Posted inଫୁରସତ

ସମୁଦ୍ର କୂଳରେ ମଣିଷ ନୁହେଁ, କେବଳ ପାଦ ଚାଲୁଥିଲା

ଗୁଗୁଲ ୟାର୍ଥରେ ପ୍ରତିଦିନ ନୂଆ ନୂଆ ରହସ୍ୟମୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥାଏ। ଗୁଗୁଲ ୟାର୍ଥ ବ୍ୟବହାରକାରୀମାନେ ଅନେକ ଥର ରହସ୍ୟମୟ ଜିନିଷ ଦେଖୁଥିବାର ଦାବି କରୁଛନ୍ତି। ଯାହା ବିଷୟରେ ଜାଣିବା ଆଶ୍ଚର୍ଯ୍ୟଜନକ। ବର୍ତ୍ତମାନ ଏହି ସମୟରେ ଜଣେ ଗୁଗୁଲ ୟାର୍ଥ ବ୍ୟବହାରକାରୀ ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଫଟୋ ଶେୟାର କରିଛନ୍ତି। ଯାହା ଦେଖିଲେ ଭୟରେ ଦେହ ଥରି ଉଠିବ। ଗୁଗୁଲ ମ୍ୟାପ୍‌ ମାଧ୍ୟମରେ ୟୁଜରମାନେ ଅଜ୍ଞାତ ସ୍ଥାନ ବିଷୟରେ ସହଜରେ ଜାଣିପାରିଥାନ୍ତି। ଜୁମ୍‌ କରିବା ପରେ ଏହାର ଆଖପାଖ ସ୍ଥାନ ମଧ୍ୟ ଦୃଶ୍ୟମାନ ହୁଏ। କିନ୍ତୁ ବେଳେବେଳେ ଗୁଗୁଲ ମ୍ୟାପ୍‌ରେ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ।

ଜଣେ ବ୍ୟକ୍ତି ସୋସିଆଲ ମିଡିଆ ସାଇଟ୍‌ ରେଡ୍ଡିଟ୍‌ରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ବ୍ୟକ୍ତି ଜଣକ କହିଛନ୍ତି, ସେ ଗୁଗୁଲ ମ୍ୟାପ୍‌ ମାଧ୍ୟମରେ ଏହି ଫଟୋ ପାଇଛନ୍ତି। ଭାଇରାଲ ଫଟୋରେ ସମୁଦ୍ର କୂଳରେ ଚପଲ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କ ପାଦ ଦେଖିବାକୁ ମିଳିଛି। ଏହି ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବାସ୍ତବରେ ଫଟୋରେ କେବଳ ମଣିଷର ଗୋଡ଼ ଚାଲୁଥିବାର ଦୃଶ୍ୟମାନ ହୁଏ।

’U / helloalola’ ନାମକ ଜଣେ ରେଡ୍ଡିଟ୍‌ ବ୍ୟବହାରକାରୀ ଏହି ଫଟୋକୁ ଉଠାଇଥିବା ଦାବି କରିଛନ୍ତି। ଫଟୋରେ ମାନବ ଶରୀର ଦେଖାଯାଉ ନାହିଁ, କେବଳ ପାଦ ଦେଖାଯାଉଛି। ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଫଟୋରେ ୟୁଜରମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି ଛୁଟିଦିନରେ ମଣିଷ ନୁହେଁ, କେବଳ ପାଦ ଆସିଥିଲା ବୁଲିବାକୁ।

 

ଅନ୍ୟପକ୍ଷରେ ଗୁଗୁଲ୍‌ ୟାର୍ଥରେ ଏହିପରି ଫଟୋଗୁଡ଼ିକ ପ୍ରାୟତଃ ଦେଖାଯାଏ। ନେଟ୍‌ଓ୍ବାର୍କ ସମସ୍ୟା ହେତୁ ବେଳେବେଳେ ଏପରି ଘଟିଥାଏ। ତଥାପି ଲୋକମାନେ ଏଥିରୁ ଅନେକ ତଥ୍ୟ ପାଆନ୍ତି। ଅନେକ ଥର ଲୋକମାନେ ସେହି ସ୍ଥାନ ବିଷୟରେ ଖୋଜନ୍ତି ଯାହା ବିଷୟରେ କେହି ଜାଣନ୍ତି ନାହିଁ, କିନ୍ତୁ ସେମାନେ ଗୁଗୁଲ ମ୍ୟାପ୍‌ରୁ ଏହା ବିଷୟରେ ଜାଣିପାରନ୍ତି। ପୂର୍ବରୁ ଜଣେ ୟୁଜର ଆଣ୍ଟାର୍କଟିକାରେ ଏଲିଅନ୍ସ ଅଛନ୍ତି ବୋଲି ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri