Posted inଖେଳ

ଲିଓନ ମେଣ୍ଡୋଙ୍କା ଦେଶର ୬୭ତମ ଗ୍ରାଣ୍ଡମାଷ୍ଟର

ଚେନ୍ନାଇ, ୧ା୧ (ପି.ଟି.)-ଇଟାଲୀରେ ଏକ ଟୁର୍ନାମେଣ୍ଟରେ ତୃତୀୟ ଓ ଫାଇନାଲ ନର୍ମ ହାସଲ କରିବାପରେ ଗୋଆର ୧୪ ବର୍ଷୀୟ ଲିଓନ ମେଣ୍ଡୋଙ୍କା ଭାରତର ୬୭ତମ ଚେସ୍‌ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ସେ ୧୪ବର୍ଷ ୯ ମାସ ଓ ୧୭ ଦିନ ବୟସରେ ଏହି ସଫଳତା ହାସଲ କରିଛନ୍ତି। ରାଜ୍ୟରେ ସେ ଦ୍ୱିତୀୟ ଗ୍ରାଣ୍ଡମାଷ୍ଟର ହୋଇପାରିଛନ୍ତି। ଏହି ଖେଳାଳି ଅକ୍ଟୋବରରେ ରିଗୋ ଚେସ୍‌ ଗ୍ରାଣ୍ଡମାଷ୍ଟର ରାଉଣ୍ଡ ରବିନରେ ତାଙ୍କ ପ୍ରଥମ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିଥିଲେ। ନଭେମ୍ବରର ବୁଦାପେଷ୍ଟରେ ଅନୁଷ୍ଠିତ ଫାଷ୍ଟ ସଟରଡେ ଇଭେଣ୍ଟରେ ଦ୍ୱିତୀୟ ଏବଂ ଇଟାଲୀର ଭର୍ଗାନୀ କପ୍‌ରେ ତାଙ୍କର ଅନ୍ତିମ ନର୍ମ ହାସଲ କରିଥିଲେ। ଭର୍ଗାନୀ କପ୍‌ରେ ସେ ୬.୫ପଏଣ୍ଟ ସହ ୟୁକ୍ରେନ୍‌ର ଭିଟାଲି ବର୍ନାଡସ୍କିଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସୂଚନାଯୋଗ୍ୟ, କରୋନାଭାଇରସ ଜନିତ ଲକ୍‌ଡାଉନ୍‌ ଓ ଯାତାୟାତ କଟକଣା ଯୋଗୁ ମେଣ୍ଡୋଙ୍କା ଓ ତାଙ୍କ ବାପା ଲିନ୍‌ଡନ ଗତ ମାର୍ଚ୍ଚ ମାସରେ ୟୁରୋପରେ ଅଟକି ରହିଥିଲେ। ଏହାର ସୁଯୋଗରେ ମାର୍ଚ୍ଚରୁ ଡିସେମ୍ବର ୯ ମାସ ଧରି ସେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିବା ଲକ୍ଷ୍ୟ ନେଇ ବହୁ ଟୁର୍ନାମେଣ୍ଟରେ ଭାଗ ନେଲେ। ୧୬ ଟୁର୍ନାମେଣ୍ଟ ଖେଳିବା ଦ୍ୱାରା ତାଙ୍କ ୟେଲୋ ରେଟିଂ ୨୪୫୨ରୁ ବୃଦ୍ଧି ପାଇ ୨୫୪୪ରେ ପହଞ୍ଚତ୍ୟାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା କ୍ରିକେଟ ଦଳ ଲାଗି ପ୍ରଦର୍ଶନ ବିଶ୍ଳେଷକ ନିଯୁକ୍ତ ହେବେ

ନୂଆଦିଲ୍ଲୀ,୧୧।୯(ପି.ଟି.)- ଜାତୀୟ ମହିଳା କ୍ରିକେଟ ଦଳ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପରଫର୍ମାନ୍ସ ଆନାଲିଷ୍ଟ ବା ପ୍ରଦର୍ଶନ ବିଶ୍ଳେଷକ ନିଯୁକ୍ତି ଦେବ। ଏ...

