ଐତିହ୍ୟ ବାଇ-ଲ’ ପ୍ରତ୍ୟାହାର ହେଉ

ଭୁବନେଶ୍ୱର (ବ୍ୟୁରୋ)/ଖୋର୍ଦ୍ଧା ଅଫିସ,୧୨।୨: ଶ୍ରୀମନ୍ଦିର ପରେ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନ୍‌ଏମ୍‌ଏ)ର ଐତିହ୍ୟ ଉପନିୟମ (ବାଇ-ଲ)କୁ ବିରୋଧ କରାଯାଇଛି। ପ୍ରସ୍ତାବିତ ବାଇ-ଲ’ ଚିଠାକୁ ପ୍ରତ୍ୟାହାର କରିନେବା ଲାଗି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ତଥା ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତି ଗୁରୁବାର କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ମହାପ୍ରଭୁ ଶ୍ରୀଲିଙ୍ଗରାଜ, ସେବକ ଓ ଭକ୍ତଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବିତ ବାଇ-ଲ’ ଚିଠାକୁ ପ୍ରତ୍ୟାହାର କରାଯାଉ ବୋଲି ଜିଲାପାଳ ଉଲ୍ଲେଖ କରିଛନ୍ତି। ମନ୍ଦିର ସମେତ ଲ୍ୟାଣ୍ଡ ରେକର୍ଡ ଶ୍ରୀଲିଙ୍ଗରାଜଙ୍କ ନାମରେ ରହିଛି। ମନ୍ଦିର ପରିଚାଳନା ପାଇଁ ସେବାୟତ, ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବାକୁ ଓଡ଼ିଶା ହିନ୍ଦୁ ଧର୍ମ ଦେବୋତ୍ତର ଆଇନ-୧୯୫୨ର ଧାରା ୪୨ ଅନୁଯାୟୀ ଏକ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଛି। ମନ୍ଦିରର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଟ୍ରଷ୍ଟ ବୋର୍ଡ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ମଧ୍ୟରେ ୧୯୫୮ରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ମନ୍ଦିର ଚତୁଃପାର୍ଶ୍ୱସ୍ଥ ସାହିଗୁଡ଼ିକରେ ରହୁଥିବା ସେବାୟତମାନେ କେଉଁ ଅନାଦିକାଳରୁ ଲିଙ୍ଗରାଜଙ୍କ ସେବା କରିଆସୁଛନ୍ତି। ଉକ୍ତ ଚିଠା ପ୍ରସ୍ତାବ ଦ୍ୱାରା ସେବାୟତମାନେ ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆସିଥାଆନ୍ତି। ଦେଶ ବିଦେଶର ହିନ୍ଦୁ ଭକ୍ତମାନେ ଲିଙ୍ଗରାଜଙ୍କ ସ୍ବତନ୍ତ୍ର ପର୍ବ ମହାଶିବରାତ୍ରିର ମହାଦୀପ ଦର୍ଶନ କରିବାକୁ ଅପେକ୍ଷା କରି ରହିଥାଆନ୍ତି। ଏହାଛଡ଼ା ନିକଟରେ ରାଜ୍ୟ ସରକାର ମନ୍ଦିର ଓ ଏହାର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ ଏକାମ୍ର ବିକାଶ ଯୋଜନା ଆରମ୍ଭ କରିଛନ୍ତି। ଉକ୍ତ ଚିଠା ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ବିକାଶ ଯୋଜନା ବାଧାପ୍ରାପ୍ତ ହେବ। ଏସବୁକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ଐତିହ୍ୟ ଉପନିୟମ ଚିଠା ତୁରନ୍ତ ପ୍ରତ୍ୟାହାର କରିନେବାକୁ ଜିଲାପାଳ ମହାନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ଏନ୍‌ଏମ୍‌ଏ ସଦସ୍ୟ ସଚିବଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟ ପକ୍ଷରେ ସେବାୟତମାନେ ମଧ୍ୟ ଉକ୍ତ ଚିଠା ପ୍ରସ୍ତାବକୁ କଡା ବିରୋଧ କରିଛନ୍ତି। ଶ୍ରୀମନ୍ଦିର ପାଇଁ ପ୍ରକାଶିତ ବାଇ-ଲ’ ପ୍ରତ୍ୟାହାର କରାଯାଇଥିବା ବେଳେ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିରକୁ ମ୍ୟୁଜିୟମ ସହିତ ମିଶାଇବାକୁ ଭୁଲ ହେଲା କେମିତି ବୋଲି ସେବାୟତମାନେ ପ୍ରଶ୍ନ କରିଛନ୍ତି। ମହାଦେବଙ୍କ ଏହି ଐତିହାସିକ ମନ୍ଦିର ଉପରେ ଓଡ଼ିଶାବାସୀଙ୍କର ବହୁତ ବିଶ୍ୱାସ ରହିଛି। ମହାଦେବଙ୍କ ମନ୍ଦିରକୁ ମ୍ୟୁଜିୟମ ସହିତ ସମାନ କରିବା ଏବଂ ବିଜ୍ଞପ୍ତି ପ୍ରକାଶ କରିବା ମହାଦେବଙ୍କ ପ୍ରତି ଅପମାନ। ଏହା ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଗଭୀର ଆଘାତ ଦେଇଛି। ଏକାମ୍ର କ୍ଷେତ୍ରର ଲୋକମାନେ ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ଜମି ଦେଇଛନ୍ତି। ମନ୍ଦିର ଚତୁଃପାର୍ଶ୍ୱରେ ବିକାଶକୁ ସୁନିଶ୍ଚିତ କରିବାକୁ ଓଡ଼ିଶା ସରକାର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୫୦ ବର୍ଷ ହେବ ଏଏସ୍‌ଆଇ କେଉଁଠି ଥିଲା। ମନ୍ଦିର ଚତୁଃପାର୍ଶ୍ୱରେ ଜବରଦଖଲ ହେଲା ବେଳେ ଏଏସ୍‌ଆଇ କାହିଁକି ଚୁପ ରହିଥିଲା। ଯେତେବେଳେ ଜବରଦଖଲ ଉଚ୍ଛେଦ କରାଯାଉଛି ସେତେବେଳେ ସେମାନଙ୍କର ସମସ୍ୟା ହେଉଛି। ଏକଥା ପ୍ରମାଣ କରୁଛି ଯେ, ଏକାମ୍ର କ୍ଷେତ୍ରର ବିକାଶ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଏଏସ୍‌ଆଇ କିପରି ଷଡଯନ୍ତ୍ର କରୁଛି ବୋଲି ସେବାୟତମାନେ ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ବାଇ-ଲ ଲାଗୁ ହେଲେ ଶହ ଶହ ସେବାୟତଙ୍କ ଜୀବନ ଜୀବିକା ପ୍ରଭାବିତ ହେବା ଆଶଙ୍କା ରହିଛି। ୨୪ ଘଣ୍ଟା ଭିତରେ ବାଇ-ଲ ପ୍ରତ୍ୟାହାର ନ ହେଲେ ସମସ୍ତ ଶିବଭକ୍ତ ଶୁକ୍ରବାର ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇ ମହାଦେବଙ୍କ ଅପମାନ ଓ ଭକ୍ତଙ୍କୁ ଆଘାତ ଦେଉଥିବା ଷଡ଼ଯନ୍ତ୍ର ବିରୋଧରେ ଦୀପ ଜାଳି ସ୍ବର ଉତ୍ତୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିର ସଂକ୍ରାନ୍ତ ଐତିହ୍ୟ ବାଇ-ଲକୁ ଜୋରଦାର ବିରୋଧ ହେବା ପରେ ଫେବୃୟାରୀ ୮ ତାରିଖରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଏ ନେଇ ଟୁଇଟ କରି ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?