ମାସ୍କ ପିନ୍ଧିବା ଜୀବନଶୈଳୀର ଅଂଶ ହେଉ: ଡା. ଗୀତାଞ୍ଜଳୀ

ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ପ୍ରତିଦିନ ୩ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ୪୦ରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି। ସେପଟେ ତୃତୀୟ ଲହର ଆସିବ ବୋଲି ଆଶଙ୍କା କରାଯାଉଥିବାବେଳେ ଇତିମଧ୍ୟରେ ଲକ୍‌ଡାନ୍‌ କଟକଣା ବି କୋହଳ ହୋଇଛି। ଏ ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ସବୁଠୁ ବଡ଼ ପ୍ରସଙ୍ଗ ହୋଇଛି। କରୋନା ଲଢ଼େଇରେ ସାମିଲ ହୋଇଥିବା ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କିପରି ପ୍ରସ୍ତୁତ ରହିଛି, ସେ ସମ୍ପର୍କରେ ଏହାର ନିର୍ଦ୍ଦେଶିକା
ଡା. ଗୀତାଞ୍ଜଳୀ ବାଟମାନବେନନଙ୍କ ସହ ସ୍ବତନ୍ତ୍ର ଆଳାପ।

କୋଭିଡ୍‌-୧୯ ମହାମାରୀର ଦ୍ବିତୀୟ ଲହର ଓଡ଼ିଶାକୁ କିପରି ପ୍ରଭାବିତ କରିଥିଲା?
ଦ୍ବିତୀୟ ଲହରରେ ବହୁ ଯୁବ ବର୍ଗର ରୋଗୀ ଦେଖିବାକୁ ମିଳିଥିଲେ। ବହୁ ବିଳମ୍ବରେ ଡାକ୍ତରୀ ସାହାଯ୍ୟ ନେବାକୁ ଆସିବାରୁ ଅଧିକାଂଶ ରୋଗୀଙ୍କୁ ଇଣ୍ଟେନସିଭ୍‌ ଚିକିତ୍ସାର ଆବଶ୍ୟକ ଥିଲା। ଏହା ବ୍ୟତୀତ ଆମେ ସଂକ୍ରମଣର କ୍ଲଷ୍ଟରିଂ ଦେଖିଲୁ, ଅର୍ଥାତ୍‌ ସମଗ୍ର ପରିବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ସଂକ୍ରମଣ ବଢ଼ିଯିବା ପରେ ଏମ୍‌ସ ଭୁବନେଶ୍ବର କିପରି ମୁକାବିଲା କରିଥିଲା?
ରାଜ୍ୟବାସୀଙ୍କ ଆଶା ପୂରଣ କରିବା ବଡ଼ ଆହ୍ବାନ ଥିଲା। ବହୁ ସଂଖ୍ୟକ କୋଭିଡ୍‌ ଓ ଅଣକୋଭିଡ୍‌ ରୋଗୀ ଏମ୍‌ସ ଆସିଥିଲେ। ସେଥିପାଇଁ ଆମ ସେବାକୁ ଶୀଘ୍ର ସମ୍ପ୍ରସାରଣ କରିବାକୁ ପଡିଥିଲା। ଯେହେତୁ ଆମେ ଏକ ଶିକ୍ଷାନୁଷ୍ଠାନ, ଆମେ ଅନ୍‌ଲାଇନ୍‌ କ୍ଲାସ୍‌ ଜାରି ରଖିଥିଲୁ। ଏହା ବ୍ୟତୀତ ଆମେ ରାଜ୍ୟରେ କୋଭିଡ୍‌ ପରୀକ୍ଷଣ ଦକ୍ଷତା ବିକାଶରେ ମଧ୍ୟ ଜଡ଼ିତ ଥିଲୁ। ଓଡ଼ିଶା ଏବଂ ପଶ୍ଚିମବଙ୍ଗର ପ୍ରାୟ ୩୦ରୁ ୪୦ ମେଡିକାଲ କଲେଜକୁ ଆର୍‌ଟି-ପିସିଆର ପରୀକ୍ଷାରେ ସାହାଯ୍ୟ କରିଥିଲୁ। ଏହା ଆମ ପାଇଁ ଏକ ଶିକ୍ଷଣୀୟ ଅଭିଜ୍ଞତା ଥିଲା।

ଦ୍ବିତୀୟ ଲହରର ମୁଖ୍ୟ କାରଣ କ’ଣ ଥିଲା?
ମୁଁ ଭାବୁଛି, ଲୋକଙ୍କ ମଧ୍ୟରେ ଉପଯୁକ୍ତ ଆଚରଣର ଅଭାବ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ। ପ୍ରଥମ ଲହର କମିବାପରେ ଲୋକେ ଆଉ କୋଭିଡ୍‌ ନିୟମ ମାନି ନ ଥିଲେ। ବାହାରେ ବୁଲିବା ସହିତ ମାସ୍କ ନ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖୁ ନ ଥିଲେ। ଯେପର୍ଯ୍ୟନ୍ତ ଆମେ ମାସ୍କ ପିନ୍ଧିବାକୁ ଆମ ଜୀବନଶୈଳୀର ଏକ ଅଂଶ ନ କରିବା, ସେପର୍ଯ୍ୟନ୍ତ ଏପରି ସଂକ୍ରମଣ ରହିଥିବ। ଏଥିସହିତ ଲୋକେ ନିଜକୁ ଟିକାକରଣ କରାଇବା ଜରୁରୀ। ଟିକା ମାଧ୍ୟମରେ ହିଁ ଏହି ମାରାତ୍ମକ ଭୂତାଣୁ ବିରୋଧରେ ସମୂହ ପ୍ରତିରୋଧକ ଶକ୍ତି ବା ହର୍ଡ ଇମ୍ୟୁନିଟି ବିକାଶ କରିପାରିବା।

ଟିକାକରଣକୁ ନେଇ କ’ଣ କହିବେ?
ଜାନୁୟାରୀରେ ଟିକାକରଣ ଆରମ୍ଭ ସମୟରେ ଲୋକେ ଟିକା ନେବାକୁ ଦ୍ୱିଧା କରୁଥିଲେ। କିନ୍ତୁ ଏବେ ତାହା ଦେଖାଯାଉ ନାହିଁ। ଲୋକମାନେ ସାଧାରଣ ଜୀବନକୁ ଫେରିବାକୁ ଚାହାନ୍ତି ଏବଂ ସେମାନେ ବର୍ତ୍ତମାନ ହୃଦୟଙ୍ଗମ କରିଛନ୍ତି ଯେ, କରୋନାରୁ ନିଜକୁ ସୁରକ୍ଷା ଦେବାକୁ ଟିକା ନେବା ହେଉଛି ପ୍ରଥମ ପଦକ୍ଷେପ।

ଆଉ ଏକ ଆତଙ୍କ ବ୍ଲାକ୍‌ ଫଙ୍ଗସ୍‌ ଓ ଏହାର ଚିକିତ୍ସା ସମ୍ପର୍କରେ କ’ଣ କହିବେ?
ବର୍ତ୍ତମାନ ଆମ ପାଖରେ ପ୍ରାୟ ୪୦ଜଣ ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଅଛନ୍ତି। ରାଜ୍ୟର ପ୍ରାୟ ୫୦% ଏହି ରୋଗୀ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ଅଧିକାଂଶ ରୋଗୀ ରେଫର୍‌ ହୋଇ ଗୁରୁତର ଅବସ୍ଥାରେ ଆସୁଛନ୍ତି। ଏହା ବ୍ୟତୀତ ପଡ଼ୋଶୀ ରାଜ୍ୟରୁ ମଧ୍ୟ ରୋଗୀ ଆସୁଛନ୍ତି। ଏହି ରୋଗକୁ ପ୍ରାଥମିକ ଅବସ୍ଥାରେ ଚିହ୍ନଟ କରିବା ଜରୁରୀ।

ଦ୍ୱିତୀୟ ଲହର କେବେ ଯିବ, ତୃତୀୟ ଲହର କେବେ ଆସିବ?
ଲୋକଙ୍କ ବ୍ୟବହାର, ନିୟମ ପାଳନ ଓ ଟିକାକରଣ ଉପରେ ଦ୍ୱିତୀୟ ଲହରର ସକ୍ରିୟତା ନିର୍ଭର କରେ। ତୃତୀୟ ଲହର କେବେ ଆସିବ ତାହା କହିବା କଷ୍ଟକର। ଏହାକୁ ଅନୁମାନ କରିବା ପାଇଁ ଅନେକ ମଡେଲ ରହିଛି। ମୁଁ ପ୍ରାର୍ଥନା କରିବି ଏହା କେବେ ନ ଆସୁ।

ଆଗାମୀ ସ୍ଥିତିକୁ ମୁକାବିଲା ପାଇଁ ଏମ୍‌ସରେ କିପରି ଭିତ୍ତିଭୂମି ରହିଛି?
ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା କରିବାକୁ ଏମ୍‌ସରେ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। କର୍ମଚାରୀଙ୍କୁ ଆବଶ୍ୟକ ତାଲିମ, ପର୍ଯ୍ୟାପ୍ତ ସହାୟକ କର୍ମଚାରୀ, ଯନ୍ତ୍ରପାତି ଆଦିର ବ୍ୟବସ୍ଥା କରିଛୁ।

ଏକ୍‌ମୋ ମେଶିନ ପାଇଁ ରୋଗୀଙ୍କୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଏମ୍‌ସ ଏ ଦିଗରେ କ’ଣ ପଦକ୍ଷେପ ନେଉଛି?
ଏମ୍‌ସ ଗତ ବୁଧବାର ଏକ ଏକ୍‌ମୋ ମେଶିନ ଗ୍ରହଣ କରିସାରିଛି। ଆମେ ଦ୍ୱିତୀୟ ମେଶିନ ପାଇଁ ଅର୍ଡର କରିଛୁ, ଯାହା ଶୀଘ୍ର ଆସିବାର ରହିଛି। ତେବେ ଏକ୍‌ମୋ ମେଶିନକୁ କିପରି ଚିକିତ୍ସା ସେବାରେ ଲଗାଇବୁ ସେନେଇ ବ୍ୟବସ୍ଥା କରାଯାଉଛି।

– ସାକ୍ଷାତ: ଅସମାପିକା ସାହୁ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?