ବର୍ଷାରେ ଭିଜିଲେ ଏହି କ୍ରିକେଟ କିମ୍ବଦନ୍ତୀ, ଜାଣନ୍ତୁ କାହିଁକି

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଜିକାଲି ମୁମ୍ବାଇରେ ମୌସୁମୀ ବର୍ଷା ଉପଭୋଗ କରୁଛନ୍ତି। ସଚିନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ...

ଗୋଟିଏ ବର୍ଷରେ ଅଧିକ ଇଭେଣ୍ଟରେ ପଦକ ଜିତିବାରୁ ପ୍ରୋତ୍ସାହନ ରାଶି କମିଲା

ଚଣ୍ଡିଗଡ଼,୨୬।୬- ହରିୟାଣା ସରକାର ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ବିଜେତାଙ୍କ ପ୍ରୋତ୍ସାହନ ରାଶି ଲାଗି ୯ ମାସ ପୂର୍ବେ ନୂଆ ନିୟମ ଆଗତ କରିଥିଲେ। ରାଜ୍ୟର ଆଥ୍‌ଲେଟ,...

ବଡ଼ ଉପଲବ୍ଧି ହାସଲ କଲେ କୋହଲି

ହାଇଦ୍ରାବାଦ,୨୬।୯: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚରେ ବିରାଟ କୋହଲି ୬୩ର ଚମତ୍କାର ଇନିଂସ ଖେଳିଥିଲେ। ଏହି ଇନିଂସ ସହ...

ନିଜକୁ ଯୁବତୀ ରୂପରେ ଦେଖି ଏମିତି କହିଲେ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ସୋସିଆଲ ମିଡିଆରେ ଭାରତୀୟ ଖେଳାଳିଙ୍କ ‘ଫିମେଲ୍‌ ଭର୍ସନ୍‌’ର ଏକ ଫଟୋ ଛାଡିଛନ୍ତି। ଯାହାକୁ ନେଇ ଚର୍ଚ୍ଚା...

ତାରକା ଖେଳାଳି ଦେଇଛି ହକିର ଅନ୍ତୁଡ଼ିଶାଳ

ରାଉରକେଲା ଅଫିସ,୧୩।୧:(ଦିନେଶ ମିଶ୍ର): ହକିର ଅନ୍ତୁଡିଶାଳ ସୁନ୍ଦରଗଡ ଜିଲାରୁ ଆଜିଯାଏ ଜାତୀୟ ଓ ଅନ୍ତର୍ଜାତୀୟ ଦଳରେ ୬୦ ଜଣ ଖେଳାଳି ହକି ଖେଳିବାର ସୁଯୋଗ ପାଇଛନ୍ତି।...

ଆରସିବି ନୁହେଁ, ଏହି ଦଳକୁ ଆଇପିଏଲର ଶ୍ରେଷ୍ଠ ଦଳ କହିଲେ ଏବି ଡି ଭିଲିୟର୍ସ

ଆଇପିଏଲ ୧୩ତମ ସିଜନର ଯାତ୍ରା ସମାପ୍ତ ହୋଇଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ...

ଆଇପିଏଲ ଟିମ ବିଜେତା ହେବେ ମାଲାମାଲ, ବାଜି ଲଗାଯାଇଛି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୨୮।୫: ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ରବିବାର ଆଇପିଏଲ ୨୦୨୩ର ଫାଇନାଲରେ ମୁକାବିଲା କରିବାକୁ ଯାଉଛନ୍ତି। ଏହି ସିଜନ ମାଧ୍ୟମରେ ଚେନ୍ନାଇ ଦଶମ...

Advertisement
Archives

Model This Week