ବିଷ ବଳୟ ଓ ବିଶ୍ୱ

ଅଲେଖ ଚନ୍ଦ୍ର ସାମଲ

ଓଡ଼ିଶାର ଜନଜୀବନର ଦର୍ପଣ ଭାବେ ନିଜର ସ୍ବତଃ ପ୍ରତିଷ୍ଠା ପାଇପାରିଥିବା ପ୍ରମୁଖ ଖବରକାଗଜ ନିରପେକ୍ଷ, ନିର୍ଭୀକ, ଦୈନିକ ‘ଧରିତ୍ରୀ’ କିଛି ମାସ ତଳୁ ସମାଜରେ ପ୍ଲାଷ୍ଟିକର ବ୍ୟବହାରକୁ ମୂଳୋପତ୍ାଟନ କରିବା ପାଇଁ ସମସ୍ତଙ୍କ ଭିତରେ ଏକ ଭାବଗତ ଆହ୍ବାନ ସୃଷ୍ଟି କରିଥିଲା। ପ୍ରତିଦିନ ଶହ ଶହ ପାଠକ କେବଳ ଖବରକାଗଜରେ ତିଆରି ବିଭିନ୍ନ ଆକର୍ଷଣୀୟ ବ୍ୟାଗ୍‌ ପ୍ରସ୍ତୁତ କରି ‘ଧରିତ୍ରୀ’କୁ ପଠାଉଥିଲେ, ଯାହାଦ୍ୱାରା ପ୍ଲାଷ୍ଟିକ ବିରୁଦ୍ଧରେ ଧରିତ୍ରୀର ଅଭିଯାନ ବେଶ୍‌ ଲୋକପ୍ରିୟ ମଧ୍ୟ ହୋଇପାରିଥିଲା। ଆମେ ଦୋକାନରୁ କିଛି କିଣିବା ପରେ, ସାଧାରଣତଃ ଦୋକାନୀ ପ୍ଲାଷ୍ଟିକ ବା ପଲିଥିନ୍‌ ମୁଣାରେ, ଜିନିଷ ବଢ଼ାଇଦିଏ। ଘରକୁ ଫେରି ଜିନିଷ ସାଇତିବା ପରେ ଆମେ ମୁଣାକୁ ଫୋପାଡ଼ିଦେଉ। ଅର୍ଥାତ୍‌ ଅଳ୍ପ କିଛି ସମୟ ଭିତରେ ଆମେ ମୁଣାଠାରୁ ମୁକ୍ତି ପାଇଯାଉ। କିନ୍ତୁ ନା ପ୍ରକୃତରେ ଆମେ ମୁକ୍ତି ପାଉନା। କାରଣ ଗୋଟିଏ ପଲିଥିନ ମୁଣା ସଂପୂର୍ଣ୍ଣ ଭାବେ ମାଟିରେ ମିଶିବା ପାଇଁ ଶହେରୁ ପାଞ୍ଚ ଶହ ବର୍ଷ ଲାଗିଯାଏ। ଆଉ ଏହି ଲମ୍ବା ସମୟ ମଧ୍ୟରେ ଏହା ପରିବେଶର କ୍ଷତି କରିଚାଲେ। ଏଣୁ ପରିବେଶର ସୁରକ୍ଷା ବାବଦରେ ସଚେତନତା ସୃଷ୍ଟି ନିମନ୍ତେ ଆସନ୍ତୁ ପଲିଥିନ୍‌ ମୁଣା ବ୍ୟବହାର ନ କରିବା ପାଇଁ ଶପଥ ନେବା ଏବଂ ସର୍ବଦା ପୁନଃ ବ୍ୟବହାରଯୋଗ୍ୟ ମୁଣା ବ୍ୟବହାର କରିବା। ଉଲ୍ଲେଖଯୋଗ୍ୟ ଯେ, ସଂପ୍ରତି ସାରା ବିଶ୍ୱରେ ବାର୍ଷିକ ପ୍ରାୟ ପଚାଶ ହଜାର କୋଟି ପଲିଥିନ ମୁଣା ଫୋପଡ଼ା ଯାଉଛି। ଏହାର ଅର୍ଦ୍ଧେକ କୌଣସି ନା କୌଣସି ବାଟରେ ସମୁଦ୍ରକୁ ଯାଉଛି। ଏହାର ଏକ କୁପରିଣାମ ସ୍ବରୂପ ବାର୍ଷିକ ଦଶ ଲକ୍ଷ ସାମୁଦ୍ରିକ ପକ୍ଷୀ ଏବଂ ଏକ ଲକ୍ଷ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀଙ୍କ ଅକାଳ ମୃତ୍ୟୁ ଘଟୁଛି। ମଣିଷ ମଧ୍ୟ ଏହା କବଳରୁ ମୁକ୍ତ ନୁହେଁ। ତେୟାନବେ ପ୍ରତିଶତ ଆମେରିକାନ୍‌ଙ୍କ ଶରୀରରେ ବିସ୍‌ଫିନୋଲ ଏ (ପ୍ଲାଷ୍ଟିକ୍‌ ତିଆରିରେ ବ୍ୟବହୃତ ରାସାୟନିକ) ଠାବ କରାଯାଇଥିବା ଏହାର ପ୍ରମାଣ। ଏହାଦ୍ୱାରା ହରମୋନ ଭାରସାମ୍ୟ ନଷ୍ଟ ହେଉଛି।
ସମଗ୍ର ବିଶ୍ୱ ଏକ ବିଷ ବଳୟ ମଧ୍ୟକୁ ଟାଣି ହୋଇଯାଉଥିବା ସ୍ପଷ୍ଟ ଅନୁମେୟ ହେଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୫୦ ବେଳକୁ ବିଶ୍ୱରେ ୨.୫ ନିୟୁତ ଟନ ପ୍ଲାଷ୍ଟିକଜନିତ ବର୍ଜ୍ୟ ଗଚ୍ଛିତ ଥିଲା। ୨୦୧୮ରେ ଏହା ୬୦୦ ନିୟୁତ ଟନ୍‌ରୁ ଅଧିକ ବୋଲି ସର୍ବେକ୍ଷଣ କରାଯାଇଛି। ସମ୍ପ୍ରତି ସମୁଦ୍ରରେ ୫ ଟ୍ରିଲିୟନ ପ୍ଲାଷ୍ଟିକ ରହିଛି। ବିଶ୍ୱରେ ଗୋଟିଏ ମିନିଟରେ ୧ ନିୟୁତ ପ୍ଲାଷ୍ଟିକ ବୋତଲ ଫିଙ୍ଗାଯାଉଛି। କିନ୍ତୁ ୫୦ ମାଇକ୍ରନ ଘନତ୍ୱର ପ୍ଲାଷ୍ଟିକ କ୍ଷୟ ହେବା ପାଇଁ ୪୦୦ରୁ ୪୦୦୦ ବର୍ଷ ସମୟ ଲାଗିଥାଏ। ପ୍ଲାଷ୍ଟିକ ନିର୍ଭରଶୀଳ ଜୀବନଶୈଳୀ ପରିହାର ଏକାନ୍ତ ଆବଶ୍ୟକ। ଓଡ଼ିଶାରେ ଅକ୍ଟୋବର ୨ରୁ ଓଡ଼ିଶା ପଲିଥିନ୍‌ ନନ୍‌ବାୟୋଡିଗ୍ରେଡେବୁଲ କଣ୍ଟ୍ରୋଲ ଆକ୍ଟ- ୨୦୧୮ ପ୍ରଣୟନ ହୋଇଛି। ଏହି ଅନୁଯାୟୀ ଛୋଟ ପ୍ଲାଷ୍ଟିକ ବୋତଲ ୨୦୦ ମିଲି, ୫୦୦ ମିଲି ପାଣି ବୋତଲ, ପାଣି ପାଉଚ, ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବାର ବ୍ୟବସ୍ଥା ରହିଛି। ସେହିପରି ଥର୍ମୋକୁଲ ଓ ପିଭିସି ବ୍ୟବହାରକୁ ନିଷିଦ୍ଧ କରାଯିବାର ବ୍ୟବସ୍ଥା ପ୍ରଶାସନ ଆଗକୁ କରିବାକୁ ଯାଉଛି। ଏହାର ଖିଲାପ କଲେ ଫୌଜଦାରି ମକଦ୍ଦମା ରୁଜୁ କରାଯିବା ସହିତ ଦଣ୍ଡ ବ୍ୟବସ୍ଥା କରାଯିବ ବୋଲି ସରକାର ନିଷ୍ପତ୍ତି ନେଉଛନ୍ତି। ତେବେ ଆଇନ କିମ୍ବା ଦଣ୍ଡ ବ୍ୟବସ୍ଥା କରିଦେଲେ ପରିସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିଯିବ ବୋଲି ଭାବିବା ଉଚିତ ନୁହେଁ। କାରଣ ଯେ ପର୍ଯ୍ୟନ୍ତ ଲୋକେ ନିଜେ ସଚେତନ ନ ହୋଇଛନ୍ତି ସମଗ୍ର ଜୀବଜଗତ ପ୍ରତି ବିପଦକୁ ଟାଳି ହେବନାହିଁ।
ବାସ୍ତବ କଥା ହେଉଛି ପ୍ଲାଷ୍ଟିକ ଜିନିଷ ବହୁତ ଶସ୍ତା, ସୁନ୍ଦର ମଜଭୁତ ହୋଇଥିବାରୁ ଲୋକେ ଏହାକୁ ଆପଣେଇ ନେଇଛନ୍ତି। ୨୦୫୦ ସୁଦ୍ଧା ପ୍ରତ୍ୟେକ ବର୍ଷ ୮ ମିଲିୟନ ଟନ୍‌ ପ୍ଲାଷ୍ଟିକ ସମୁଦ୍ରକୁ ଫିଙ୍ଗା ଚାଲିବ ବୋଲି ଏକ ଆକଳନ କରାଯାଉଛି। ଅଧିକାଂଶ ଜାଣି ନ ଥିବେ ବ୍ରହ୍ମାଣ୍ଡରେ ଯେତିକି ଗ୍ରହ ନକ୍ଷତ୍ର ଅଛନ୍ତି ତାହାଠାରୁ ୫୦୦ ଗୁଣ ଅଧିକ ପ୍ଲାଷ୍ଟିକ ଏବେ ସମୁଦ୍ରରେ ମହଜୁଦ ଅଛି। ଆଶ୍ଚର୍ଯ୍ୟର କଥା, ଯେଉଁଠାରେ ଲୋକ ନାହାନ୍ତି ସେଠାରେ ମଧ୍ୟ ପ୍ଲାଷ୍ଟିକ ପ୍ରଦୂଷଣ ଦେଖାଯାଇଛି। ପ୍ଲାଷ୍ଟିକରୁ ପଲିଷ୍ଟାୟୋରିନ୍‌ ନାମକ ଏକ ବିଷାକ୍ତ ପଦାର୍ଥ ନିର୍ଗତ ହେଉଛି। ତାହାର ପ୍ରାଦୁର୍ଭାବ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଦେଖାଦେଉଛି। ତେଣୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ଏକାନ୍ତ ଆବଶ୍ୟକ। ରାଜ୍ୟ ସରକାରଙ୍କ ପ୍ଲାଷ୍ଟିକମୁକ୍ତ କାର୍ଯ୍ୟକ୍ରମକୁ ସମସ୍ତେ ଗ୍ରହଣ କରିବା ଉଚିତ। ଏନ୍‌ଜିଟିରେ ବିଭିନ୍ନ ସମୟରେ ପରିବେଶ ଓ ପ୍ରଦୂଷଣକୁ ନେଇ ମାମଲା ଦାଏର କରୁଥିବା ଜନୈକ ଆଇନଜୀବୀଙ୍କ କହିବା ଅନୁଯାୟୀ ଆମେ ଇତିମଧ୍ୟରେ ଏନଜିଟିରେ ପ୍ଲାଷ୍ଟିକକୁ ନେଇ ଦୁଇଟି ପିଟିଶନ ଦାଖଲ କରିଛୁ। ଗୋଟିଏ କୋରାପୁଟର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଓ ଅନ୍ୟଟି ହେଉଛି ସୁବର୍ଣ୍ଣପୁର ପୌରପରିଷଦ ବିରୋଧରେ। ଗୁପ୍ତେଶ୍ୱର ମାମଲାରେ ଏନ୍‌ଜିଟି ସେଠାରେ ପ୍ଲାଷ୍ଟିକ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ଆଦେଶ ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଉକ୍ତ ଆଦେଶକୁ କାର୍ଯ୍ୟକାରୀ କରି ନାହାନ୍ତି। ଏହାବାଦ ସରକାର ଗଠନ କରିଥିବା ରାଜ୍ୟସ୍ତରୀୟ ତଦାରଖ କମିଟିର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ନେଇ ବୈଧାନିକ ବୈଠକ ନିୟମିତ ଭାବେ ବସୁ ନାହିଁ। ତେଣୁ ସରକାରଙ୍କ ପ୍ଲାଷ୍ଟିକମୁକ୍ତ ଅଭିଯାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁରୀ, କୋଣାର୍କ, ଭିତରକନିକା, ନନ୍ଦନକାନନ, ଚିଲିକା ଆଦି ଅଞ୍ଚଳକୁ ପ୍ଲାଷ୍ଟିକମୁକ୍ତ ଅଞ୍ଚଳ କରିବା ପାଇଁ ୨୦୦୨ରୁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଥିବାବେଳେ ତାହାର ସଫଳ ରୂପାୟନ ହୋଇପାରିନାହିଁ। ତେଣୁ ସରକାର ଏ ସମ୍ପର୍କରେ ଯେପର୍ଯ୍ୟନ୍ତ କଠୋର ହୋଇ ନାହାନ୍ତି ସେ ପର୍ଯ୍ୟନ୍ତ ଏହି ଆଇନର କାର୍ଯ୍ୟକାରିତା ପ୍ରଶ୍ନବାଚୀ ମଧ୍ୟରେ ରହିବ।

ପୂର୍ବତନ ଡିଏଫ୍‌ଓ (କେନ୍ଦୁଲିଫ୍‌), ଜୟପୁର ଡିଭିଜନ, କୋରାପୁଟ, ମୋ: ୯୪୩୭୨୫୭୧୨୩


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?