର୍ଣ୍ଣ ଭାବେ ମାଟିରେ ମିଶିବା ପାଇଁ ଶହେରୁ ପାଞ୍ଚ ଶହ ବର୍ଷ ଲାଗିଯାଏ। ଆଉ ଏହି ଲମ୍ବା ସମୟ ମଧ୍ୟରେ ଏହା ପରିବେଶର କ୍ଷତି କରିଚାଲେ। ଏଣୁ ପରିବେଶର ସୁରକ୍ଷା ବାବଦରେ ସଚେତନତା ସୃଷ୍ଟି ନିମନ୍ତେ ଆସନ୍ତୁ ପଲିଥିନ୍‌ ମୁଣା ବ୍ୟବହାର ନ କରିବା ପାଇଁ ଶପଥ ନେବା ଏବଂ ସର୍ବଦା ପୁନଃ ବ୍ୟବହାରଯୋଗ୍ୟ ମୁଣା ବ୍ୟବହାର କରିବା। ଉଲ୍ଲେଖଯୋଗ୍ୟ ଯେ, ସଂପ୍ରତି ସାରା ବିଶ୍ୱରେ ବାର୍ଷିକ ପ୍ରାୟ ପଚାଶ ହଜାର କୋଟି ପଲିଥିନ ମୁଣା ଫୋପଡ଼ା ଯାଉଛି। ଏହାର ଅର୍ଦ୍ଧେକ କୌଣସି ନା କୌଣସି ବାଟରେ ସମୁଦ୍ରକୁ ଯାଉଛି। ଏହାର ଏକ କୁପରିଣାମ ସ୍ବରୂପ ବାର୍ଷିକ ଦଶ ଲକ୍ଷ ସାମୁଦ୍ରିକ ପକ୍ଷୀ ଏବଂ ଏକ ଲକ୍ଷ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀଙ୍କ ଅକାଳ ମୃତ୍ୟୁ ଘଟୁଛି। ମଣିଷ ମଧ୍ୟ ଏହା କବଳରୁ ମୁକ୍ତ ନୁହେଁ। ତେୟାନବେ ପ୍ରତିଶତ ଆମେରିକାନ୍‌ଙ୍କ ଶରୀରରେ ବିସ୍‌ଫିନୋଲ ଏ (ପ୍ଲାଷ୍ଟିକ୍‌ ତିଆରିରେ ବ୍ୟବହୃତ ରାସାୟନିକ) ଠାବ କରାଯାଇଥିବା ଏହାର ପ୍ରମାଣ। ଏହାଦ୍ୱାରା ହରମୋନ ଭାରସାମ୍ୟ ନଷ୍ଟ ହେଉଛି।
ସମଗ୍ର ବିଶ୍ୱ ଏକ ବିଷ ବଳୟ ମଧ୍ୟକୁ ଟାଣି ହୋଇଯାଉଥିବା ସ୍ପଷ୍ଟ ଅନୁମେୟ ହେଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୫୦ ବେଳକୁ ବିଶ୍ୱରେ ୨.୫ ନିୟୁତ ଟନ ପ୍ଲାଷ୍ଟିକଜନିତ ବର୍ଜ୍ୟ ଗଚ୍ଛିତ ଥିଲା। ୨୦୧୮ରେ ଏହା ୬୦୦ ନିୟୁତ ଟନ୍‌ରୁ ଅଧିକ ବୋଲି ସର୍ବେକ୍ଷଣ କରାଯାଇଛି। ସମ୍ପ୍ରତି ସମୁଦ୍ରରେ ୫ ଟ୍ରିଲିୟନ ପ୍ଲାଷ୍ଟିକ ରହିଛି। ବିଶ୍ୱରେ ଗୋଟିଏ ମିନିଟରେ ୧ ନିୟୁତ ପ୍ଲାଷ୍ଟିକ ବୋତଲ ଫିଙ୍ଗାଯାଉଛି। କିନ୍ତୁ ୫୦ ମାଇକ୍ରନ ଘନତ୍ୱର ପ୍ଲାଷ୍ଟିକ କ୍ଷୟ ହେବା ପାଇଁ ୪୦୦ରୁ ୪୦୦୦ ବର୍ଷ ସମୟ ଲାଗିଥାଏ। ପ୍ଲାଷ୍ଟିକ ନିର୍ଭରଶୀଳ ଜୀବନଶୈଳୀ ପରିହାର ଏକାନ୍ତ ଆବଶ୍ୟକ। ଓଡ଼ିଶାରେ ଅକ୍ଟୋବର ୨ରୁ ଓଡ଼ିଶା ପଲିଥିନ୍‌ ନନ୍‌ବାୟୋଡିଗ୍ରେଡେବୁଲ କଣ୍ଟ୍ରୋଲ ଆକ୍ଟ- ୨୦୧୮ ପ୍ରଣୟନ ହୋଇଛି। ଏହି ଅନୁଯାୟୀ ଛୋଟ ପ୍ଲାଷ୍ଟିକ ବୋତଲ ୨୦୦ ମିଲି, ୫୦୦ ମିଲି ପାଣି ବୋତଲ, ପାଣି ପାଉଚ, ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବାର ବ୍ୟବସ୍ଥା ରହିଛି। ସେହିପରି ଥର୍ମୋକୁଲ ଓ ପିଭିସି ବ୍ୟବହାରକୁ ନିଷିଦ୍ଧ କରାଯିବାର ବ୍ୟବସ୍ଥା ପ୍ରଶାସନ ଆଗକୁ କରିବାକୁ ଯାଉଛି। ଏହାର ଖିଲାପ କଲେ ଫୌଜଦାରି ମକଦ୍ଦମା ରୁଜୁ କରାଯିବା ସହିତ ଦଣ୍ଡ ବ୍ୟବସ୍ଥା କରାଯିବ ବୋଲି ସରକାର ନିଷ୍ପତ୍ତି ନେଉଛନ୍ତି। ତେବେ ଆଇନ କିମ୍ବା ଦଣ୍ଡ ବ୍ୟବସ୍ଥା କରିଦେଲେ ପରିସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିଯିବ ବୋଲି ଭାବିବା ଉଚିତ ନୁହେଁ। କାରଣ ଯେ ପର୍ଯ୍ୟନ୍ତ ଲୋକେ ନିଜେ ସଚେତନ ନ ହୋଇଛନ୍ତି ସମଗ୍ର ଜୀବଜଗତ ପ୍ରତି ବିପଦକୁ ଟାଳି ହେବନାହିଁ।
ବାସ୍ତବ କଥା ହେଉଛି ପ୍ଲାଷ୍ଟିକ ଜିନିଷ ବହୁତ ଶସ୍ତା, ସୁନ୍ଦର ମଜଭୁତ ହୋଇଥିବାରୁ ଲୋକେ ଏହାକୁ ଆପଣେଇ ନେଇଛନ୍ତି। ୨୦୫୦ ସୁଦ୍ଧା ପ୍ରତ୍ୟେକ ବର୍ଷ ୮ ମିଲିୟନ ଟନ୍‌ ପ୍ଲାଷ୍ଟିକ ସମୁଦ୍ରକୁ ଫିଙ୍ଗା ଚାଲିବ ବୋଲି ଏକ ଆକଳନ କରାଯାଉଛି। ଅଧିକାଂଶ ଜାଣି ନ ଥିବେ ବ୍ରହ୍ମାଣ୍ଡରେ ଯେତିକି ଗ୍ରହ ନକ୍ଷତ୍ର ଅଛନ୍ତି ତାହାଠାରୁ ୫୦୦ ଗୁଣ ଅଧିକ ପ୍ଲାଷ୍ଟିକ ଏବେ ସମୁଦ୍ରରେ ମହଜୁଦ ଅଛି। ଆଶ୍ଚର୍ଯ୍ୟର କଥା, ଯେଉଁଠାରେ ଲୋକ ନାହାନ୍ତି ସେଠାରେ ମଧ୍ୟ ପ୍ଲାଷ୍ଟିକ ପ୍ରଦୂଷଣ ଦେଖାଯାଇଛି। ପ୍ଲାଷ୍ଟିକରୁ ପଲିଷ୍ଟାୟୋରିନ୍‌ ନାମକ ଏକ ବିଷାକ୍ତ ପଦାର୍ଥ ନିର୍ଗତ ହେଉଛି। ତାହାର ପ୍ରାଦୁର୍ଭାବ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଦେଖାଦେଉଛି। ତେଣୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ଏକାନ୍ତ ଆବଶ୍ୟକ। ରାଜ୍ୟ ସରକାରଙ୍କ ପ୍ଲାଷ୍ଟିକମୁକ୍ତ କାର୍ଯ୍ୟକ୍ରମକୁ ସମସ୍ତେ ଗ୍ରହଣ କରିବା ଉଚିତ। ଏନ୍‌ଜିଟିରେ ବିଭିନ୍ନ ସମୟରେ ପରିବେଶ ଓ ପ୍ରଦୂଷଣକୁ ନେଇ ମାମଲା ଦାଏର କରୁଥିବା ଜନୈକ ଆଇନଜୀବୀଙ୍କ କହିବା ଅନୁଯାୟୀ ଆମେ ଇତିମଧ୍ୟରେ ଏନଜିଟିରେ ପ୍ଲାଷ୍ଟିକକୁ ନେଇ ଦୁଇଟି ପିଟିଶନ ଦାଖଲ କରିଛୁ। ଗୋଟିଏ କୋରାପୁଟର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଓ ଅନ୍ୟଟି ହେଉଛି ସୁବର୍ଣ୍ଣପୁର ପୌରପରିଷଦ ବିରୋଧରେ। ଗୁପ୍ତେଶ୍ୱର ମାମଲାରେ ଏନ୍‌ଜିଟି ସେଠାରେ ପ୍ଲାଷ୍ଟିକ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ଆଦେଶ ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଉକ୍ତ ଆଦେଶକୁ କାର୍ଯ୍ୟକାରୀ କରି ନାହାନ୍ତି। ଏହାବାଦ ସରକାର ଗଠନ କରିଥିବା ରାଜ୍ୟସ୍ତରୀୟ ତଦାରଖ କମିଟିର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ନେଇ ବୈଧାନିକ ବୈଠକ ନିୟମିତ ଭାବେ ବସୁ ନାହିଁ। ତେଣୁ ସରକାରଙ୍କ ପ୍ଲାଷ୍ଟିକମୁକ୍ତ ଅଭିଯାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁରୀ, କୋଣାର୍କ, ଭିତରକନିକା, ନନ୍ଦନକାନନ, ଚିଲିକା ଆଦି ଅଞ୍ଚଳକୁ ପ୍ଲାଷ୍ଟିକମୁକ୍ତ ଅଞ୍ଚଳ କରିବା ପାଇଁ ୨୦୦୨ରୁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଥିବାବେଳେ ତାହାର ସଫଳ ରୂପାୟନ ହୋଇପାରିନାହିଁ। ତେଣୁ ସରକାର ଏ ସମ୍ପର୍କରେ ଯେପର୍ଯ୍ୟନ୍ତ କଠୋର ହୋଇ ନାହାନ୍ତି ସେ ପର୍ଯ୍ୟନ୍ତ ଏହି ଆଇନର କାର୍ଯ୍ୟକାରିତା ପ୍ରଶ୍ନବାଚୀ ମଧ୍ୟରେ ରହିବ।

ପୂର୍ବତନ ଡିଏଫ୍‌ଓ (କେନ୍ଦୁଲିଫ୍‌), ଜୟପୁର ଡିଭିଜନ, କୋରାପୁଟ, ମୋ: ୯୪୩୭୨୫୭୧୨୩


Enter your email to get our daily news in your inbox.

All Right Reserved By Dharitri.Com

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri