Posted inଫୁରସତ

୪୦ ଲକ୍ଷ ଟଙ୍କାର ଚାକିରି ଛାଡ଼ି ସଫେଇ କାମ କଲେ ମହିଳା, କାରଣ ଜାଣିଲେ…

ଜଣେ ମହିଳା ମାସକୁ ୪୦ ଲକ୍ଷ ଟଙ୍କା ଦରମା ପାଉଥିଲେ। ମାତ୍ର ଚାକିରି ଛାଡ଼ି ସେ ସଫେଇ କାମ କରିବାରେ ଲାଗିଲେ। ଏହି ମହିଳାଙ୍କ ନାମ କ୍ଲେୟର ବର୍ଟନ। ସେ ବ୍ରିଟେନରେ ରୁହନ୍ତି।

କ୍ଲେୟରଙ୍କ କହିବା ଅନୁଯାୟୀ, ସଫେଇ କରିବା କାମ କର୍ପୋରେଟ ଚାକିରିରେ ସବୁଠୁ ନିଆରା। ଏହି ନିଷ୍ପତ୍ତି ତାଙ୍କ କ୍ୟାରିୟରର ସବୁଠୁ ଭଲ ପଦକ୍ଷେପ।

ଏକ ରିପୋର୍ଟ ଅନୁଯାୟୀ, ମାସକୁ ୪୦ ଲକ୍ଷ ଟଙ୍କା ରୋଜଗାର କରୁଥିବା କ୍ଲେୟର ଚାକିରି ଛାଡ଼ି ଏବେ ୬ ଗ୍ରାହକଙ୍କୁ ସଫେଇ କାମରେ ନିଯୁକ୍ତ କରାଇଛନ୍ତି। ଏହି କାମ ସେ ଇନ୍‌ଷ୍ଟାଗ୍ରାମରେ ମିଷ୍ଟର ହିଞ୍ଚ ନାମକ ଜଣେ ୟୁଜରଙ୍କୁ ଦେଖି ଆରମ୍ଭ କରିଥିଲେ।

କ୍ଲେୟର ୨୦୦୧ରେ ଏକ ହାଇ ଷ୍ଟ୍ରିଟ୍‌ ବ୍ୟାଙ୍କ ପାଇଁ ସେବା ପ୍ରତିନିଧି ରୂପରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ସେ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ଏହି ସମୟରେ ସେ ତାଙ୍କ ବୟଫ୍ରେଣ୍ଡ ଡେଭ୍‌ଙ୍କୁ ୨୦୦୩ରେ ବିବାହ କରିଥିଲେ।

୨୦୧୭ରେ ପ୍ରମୋଶନ ପାଇବା ପରେ କ୍ଲେୟରଙ୍କ ମାସକୁ ଦରମା ୪୦ ଲକ୍ଷ ହୋଇଥିଲା। ମାତ୍ର ଏହି ବର୍ଷ ହିଁ ତାଙ୍କ ପିତା ଲିଭର କ୍ୟାନସରରେ ମୃତ୍ୟୁବରଣ କରିଥିଲେ। ଏହାର ୧ ବର୍ଷ ପରେ ଅର୍ଥାତ୍‌ ୨୦୧୮ରେ ବିବାହ ବିଚ୍ଛେଦ ହୋଇଥିଲା। ଏହିଦିନଠାରୁ ସେ ବହୁତ ଭାଙ୍ଗି ପଡ଼ିଥିଲେ।

କ୍ଲେୟର କୁହନ୍ତି, ମୁଁ ଏହି ସମୟରେ ଭାବୁଥିଲି ମୋ ଜୀବନ ବୋଧେ ସରିଗଲା। କିଛି ମାସ ଏକୁଟିଆ ରହିଲି। ଏହି ସମୟର ଗୋଟିଏ କଥା ମୋ ମନକୁ ଆସିଲା ସଫେଇ। ସେହିଦିନଠାରୁ ନିଷ୍ପତ୍ତି ନେଲି ସଫେଇ କରିବି। ସପ୍ତାହକୁ ୪ ଘଣ୍ଟା ସଫେଇ କାମ କଲି। ଏଥିରୁ ମୋତେ ବହୁତ ଶାନ୍ତି ମିଳିଲା। ୨୦୧୯ ବେଳକୁ ମୁଁ ନିଜକୁ ସମ୍ଭାଳି ନେଇଥିଲି। ଏବେ ଏହି କାମରେ ମୁଁ ୬ ଜଣଙ୍କୁ ନିଯୁକ୍ତ କରିଛି। ଏଥିରୁ ଏବେ ଦି’ ପଇସା ରୋଜଗାର ବି କରୁଛି। ମୋ ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ଅର୍ଥ ମୋ ନିକଟରେ ରହିଛି। ଯାହାକି ମୋ ପାଇଁ ବହୁତ। ମୁଁ ଏବେ ମୋ ସ୍ବପ୍ନରେ ବଞ୍ଚୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri