Posted inଜାତୀୟ

ଧର୍ମାନ୍ତରୀକରଣ ପ୍ରସଙ୍ଗରେ ରାଜନୀତି ନ ହେଉ

ନୂଆଦିଲ୍ଲୀ,୧୦ା୧: ଧର୍ମାନ୍ତରୀକରଣ ଏକ ଗମ୍ଭୀର ପ୍ରସଙ୍ଗ। ଏଥିରେ ରାଜନୈତିକ ରଙ୍ଗ ଦିଅ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ସୋମବାର କହିଛନ୍ତି। ଡରାଇ, ଧମକାଇ, ପ୍ରଲୋଭନ ଦେଖାଇ କରାଯାଉଥିବା ଧର୍ମାନ୍ତରୀକରଣକୁ ରୋକିବା ନିମନ୍ତେ ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରିଥିଲେ। ଏ ଦିଗରେ କଡ଼ା ପଦକ୍ଷେପ ନେବାକୁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେବାକୁ ପିଟିଶନରେ ନିବେଦନ କରାଯାଇଥିଲା। ଏହାର ଶୁଣାଣି କରୁଥିବା ସୁପ୍ରିମକୋର୍ଟ ଖଣ୍ଡପୀଠ ଜଷ୍ଟିସ ଏମ୍‌.ଆର. ଶାହା ଏବଂ ସି. ଟି. ରବିକୁମାର ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଏହି ମାମଲାରେ ଆଟର୍ନି ଜେନେରାଲ ଆର. ଭେଙ୍କଟରମଣୀଙ୍କୁ ଆମିକସ୍‌ କ୍ୟୁରି ଭାବେ କିମ୍ବା ଅନ୍ୟ କୌଣସି ଉପାୟରେ ସହାୟତା କରିବାକୁ ଖଣ୍ଡପୀଠ ସୋମବାର କହିଛନ୍ତି।

ବଳପୂର୍ବକ ଏବଂ ପ୍ରତାରଣା ଦ୍ୱାରା ଧର୍ମାନ୍ତରୀକରଣକୁ ନେଇ ଖଣ୍ଡପୀଠ କହିଛନ୍ତି ଯେ, ଅନେକ ଉପାୟ ରହିଛି, ପ୍ରଲୋଭନରେ କିଛି ବି ହୋଇପାରେ। ଯଦି ଏପରି ହେଉଛି, ତେବେ କେବେ ଏବଂ କ’ଣ କରାଯିବା ଉଚିତ? ଏହାକୁ ସୁଧାରିବା ଭଳି ପଦକ୍ଷେପ କ’ଣ ରହିଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରି ଆଟର୍ନି ଜେନେରାଲଙ୍କ ସହାୟତା ଲୋଡ଼ିଛନ୍ତି। ହେଲେ ଶୁଣାଣି ଆରମ୍ଭରେ ତାମିଲନାଡ଼ୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଓ୍ବିଲ୍‌ସନ ଏହି ଜନସ୍ବାର୍ଥ ମାମଲାକୁ ‘ରାଜନୀତି ଅଭିସନ୍ଧିମୂଳକ’ ବୋଲି ବର୍ଣ୍ଣନା କରିବା ସହ ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ବିଧାନପାଳିକା ଉପରେ ଛାଡ଼ିଦେବା ଉଚିତ ବୋଲି କହିଛନ୍ତି। ସେ କୋର୍ଟଙ୍କୁ ଅବଗତ କରାଇଛନ୍ତି ଯେ, ତାମିଲନାଡ଼ୁରେ ୨୦୦୨ରେ ଧର୍ମାନ୍ତରୀକରଣ ବିରୋଧୀ ଆଇନ ଥିଲା। ତାହାକୁ ୨୦୦୬ରେ ରଦ୍ଦ କରାଯାଇଥିଲା। କାରଣ ଏହା ଲୋକଙ୍କ ଇଚ୍ଛା ଥିଲା। ଏହା ଜାରି ରହିବା ଉଚିତ ଏବଂ ଏନେଇ କୌଣସି ଆଇନ କରିବାକୁ କୋର୍ଟ କୌଣସି ନିର୍ଦ୍ଦେଶ ଜାରି କରିପାରିବେ ନାହିଁ ବୋଲି ଓ୍ବିଲସନ୍‌ କହିଛନ୍ତି। ତେବେ ତୁମର କ’ଣ ଷ୍ଟାଣ୍ଡ ରହିଛି ବୋଲି ଜଷ୍ଟିସ୍‌ ଶାହାଙ୍କ ପ୍ରଶ୍ନରେ ଆଇନଜୀବୀ ଓ୍ବିଲସନ୍‌ କହିଛନ୍ତି ଯେ, ‘ଆମର ଷ୍ଟାଣ୍ଡ ହେଉଛି ଲୋକେ ନିଷ୍ପତ୍ତି ନିଅନ୍ତୁ। ରାଜ୍ୟରେ ଧର୍ମାନ୍ତରୀକରଣ ଜନିତ କୌଣସି ବିପଦ ନାହିଁ।’ ଏହାସହ ଆବେଦନକାରୀ ଉପାଧ୍ୟାୟ ଜଣେ ଭାଜପା ନେତା ଏବଂ ତାଙ୍କ ବିରୋଧରେ ରାଷ୍ଟ୍ରଦୋହ ମାମଲା ଚାଲିଥିବା ଆଇନଜୀବୀ ଓ୍ବିଲସନ୍‌ ଦର୍ଶାଇଛନ୍ତି। ଏହାର ଜବାବରେ ଖଣ୍ଡପୀଠ କହିଥିଲେ ଯେ, ତୁମର ଏଭଳି କହିବା ପଛରେ ଅନ୍ୟ କାରଣ ଥାଇପାରେ। ଅଦାଲତ କାର୍ଯ୍ୟକୁ ଅନ୍ୟ କଥାରେ ବଦଳାଅ ନାହିଁ। ଆମେ ସମଗ୍ର ଦେଶ ପାଇଁ ଚିନ୍ତିତ। ଯଦି ତୁମ ରାଜ୍ୟରେ ଏଭଳି ଘଟୁଛି ତା’ହେଲେ ଖରାପ। ନ ହେଉଥିଲେ ଭଲ। ଏହାକୁ ଗୋଟିଏ ରାଜ୍ୟ ଉପରେ ଟାର୍ଗେଟ୍‌ ଭାବେ ଦେଖ ନାହିଁ ଏବଂ ଏହାକୁ ରାଜନୈତିକ କରନାହିଁ। ଖଣ୍ଡପୀଠ ଏହି ମାମଲାର ଶୁଣାଣିକୁ ଆସନ୍ତା ଫେବୃୟାରୀ ୭ ତାରିଖକୁ ଧାର୍ଯ୍ୟ କରିଛନ୍ତି।
ଆବେଦନକାରୀ ଉପାଧ୍ୟାୟ ଯୁକ୍ତି ଦର୍ଶାଇଥିଲେ ଯେ, ଧର୍ମାନ୍ତରୀକରଣ ଏକ ଦେଶବ୍ୟାପୀ ସମସ୍ୟା। ଏଥିରୁ କୌଣସି ଗୋଟିଏ ବି ଜିଲା ମୁକ୍ତ ନୁହେଁ। ଏହାଦ୍ୱାରା ନାଗରିକମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାର ଶୁଣାଣି କରି ଖଣ୍ଡପୀଠ କିଛିଦିନ ତଳେ ରାୟ ଦେଇଥିଲେ ଯେ, ବଳପୂର୍ବକ ଧର୍ମାନ୍ତରୀକରଣ ଦ୍ୱାରା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇପାରେ। ଏହାସହ ନାଗରିକଙ୍କ ଧାର୍ମିକ ସ୍ବାଧୀନତାକୁ ପ୍ରଭାବିତ କରିପାରେ। ଏହି ଗମ୍ଭୀର ପ୍ରସଙ୍ଗକୁ ମୁକାବିଲା କରିବା ପାଇଁ ଆନ୍ତରିକତାର ସହ ଉଦ୍ୟମ କରିବାକୁ କେନ୍ଦ୍ରକୁ ଖଣ୍ଡପୀଠ କହିଥିଲେ।
ସୂଚନାଥାଉ କି, ଗତ ଶୁଣାଣି ସମୟରେ ଖଣ୍ଡପୀଠ ପିଆଇଏଲ୍‌ରେ ସଂଖ୍ୟାଲଘୁ ଧର୍ମ ବିରୋଧରେ ରହିଥିବା ଅପମାନଜନକ ବିବୃତି ହଟାଇବାକୁ ଆବେଦନକାରୀ ଉପାଧ୍ୟାୟଙ୍କୁ କହିଥିଲେ। ଯେପରି ସେହି ବିବୃତି ରେକର୍ଡରେ ରହିବ ନାହିଁ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି ଘଟଣାରେ ହସ୍ତକ୍ଷେପ ଲୋଡ଼ିଥିବା କେତେକ ଖ୍ରୀଷ୍ଟିଆନ ସଂଗଠନ ପକ୍ଷରୁ ଆଇନଜୀବୀ ଦୁଶ୍ୟନ୍ତ ଦୁବେ ଖଣ୍ଡପୀଠଙ୍କୁ ଜଣାଇଥିଲେ ଯେ, ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟ ଅନ୍ୟ ଧର୍ମ ବିରୋଧରେ ଅତ୍ୟନ୍ତ ଘୃଣ୍ୟ ଅଭିଯୋଗ କରିଛନ୍ତି। ଏପରି କି ଆବେଦନକାରୀ ଘୃଣା ଭାଷଣ ଦେବା ଯୋଗୁ ତାଙ୍କ ବିରୋଧରେ ମାମଲା ଚାଲୁ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଠାରେ ବିଧାୟକଙ୍କୁ ଦରକାର ଗଧ, ସରକାରଙ୍କୁ କଲେ ଡିମାଣ୍ଡ

ଜୟପୁର,୨୯।୩: ଦେଶକୁ ସଫା ସୁତୁରା ରଖିବା ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏଥିରେ ପ୍ରତ୍ୟେକ ଘରୁ ଅଳିଆ ସଂଗ୍ରହ କରିବାକୁ ଏକ ଅଳିଆ ଭ୍ୟାନ...

କଶ୍ମୀରର କେଶର, ତାମିଲନାଡୁର ମୋତି… ଜାଣନ୍ତୁ ବିଲ ଗେଟ୍ସଙ୍କୁ ଉପହାରରେ କ’ଣ କ’ଣ ଦେଲେ ମୋଦି

ନୂଆଦିଲ୍ଲୀ,୨୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ଏହି ସମୟରେ, ଭୋକାଲ ଫର ଲୋକାଲର ଏକ ଗିଫ୍ଟ ଗେଟ୍ସଙ୍କୁ ଦେଇଛନ୍ତି। ଯେଉଁଥିରେ...

ପିତାଙ୍କ କବର ନିକଟରେ ପୋତି ଦିଆଯିବ ମୁଖତାର ଅନସାରୀଙ୍କ ମୃତଦେହ

ଲକ୍ଷ୍ନୌ,୨୯।୩: ପୂର୍ବତନ ବିଧାୟକ ମୁଖତାର ଅନସାରଙ୍କର ଗୁରୁବାର (୨୮ ମାର୍ଚ୍ଚ) ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଧାରା...

ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା...

ହାଇକୋର୍ଟରୁ ଝଟକା ପରେ କଂଗ୍ରେସକୁ ୧.୭୦୦ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍

ଭୁବନେଶ୍ୱର,୨୯ା୩: ଆୟକର ବିଭାଗ କଂଗ୍ରେସକୁ ୧,୭୦୦ କୋଟି ଟଙ୍କାର ନୋଟିସ ପ୍ରଦାନ କରିଛି। ଦିଲ୍ଲୀ ହାଇକୋର୍ଟ ଟ୍ୟାକ୍ସ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟାରେ କଂଗ୍ରେସର ଆବେଦନକୁ ପ୍ରତ୍ୟାଖ୍ୟାନ...

ବାପାଙ୍କ ମୃତ୍ୟୁଖବର ଶୁଣି ଚେୟାରରୁ ଗଳି ପଡିଲେ ପୁଅ

ଲକ୍ଷ୍ନୌ,୨୯।୩: ଉତ୍ତରପ୍ରଦେଶର ପ୍ରଖ୍ୟାତ ମାଫିଆ ମୁଖତାର ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି। ଜେଲ୍‌ରେ ଥିବାବେଳେ ତାଙ୍କର ହୃଦ୍‌ଘାତ ହୋଇଥିଲା। ତାଙ୍କର ଜଣେ ପୁଅ ଅବ୍ବାସ ବର୍ତ୍ତମାନ କସଗଞ୍ଜ...

ଜଣେ ଅପରାଧୀଙ୍କ ମୃତ୍ୟୁକୁ ନେଇ ଲୁହ ଝରାଇବା ଠିକ୍‌ ନୁହେଁ

ଲକ୍ଷ୍ନୌ,୨୯।୩: ପ୍ରଖ୍ୟାତ ମାଫିଆ-ରାଜନେତା ମୁଖତାର୍‌ ଅନସାରୀ ହୃଦଘାତରେ ଜେଲ୍‌ରେ ମୃତ୍ୟୁ ଘଟିଛି। ଅନସାରୀଙ୍କ ମୃତ୍ୟୁକୁ ନେଇ ଭାଜପା ନେତା ସଂଗୀତ ସୋମଙ୍କ ବଡ ବିବୃତ୍ତି ପ୍ରକାଶ...

ବିହାରରେ ଛିଣ୍ଡିଲା ଆସନ ଭାଗବଣ୍ଟା, ଏତିକି ଆସନରେ ନିର୍ବାଚନ ଲଢିବେ ଆରଜେଡି, କଂଗ୍ରେସ, ଏଭଳି ରହିଛି ଫମୁର୍ଲା…

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ବିହାରରେ କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମଧ୍ୟରେ ଆସନ ଭାଗବଣ୍ଟା ଉପରେ ସମାଧାନ ହୋଇଯାଇଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri