ମାସ୍କ ପିନ୍ଧିବା ଜୀବନଶୈଳୀର ଅଂଶ ହେଉ: ଡା. ଗୀତାଞ୍ଜଳୀ

ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ପ୍ରତିଦିନ ୩ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ୪୦ରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି। ସେପଟେ ତୃତୀୟ ଲହର ଆସିବ ବୋଲି ଆଶଙ୍କା କରାଯାଉଥିବାବେଳେ ଇତିମଧ୍ୟରେ ଲକ୍‌ଡାନ୍‌ କଟକଣା ବି କୋହଳ ହୋଇଛି। ଏ ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ସବୁଠୁ ବଡ଼ ପ୍ରସଙ୍ଗ ହୋଇଛି। କରୋନା ଲଢ଼େଇରେ ସାମିଲ ହୋଇଥିବା ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କିପରି ପ୍ରସ୍ତୁତ ରହିଛି, ସେ ସମ୍ପର୍କରେ ଏହାର ନିର୍ଦ୍ଦେଶିକା
ଡା. ଗୀତାଞ୍ଜଳୀ ବାଟମାନବେନନଙ୍କ ସହ ସ୍ବତନ୍ତ୍ର ଆଳାପ।

କୋଭିଡ୍‌-୧୯ ମହାମାରୀର ଦ୍ବିତୀୟ ଲହର ଓଡ଼ିଶାକୁ କିପରି ପ୍ରଭାବିତ କରିଥିଲା?
ଦ୍ବିତୀୟ ଲହରରେ ବହୁ ଯୁବ ବର୍ଗର ରୋଗୀ ଦେଖିବାକୁ ମିଳିଥିଲେ। ବହୁ ବିଳମ୍ବରେ ଡାକ୍ତରୀ ସାହାଯ୍ୟ ନେବାକୁ ଆସିବାରୁ ଅଧିକାଂଶ ରୋଗୀଙ୍କୁ ଇଣ୍ଟେନସିଭ୍‌ ଚିକିତ୍ସାର ଆବଶ୍ୟକ ଥିଲା। ଏହା ବ୍ୟତୀତ ଆମେ ସଂକ୍ରମଣର କ୍ଲଷ୍ଟରିଂ ଦେଖିଲୁ, ଅର୍ଥାତ୍‌ ସମଗ୍ର ପରିବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ସଂକ୍ରମଣ ବଢ଼ିଯିବା ପରେ ଏମ୍‌ସ ଭୁବନେଶ୍ବର କିପରି ମୁକାବିଲା କରିଥିଲା?
ରାଜ୍ୟବାସୀଙ୍କ ଆଶା ପୂରଣ କରିବା ବଡ଼ ଆହ୍ବାନ ଥିଲା। ବହୁ ସଂଖ୍ୟକ କୋଭିଡ୍‌ ଓ ଅଣକୋଭିଡ୍‌ ରୋଗୀ ଏମ୍‌ସ ଆସିଥିଲେ। ସେଥିପାଇଁ ଆମ ସେବାକୁ ଶୀଘ୍ର ସମ୍ପ୍ରସାରଣ କରିବାକୁ ପଡିଥିଲା। ଯେହେତୁ ଆମେ ଏକ ଶିକ୍ଷାନୁଷ୍ଠାନ, ଆମେ ଅନ୍‌ଲାଇନ୍‌ କ୍ଲାସ୍‌ ଜାରି ରଖିଥିଲୁ। ଏହା ବ୍ୟତୀତ ଆମେ ରାଜ୍ୟରେ କୋଭିଡ୍‌ ପରୀକ୍ଷଣ ଦକ୍ଷତା ବିକାଶରେ ମଧ୍ୟ ଜଡ଼ିତ ଥିଲୁ। ଓଡ଼ିଶା ଏବଂ ପଶ୍ଚିମବଙ୍ଗର ପ୍ରାୟ ୩୦ରୁ ୪୦ ମେଡିକାଲ କଲେଜକୁ ଆର୍‌ଟି-ପିସିଆର ପରୀକ୍ଷାରେ ସାହାଯ୍ୟ କରିଥିଲୁ। ଏହା ଆମ ପାଇଁ ଏକ ଶିକ୍ଷଣୀୟ ଅଭିଜ୍ଞତା ଥିଲା।

ଦ୍ବିତୀୟ ଲହରର ମୁଖ୍ୟ କାରଣ କ’ଣ ଥିଲା?
ମୁଁ ଭାବୁଛି, ଲୋକଙ୍କ ମଧ୍ୟରେ ଉପଯୁକ୍ତ ଆଚରଣର ଅଭାବ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ। ପ୍ରଥମ ଲହର କମିବାପରେ ଲୋକେ ଆଉ କୋଭିଡ୍‌ ନିୟମ ମାନି ନ ଥିଲେ। ବାହାରେ ବୁଲିବା ସହିତ ମାସ୍କ ନ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖୁ ନ ଥିଲେ। ଯେପର୍ଯ୍ୟନ୍ତ ଆମେ ମାସ୍କ ପିନ୍ଧିବାକୁ ଆମ ଜୀବନଶୈଳୀର ଏକ ଅଂଶ ନ କରିବା, ସେପର୍ଯ୍ୟନ୍ତ ଏପରି ସଂକ୍ରମଣ ରହିଥିବ। ଏଥିସହିତ ଲୋକେ ନିଜକୁ ଟିକାକରଣ କରାଇବା ଜରୁରୀ। ଟିକା ମାଧ୍ୟମରେ ହିଁ ଏହି ମାରାତ୍ମକ ଭୂତାଣୁ ବିରୋଧରେ ସମୂହ ପ୍ରତିରୋଧକ ଶକ୍ତି ବା ହର୍ଡ ଇମ୍ୟୁନିଟି ବିକାଶ କରିପାରିବା।

ଟିକାକରଣକୁ ନେଇ କ’ଣ କହିବେ?
ଜାନୁୟାରୀରେ ଟିକାକରଣ ଆରମ୍ଭ ସମୟରେ ଲୋକେ ଟିକା ନେବାକୁ ଦ୍ୱିଧା କରୁଥିଲେ। କିନ୍ତୁ ଏବେ ତାହା ଦେଖାଯାଉ ନାହିଁ। ଲୋକମାନେ ସାଧାରଣ ଜୀବନକୁ ଫେରିବାକୁ ଚାହାନ୍ତି ଏବଂ ସେମାନେ ବର୍ତ୍ତମାନ ହୃଦୟଙ୍ଗମ କରିଛନ୍ତି ଯେ, କରୋନାରୁ ନିଜକୁ ସୁରକ୍ଷା ଦେବାକୁ ଟିକା ନେବା ହେଉଛି ପ୍ରଥମ ପଦକ୍ଷେପ।

ଆଉ ଏକ ଆତଙ୍କ ବ୍ଲାକ୍‌ ଫଙ୍ଗସ୍‌ ଓ ଏହାର ଚିକିତ୍ସା ସମ୍ପର୍କରେ କ’ଣ କହିବେ?
ବର୍ତ୍ତମାନ ଆମ ପାଖରେ ପ୍ରାୟ ୪୦ଜଣ ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଅଛନ୍ତି। ରାଜ୍ୟର ପ୍ରାୟ ୫୦% ଏହି ରୋଗୀ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ଅଧିକାଂଶ ରୋଗୀ ରେଫର୍‌ ହୋଇ ଗୁରୁତର ଅବସ୍ଥାରେ ଆସୁଛନ୍ତି। ଏହା ବ୍ୟତୀତ ପଡ଼ୋଶୀ ରାଜ୍ୟରୁ ମଧ୍ୟ ରୋଗୀ ଆସୁଛନ୍ତି। ଏହି ରୋଗକୁ ପ୍ରାଥମିକ ଅବସ୍ଥାରେ ଚିହ୍ନଟ କରିବା ଜରୁରୀ।

ଦ୍ୱିତୀୟ ଲହର କେବେ ଯିବ, ତୃତୀୟ ଲହର କେବେ ଆସିବ?
ଲୋକଙ୍କ ବ୍ୟବହାର, ନିୟମ ପାଳନ ଓ ଟିକାକରଣ ଉପରେ ଦ୍ୱିତୀୟ ଲହରର ସକ୍ରିୟତା ନିର୍ଭର କରେ। ତୃତୀୟ ଲହର କେବେ ଆସିବ ତାହା କହିବା କଷ୍ଟକର। ଏହାକୁ ଅନୁମାନ କରିବା ପାଇଁ ଅନେକ ମଡେଲ ରହିଛି। ମୁଁ ପ୍ରାର୍ଥନା କରିବି ଏହା କେବେ ନ ଆସୁ।

ଆଗାମୀ ସ୍ଥିତିକୁ ମୁକାବିଲା ପାଇଁ ଏମ୍‌ସରେ କିପରି ଭିତ୍ତିଭୂମି ରହିଛି?
ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା କରିବାକୁ ଏମ୍‌ସରେ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। କର୍ମଚାରୀଙ୍କୁ ଆବଶ୍ୟକ ତାଲିମ, ପର୍ଯ୍ୟାପ୍ତ ସହାୟକ କର୍ମଚାରୀ, ଯନ୍ତ୍ରପାତି ଆଦିର ବ୍ୟବସ୍ଥା କରିଛୁ।

ଏକ୍‌ମୋ ମେଶିନ ପାଇଁ ରୋଗୀଙ୍କୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଏମ୍‌ସ ଏ ଦିଗରେ କ’ଣ ପଦକ୍ଷେପ ନେଉଛି?
ଏମ୍‌ସ ଗତ ବୁଧବାର ଏକ ଏକ୍‌ମୋ ମେଶିନ ଗ୍ରହଣ କରିସାରିଛି। ଆମେ ଦ୍ୱିତୀୟ ମେଶିନ ପାଇଁ ଅର୍ଡର କରିଛୁ, ଯାହା ଶୀଘ୍ର ଆସିବାର ରହିଛି। ତେବେ ଏକ୍‌ମୋ ମେଶିନକୁ କିପରି ଚିକିତ୍ସା ସେବାରେ ଲଗାଇବୁ ସେନେଇ ବ୍ୟବସ୍ଥା କରାଯାଉଛି।

– ସାକ୍ଷାତ: ଅସମାପିକା ସାହୁ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri