ଅଧ୍ୟାପକଙ୍କ ଯୁକ୍ତ୨, ଯୁକ୍ତ୩ ପରୀକ୍ଷା ବର୍ଜନ ଚେତାବନୀ

ଭୁବନେଶ୍ୱର, ୨୧।୨(ବ୍ୟୁରୋ):ସମାନ ଗ୍ରେଡ୍‌ ପେ’ ଆଧାରରେ ସମାନ ଦରମା ବୃଦ୍ଧି, ସମସ୍ତଙ୍କୁ ପେନସନ ଓ ଗ୍ରାଚ୍ୟୁଇଟି ପ୍ରଦାନ ଭଳି ୪ ଦଫା ଦାବି ନେଇ ସୋମବାର ପୁଣିଥରେ ମହାସମାବେଶ କରିଛନ୍ତି ଅଧ୍ୟାପକ ଓ କର୍ମଚାରୀ। ୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଆରମ୍ଭ ହୋଇଥିବା ଅହୋରାତ୍ର ଧାରଣାର ୭ଦିନ ପରେ ମଧ୍ୟ ସରକାର ନିରବ ରହିବା ପ୍ରତିବାଦରେ ସୋମବାର ଲୋୟର ପିଏମଜିଠାରେ ଏହି ମହାସମାବେଶ ଅନୁଷ୍ଠିତ ହୋଇଥିଲା। ସଂଘ ପକ୍ଷରୁ କୁହାଯାଇଛି, ସରକାର କିଛି କର୍ମଚାରୀ ଓ ଅଧ୍ୟାପକଙ୍କୁ ଅନୁକମ୍ପା ଦେଖାଇ ପ୍ରାୟ ୧୦ହଜାର ଟଙ୍କାର ଦରମା ତାରତମ୍ୟ ଘୋଷଣା କରିଛନ୍ତିି। ୪,୨୦୦ ଗ୍ରେଡ୍‌ ପେ’ ପାଉଥିବା ୪୮୮ ବର୍ଗର ପିଇଟି ଲାଇବ୍ରେରିଆନ୍‌ ଓ ଡେମୋନଷ୍ଟ୍ରେଟରମାନେ ୪,୬୦୦ ଗ୍ରେଡ୍‌ ପେ’ ପାଉଥିବା ୬୬୨ ବର୍ଗ କଲେଜ ଅଧ୍ୟାପକଙ୍କଠାରୁ ପାଖାପାଖି ୮ ହଜାର ଟଙ୍କା ଅଧିକ ପାଇବେ। ଖାଲି ସେତିକି ନୁହେଁ, ୪୨୦୦ ଗ୍ରେଡ୍‌ ପେ’ ପାଉଥିବା ସ୍କୁଲ ଶିକ୍ଷକଙ୍କ ଠାରୁ ମଧ୍ୟ ଏହି ବର୍ଗର ଅଧ୍ୟାପକମାନେ ପାଖାପାଖି ୬ ହଜାର ଟଙ୍କା କମ୍‌ ଦରମା ପାଇବେ। ନିଯୁକ୍ତିରେ ବରିଷ୍ଠ ଓ ସମାନ ପଦ୍ଧତିରେ ନିଯୁକ୍ତି ପାଇଥିଲେ ମଧ୍ୟ ୬୬୨ ବର୍ଗର ଅଧ୍ୟାପକ ଓ କର୍ମଚାରୀଙ୍କୁ ଉପେକ୍ଷା କରାଯାଇଛି ବୋଲି ସଂଘ ଅଭିଯୋଗ କରିଛି। ଏହି ପ୍ରସଙ୍ଗରେ ଯଥାଶୀଘ୍ର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ। ନିଷ୍ପତ୍ତିର ଶୀଘ୍ର ପୁନର୍ବିଚାର କରା ନ ଗଲେ ଆଗକୁ ଆମରଣ ଅନଶନ ଭଳି ପଦକ୍ଷେପ ନିଆଯିବ। ଆବଶ୍ୟକ ପଡ଼ିଲେ ଯୁକ୍ତ୨ ଓ ଯୁକ୍ତ୩ ବାର୍ଷିକ ପରୀକ୍ଷାରେ ଅସହଯୋଗ କରିବା ସହ ମୂଲ୍ୟାଙ୍କନ ବର୍ଜନ ଭଳି ନିଷ୍ପତ୍ତି ନିଆଯିବ ବୋଲି ସଂଘ ସଭାପତି ଗୋଲକ ନାୟକ, ସାଧାରଣ ସମ୍ପାଦକ ସତାପଉଦ୍ଦିନ ଅହମ୍ମଦ ଓ ଡ. ଗଗନ ବେଉରା, ଡ. ତପନ ଜେନା, ରଞ୍ଜନ ପ୍ରଧାନ ପ୍ରମୁଖ ସରକାରଙ୍କୁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୟପୁରରେ ହେବ ନାହିଁ ରଥଯାତ୍ରା

ଜୟପୁର ୧୩ା୬ (ନି.ପ୍ର.)-କୋରାପୁଟ ଜିଲା ଜୟପୁରରେ ଚଳିତ ବର୍ଷ ରଥଯାତ୍ରା ହେବନାହିଁ। ଜିଲାପାଳ ମଧୁ ସୂଦନ ମିଶ୍ର ଏ ନେଇ ଚିଠି ମାଧ୍ୟମରେ ସ୍ପଷ୍ଟ କରିଛନ୍ତି।...

ଉଚ୍ଛେଦ ନେଇ ଅସନ୍ତୁଷ୍ଟ ଉଠାଦୋକାନୀ

ବଇଣ୍ଡା,୯ା୩(ଡି.ଏନ୍‌.ଏ.) – ରାଜପଥ ସମ୍ପ୍ରସାରଣ ପାଇଁ ୩ ବର୍ଷ ତଳେ ବଜାରରୁ ୫ ଶହ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା। ସେମାନଙ୍କୁ ଥଇଥାନ କି କ୍ଷତିକପୂରଣ...

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦାବି

ଭୁବନେଶ୍ୱର, ୨୨ା୮(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବା ପରେ ସରକାରୀ କାର୍ଯ୍ୟ କ୍ଷିପ୍ର ଗତିରେ ଚାଲିବ ବୋଲି ନୂତନ ସଚିବ ଅସିତ ତ୍ରିପାଠୀ...

ଜୋନ୍‌ ଅନୁଯାୟୀ ଖୋଲିବ ନିମ୍ନ ଅଦାଲତ: ରେଡ୍‌ରେ ଘଣ୍ଟାଏ, ଅରେଞ୍ଜରେ ଦୁଇ, ଗ୍ରୀନ୍‌ରେ ଅଢ଼େଇ ଘଣ୍ଟା

କଟକ ଅଫିସ,୪ା୫: କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମେ’ ୧୭ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକ୍‌ଡାଉନ୍‌କୁ ବଢ଼ାଇଛନ୍ତି। ତେବେ...

୧୦ ଖଣି ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ: ଭାଗନେଲେ ୧୭୬ ବିଡର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟ ସରକାର ୧୦ଟି ଖଣି ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେହି ଖଣିଗୁଡ଼ିକ ହେଲା ନୂଆଗଁା ଲୁହାପଥର ଖଣି, ଠାକୁରାଣୀ ଲୁହା...

କରୋନା ମୁକାବିଲା: ଖରିଫ୍‌ ଋଣ ପରିମାଣ ବୃଦ୍ଧି

ଭୁବନେଶ୍ୱର,୨୨। ୫ (ବ୍ୟୁରୋ): ରାଜ୍ୟ ସରକାର କୋଭିଡ୍‌-୧୯ର ମୁକାବିଲା ପାଇଁ ଜୋର୍‌ଦାର ପ୍ରୟାସ ଚଳାଇଛନ୍ତି। ବିଶେଷକରି ରାଜ୍ୟର ଚାଷୀଙ୍କୁ ଅଣ୍ଟା ସଳଖିବା ପାଇଁ ସରକାର ଖରିଫ୍‌...

ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ଗ୍ରାମବାସୀ

କୋକସରା, ୩୧।୮ (ଡି.ଏନ.ଏ.) କଳାହାଣ୍ଡି ଜିଲା ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା କୋକସରା ବ୍ଲକ କାଉଡୋଲା-ଲଡୁଗାଁ ରାସ୍ତା ଶୋଚନୀୟ ହୋଇପଡିଛି। ଏ ନେଇ...

ବିଶ୍ୱଭୂଷଣଙ୍କ ରେକର୍ଡ ଭାଙ୍ଗିଲେ ରୀତା : ମୁଖ୍ୟମନ୍ତ୍ରୀଙ୍କ ଭୋଟ ବ୍ୟବଧାନକୁ ଟପିଲେ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ): ବରଗଡ ଜିଲା ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ରେକର୍ଡ ୯୭,୯୯୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏହା ଓଡ଼ିଶା ରାଜନୀତିରେ କୌଣସି...

Advertisement
Archives

Model This Week