ଆସ ଛେଳିଫାର୍ମ କରିବା

ଡ. ପ୍ରମୋଦ କୁମାର ପଣ୍ଡା

 

ପାଠକ ବନ୍ଧୁ! ପ୍ରସଙ୍ଗଟି ନିଶ୍ଚୟ ଆପଣମାନଙ୍କୁ ଚକିତ କରୁଥିବ। ଆମ ଓଡ଼ିଆଙ୍କର ଯେତେପ୍ରକାର ଆମିଷ ଖାଦ୍ୟ ଅଛି, ସେଥିମଧ୍ୟରୁ ରାଜା ହେଉଛି ମାଂସ ତରକାରି ବା ଛେଳି ମାଂସ ତରକାରି। ଜନ୍ମଦିନ, ନିର୍ବନ୍ଧ, ବାହାଘର ଇତ୍ୟାଦି ଭୋଜି ଛେଳି ମାଂସ ବିନା ଅସମ୍ଭବ କହିଲେ ଅତ୍ୟୁକ୍ତି ହେବନାହିଁ। ଛେଳି ମାଂସ ଅଭାବିରେ ବିଭିନ୍ନ ସ୍ଥାନରେ ବିବାହ ଭୋଜିରେ ଗଣ୍ଡଗୋଳ ହେବା ଓ ବିବାହ ଭାଙ୍ଗିଯିବାର ଅନେକ ନଜିର ମଧ୍ୟ ରହିଛି। ଛେଳି ମାଂସ ଆଳୁ ଝୋଳ ସହିତ ଦେଶୀ ଉଷୁନା ଚାଉଳର ଭାତ ଓଡ଼ିଆ ଭାଇ ଭଉଣୀଙ୍କୁ ମନେ ନ ପକାଇଲେ ଭଲ। ରାଜ୍ୟ ସାରା ଛେଳି ମାଂସର ଏତେ ଡିମାଣ୍ଡ ଅଛି ଯେ ବର୍ଷର ଯେ କୌଣସି ସମୟରେ ବି ଏହାର ଦାମ କିଲୋପିଛା ୭୫୦ – ୮୦୦ ଟଙ୍କାରୁ କମି ନ ଥାଏ। ସ୍ଥିତି ଏମିତି ଅବସ୍ଥାରେ ପହଞ୍ଚିଲାଣି ଯେ ଗରିବଗୁରୁବା ଆଜିକାଲି ଛେଳି ମାଂସ ଟିକିଏ ଖାଇବା ସ୍ବପ୍ନ ବୋଲି ଭାବୁଛନ୍ତି। ଥରେ ଜଣେ କ୍ଷୁଦ୍ର ଚାଷୀ ଏହି ଲେଖକଙ୍କୁ ଏକ ଦୁଃଖଭରା କଥା କହିଲେ ଯାହାକି ମୋ ହୃଦୟକୁ ପ୍ରଭାବିତ କଲା। ସେ କହିଲେ, ଆମେ ଛେଳି ମାଂସ ତରକାରି ଖାଇବାକୁ ଆଉ ସାହସ କରିପାରୁନାହୁଁ। ମୁଁ ତତ୍‌କ୍ଷଣାତ ପଚାରିଲି କାହିଁକି ? ସେ ଉତ୍ତରରେ କହିଲେ ସାର୍‌! ମୋ ପରିବାର ପାଇଁ ଦେଢ କିଲୋ ମାଂସ ଦରକାର, ଯାହାର ବର୍ତ୍ତମାନ ଦାମ ୧୨୦୦ ଟଙ୍କା। ମୋର କୁଇଣ୍ଟାଲ ଧାନର ଦାମ୍‌ ମଧ୍ୟ ୧୨୦୦ ଟଙ୍କା। ଆପଣ କୁହନ୍ତୁ ମୁଁ ଓ ମୋ ପରିବାର କୁଇଣ୍ଟାଲ ଧାନ ଉତ୍ପାଦନ ପାଇଁ କେତେ ପରିଶ୍ରମ କରୁଛୁ। ଗୋଟେ ବକ୍ତ ମାଂସର ଦାମ ଗୋଟେ କୁଇଣ୍ଟାଲ ଧାନ? କଥାଟି ଛୋଟ ହେଲେ ମଧ୍ୟ ମୋ ମନରେ ଗଭୀର ରେଖାପାତ କଲା ଓ ଛେଳି ମାଂସର ଅହେତୁକ ଦର ବୃଦ୍ଧି କାହାପାଇଁ ହେଉଛି ଖୋଜିବାକୁ ଲାଗିଲି।
ସାଧାରଣତଃ କୌଣସି ପଦାର୍ଥର ଦର ବୃଦ୍ଧି ସେତେବେଳେ ହୋଇଥାଏ, ଯେତେବେଳେ ଚାହିଦା ଅଧିକ ଥାଏ ଏବଂ ଆପୂର୍ତ୍ତି କମ୍‌ ଥାଏ। ସେହି ଅନୁସାରେ କହିବାକୁ ଗଲେ ଓଡ଼ିଶାରେ ଛେଳି ମାଂସ ଚାହିଦା ମୁତାବକ ସପ୍ଲାଇ ହୋଇପାରୁନାହିଁ। ଏହି ଡିମାଣ୍ଡ, ସପ୍ଲାଇ ଗ୍ୟାପ ବା ନିଅଣ୍ଟକୁ ଭରଣା କରିବା ପାଇଁ ଆମକୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର ଓ ଆନ୍ଧ୍ର ପ୍ରଦେଶରୁ ଛେଳି ଆମଦାନୀ କରିବାକୁ ପଡୁଛି। ଆସନ୍ତୁ ପରିସଂଖ୍ୟାନ ଦ୍ୱାରା ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିବା। ଆମ ରାଜ୍ୟରେ ୨୦୧୨ ରେ ମୋଟ ଛେଳିଙ୍କ ସଂଖ୍ୟା ଥିଲା ୬୫.୧ ଲକ୍ଷ। ଯାହାକି ୨୦୧୯ ବେଳକୁ ହ୍ରାସ ପାଇ ୬୩.୯ ଲକ୍ଷରେ ପହଞ୍ଚିଛି। ଗୋଟେ ପଟେ ଖାସି ମାଂସର ଚାହିଦା ବଢୁଥିବାବେଳେ ଓଡ଼ିଶାରେ ଛେଳି ସଂଖ୍ୟା ହ୍ରାସ, ଚିନ୍ତାଜନକ। ଆସନ୍ତୁ ଦେଖିବା ସେହି ସମୟ ମଧ୍ୟରେ ଆମ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର କ’ଣ ସ୍ଥିତି ଅଛି। ଝାଡ଼ଖଣ୍ଡରେ ୨୦୧୨ ମସିହାରେ ୬୫.୮ ଲକ୍ଷ ଛେଳି ଥିବାବେଳେ ତାହା ୨୦୧୯ ବେଳକୁ ବୃଦ୍ଧିପାଇ ୯୧.୨ ଲକ୍ଷରେ ପହଞ୍ଚିଛି। ସେହିପରି ପଶ୍ଚିମବଙ୍ଗରେ ଉକ୍ତ ସମୟ ମଧ୍ୟରେ ଛେଳି ସଂଖ୍ୟା ୧୧୫.୧ ଲକ୍ଷରୁ ବଢି ୧୬୨.୮ ଲକ୍ଷରେ ପହଞ୍ଚିଛି। ସର୍ବଭାରତୀୟ ସ୍ତରରେ ଛେଳି ସଂଖ୍ୟା ଦେଖିଲେ ଜଣାଯାଏ ଯେ ଉକ୍ତ ସମୟ ମଧ୍ୟରେ ମୋଟ ଛେଳି ସଂଖ୍ୟା ୧୩୫୧.୭ ଲକ୍ଷରୁ ବୃଦ୍ଧି ପାଇ ୧୪୮୮.୮ ଲକ୍ଷରେ ପହଞ୍ଚିଛି। ଅର୍ଥାତ୍‌ ସର୍ବଭାରତୀୟ ସ୍ତର ଓ ଆମ ପଡୋଶୀ ଯଥା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଛେଳି ସଂଖ୍ୟା ବୃଦ୍ଧି ହେଉଥିବା ସ୍ଥଳେ ଆମର ଛେଳି ସଂଖ୍ୟା ହ୍ରାସ ଚିନ୍ତାର କାରଣ?
ଖାଇବୁ ଛେଳି ମାଂସ, ମାତ୍ର ପାଳିବୁନି ଛେଳି। ଏପରି ସ୍ଥଳେ ପଡୋଶୀ ରାଜ୍ୟରୁ ଆସିବା ତ ସ୍ବାଭାବିକ କଥା। ଏହାର ମୁଖ୍ୟ କାରଣ ହେଲା ଯେ ଛେଳି ପାଳନ କଲେ ପ୍ରେଷ୍ଟିଜ ଚାଲିଯିବ, ଏହା ସାମାଜିକ ଧାରଣା। ଓଡ଼ିଶାରେ ଆମେ ଏପରି ଭାବିଥାଉ। ସେଥିପାଇଁ ଶିକ୍ଷିତ ଯୁବତୀଯୁବକ କିମ୍ବା ଧନୀ ଶ୍ରେଣୀର ଲୋକ ଛେଳି ପାଳନ କରନ୍ତି ନାହିଁ। ସମାଜରେ ଏହି ଧାରଣାକୁ ଜନମାନସ ମନରୁ ପୋଛିବାକୁ ପଡିବ। ଆମ ପାଖରେ ୨୯ ଲକ୍ଷ ହେକ୍ଟର ଢିପ ଜମି ଅଛି, ଯେଉଁଠି ପ୍ରଚୁର ଘାସ ବଢିଥାଏ। ଆମ ପାଖରେ ଜଙ୍ଗଲ ଜମି ମଧ୍ୟ ଅଛି। ପ୍ରଚୁର ବର୍ଷା (୧୫୦୦ ମିଲିମିଟର) ଓ ଉର୍ବର ମୃତ୍ତିକା ବର୍ଷ ତମାମ ଘାସ ଉତ୍ପାଦନରେ ସହାୟକ ହୋଇଥାଏ। କୁକୁଡା ପାଳନରେ ଥିବା ରିସ୍କ ମଧ୍ୟ ଛେଳି ପାଳନରେ ନ ଥାଏ। ଛେଳିକୁ କମ ଖାଦ୍ୟର ଆବଶ୍ୟକତା ପଡିଥାଏ। ତା’ ଛଡା ତାକୁ ବେଶି ରୋଗ ଆକ୍ରାନ୍ତ କରି ନ ଥାଏ। ଛେଳି ଛୋଟ ପ୍ରାଣୀ ହୋଇଥିବାରୁ ଆରାମରେ ବିକ୍ରିବଟା ହୋଇଥାଏ, ସେଥିପାଇଁ ତ ଛେଳିକୁ ଏଟିଏମ୍‌ ମେଶିନ ମଧ୍ୟ କୁହାଯାଏ। ଅର୍ଥାତ୍‌ Any Time Money। ଛେଳିକ୍ଷୀର ସବୁଠାରୁ ମୂଲ୍ୟବାନ ଓ ଉପାଦେୟ ଖାଦ୍ୟ।
ଜାତିର ପିତା ମହାତ୍ମା ଗାନ୍ଧୀ ପ୍ରତ୍ୟେକ ଦିନ ଛେଳି କ୍ଷୀର ପିଉଥିଲେ। ଗୁଜରାଟ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶରେ ଲୋକେ ଛେଳି କ୍ଷୀରକୁ ପସନ୍ଦ କରନ୍ତି। ଛେଳି କ୍ଷୀର ଶିଶୁ, ବୃଦ୍ଧାବୃଦ୍ଧ ଓ ରୋଗୀମାନଙ୍କ ପାଇଁ ଅତି ଉପାଦେୟ। ତେଣୁ ଶିକ୍ଷିତ ସମାଜକୁ ଛେଳି କ୍ଷୀର ଉପାଦେୟତା ବିଷୟରେ ସଚେତନ କରିବାକୁ ପଡିବ। ଓଡ଼ିଶାରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ଓ ପ୍ରାଣୀ ସ୍ବାସ୍ଥ୍ୟକର୍ମୀ ଏହି ସମସ୍ୟାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରି ବେକାର ଯୁବତୀଯୁବକମାନଙ୍କୁ କିପରି ଛେଳି ପାଳନ ପ୍ରତି ଆକୃଷ୍ଟ କରାଯାଇପାରିବ, ସେ ଦିଗରେ ଅଧିକ ଯତ୍ନବାନ ହେଲେ ଆଗାମୀ ଦିନରେ ନିଶ୍ଚିତ ରୂପେ ଏ ଦିଗରେ ସଫଳତା ପାଇପାରିବା। ସେହିପରି ରାଜ୍ୟରେ ଶିକ୍ଷିତ ବେକାର ଯୁବତୀଯୁବକମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଛେଳି ଫାର୍ମ ସୃଷ୍ଟି କରାଯାଇପାରିବ, ଯଦ୍ଦ୍ବାରା ଓଡ଼ିଶାର ଛେଳି ଆବଶ୍ୟକତା ପୂରଣ ହୋଇପାରିବ ଓ ଛେଳି ମାଂସରେ ସ୍ବାବଲମ୍ବୀ କରାଯାଇପାରିବ ଏବଂ ଆମେ ରପ୍ତାନି ମଧ୍ୟ କରିପାରିବା। ଛେଳି ପାଳନ କଲେ ସମ୍ମାନ ହାନି ହେବ ଓ ଏହା ଗରିବ କିମ୍ବା ନୀଚ ଜାତିର କାର୍ଯ୍ୟ ବୋଲି ସମାଜର ଧାରଣାକୁ ଗଣମାଧ୍ୟମ ଚାହିଁଲେ ବଦଳାଇ ଦେଇ ପାରିବ। ଆମ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ମଧ୍ୟ ଏ ଦିଗରେ ଗୁରୁଦାୟିତ୍ୱ ରହିଛି। ଆସନ୍ତୁ ସମସ୍ତେ ମିଶି ଓଡ଼ିଶାରେ ଛେଳି ପାଳନକୁ ପ୍ରୋତ୍ସାହିତ କରିବା ଓ ଛେଳି ମାଂସ ଉତ୍ପାଦନରେ ସ୍ବାବଲମ୍ବୀ କରାଇ ରପ୍ତାନି ବୃଦ୍ଧି କରିବା।
ଶ୍ୟାମଚାନ୍ଦ ପାଟଣା, ଭଦ୍ରକ
ମୋ : ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?