ପୁଅକୁ ଫାଶୀ ହେଉ: ବାପା

ଭୁବନେଶ୍ୱର,୨୦।୧(ବ୍ୟୁରୋ): ବଡ଼ଗଡ଼ ଥାନା ଅନ୍ତର୍ଗତ କଳିଙ୍ଗ ବସ୍ତିରେ ମା’ଙ୍କୁ ହତ୍ୟା କରି ଜାଳି ଦେବା ଘଟଣାରେ ଗିରଫ ଅଭିଯୁକ୍ତ ପୁଅ ପ୍ରଶାନ୍ତ କୁମାର ଜେନା ଓରଫ କାଳିଆ ଜେଲ୍‌ ଯାଇଛନ୍ତି। ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ପୋଲିସ ତାଙ୍କ ନାମରେ ଆଇପିସିର ଦଫା ୩୦୨ ଓ ୨୦୧ରେ ମାମଲା (ନଂ.୨୨/୨୨) ରୁଜୁ କରି ବୁଧବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ପୂର୍ବାହ୍ନରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ନମୁନା ସଂଗ୍ରହ କରିଥିଲା। ଏଥିସହ ହତ୍ୟାରେ ବ୍ୟବହୃତ ଲୁହା ପାଇପ, ରେଡ଼ିଓ ଆଦି ଜବତ କରିଛି। ତେବେ ମୃତା ରଶ୍ମିତା ଜେନାଙ୍କ ସ୍ବାମୀ ତଥା ଅଭିଯୁକ୍ତ ପ୍ରଶାନ୍ତଙ୍କ ବାପା ବିଷ୍ଣୁଚରଣ ଗଣମାଧ୍ୟମକୁ କହିଛନ୍ତି, ନିଶା ଖାଇବାକୁ ସାମାନ୍ୟ କିଛି ଟଙ୍କା ପାଇଁ ମା’ଙ୍କୁ ମାରିଦେଇଥିବା ପୁଅକୁ ଫାଶୀ ହୋଇଯାଉ।

ସୂଚନା ଅନୁଯାୟୀ, ମଙ୍ଗଳବାର ସାରେ ବିଷ୍ଣୁଚରଣ ପାଖ ବଜାରକୁ ଯାଇଥିଲେ। ଏହି ସମୟରେ ପ୍ରଶାନ୍ତ ମା’ଙ୍କୁ ଟଙ୍କା ମାଗି ଝଗଡ଼ା କରିଥିଲେ। ମା’ ରଶ୍ମିତା ତାଙ୍କୁ ଗାଳିଦେବାରୁ ସେ ଉତ୍‌କ୍ଷିପ୍ତ ହୋଇ ପାଖରେ ଥିବା ଏକ ପୁରୁଣା ରେଡିଓ ଓ ଲୁହା ପାଇପରେ ମା’ଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ପ୍ରଶାନ୍ତ ଘରେ ଥିବା ମା’ଙ୍କ ଲୁଗା ଓ କନ୍ଥା ଆଦିରେ କିରୋସିନ ଢାଳି ମୃତଦେହକୁ ନିଆଁ ଲଗାଇ ଦେଇଥିଲେ। ନିଆଁରେ ଆଜବେଷ୍ଟ ଫାଟିଯିବାରୁ ବାହାରକୁ ଧୂଆଁ ବାହାରିଥିଲା। ଏହାଦେଖି ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚତ୍ ପୋଲିସକୁ ଖବର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଅତିରିକ୍ତ ଏସ୍‌ପିଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର, ୧ା୬(ବ୍ୟୁରୋ): ଓଡ଼ିଶା ପୋଲିସର ୪ଜଣ ଅତିରିକ୍ତ ଏସ୍‌ପି ପାହ୍ୟାର ଅଫିସରଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। ଗତ ୭ ତାରିଖରେ ଗୃହ ବିଭାଗ ପକ୍ଷରୁ...

ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍‌

ଭୁବନେଶ୍ୱର,୧୪।୩(ବ୍ୟୁରୋ): ହୋଲ୍ଡିଂ ଟିକସ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ଦ୍ଦେଶନାମା ଜାରି କରିଛି। ବିଏମ୍‌ସି ଡେପୁଟି କମିଶନର...

ସରକାରୀ ନିର୍ଦ୍ଦେଶକୁ ଅବମାନନା: ଖରାଛୁଟି ଅବଧି ବୃଦ୍ଧି ସତ୍ତ୍ୱେ ରାଜଧାନୀର କିଛି ଘରୋଇ ସ୍କୁଲ ଖୋଲା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମଙ୍ଗଳବାର ଖରାଛୁଟି ଅବଧିକୁ ବଢ଼ାଇଥିଲେ ରାଜ୍ୟ ସରକାର। ଏହାନୁଯାୟୀ ରାଜ୍ୟର ସମସ୍ତ ସ୍କୁଲଗୁଡ଼ିକୁ ୨୫ ତାରିଖ ଯାଏ...

ଅଗଷ୍ଟ ୨ ଯାଏ ଅତାବିରା ଶଟଡାଉନ୍‌

ସରଣ୍ଡା,୨୭।୭( ଡି.ଏନ୍‌.ଏ.): ବରଗଡ ଜିଲାରେ କରୋନା ହୁ ହୁ ହୋଇ ବଢ଼ିଚାଲିଛି। ଅତାବିରାରେ ଗୋଷ୍ଟି ସଂକ୍ରମଣ ଦିଗକୁ ଆଗଉ ଥିବାବେଳେ ସୋମବାର ୨୧ ଜଣଙ୍କ ରିପୋର୍ଟ...

ବିଧାୟକଙ୍କ ନାମରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗ

ଝାରସୁଗୁଡ଼ା ଅଫିସ,୨୪ା୪: ବ୍ରଜରାଜନଗର ବିଧାୟକ ତଥା ବିଜେଡି ଜିଲା ସଭାପତି କିଶୋର କୁମାର ମହାନ୍ତି ଏବଂ ବିଜେଡି କର୍ମୀ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ...

ପିପିଲି ଉପନିର୍ବାଚନ ସମୀକରଣ ବଦଳିବା ଚର୍ଚ୍ଚା

ଭୁବନେଶ୍ୱର, ୧୯ା୪(ବ୍ୟୁରୋ):କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ପିପିଲି ଉପନିର୍ବାଚନ ସ୍ଥଗିତ ରହିଥିଲା। ନିର୍ବାଚନ କମିଶନ ଆସନ୍ତା ମେ ୧୩ରେ ପିପିଲିରେ ଭୋଟ ହେବା...

୧୦ ପରିବର୍ତ୍ତେ ୧୨ରୁ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୩୦ା୯:ସ୍ନାତକୋତ୍ତର(ପିଜି) ନାମଲେଖା ପାଇଁ ରାଜ୍ୟରେ ହେବାକୁ ଥିବା ଏକକ ପ୍ରବେଶିକା ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇଛି। କରୋନା କଟକଣା ଭିତରେ ଚଳିତ ବର୍ଷ ପିଜି...

ଦ୍ୱିତୀୟଥର ମା’ହେଲା ଧଳା ବାଘୁଣୀ ରୂପା

ବାରଙ୍ଗ,୭।୧(ଡି.ଏନ୍‌.ଏ.): ନୂଆ ବର୍ଷର ପ୍ରଥମ ସପ୍ତାହ ନନ୍ଦନକାନନ ପାଇଁ ଖୁସି ଖବର ଆଣିଛି। ଧଳା ବାଘୁଣୀ ରୂପା ଶୁକ୍ରବାର ମା’ ହୋଇଛି। ନନ୍ଦନକାନନକୁ ନୂଆ ସଦସ୍ୟର...

Advertisement
Archives

Model This Week