Posted inଫୁରସତ

ସମୁଦ୍ର କୂଳରେ ମଣିଷ ନୁହେଁ, କେବଳ ପାଦ ଚାଲୁଥିଲା

ଗୁଗୁଲ ୟାର୍ଥରେ ପ୍ରତିଦିନ ନୂଆ ନୂଆ ରହସ୍ୟମୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥାଏ। ଗୁଗୁଲ ୟାର୍ଥ ବ୍ୟବହାରକାରୀମାନେ ଅନେକ ଥର ରହସ୍ୟମୟ ଜିନିଷ ଦେଖୁଥିବାର ଦାବି କରୁଛନ୍ତି। ଯାହା ବିଷୟରେ ଜାଣିବା ଆଶ୍ଚର୍ଯ୍ୟଜନକ। ବର୍ତ୍ତମାନ ଏହି ସମୟରେ ଜଣେ ଗୁଗୁଲ ୟାର୍ଥ ବ୍ୟବହାରକାରୀ ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଫଟୋ ଶେୟାର କରିଛନ୍ତି। ଯାହା ଦେଖିଲେ ଭୟରେ ଦେହ ଥରି ଉଠିବ। ଗୁଗୁଲ ମ୍ୟାପ୍‌ ମାଧ୍ୟମରେ ୟୁଜରମାନେ ଅଜ୍ଞାତ ସ୍ଥାନ ବିଷୟରେ ସହଜରେ ଜାଣିପାରିଥାନ୍ତି। ଜୁମ୍‌ କରିବା ପରେ ଏହାର ଆଖପାଖ ସ୍ଥାନ ମଧ୍ୟ ଦୃଶ୍ୟମାନ ହୁଏ। କିନ୍ତୁ ବେଳେବେଳେ ଗୁଗୁଲ ମ୍ୟାପ୍‌ରେ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ।

ଜଣେ ବ୍ୟକ୍ତି ସୋସିଆଲ ମିଡିଆ ସାଇଟ୍‌ ରେଡ୍ଡିଟ୍‌ରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ବ୍ୟକ୍ତି ଜଣକ କହିଛନ୍ତି, ସେ ଗୁଗୁଲ ମ୍ୟାପ୍‌ ମାଧ୍ୟମରେ ଏହି ଫଟୋ ପାଇଛନ୍ତି। ଭାଇରାଲ ଫଟୋରେ ସମୁଦ୍ର କୂଳରେ ଚପଲ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କ ପାଦ ଦେଖିବାକୁ ମିଳିଛି। ଏହି ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବାସ୍ତବରେ ଫଟୋରେ କେବଳ ମଣିଷର ଗୋଡ଼ ଚାଲୁଥିବାର ଦୃଶ୍ୟମାନ ହୁଏ।

’U / helloalola’ ନାମକ ଜଣେ ରେଡ୍ଡିଟ୍‌ ବ୍ୟବହାରକାରୀ ଏହି ଫଟୋକୁ ଉଠାଇଥିବା ଦାବି କରିଛନ୍ତି। ଫଟୋରେ ମାନବ ଶରୀର ଦେଖାଯାଉ ନାହିଁ, କେବଳ ପାଦ ଦେଖାଯାଉଛି। ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଫଟୋରେ ୟୁଜରମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି ଛୁଟିଦିନରେ ମଣିଷ ନୁହେଁ, କେବଳ ପାଦ ଆସିଥିଲା ବୁଲିବାକୁ।

 

ଅନ୍ୟପକ୍ଷରେ ଗୁଗୁଲ୍‌ ୟାର୍ଥରେ ଏହିପରି ଫଟୋଗୁଡ଼ିକ ପ୍ରାୟତଃ ଦେଖାଯାଏ। ନେଟ୍‌ଓ୍ବାର୍କ ସମସ୍ୟା ହେତୁ ବେଳେବେଳେ ଏପରି ଘଟିଥାଏ। ତଥାପି ଲୋକମାନେ ଏଥିରୁ ଅନେକ ତଥ୍ୟ ପାଆନ୍ତି। ଅନେକ ଥର ଲୋକମାନେ ସେହି ସ୍ଥାନ ବିଷୟରେ ଖୋଜନ୍ତି ଯାହା ବିଷୟରେ କେହି ଜାଣନ୍ତି ନାହିଁ, କିନ୍ତୁ ସେମାନେ ଗୁଗୁଲ ମ୍ୟାପ୍‌ରୁ ଏହା ବିଷୟରେ ଜାଣିପାରନ୍ତି। ପୂର୍ବରୁ ଜଣେ ୟୁଜର ଆଣ୍ଟାର୍କଟିକାରେ ଏଲିଅନ୍ସ ଅଛନ୍ତି ବୋଲି ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?