ଐତିହ୍ୟ ବାଇ-ଲ’ ପ୍ରତ୍ୟାହାର ହେଉ

ଭୁବନେଶ୍ୱର (ବ୍ୟୁରୋ)/ଖୋର୍ଦ୍ଧା ଅଫିସ,୧୨।୨: ଶ୍ରୀମନ୍ଦିର ପରେ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନ୍‌ଏମ୍‌ଏ)ର ଐତିହ୍ୟ ଉପନିୟମ (ବାଇ-ଲ)କୁ ବିରୋଧ କରାଯାଇଛି। ପ୍ରସ୍ତାବିତ ବାଇ-ଲ’ ଚିଠାକୁ ପ୍ରତ୍ୟାହାର କରିନେବା ଲାଗି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ତଥା ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତି ଗୁରୁବାର କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ମହାପ୍ରଭୁ ଶ୍ରୀଲିଙ୍ଗରାଜ, ସେବକ ଓ ଭକ୍ତଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବିତ ବାଇ-ଲ’ ଚିଠାକୁ ପ୍ରତ୍ୟାହାର କରାଯାଉ ବୋଲି ଜିଲାପାଳ ଉଲ୍ଲେଖ କରିଛନ୍ତି। ମନ୍ଦିର ସମେତ ଲ୍ୟାଣ୍ଡ ରେକର୍ଡ ଶ୍ରୀଲିଙ୍ଗରାଜଙ୍କ ନାମରେ ରହିଛି। ମନ୍ଦିର ପରିଚାଳନା ପାଇଁ ସେବାୟତ, ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବାକୁ ଓଡ଼ିଶା ହିନ୍ଦୁ ଧର୍ମ ଦେବୋତ୍ତର ଆଇନ-୧୯୫୨ର ଧାରା ୪୨ ଅନୁଯାୟୀ ଏକ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଛି। ମନ୍ଦିରର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଟ୍ରଷ୍ଟ ବୋର୍ଡ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ମଧ୍ୟରେ ୧୯୫୮ରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ମନ୍ଦିର ଚତୁଃପାର୍ଶ୍ୱସ୍ଥ ସାହିଗୁଡ଼ିକରେ ରହୁଥିବା ସେବାୟତମାନେ କେଉଁ ଅନାଦିକାଳରୁ ଲିଙ୍ଗରାଜଙ୍କ ସେବା କରିଆସୁଛନ୍ତି। ଉକ୍ତ ଚିଠା ପ୍ରସ୍ତାବ ଦ୍ୱାରା ସେବାୟତମାନେ ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆସିଥାଆନ୍ତି। ଦେଶ ବିଦେଶର ହିନ୍ଦୁ ଭକ୍ତମାନେ ଲିଙ୍ଗରାଜଙ୍କ ସ୍ବତନ୍ତ୍ର ପର୍ବ ମହାଶିବରାତ୍ରିର ମହାଦୀପ ଦର୍ଶନ କରିବାକୁ ଅପେକ୍ଷା କରି ରହିଥାଆନ୍ତି। ଏହାଛଡ଼ା ନିକଟରେ ରାଜ୍ୟ ସରକାର ମନ୍ଦିର ଓ ଏହାର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ ଏକାମ୍ର ବିକାଶ ଯୋଜନା ଆରମ୍ଭ କରିଛନ୍ତି। ଉକ୍ତ ଚିଠା ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ବିକାଶ ଯୋଜନା ବାଧାପ୍ରାପ୍ତ ହେବ। ଏସବୁକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ଐତିହ୍ୟ ଉପନିୟମ ଚିଠା ତୁରନ୍ତ ପ୍ରତ୍ୟାହାର କରିନେବାକୁ ଜିଲାପାଳ ମହାନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ଏନ୍‌ଏମ୍‌ଏ ସଦସ୍ୟ ସଚିବଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟ ପକ୍ଷରେ ସେବାୟତମାନେ ମଧ୍ୟ ଉକ୍ତ ଚିଠା ପ୍ରସ୍ତାବକୁ କଡା ବିରୋଧ କରିଛନ୍ତି। ଶ୍ରୀମନ୍ଦିର ପାଇଁ ପ୍ରକାଶିତ ବାଇ-ଲ’ ପ୍ରତ୍ୟାହାର କରାଯାଇଥିବା ବେଳେ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିରକୁ ମ୍ୟୁଜିୟମ ସହିତ ମିଶାଇବାକୁ ଭୁଲ ହେଲା କେମିତି ବୋଲି ସେବାୟତମାନେ ପ୍ରଶ୍ନ କରିଛନ୍ତି। ମହାଦେବଙ୍କ ଏହି ଐତିହାସିକ ମନ୍ଦିର ଉପରେ ଓଡ଼ିଶାବାସୀଙ୍କର ବହୁତ ବିଶ୍ୱାସ ରହିଛି। ମହାଦେବଙ୍କ ମନ୍ଦିରକୁ ମ୍ୟୁଜିୟମ ସହିତ ସମାନ କରିବା ଏବଂ ବିଜ୍ଞପ୍ତି ପ୍ରକାଶ କରିବା ମହାଦେବଙ୍କ ପ୍ରତି ଅପମାନ। ଏହା ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଗଭୀର ଆଘାତ ଦେଇଛି। ଏକାମ୍ର କ୍ଷେତ୍ରର ଲୋକମାନେ ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ଜମି ଦେଇଛନ୍ତି। ମନ୍ଦିର ଚତୁଃପାର୍ଶ୍ୱରେ ବିକାଶକୁ ସୁନିଶ୍ଚିତ କରିବାକୁ ଓଡ଼ିଶା ସରକାର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୫୦ ବର୍ଷ ହେବ ଏଏସ୍‌ଆଇ କେଉଁଠି ଥିଲା। ମନ୍ଦିର ଚତୁଃପାର୍ଶ୍ୱରେ ଜବରଦଖଲ ହେଲା ବେଳେ ଏଏସ୍‌ଆଇ କାହିଁକି ଚୁପ ରହିଥିଲା। ଯେତେବେଳେ ଜବରଦଖଲ ଉଚ୍ଛେଦ କରାଯାଉଛି ସେତେବେଳେ ସେମାନଙ୍କର ସମସ୍ୟା ହେଉଛି। ଏକଥା ପ୍ରମାଣ କରୁଛି ଯେ, ଏକାମ୍ର କ୍ଷେତ୍ରର ବିକାଶ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଏଏସ୍‌ଆଇ କିପରି ଷଡଯନ୍ତ୍ର କରୁଛି ବୋଲି ସେବାୟତମାନେ ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ବାଇ-ଲ ଲାଗୁ ହେଲେ ଶହ ଶହ ସେବାୟତଙ୍କ ଜୀବନ ଜୀବିକା ପ୍ରଭାବିତ ହେବା ଆଶଙ୍କା ରହିଛି। ୨୪ ଘଣ୍ଟା ଭିତରେ ବାଇ-ଲ ପ୍ରତ୍ୟାହାର ନ ହେଲେ ସମସ୍ତ ଶିବଭକ୍ତ ଶୁକ୍ରବାର ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇ ମହାଦେବଙ୍କ ଅପମାନ ଓ ଭକ୍ତଙ୍କୁ ଆଘାତ ଦେଉଥିବା ଷଡ଼ଯନ୍ତ୍ର ବିରୋଧରେ ଦୀପ ଜାଳି ସ୍ବର ଉତ୍ତୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିର ସଂକ୍ରାନ୍ତ ଐତିହ୍ୟ ବାଇ-ଲକୁ ଜୋରଦାର ବିରୋଧ ହେବା ପରେ ଫେବୃୟାରୀ ୮ ତାରିଖରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଏ ନେଇ ଟୁଇଟ କରି ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିକା ନ ନେଲେ କଟିପାରେ ଦରମା

ଭୁବନେଶ୍ୱର, ୬।୨(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ଚାଲିଛି। ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ଟିକା ଦିଆଯାଉଛି। ତେବେ ଅଧିକାଂଶ କୋଓ୍ବିନ୍‌ ଆପ୍‌ରେ...

ଖଦିକୁ ଆହୁରି ଲୋକାଭିମୁଖୀ କରିବା ଆବଶ୍ୟକ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଖଦିକୁ ଆହୁରି ଲୋକାଭିମୁଖୀ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଗ୍ରାମ୍ୟ ଶିଳ୍ପଗୁଡ଼ିକରେ ଅଧିକରୁ ଅଧିକ ଯୁବତୀଯୁବକଙ୍କୁ ସାମିଲ କରିପାରିଲେ ସେମାନେ ସ୍ବାବଲମ୍ବୀ ହେବା ସହ...

ପୋଷ୍ଟାଲ ବାଲଟ୍‌ ମତ: ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ପଛୁଆ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେଡି ଦୁଇ-ତୃତୀୟାଂଶରୁ ଅଧିକ ଆସନରେ ବିଜୟୀ ହୋଇଛି। ଏହା ସତ୍ତ୍ୱେ ଅଧିକାଂଶ ନିର୍ବାଚନମଣ୍ଡଳୀରେ ପୋଷ୍ଟାଲ ବାଲଟରୁ ସଂଗୃହୀତ...

ରାଜରାସ୍ତାକୁ ଓହ୍ଲାଇବାକୁ ଭାଜପାର ଚେତାବନୀ

ଭୁବନେଶ୍ୱର,୨।୧୦(ବ୍ୟୁରୋ): ପୁରୀ ଜିଲା ଗୋପ ବ୍ଲକ ୧୧ ନଂ. ଜିଲା ପରିଷଦ ଜୋନ ସଭ୍ୟ ତଥା ବିଜୁ ଜନତା ଦଳ ନେତା ଧର୍ମେନ୍ଦ୍ର ସାହୁ ମୃତ୍ୟୁ...

ଦିଗପହଣ୍ଡି ବସ୍‌ ଦୁର୍ଘଟଣା: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬ା୬: ଓଡ଼ିଶାର ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ହୋଇଥିବା ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଘଟଣାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ...

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅଭିଜ୍ଞଙ୍କୁ ଆମନ୍ତ୍ରଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୮ା୩(ବ୍ୟୁରୋ): କରୋନା ସଂକ୍ରମଣ ମାନବ ସଭ୍ୟତା ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସବୁସ୍ତରରେ ଉଦ୍ୟମ ଜାରି ରଖିଛନ୍ତି।...

କରୋନାରେ ଚାଲିଗଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୬।୮(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ...

ଆଉ ନୁହେଁ ପଲିଥିନ: ୨ରୁ ସବୁ ସହରରେ ନିଷେଧ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ପଲିଥିନ ଓ ପ୍ଲାଷ୍ଟିକ ତିଆରି ଜିନିଷ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ପ୍ଲାଷ୍ଟିକ ୫୦୦ ବର୍ଷ ଧରି ନଷ୍ଟ ହେଉ ନାହିଁ। ଏହା...

Advertisement
Archives

Model This Week