Posted inଫୁରସତ

୪୦ ଲକ୍ଷ ଟଙ୍କାର ଚାକିରି ଛାଡ଼ି ସଫେଇ କାମ କଲେ ମହିଳା, କାରଣ ଜାଣିଲେ…

ଜଣେ ମହିଳା ମାସକୁ ୪୦ ଲକ୍ଷ ଟଙ୍କା ଦରମା ପାଉଥିଲେ। ମାତ୍ର ଚାକିରି ଛାଡ଼ି ସେ ସଫେଇ କାମ କରିବାରେ ଲାଗିଲେ। ଏହି ମହିଳାଙ୍କ ନାମ କ୍ଲେୟର ବର୍ଟନ। ସେ ବ୍ରିଟେନରେ ରୁହନ୍ତି।

କ୍ଲେୟରଙ୍କ କହିବା ଅନୁଯାୟୀ, ସଫେଇ କରିବା କାମ କର୍ପୋରେଟ ଚାକିରିରେ ସବୁଠୁ ନିଆରା। ଏହି ନିଷ୍ପତ୍ତି ତାଙ୍କ କ୍ୟାରିୟରର ସବୁଠୁ ଭଲ ପଦକ୍ଷେପ।

ଏକ ରିପୋର୍ଟ ଅନୁଯାୟୀ, ମାସକୁ ୪୦ ଲକ୍ଷ ଟଙ୍କା ରୋଜଗାର କରୁଥିବା କ୍ଲେୟର ଚାକିରି ଛାଡ଼ି ଏବେ ୬ ଗ୍ରାହକଙ୍କୁ ସଫେଇ କାମରେ ନିଯୁକ୍ତ କରାଇଛନ୍ତି। ଏହି କାମ ସେ ଇନ୍‌ଷ୍ଟାଗ୍ରାମରେ ମିଷ୍ଟର ହିଞ୍ଚ ନାମକ ଜଣେ ୟୁଜରଙ୍କୁ ଦେଖି ଆରମ୍ଭ କରିଥିଲେ।

କ୍ଲେୟର ୨୦୦୧ରେ ଏକ ହାଇ ଷ୍ଟ୍ରିଟ୍‌ ବ୍ୟାଙ୍କ ପାଇଁ ସେବା ପ୍ରତିନିଧି ରୂପରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ସେ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ଏହି ସମୟରେ ସେ ତାଙ୍କ ବୟଫ୍ରେଣ୍ଡ ଡେଭ୍‌ଙ୍କୁ ୨୦୦୩ରେ ବିବାହ କରିଥିଲେ।

୨୦୧୭ରେ ପ୍ରମୋଶନ ପାଇବା ପରେ କ୍ଲେୟରଙ୍କ ମାସକୁ ଦରମା ୪୦ ଲକ୍ଷ ହୋଇଥିଲା। ମାତ୍ର ଏହି ବର୍ଷ ହିଁ ତାଙ୍କ ପିତା ଲିଭର କ୍ୟାନସରରେ ମୃତ୍ୟୁବରଣ କରିଥିଲେ। ଏହାର ୧ ବର୍ଷ ପରେ ଅର୍ଥାତ୍‌ ୨୦୧୮ରେ ବିବାହ ବିଚ୍ଛେଦ ହୋଇଥିଲା। ଏହିଦିନଠାରୁ ସେ ବହୁତ ଭାଙ୍ଗି ପଡ଼ିଥିଲେ।

କ୍ଲେୟର କୁହନ୍ତି, ମୁଁ ଏହି ସମୟରେ ଭାବୁଥିଲି ମୋ ଜୀବନ ବୋଧେ ସରିଗଲା। କିଛି ମାସ ଏକୁଟିଆ ରହିଲି। ଏହି ସମୟର ଗୋଟିଏ କଥା ମୋ ମନକୁ ଆସିଲା ସଫେଇ। ସେହିଦିନଠାରୁ ନିଷ୍ପତ୍ତି ନେଲି ସଫେଇ କରିବି। ସପ୍ତାହକୁ ୪ ଘଣ୍ଟା ସଫେଇ କାମ କଲି। ଏଥିରୁ ମୋତେ ବହୁତ ଶାନ୍ତି ମିଳିଲା। ୨୦୧୯ ବେଳକୁ ମୁଁ ନିଜକୁ ସମ୍ଭାଳି ନେଇଥିଲି। ଏବେ ଏହି କାମରେ ମୁଁ ୬ ଜଣଙ୍କୁ ନିଯୁକ୍ତ କରିଛି। ଏଥିରୁ ଏବେ ଦି’ ପଇସା ରୋଜଗାର ବି କରୁଛି। ମୋ ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ଅର୍ଥ ମୋ ନିକଟରେ ରହିଛି। ଯାହାକି ମୋ ପାଇଁ ବହୁତ। ମୁଁ ଏବେ ମୋ ସ୍ବପ୍ନରେ ବଞ୍ଚୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣ ମାସର ଶେଷ ସୋମବାରରେ ଅଦ୍ଭୁତ ଯୋଗ, ୪ ରାଶିଙ୍କ ଚମକିବ ଭାଗ୍ୟ

ଆଜି ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର । ଜ୍ୟୋତିଷ ମତାନୁସାରେ ଆଜିର ଦିନଟି ବେଶ୍ ଶୁଭ ରହିବ । ଶ୍ରାବଣ ସୋମବାରରେ ଏକାଧିକ ଶୁଭ…

ଭାଜପାକୁ ଶକ୍ତ ଧକ୍କା, ଦଳ ଛାଡୁଛନ୍ତି ଅଭିନେତା

ଚେନ୍ନାଇ,୨୪।୮: ଥାଲାପଥି ସି. ଜୋସେଫ ବିଜୟ ରାଜନୀତିରେ ପ୍ରବେଶ ଘୋଷଣା କରିବା ପରଠାରୁ, ନେତା ଏବଂ ସେଲିବ୍ରିଟିମାନେ ତାଙ୍କ ଦଳ, ତମିଜାଗା ଭେଟ୍ରି କାଝାଗମ (TVK) ରେ…

ବଦଳିଲା ସରକାର, ବଦଳିଲେ ବିଧାୟକ, ହେଲେ ବଦଳିଲାନି ହିରାପାଲି ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ଆଜି ବି…

ଅମରପାଲି,୨୪ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତର ହିରାପାଲି ଗ୍ରାମରେ ସରକାର ଓ ବିଧାୟକ ବଦଳିଥିଲେ ବି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଦଳିନାହିଁ। ବଳିପାଲିରୁ ହିରାପାଲି…

ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ଯୋଜନା

ଭୁବନେଶ୍ୱର,୨୪ା୮(ବନ୍ଦନା ସେଠୀ): ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ବା ଏକ ଦେଶ, ଏକ ସ୍ବାସ୍ଥ୍ୟ ଯୋଜନା। ଏଥିସହ ଡାକ୍ତରମାନେ କିଭଳି ଡିଜିଟାଲ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ପ୍ରତିବର୍ଷ ଯୋଗାଇ ଦିଆଯିବ ୩ଟି ମାଗଣା ଗ୍ୟାସ ସିଲିଣ୍ଡର

ଚେନ୍ନାଇ,୨୪।୮: ବିଧାନସଭାରେ ଏକ ବଡ଼ ଘୋଷଣା କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ କହିଛନ୍ତି ଯେ ‘ଅନ୍ନପୂର୍ଣ୍ଣି ସୁପର ସିକ୍ସ’ ଯୋଜନା ଅଧୀନରେ ପ୍ରତିବର୍ଷ ତିନୋଟି ମାଗଣା…

ଗୁପଚୁପ ଖାଇବା ପରେ ଆସିଲା ନିଦ; ବାକ୍ସ ଉପରେ ଶୋଇପଡ଼ିଲା ହନୁ ମାଙ୍କଡ଼, ଭାଇରାଲ ହେଉଛି Video

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ରବିବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ ଗେଟ୍‌, ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

​ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ…

ବିନା ଲାଇସେନ୍ସରେ ବିଭିନ୍ନ ବ୍ରାଣ୍ଡ୍‌ର ମଦ ବିକ୍ରି, ୩ ବ୍ୟବସାୟୀଙ୍କୁ ଗିରଫ କରି…

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri