Posted inଜାତୀୟ

ବାଚସ୍ପତିଙ୍କୁ ଆଇନଗତ ନୋଟିସ, କ୍ଷମା ପ୍ରାର୍ଥନା ସହ ୧୦ କୋଟି କ୍ଷତିପୂରଣ ଦାବି…

ଚେନ୍ନାଇ,୨୩।୧୧ : ତାମିଲନାଡୁ ବିଧାନସଭା ବାଚସ୍ପତି ଏମ ଆପାଭୁ ବିରୋଧୀ ଏଆଇଏଡିଏମେକେ ବିଧାୟକମାନେ ରାଜ୍ୟରେ ଶାସକ ଡିଏମକେରେ ଯୋଗଦେବା ନେଇ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ମନ୍ତବ୍ୟ ପରେ ଏଆଇଏଡିଏମେକେ ତାଙ୍କୁ ଏକ ଆଇନଗତ ନୋଟିସ ପଠାଇ ତାଙ୍କୁ ସର୍ବସାଧାରଣରେ କ୍ଷମା ମାଗିବାକୁ କହିଛି। ଏଆଇଏଡିଏମେକେ ଆଇନ ଶାଖାର ଯୁଗ୍ମ ସଚିବ ତଥା ଦଳର ମୁଖପାତ୍ର ଆରଏମ ବାବୁ ମୁରୁଗାଭେଲ ଏହି ବିଜ୍ଞପ୍ତି ଜାରି କରିଛନ୍ତି ଯେଉଁଥିରେ ଦଳ ଏଆଇଏଡିଏମେକେ ଏବଂ ଏହାର ବିଧାୟକଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦିଆଯାଇଥିବାର ସେ ଅଭିଯୋଗ କରିଛନ୍ତି।

ବିଜ୍ଞପ୍ତିରେ ଏଆଇଏଡିଏମକେ କହିଛି ଚେନ୍ନାଇରେ ଏକ ଇଭେଣ୍ଟ ସମୟରେ ଆପାଭୁ ଏକ ଭିତ୍ତିହୀନ ଅଭିଯୋଗ କରିଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଦେହାନ୍ତ ପରେ ରାଜନୈତିକ ଅସ୍ଥିରତା ସମୟରେ ୪୦ ଜଣ ଏଆଇଏଡିଏମକେ ବିଧାୟକ ଡିଏମକେରେ ଯୋଗଦେବାକୁ ପ୍ରସ୍ତୁତ ଥିଲେ। ବିଜ୍ଞପ୍ତିରେ ଦାବି କରାଯାଇଛି ଆପାଭୁ ନୋଟିସ ଗ୍ରହଣ କରିବାର ୪୮ ଘଣ୍ଟା ମଧ୍ୟରେ ଖବରଦାତାଙ୍କୁ ଡକାଇ ତାଙ୍କର ଅପମାନଜନକ ବିବୃତ୍ତି ପାଇଁ କ୍ଷମା ମାଗନ୍ତୁ ଏବଂ ୧୦ କୋଟି ଟଙ୍କା କ୍ଷତିପୂରଣ ଦିଅନ୍ତୁ। ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି ବାଚସ୍ପତି ବିରୋଧରେ ସିଭିଲ ଏବଂ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆଇନଗତ ବିଜ୍ଞପ୍ତିରେ କୁହାଯାଇଛି ଯେ ଆପାଭୁଙ୍କ ମନ୍ତବ୍ୟ ଏକ ରାଜନୈତିକ ଦଳ ଭାବରେ ଏଆଇଏଡିଏମକେର ପ୍ରତିଷ୍ଠା ତଥା ପାଇଁ ଅପୂରଣୀୟ କ୍ଷତି ଘଟାଇଛି ଏବଂ ରାଜ୍ୟରେ ଏଆଇଏଡିଏମକେ ସଦସ୍ୟଙ୍କ ଆତ୍ମବିଶ୍ୱାସକୁ କ୍ଷୁର୍ଣ୍ଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?