ଲୁକ୍କାୟିତ ସ୍ତରରୁ ବିକାଶ ପଥରେ

ସମବେଦନା ନୁହେଁ, ସମାନତାର ଲଢ଼େଇ। ସମାଜରେ ଭିନ୍ନ ଏକ ଶବ୍ଦରୁ ବାହାରକୁ ଆସିବାର ଚେଷ୍ଟା। ନିଜ ପାଇଁ ଅଧିକାର ସୃଷ୍ଟି କରିବାର ପ୍ରୟାସ। ସହିବାକୁ ପଡ଼ିଛି, ଆଜିବି ସହୁଛନ୍ତି କେତେ କଷ୍ଟ ଓ ଯନ୍ତ୍ରଣା। ସଂଘର୍ଷ ଭିତରେ ନିଜ ପାଇଁ ତିଆରି କରିସାରିଛନ୍ତି ସ୍ବତନ୍ତ୍ର ସ୍ଥାନ। ସକ୍ଷମ ରୂପକ ସଫଳତାର ଶିଡ଼ିରେ ଚଢ଼ି ପାଲଟିଯାଇଛନ୍ତି ଅନନ୍ୟା। ଉଦାହରଣ ସାଜିଛନ୍ତି, ପ୍ରେରଣା ଯୋଗାଉଛନ୍ତି ଅନେକଙ୍କୁ। ଆଉ ସାହସର ସହ କହୁଛନ୍ତି, ହଁ ମୁଁ କିନ୍ନର। ୨୦୧୪ ଏପ୍ରିଲ ୧୫ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ତୃତୀୟ ଲିଙ୍ଗ ବା କିନ୍ନରଙ୍କୁ ସ୍ବତନ୍ତ୍ର ପରିଚୟ ମିଳିଛି। ୨୦୧୧ ଜନଗଣନା ଅନୁଯାୟୀ ସେମାନଙ୍କ ସଂଖ୍ୟା ୨୦,୩୩୨ ହୋଇଥିବାବେଳେ ବର୍ତ୍ତମାନ ଏହା ୭୦ ହଜାରରୁ ଊର୍ଦ୍ଧ୍ୱ ହୋଇଥିବା ଅନୁମାନ କରାଯାଉଛି। ସବୁ ବର୍ଗଙ୍କ ପରି ସେମାନଙ୍କ ପାଇଁ ମଧ୍ୟ ସରକାର ବହୁ କଲ୍ୟାଣକାରୀ ଯୋଜନା ଓ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ବିଶେଷକରି ଓଡ଼ିଶାରେ କିନ୍ନର ସମ୍ପ୍ରଦାୟ ଏକ ଲୁକ୍କାୟିତ ସ୍ତରରୁ ବିକାଶ ଆଡକୁ ଅଗ୍ରସର ହେଉଥିବା ଦେଖିବାକୁ ମିଳୁଛି। ରାଜନୀତି, ସାମାଜିକ ସେବା, ସୁନ୍ଦରୀ ପ୍ରତିଯୋଗିତା ଆଦି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କେତେଜଣ କିନ୍ନରଙ୍କ ମତାମତକୁ ନେଇ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା।

କିନ୍ନରଙ୍କୁ ସୁଯୋଗ ଦେଲେ ନୂଆ ପରିବର୍ତ୍ତନ ଆସିବ
କିନ୍ନରମାନେ ସମାଜ ଓ ଜୀବନର ପ୍ରତ୍ୟେକ ସୋପାନରୁ କଷଟି ହୋଇ ଆସିଛନ୍ତି। ସେମାନେ ସକ୍ରିୟ ରାଜନୀତିକୁ ଆସିଲେ ସମାଜରେ ନୂଆ ପରିବର୍ତ୍ତନ ଆଣିପାରିବେ। ସୁଯୋଗ ମିଳିଲେ ଆମେମାନେ ଜଣେ ଜଣେ ସଫଳ ରାଜନୀତିଜ୍ଞ ହୋଇପାରିବୁ ବୋଲି ରାଜ୍ୟ ସରକାରଙ୍କ ‘ମୋ ପରିବାର’ ଦାୟିତ୍ୱରେ ଥିବା ବିଜେଡି ରାଜ୍ୟ ସମ୍ପାଦିକା ତଥା କୋରାପୁଟ ବିଜେଡି ପର୍ଯ୍ୟବେକ୍ଷିକା ମୀରା ପରିଡ଼ା କହିଛନ୍ତି। ସେ କହିଛନ୍ତି, ମହାଭାରତ ସମୟରୁ ଏଯାଏ ନୀତି ଓ ରାଜନୀତି କ୍ଷେତ୍ରରେ କିନ୍ନରମାନେ ପ୍ରମୁଖ ଭୂମିକା ତୁଲାଇଆସିଛନ୍ତି। ବର୍ତ୍ତମାନ ଏ କ୍ଷେତ୍ରରେ ଆହୁରି ସୁଯୋଗ ଦିଆଯିବା ଆବଶ୍ୟକ।

ରୋଗୀଙ୍କ ସେବା କରି ଗର୍ବ ଅନୁଭବ କରୁଛି
କୋଭିଡ୍‌ ଆରମ୍ଭରେ ରୋଗୀଙ୍କ ସେବାରେ, ଆଉ ଏବେ ଟିକାକରଣରେ ନିଜକୁ ସାମିଲ କରିଛନ୍ତି ପ୍ରିନ୍‌ସେସ୍‌ କିନ୍ନର। ସେ କୁହନ୍ତି, ରୋଗୀଙ୍କ ସେବା କରି ନିଜକୁ ଗର୍ବ ଅନୁଭବ କରୁଛି। କରୋନା ସମୟରେ ନିଜ କ୍ଷେତ୍ରରେ ଅନେକ ସମସ୍ୟା ଉପୁଜିଥିଲେ ମଧ୍ୟ ରୋଗୀଙ୍କ ପାଇଁ ସେବା କରିବାକୁ ଆଗେଇ ଆସିଥିଲି। ମହାମାରୀ ଏହି ସୁଯୋଗ ଦେଇଥିଲା। ରାଉରକେଲାର ବିପିୟୁଟି କୋଭିଡ୍‌ କେୟାର ସେଣ୍ଟରରେ ପ୍ରଥମ କିନ୍ନର କୋଭିଡ୍‌ ଯୋଦ୍ଧା ଭାବେ କାର୍ଯ୍ୟ କରିଥିଲି। ସରକାରଙ୍କ ପକ୍ଷରୁ ମୋତେ ସେମିତି କିଛି ସୁଯୋଗ ଦିଆଯାଇ ନ ଥିବା ସେ କହିଛନ୍ତି।

ମିସ୍‌ ଟ୍ରାନ୍ସ କୁଇନ୍‌ ହେବାକୁ ସ୍ବପ୍ନ
ଜଣେ ମଡେଲ ଭାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଆୟେଶା ବେହେରା। ସେ କୁହନ୍ତି, ନିଜର ସୁନ୍ଦରତାକୁ ବାହାରକୁ ଆଣିବାକୁ ହେଲେ କୌଣସି ବର୍ଗର ଆବଶ୍ୟକତା ନ ଥାଏ। କିନ୍ତୁ ଓଡ଼ିଶାରେ ମଡେଲିଂ ପାଇଁ ବିଶେଷ ବ୍ୟବସ୍ଥା ନାହିଁ। ଏହା ସତ୍ତ୍ୱେ ବି ମୁଁ ଓଡ଼ିଶାରେ ହିଁ ରହି ପ୍ରସ୍ତୁତ ହେବା ସହ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଉଦ୍ୟମ କରିବି। ମିସ୍‌ ଇଣ୍ଡିଆ ନୟନତାରା-୨୦୨୦ ପ୍ରତିଯୋଗିତାରେ ୬ନମ୍ବର ସ୍ଥାନରେ ରହିଥିବା ଆୟେଶା ମିସ୍‌ ଟ୍ରାନ୍ସ କୁଇନ୍‌ ଇଣ୍ଡିଆ ମୁକୁଟ ପିନ୍ଧିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।

