ସ୍ତନ କର୍କଟ ଭଲ କରିବ ନିମ୍ବପତ୍ର

ଭୁବନେଶ୍ୱର, ୭।୧୦(ଅସମାପିକା ସାହୁ): ନିମ୍ବପତ୍ର ସ୍ତନ କର୍କଟ ବା ବ୍ରେଷ୍ଟ୍‌ କ୍ୟାନ୍‌ସରକୁ ମୂଳପୋଛ କରିପାରିବ। କ୍ୟାନ୍‌ସର ଷ୍ଟେମ୍‌ ସେଲ୍‌କୁ ନିମ୍ବପତ୍ରରୁ ପ୍ରସ୍ତୁତ ଔଷଧ ମାରିଦେବ। ନିମ୍ବପତ୍ରରେ ଥିବା ନିମ୍ବୋଲାଇଡ୍‌ର ଏଭଳି ଗୁଣ ଥିବା ନେଇ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍‌) ଭୁବନେଶ୍ୱର ଦାବି କରିଛି। ନିକଟରେ ଆଇଏଲ୍‌ଏସ୍‌ ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ଡ. ସଞ୍ଜୀବ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ନିମ୍ବପତ୍ରରେ ଥିବା ଫାଇଟୋକେମିକାଲ୍‌ ନିମ୍ବୋଲାଇଡ୍‌ ଉପରେ ଗବେଷଣା କରି ଏଭଳି ତଥ୍ୟ ହାସଲ କରିଛନ୍ତି। ଏ ନେଇ ଆନ୍ତର୍ଜାତିକ ଗବେଷଣା ପତ୍ରିକା ମଲିକୁଲାର ଥେରାପି ନ୍ୟୁକ୍ଲିକ୍‌ ଏସିଡ୍‌ସରେ ତଥ୍ୟ ଭିତ୍ତିକ ଗବେଷଣା ପ୍ରକାଶିତ ପାଇଛି। ଏପରିକି ସବୁଠୁ ବିପଦପୂର୍ଣ୍ଣ ଟ୍ରିପଲ ନେଗେଟିଭ ବ୍ରେଷ୍ଟ କ୍ୟାନ୍‌ସରକୁ ନିମ୍ବୋଲାଇଡ୍‌ ମୂଳ ପୋଛ କରିବାର କ୍ଷମତା ରଖୁଛି, ଯାହା ପ୍ରି-କ୍ଲିନିକାଲ ଟ୍ରାଏଲରେ ମୂଷା ଓ ଜେବ୍ରା ଫିସ୍‌ ଉପରେ ପ୍ରୟୋଗରୁ ଏହା ପ୍ରମାଣିତ ହୋଇଛି। ଏବେ କ୍ୟାନସରର ଚିକିତ୍ସା ଲାଗି କେମୋଥେରାପି ବ୍ୟବସ୍ଥା ରହିଛି। କେମୋଥେରାପି କ୍ୟାନ୍‌ସର ସେଲ୍‌ ସହ ଶରୀରର ସାଧାରଣ ସେଲ୍‌କୁ ମଧ୍ୟ ନଷ୍ଟ କରିଥାଏ। କିନ୍ତୁ ଆଇଏଲ୍‌ଏସ୍‌ ଭୁବନେଶ୍ୱର ବୈଜ୍ଞାନିକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ, ନିମ୍ବପତ୍ରରେ ଥିବା ନିମ୍ବୋଲାଇଡ୍‌ କେବଳ କ୍ୟାନସର ସେଲ୍‌କୁ ହିଁ ନଷ୍ଟ କରୁଛି। ଏମିତିକି ନିମ୍ବୋଲାଇଡ୍‌ ସ୍ତନ କର୍କଟ ସହ ଶରୀରର ଅନ୍ୟ ଅଂଶରେ ଦେଖାଦେଉଥିବା କ୍ୟାନସର ସେଲକୁ ଭଲ କରିପାରୁଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି। ଆଇଏଲ୍‌ଏସ୍‌ ଭୁବନେଶ୍ୱର ସ୍ତନ କର୍କଟ ଚିକିତ୍ସା ଲାଗି କେମୋଥେରାପି ସହ ନିମ୍ବୋଲାଇଡ ବ୍ୟବହାର ଉପରେ ଅଧିକ ଗବେଷଣା ଜାରି ରଖିଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?