ଈଶ୍ୱରୀୟ ଭାବନା

ଡା. ଉମେଶ ଚନ୍ଦ୍ର ପାତ୍ର

 

ଜଗତର ସ୍ରଷ୍ଟା ଈଶ୍ୱର। ସେ ଉପରେ ରୁହନ୍ତି। ତାଙ୍କୁ ଭକ୍ତି କରିବାକୁ ହୁଏ, ଭୟ ମଧ୍ୟ କରିବାକୁ ହୁଏ। କାରଣ ସେ ସର୍ବଶକ୍ତିମାନ୍‌ ଓ ସର୍ବକ୍ଷମତାସମ୍ପନ୍ନ। ଏହିପରି ଏକ ଧାରଣା ଆମ ସମସ୍ତଙ୍କ ଉପରେ ନିହିତ। ଈଶ୍ୱରଙ୍କ ସମ୍ବନ୍ଧରେ କୌଣସି ସୁସ୍ପଷ୍ଟ ଧାରଣା ବା ଉଦାହରଣ ଆମ୍ଭମାନଙ୍କ ସମ୍ମୁଖରେ ନାହିଁ। ପୁଣି ଭଗବାନ୍‌ କୃଷ୍ଣ, ଭଗବାନ୍‌ ରାମ ସର୍ବଶକ୍ତିମାନ୍‌। କୁହାଯାଏ, ଈଶ୍ୱରଙ୍କ ସହ ଏମାନଙ୍କ କ’ଣ ସମ୍ପର୍କ? ପୁଣି କେହି କେହି ଈଶ୍ୱର ଓ ଭଗବାନ୍‌ଙ୍କୁ ଏକ୍‌ ବୋଲି କୁହନ୍ତି। ଯିଏ ଭଗବାନ୍‌ ସେ ହିଁ ଈଶ୍ୱର। ଐଶ୍ୱର୍ଯ୍ୟ, ବୀର୍ଯ୍ୟ, ଯଶ, ଶ୍ରୀ, ଜ୍ଞାନ ଓ ବୈରାଗ୍ୟ ଏହି ଛଅଟି ଗୁଣର ଅଧିକାରୀ ଯିଏ, ଯିଏ ନିତ୍ୟ ଭଗବାନ୍‌ ଅର୍ଥାତ୍‌ ସେବାପରାୟଣ ତାଙ୍କୁ ହିଁ ଭଗବାନ୍‌ କୁହାଯାଏ। ତେଣୁ ଭଗବାନ୍‌ ବହୁତ ହୋଇପାରନ୍ତି – ଯେପରି ଭଗବାନ୍‌ ବ୍ୟାସ, ଭଗବାନ୍‌ ବଶିଷ୍ଟ, ଭଗବାନ୍‌ ମନୁ ପ୍ରମୁଖ। କିନ୍ତୁ ଈଶ୍ୱର ଏକ, ଅଦ୍ୱିତୀୟ ଓ ଅନନ୍ତ। ସାଧନା ମାଧ୍ୟମରେ ଭଗବାନ୍‌ ଲାଭହୁଏ, କିନ୍ତୁ ଈଶ୍ୱର ଇଚ୍ଛାମୟ। ଈଶ୍ୱର ସ୍ବଇଚ୍ଛାରେ ନରବପୁ ଧାରଣକରି ପୃଥିବୀରେ ଅବତରଣ କରନ୍ତି। ଭଗବାନ୍‌ ଈଶ୍ୱରଙ୍କଠାରେ ସହଜ ଓ ସ୍ବାଭାବିକ। ପରମପୁରୁଷ, ପରମ ଦୟାଲ ଠାକୁର ଅନୁକୂଳଚନ୍ଦ୍ରଙ୍କୁ ଆଶ୍ରୟକରି ଜଣାପଡ଼ିଲା ଜ୍ଞାନ, ବିଜ୍ଞାନ, ଭକ୍ତି, ବିଶ୍ୱାସ, ଚୈତନ୍ୟ, ବିବର୍ତ୍ତନ, ଶିକ୍ଷା, ଦୀକ୍ଷା, ଜୀବନ, ସମାଜ, ରାଷ୍ଟ୍ର, ମନୁଷ୍ୟତ୍ୱ, ପ୍ରେମ, ନିରାପାବୋଧ, ଶିଷ୍ଟତା, ଲୋକକଲ୍ୟାଣ ପ୍ରଭୃତିର ପ୍ରକୃତ ଅର୍ଥ ଓ ପରିଚୟ ପ୍ରତିଟି ବିଷୟ ନୀତିଗତ ଓ ବାସ୍ତବ ଭାବରେ ଛାନ୍ଦିକ ବିନ୍ୟାସ ସହକାରେ ମଙ୍ଗଳ ତାତ୍ପର୍ଯ୍ୟରେ ସାମଗ୍ରିକତା ସହକାରେ ତାଙ୍କ ଜୀବନରେ ଓ ଚରିତ୍ରରେ ମୂର୍ତ ଥିଲା। ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ପରି ସଦ୍‌ଗୁରୁ ଲାଭ ମହାଭାଗ୍ୟର କଥା। ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଶିକ୍ଷାଦେଲେ ଈଶ୍ୱର ଆକାଶରେ ବା କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ନାହାନ୍ତି। ଈଶ୍ୱର ସବୁକିଛିର ଉତ୍ସ, ସର୍ବବ୍ୟାପୀ, ସେ ବୋଧସ୍ବରୂପ, ଜ୍ଞାନସ୍ବରୂପ, ଅନନ୍ତ ହୋଇ ମଧ୍ୟ ଏକ୍‌, ଖଣ୍ଡିତ ହୋଇ ମଧ୍ୟ ଅଖଣ୍ଡ, ପରିମାପିତ ହୋଇ ମଧ୍ୟ ଅପରିମେୟ, ସେ ପରମ କାରୁଣିକ, ସର୍ବେଶ୍ୱର ଅଥଚ ସମସ୍ତ କାରଣର କାରଣ ଓ ଜୀବନ ଉତ୍ସ।
ଈଶ୍ୱର ଶବ୍ଦର ମୂଳରେ ଅଛି ଈଶ୍‌ ଧାତୁ, ଯାହାର ଅର୍ଥ ହେଉଛି ପ୍ରଭୁତ୍ୱ ଓ ଆଧିପତ୍ୟ। ଈଶ୍ୱର ସମସ୍ତଙ୍କର ପ୍ରଭୁ ଓ ଅଧିପତି। ପ୍ରଭୁ ଶବ୍ଦରେ ଅଛି ପ୍ର ଓ ଭୁ, ଯାହାର ଅର୍ଥ ପ୍ରକୃଷ୍ଟ ରୂପେ ହେବା। ପ୍ରଭୁ ପ୍ରକୃଷ୍ଟ ରୂପରେ ସବୁ କିଛି ହୋଇଉଠିଛନ୍ତି। ପୃଥିବୀର ସବୁକିଛି ଈଶ୍ୱରଙ୍କଠାରୁ ଜାତ। ବିବର୍ତ୍ତନର ବହୁ ପାହାଚ ଅତିକ୍ରମକରି ବର୍ତ୍ତମାନ ଏହି ଅବସ୍ଥାରେ ପହଞ୍ଚତ୍ଛି। ଏକ ଐଶ୍ୱରୀୟ ଶକ୍ତି ନାନାଭାବରେ ବିକଶିତ ହୋଇଉଠିଛି। ଏହି ହୋଇଉଠିବାର ସମ୍ବେଗ ତାଙ୍କ ମଧ୍ୟରେ ଅନୁସୃତ ଥିଲା ଓ ବିହିତ ପ୍ରକ୍ରିୟା ଏବଂ ଆବର୍ତ୍ତନ ମଧ୍ୟ ଦେଇ ତାହା ବର୍ତ୍ତମାନ ଏହି ରୂପ ପରିଗ୍ରହ କରିଛି। ଏହି ପ୍ରତିଟି ବସ୍ତୁ ମଧ୍ୟରେ ଏକ ଛାନ୍ଦିକ ବିନ୍ୟାସ ରହିଛି। ଏହାବାଦ୍‌ ସବୁ ପଦାର୍ଥର ଏକ ବୈଶିଷ୍ଟ୍ୟ ବା ବିଶେଷ ଗୁଣ ରହିଛି। ଏହି ହୋଇଉଠିବା ସଙ୍ଗେସଙ୍ଗେ ବଜାୟ ରହିବାର ସମ୍ବେଗ ବା ସ୍ଥିତିତ୍ୱର ସମ୍ବେଗ ମଧ୍ୟ ଈଶ୍ୱରଙ୍କ ପାଖରେ ବିଦ୍ୟମାନ୍‌।
ଜୀବନ ଯେପରି ଅସ୍ତିତ୍ୱ ବଜାୟ ରହିବ ଓ ବୃଦ୍ଧି ବଜାୟ ରହିବ – ଏହି ଦୁଇଟି ଈଶ୍ୱରୀୟ ବିଧାନ। ତେଣୁ ଈଶ୍ୱର ଯେପରି ସଚ୍ଚିଦାନନ୍ଦମୟ, ସେହିପରି ଅସତ୍‌ ନିରୋଧୀ। ଅସତ୍‌ ଅର୍ଥାତ୍‌ ସା ବିରୋଧୀ ମୃତ୍ୟୁପନ୍ଥୀ, ଯାହା ଜୀବନକୁ ଅବସନ୍ନ କରି ମୃତ୍ୟୁଆଡ଼କୁ ନେଇଯାଏ। ଈଶ୍ୱରୀୟ ବିଧାନ ତାକୁ ଚୂର୍ଣ୍ଣ କରିଦିଏ, ଜୀର୍ଣ୍ଣ କରିଦିଏ ଓ ମୃତ୍ୟୁକୁ ଜୟ କରେ। ସେଥିପାଇଁ କେହି ଯଦି ଈଶ୍ୱରଙ୍କର ଦୁହାଇ ଦେଇ ସା ବିରୋଧୀ ବା ଅକଲ୍ୟାଣ ପଥରେ ଚାଲେ, ନାନା ଯୁକ୍ତିଜାଲ ବିଛାଇ ସେ ହି ଚାଲିବାକୁ ସମର୍ଥନ କରେ, ସେ ନିଶ୍ଚିତ ହିଁ ଈଶ୍ୱରଙ୍କର କରୁଣାରୁ ବଞ୍ଚତ୍ତ ହୁଏ। ଈଶ୍ୱର ହେଉଛନ୍ତି ସ୍ବସ୍ତି ନିଦାନ। ଈଶ୍ୱର ହେଉଛନ୍ତି ମଙ୍ଗଳମୟ। ଈଶ୍ୱର ତାଙ୍କର ପ୍ରତିରୂପ କରି ମନୁଷ୍ୟକୁ ସୃଷ୍ଟି କରନ୍ତି। ଏହି ମନୁଷ୍ୟର ସୃଷ୍ଟି ସମୟରେ ଈଶ୍ୱର ତାଙ୍କର ଶକ୍ତି ମଧ୍ୟ ମନୁଷ୍ୟକୁ ଦାନ କରିଛନ୍ତି। ଈଶ୍ୱରଙ୍କ ଗୁଣାବଳୀ ସ୍ଫୁଲିଙ୍ଗ ଆକାରରେ ମନୁଷ୍ୟ ମଧ୍ୟରେ ଅଛି। ଈଶ୍ୱର ପୂର୍ଣ୍ଣ ଓ ତାଙ୍କ ସୃଷ୍ଟିର ସମସ୍ତ କିଛି ପୂର୍ଣ୍ଣ। ପ୍ରତିଟି ମନୁଷ୍ୟ ଜଣେ ଜଣେ କ୍ଷୁଦ୍ର ଈଶ୍ୱର। ଈଶ୍ୱରଙ୍କୁ ଏହିପରି ଭାବେ ଉପଲବ୍ଧି ଭିତର ଦେଇ ଜୀବନଯାପନ କରିତୋଳିବା ହିଁ ଈଶ୍ୱର ଦର୍ଶନ। ଦର୍ଶନ ମାନେ ଦେଖିବା ଓ ଜ୍ଞାନଲାଭ। ଜଗତରେ ଦୁଇଟି ପଥ ଗୋଟିଏ ସା ପଥ ଓ ଅନ୍ୟଟି ହେଉଛି ବୃତ୍ତିପଥ।
ହେପାଟୋଲୋଜି ବିଭାଗ,
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ,
କଟକ, ମୋ-୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?