Posted inଫୁରସତ

ଦେଶ ବିକାଶରେ ଆଇନ ସଚେତନତା ଅପରିହାର୍ଯ୍ୟ

ଦେଶ ବିକାଶରେ ଆଇନ ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ଗୁରୁତ୍ୱପୂର୍ଣ୍ଣ। ପ୍ରଚଳିତ ଆଇନ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇ ପାରିଲେ ହିଁ ଜନସାଧାରଣ ଆବଶ୍ୟକ ଆଇନଗତ ସହାୟତା ସହଜରେ ପାଇ ପାରିବେ। ଆଉ ବିଚାର କାର୍ଯ୍ୟ ଶୀଘ୍ର ହେବା ଦ୍ୱାରା ବହୁ ଅର୍ଥ ଅପଚୟ ରୋକିହେବ। ଆମ ଦେଶରେ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ନଭେମ୍ବର ୯ରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଆସୁଛି।
ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ଦେଶର ସମସ୍ତ ନାଗରିକଙ୍କ ମୌଳିକ ଅଧିକାରକୁ ସୁନିଶ୍ଚିତ କରୁଥିବା ସମ୍ବିଧାନର ଧାରା ‘୩୯-କ’କୁ କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରୟାସ । ସମ୍ବିଧାନର ଧାରା ‘୩୯-କ’ ସମାଜର ଗରିବ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ ମାଗଣା ଆଇନ ସହାୟତା ଯୋଗାଇ ସମାନ ସୁଯୋଗ ଆଧାରରେ ନ୍ୟାୟକୁ ପ୍ରୋତ୍ସାହିତ କରିବା ସହ ଜଡିତ। ଏହି ଅଧିନିୟମ ଦ୍ୱାରା ସମଗ୍ର ଦେଶରେ ଜାତୀୟ ଆଇନ ସେବା ପ୍ରାଧିକରଣ (ଏନ୍‌ଏଲ୍‌ଏସ୍‌ଏ) ସୃଷ୍ଟି ହୋଇଛି। ଏହି ଅଧିନିୟମ ୯ ନଭେମ୍ବର ୧୯୮୭ରୁ ଲାଗୁ ହୋଇଥିଲା। ଦେଶରେ ବିଚାର ନ ହୋଇ ପଡ଼ିରହିଥିବା ମାମଲାର ବିକଳ୍ପ ସମାଧାନ ପାଇଁ ଲୋକ ଅଦାଲତ, ମଧ୍ୟସ୍ଥତା ଏବଂ ମାଗଣା ଆଇନ ସହାୟତା ଶିବିର ପ୍ରଭୃତି ଆୟୋଜନ କରାଯାଉଛି। ୧୧ ଅକ୍ଟୋବର ୧୯୮୭ରେ, ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ପ୍ରଣୟନ କରାଯାଇଥିଲା। ଏହା ୯ ନଭେମ୍ବର ୧୯୯୫ରେ ଲାଗୁ ହୋଇଥିଲା। ଭାରତର ଜାତୀୟ ଆଇନ ସେବା ପ୍ରାଧିକରଣ ଏହାର ନିୟମ ଅନୁଯାୟୀ ୫ ଡିସେମ୍ବର ୧୯୯୫ରେ ଗଠିତ ହୋଇଥିଲା। ଭାରତୀୟ ଅଦାଲତର ପେଣ୍ଡେନ୍ସି ଲୋଡ (ବ୍ୟାକ୍‌ଲଗ୍‌)କୁ ହ୍ରାସ କରିବା ସହିତ ଅଭାବୀ ମକଦ୍ଦମାକାରୀଙ୍କ ପାଇଁ ନ୍ୟାୟ ପାଇବାକୁ ଏହା ଏକ ନିଆରା ପ୍ରୟାସ ଥିଲା। ତେବେ ଆଇନ ସେବା ପ୍ରାଧିକରଣ ଅଧିନିୟମ ଏବଂ ମକଦ୍ଦମାକାରୀଙ୍କ ଅଧିକାର ଅଧୀନରେ ଥିବା ବିଭିନ୍ନ ବ୍ୟବସ୍ଥା ବିଷୟରେ ଜନସାଧାରଣଙ୍କୁ ଏହି ଅବସରରେ ଅବଗତ କରାଯାଇଥାଏ। କେତେକ ପ୍ରାଧିକରଣ ପକ୍ଷରୁ ଲୋକ ଅଦାଲତ, ଆଇନ ସହାୟତା ଶିବିର ଏବଂ ଆଇନ ସହାୟତା କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୪୨ ବର୍ଷ ଧରି ପରିବାରରେ କେହି ବି ଗ୍ରହଣ କରି ନାହାଁନ୍ତି ଯୌତୁକ

ଇନ୍ଦୋର,୨୪।୨: ବିବାହରେ କନ୍ୟା ଘର ପକ୍ଷରୁ ବରଙ୍କୁ ଉପହାର ସୂରୂପ ଯୌତୁକ ଦିଆଯାଇଥାଏ। ତେବେ ମଧ୍ୟପ୍ରଦେଶ ଇନ୍ଦୋରରେ ବାସ କରୁଥିବା ଏକ ପରିବାର ଦୀର୍ଘ ୪୨...

ବୟସର ତାରତମ୍ୟ ପ୍ରେମରେ ସାଜିନି ବାଧକ…

ଏବେ ଭାଲେଣ୍ଟାଇନ୍‌ ସପ୍ତାହ ଜାରି ରହିଛି। ଏହା ପ୍ରେମୀଯୁଗଳଙ୍କୁ ପ୍ରେମର ପରିଭାଷା ସମ୍ପର୍କରେ ଅବଗତ କରାଇଥାଏ। ପ୍ରେମ ଆଗରେ ଜାତି-ଧର୍ମ-ବର୍ଣ୍ଣ ବାଧା ସୃଷ୍ଟି କରି ନ...

କଣ୍ଟାକ୍ଟ ଲେନ୍ସ୍‌ରେ ଜିପିଏସ୍‌: ହାର୍ଟ ବିଟ୍‌ ହେବ ଦେଖି

କାଲିଫର୍ନିଆ, ୧୯।୧: ଆଧୁନିକ ବିଜ୍ଞାନ ସହାୟତାରେ ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇପାରୁଛି। ସମ୍ପ୍ରତି ଆମେରିକା କାଲିଫର୍ନିଆର ଷ୍ଟାର୍ଟଅପ୍‌ ମୋଜୋ ଭିଜନ ପକ୍ଷରୁ ଏକ ପ୍ରକାର...

ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ବାସୋପଯୋଗୀ ଗ୍ରହର ସନ୍ଧାନ

ଓ୍ବାଶିଂଟନ:ଆମେରିକୀୟ ମହାକାଶ ସଂସ୍ଥା ନାସା ସୌରମଣ୍ଡଳ ବାହାରେ ତିନୋଟି ବାସୋପଯୋଗୀ ଗ୍ରହ ଠାବ କରିଛି। ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ଥିବା ଗ୍ରହଗୁଡିକ ଏକ ନକ୍ଷେତ୍ର...

ଜଳାଶୟରେ କୁମ୍ଭୀର ସହ କଇଁଛ କରୁଛି ଏମିତି

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ...

ବ୍ୟକ୍ତିତ୍ୱ: ମ୍ୟାନ୍‌ ବୁକର ଆଓ୍ବାର୍ଡ ବିଜେତା ଅରବିନ୍ଦ ଆଡ଼ିଗା

‘ଦ ହ୍ବାଇଟ୍‌ ଟାଇଗର’ ଉପନ୍ୟାସ ପାଇଁ ଆଡ଼ିଗାଙ୍କୁ ମିଳିଥିଲା ୨୦୦୮ ମସିହାର ସମ୍ମାନଜନକ ମ୍ୟାନ୍‌ ବୁକର ଆଓ୍ବାର୍ଡ। ଏକ ବିଷମ ସନ୍ଧିକ୍ଷଣରେ ଅଟକି ଯାଇଥିବା ଭାରତର...

ସାଇକେଲରେ ଡ୍ରାଏ ରନ୍‌ ଟିକା

ବାରାଣସୀ, ୬ା୧: କୋଭିଡ୍‌-୧୯ ଟିକାକରଣକୁ ସଫଳତାର ସହ ସମ୍ପୂର୍ଣ୍ଣ କରାଯିବାକୁ ସାରା ଦେଶରେ ଡ୍ରାଏରନ୍‌ କରାଯାଉଛି। ତେବେ ଉତ୍ତରପ୍ରଦେଶରେ ଏଥିରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ...

ଉଡନ୍ତା ବାଇକ

ଟ୍ରାଫିକ୍‌ ଜାମ୍‌ ପାଇଁ ବେଳେବେଳେ ଏତେ ବିରକ୍ତ ଲାଗେ ଯେ, ଇଛା ହୁଏ ଏମିତି ଗାଡି ଥାଆନ୍ତା କି ଉଡି ଉଡି ଯାଇ ହୁଅନ୍ତା। ତେବେ...

Advertisement
Archives

Model This Week