Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ

ସାଉଥାମ୍ପଟନ, ୯ା୭(ଏପି)-  କରୋନା ଭାଇରସ୍‌ ସଂକ୍ରମଣ ଜନିତ କାରଣରୁ ଦୀର୍ଘ ୪ ମାସର ବ୍ରେକ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟ ଫେରିଛି। ବୁଧବାରଠାରୁ ସ୍ଥାନୀୟ ଏଜାସ ବାଓଲ ଷ୍ଟାଡିୟମରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଛି ପ୍ରଥମ କ୍ରିକେଟ ଟେଷ୍ଟ। ମ୍ୟାଚ ଆରମ୍ଭ ପୂର୍ବରୁ ବ୍ଲାକ୍‌ ଲାଇଭ୍ସ ମ୍ୟାଟର ଆନ୍ଦୋଳନକୁ ସମର୍ଥନ ଜଣାଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଦଳର ଖେଳାଳିମାନେ ଗୋଟିଏ ଆଣ୍ଠୁକୁ ତଳେ ଲଗାଇଥିଲେ। ଉଭୟ ଦଳର ଖେଳାଳିମାନେ ପିନ୍ଧିଥିବା ଟି-ଶାର୍ଟର କଲରରେ ମଧ୍ୟ ବ୍ଲାକ୍‌ ଲାଇଭ୍ସ ମ୍ୟାଟର ଲୋଗୋ ଲଗାଯାଇଛି। ଉଭୟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ଏକାଧିକଥର କୋଭିଡ-୧୯ ଟେଷ୍ଟ କରାଯିବାପରେ ଜୈବ-ସୁରକ୍ଷିତ ପରିବେଶରେ ବିନା ଦର୍ଶକରେ ଏହି ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହେଉଛି। ପ୍ରକାଶ ଯୋଗ୍ୟ ଯେ, ଗତ ମାସରେ ଇଂଲଣ୍ଡରେ ପ୍ରିମିୟର ଲିଗ୍‌ ଫୁଟବଲ ଆରମ୍ଭ ହେବା ସମୟରେ ମଧ୍ୟ ଆଣ୍ଠୁ ତଳେ ଲଗାଇବା ପ୍ରକ୍ରିୟା ଦେଖିବାକୁ ମିଳିଥିଲା। କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଏବଂ ଗତ ସପ୍ତାହରେ ପରଲୋକ ଗମନ କରିଥିବା ଓ୍ବେଷ୍ଟଇଣ୍ଡିଜ କ୍ରିକେଟ କିମ୍ବଦନ୍ତୀ ଏଭର୍ଟନ ଓ୍ବିକ୍ସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଖେଳ ଆରମ୍ଭ ପୂର୍ବରୁ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା।
ହାଲ୍‌କା ବର୍ଷା ଏବଂ ଆଉଟ୍‌ଫିଲ୍ଡ ଓଦା ଯୋଗୁ ମ୍ୟାଚ ୩ ଘଣ୍ଟା ବିଳମ୍ବରେ ଆମ୍ଭ ହୋଇଥିଲା। ଇଂଲଣ୍ଡର କାମଚଳା ଅଧିନାୟକ ବେନ୍‌ ଷ୍ଟୋକ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ଟସ୍‌ ପରେ ଷ୍ଟୋକ୍ସ କିଛି ସମୟ ପାଇଁ ସାମାଜିକ ଦୂରତ୍ୱ କଥାକୁ ଭୁଲିଯାଇ ପ୍ରତିପକ୍ଷ ଅଧିନାୟକ ଜାସନ ହୋଲ୍ଡରଙ୍କ ସହ ହାତ ମିଳାଇବାକୁ ଯାଇଥିଲେ। ହୋଲ୍ଡର ହାତ ଦୂରେଇ ନେବାରୁ ଉଭୟ ଅଲରାଉଣ୍ଡର ହସିଥିଲେ। ଦୀର୍ଘଦିନଧରି ଇଂଲଣ୍ଡ ଦଳର ନିୟମିତ ସଦସ୍ୟ ରହି ଆସିଥିବା ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ବାଦ୍‌ ଦେଇ ଷ୍ଟୋକ୍ସ ମ୍ୟାଚକୁ ଓହ୍ଲାଇଥିଲେ। ପ୍ରଥମ ଓଭରକୁ କେମର ରୋଚ୍‌ ମେଡେନ ନେବାପରେ ଦ୍ୱିତୀୟ ଓଭର ବୋଲିଂ କରିଥିବା ଶାନନ ଗାବ୍ରିଏଲ ୪ର୍ଥ ବଲ୍‌ରେ ଇଂଲଣ୍ଡ ଓପନର ଡମ୍‌ ସିବ୍‌ଲେଙ୍କୁ କ୍ଲିନ ବୋଲ୍ଡ କରି ଘରୋଇ ଦଳକୁ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ। ଫଳରେ ଇଂଲଣ୍ଡ ଖାତା ଖୋଲିବା ପୂର୍ବରୁ ପ୍ରଥମ ଉଇକେଟ ହରାଇଥିଲା। ୩ ଓଭରରେ ୧ ରନ, ୪.୧ ଓଭର ବେଳକୁ ୩ ରନ ଏବଂ ୧୭.୪ ଓଭରରେ ୩୫ ରନ ହୋଇଥିବାବେଳେ ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri