Posted inଜାତୀୟ

ମୋଦି ପୁଣିଥରେ ହୁଅନ୍ତୁ ପ୍ରଧାନମନ୍ତ୍ରୀ: ୬୬ ପ୍ରତିଶତ ଲୋକଙ୍କ ମତ

ନୂଆଦିଲ୍ଲୀ, ୮।୮: କରୋନା ସଙ୍କଟରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଲୋକପ୍ରିୟତା ବଢ଼ିଚାଲିଛି। ସମ୍ପ୍ରତି ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ମୋଦି ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ୬୬ ପ୍ରତିଶତ ଲୋକ ଚାହୁଁଛନ୍ତି। ଏହି ତାଲିକାର ଦ୍ୱିତୀୟ ପସନ୍ଦରେ ଅଛନ୍ତି କଂଗ୍ରେସର ରାହୁଲ ଗାନ୍ଧୀ। ୮ ପ୍ରତିଶତ ଲୋକ ରାହୁଲଙ୍କ ପ୍ରତି ନିଜର ସମର୍ଥନ ଦେଇଛନ୍ତିି। ସେହିପରି କଂଗ୍ରେସ ଅଧ୍ୟକ୍ଷା ସୋନୀଆ ଗାନ୍ଧୀ ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କୁ ୫ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି। ମୁଡ୍‌ ଅଫଦି ନେଶନ ପକ୍ଷରୁ ହୋଇଥିବା ସର୍ଭେରେ ଏହା ଉଲ୍ଲେଖ କରାଯାଇଛି। ଅମିତ ଶାହାଙ୍କୁ ୪ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି। ସେହିପରି ଯୋଗୀ ଆଦିତ୍ୟନାଥଙ୍କୁ ୩ ଏବଂ ଅରବିନ୍ଦ କେଜରିଓ୍ବାଲଙ୍କୁ ୩ ପ୍ରତିଶତ ଲୋକେ ସମର୍ଥନ କରିଛନ୍ତି। ସର୍ଭେରେ ମମତା ବାନାର୍ଜୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ୨ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି। ଅପରପକ୍ଷରେ ରାଜନାଥ ସିଂ, ନିତୀନ ଗଡ଼କରୀ, ମାୟାବତୀ, ଶରଦ ପାଓ୍ବାର, ଉଦ୍ଧବ ଠାକ୍‌ରେଙ୍କୁ ୧ ପ୍ରତିଶତ ଲୋକେ ସମର୍ଥନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିରିଡି ବନ୍ଦ: ସୋମବାର ବୈଠକ ଡାକିଲେ ଉଦ୍ଧବ

ମୁମ୍ବାଇ,୧୯।୧: ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦେଇଥିବା ବୟାନକୁ ବିରୋଧ କରି ରବିବାର ଶିରିଡି ବନ୍ଦ ପାଳନ କରାଯାଇଥିଲା। ଶିରିଡି ରାସ୍ତାରେ...

ଉତ୍ତରକାଶୀରେ ୪ଥର ଭୂକମ୍ପର ଝଟ୍‌କା

ଉତ୍ତରକାଶୀ,୫ ।୩: ଉରାଖଣ୍ଡର ଜନପଦ ଉତ୍ତରକାଶୀରେ ଅନୁଭୁତ ହୋଇଛି ଭୂକମ୍ପର ଝଟକା । ଏଠାରେ ଗୋଟିଏ ପରେ ଗୋଟିଏ ୪ଟି ଭୂକମ୍ପ ଆସିଥିବା କୁହାଯାଉଛି ।...

ଦିନେ ବଢ଼ିଲେ ଦିନେ କମୁଛି: ଚିନ୍ତା ବଢ଼ାଉଛି ରାଜଧାନୀ

ନୂଆଦିଲ୍ଲୀ,୧୨।୫: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦିନେ କରୋନା ସଂକ୍ରମଣ ବଢ଼ୁଛି ତ ଦିନେ କମୁଥିବା ପରିଲକ୍ଷିତ ହୋଇଛି।...

ଲାଲ୍‌ କିଲ୍ଲାରେ ହେବ ଫୁଲବର୍ଷା…

ନୂଆଦିଲ୍ଲୀ,୨୬।୭: ଚଳିତ ବର୍ଷ ଅଗଷ୍ଟ ୧୫ଠାରୁ ଦେଶରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି। ସ୍ବାଧୀନତା ଦିବସର...

ଆସ୍ଥା ଭୋଟ୍‌ରେ ଜିତିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧।୯: ଦିଲ୍ଲୀ ବିଧାନସଭାରେ ଉତ୍ତେଜନା ମଧ୍ୟରେ ଅରବିନ୍ଦ କେଜ୍‌ରିୱାଲ ଆସ୍ଥା ଭୋଟ୍‌ରେ ଜିତିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ୫୮ ଜଣ ସଦସ୍ୟ ବିଶ୍ୱାସ ମତ ପ୍ରସ୍ତାବକୁ ସମର୍ଥନ...

ବିବାଦୀୟ ରାୟ, ୨୮ ଦିନର ଶିଶୁକୁ ସ୍ତନ୍ୟପାନ କରାଇବା ଲାଗି ମା’ଙ୍କର ଜାମିନ୍‌ ଆବେଦନ ନାମଞ୍ଜୁର…

ଗୁରୁଗ୍ରାମ୍‌, ୨୨।୧ : ସ୍ତନ୍ୟପାନ ଶିଶୁର ଅଧିକାର। ତେବେ ଜଣେ ୨୮ ଦିନର ଶିଶୁଙ୍କୁ ସ୍ତନ୍ୟପାନ କରାଇବା ଲାଗି ଗୁରୁଗ୍ରାମ୍‌ କୋର୍ଟ ମା’ଙ୍କର ଜାମିନ୍‌ ଆବେଦନ...

ଶାହାଙ୍କ ଫୋନ୍‌ ନମ୍ବରରେ ଜାଲିଆତି: ୩ କୋଟି ଦାବିକରି ୨ ଗିରଫ

ନୂଆଦିଲ୍ଲୀ,୩୦।୧୨(ଆଇଏଏନ୍‌ଏସ୍‌): ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଥିବା ଲ୍ୟାଣ୍ଡଲାଇନ୍‌ ଫୋନ୍‌ ନମ୍ବରକୁ ଜାଲିଆତି କରି ହରିୟାଣାର ଜଣେ ମନ୍ତ୍ରୀଙ୍କଠାରୁ ୩ କୋଟି ଟଙ୍କା...

ଖୁସି ଖବର: ଏପ୍ରିଲ ୩ ପରେ ଗୋଆରେ ଚିହ୍ନଟ ହୋଇନାହାନ୍ତି ଜଣେ ବି କରୋନା ସଂକ୍ରମିତ

ପଣଜୀ,୨।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗୋଆରୁ କିନ୍ତୁ ଆସିଛି ଖୁସି ଖବର। ଏଠାରେ ଏପ୍ରିଲ ୩ ପରେ...

Advertisement
Archives

Model This Week