ସଚେତନ ହୋଇ ନିଜ ଅଧିକାର ହାସଲ କରନ୍ତୁ
ସାମାଜିକ କ୍ଷେତ୍ରରେ ନିଜକୁ ସାମିଲ କରି ନୂଆ ପରିଚୟ ପାଇଛନ୍ତି ସାଧନା ମିଶ୍ର। ସୋସିଆଲ ଡେଭେଲପ୍‌ମେଣ୍ଟ କାର୍ଯ୍ୟକର୍ତ୍ତା ଭାବେ କିସ୍‌ରେ କାର୍ଯ୍ୟ କରୁଥିବା ସାଧନା କୁହନ୍ତି, ସରକାରଙ୍କ ପକ୍ଷରୁ ରାଶନ କାର୍ଡ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ବିଭିନ୍ନ ସୁବିଧାସୁଯୋଗ ଦିଆଯାଉଥିଲେ ମଧ୍ୟ ସମସ୍ୟା ଦୂର ହୋଇନି। ତେଣୁ ପ୍ରତ୍ୟେକ ସମସ୍ୟାକୁ ଆହ୍ବାନ ଭାବେ ଗ୍ରହଣ କରି ସମାଜରେ ଛିଡ଼ା ହେବା ଉଚିତ୍‌। ସଚେତନ ହୋଇ ନିଜ ଅଧିକାର ହାସଲ କରିବା ଆବଶ୍ୟକ।

କାଗଜ କଲମରେ ସୀମିତ ନ ରହୁ ଯୋଜନା
ଶିକ୍ଷା ହେଉ କି ରୋଜଗାର, ସବୁ କ୍ଷେତ୍ରରେ ମିଳୁଥିବା ସୁବିଧାସୁଯୋଗ କେବଳ କାଗଜ କଲମରେ ସୀମିତ ରହିଯାଉଛି। ଖୁବ୍‌ କମ୍‌ଜଣ କିନ୍ନର ନିଜ ଚେଷ୍ଟାରେ ଆଗକୁ ଆସି ପାରିଛନ୍ତି। ସ୍ବାବଲମ୍ବୀ ହେବା ପାଇଁ ଉପଯୁକ୍ତ ତାଲିମର ଅଭାବ ରହିଛି ବୋଲି ହାଉସିଂ ଆଣ୍ଡ୍‌ ରୁରାଲ ଡେଭେଲପ୍‌ମେଣ୍ଟ ବିଭାଗର ଜାତୀୟ ସହରାଞ୍ଚଳ ଜୀବନ ଜୀବିକା ମିଶନରେ କଟକ ସିଟି ମିଶନ ମ୍ୟାନେଜର ଭାବେ କାମ କରୁଥିବା ସୋନି ସିଲ କହିଛନ୍ତି। ସେ ନିଜ ଚେଷ୍ଟାରେ କେତେଜଣ ଅଳ୍ପଶିକ୍ଷିତ କିନ୍ନରଙ୍କୁ ରୋଜଗାର କ୍ଷମ କରାଇବାରେ ସଫଳ ହୋଇଛନ୍ତି। ସେ କୁହନ୍ତି, ସ୍ବାବଲମ୍ବୀ ହେଉ ଅବା ଚାକିରି ପାଇଁ କିନ୍ନରଙ୍କୁ ଶିକ୍ଷା ସହ ଉପଯୁକ୍ତ ପ୍ରଶିକ୍ଷଣ ଆବଶ୍ୟକ ରହିଛି।

ବିକାଶ ନଁାରେ ଆମେ ଅବହେଳିତ
ଯେଉଁ କେତେଜଣ କିନ୍ନର ବିବାହ କରି ସଂସାର ଗଢ଼ିଛନ୍ତି ସେମାନଙ୍କ ମଧ୍ୟରେ ମେଘନା ସାହୁ ଅନ୍ୟତମ। ସ୍ବାମୀ ଓ ଏକ ପୁଅ ସହ ସେ ବେଶ୍‌ ଖୁସିରେ ଅଛନ୍ତି। ଚେଷ୍ଟା କରି ନିଜକୁ ଅନେକ କ୍ଷେତ୍ରରେ ସଫଳ ବୋଲି ପ୍ରମାଣ କଲେ ବି ସମାଜରେ ଆଜି କିନ୍ନର ସମ୍ପ୍ରଦାୟ ଅବହେଳିତ, ନିଷ୍ପେଷିତ। ଖୁବ୍‌ କମ୍‌ ଲୋକ ସେମାନଙ୍କୁ ଗ୍ରହଣ କରନ୍ତି। ସମାଜରେ ମଣିଷ ଭଳି ବଞ୍ଚତ୍ବାର ସ୍ବୀକୃତି ଆଶାରେ ଆଜି ବି ଅନେକେ ଅପେକ୍ଷାରତ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?