Posted inଜାତୀୟ

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ହତ୍ୟାକଲେ ଅଧ୍ୟାପକ: କାରଣ ଜାଣିଲେ ପାଦ ତଳୁ ଖସିଯିବ ମାଟି

ହାଇଦ୍ରାବାଦ, ୨୪।୯: ତେଲଙ୍ଗାନାରେ ଜଣେ ୨୦ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀ ଥାନ୍ଦ୍ରା ଅକ୍ଷିତାରାଣୀଙ୍କ ମୃତ୍ୟୁ ଘଟିଛି। ପ୍ରଥମେ ଏହାକୁ ଆମତ୍ହତ୍ୟା ବିବେଚନା କରାଯାଉଥିବାବେଳେ ତଦନ୍ତ ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ମୃତ ଛାତ୍ରୀ ଜଣଙ୍କ ଡିପ୍ଲୋମା ପଢ଼ିବା ସମୟରେ ନାସପୁରସ୍ଥିତ ସିଙ୍ଗାରେଣୀ କଲିରିଜ ପଲିଟେକ୍‌ନିକର ଜଣେ ଆଉଟସୋର୍ସିଂ ଅଧ୍ୟାପକ ନବୀନ କୁମାରଙ୍କ ସଂସ୍ପର୍ଶରେ ଆସିଥିଲେ। ପରେ ଅକ୍ଷିତାରାଣୀ ହାଇଦ୍ରାବାଦରେ ମାଇନିଂ ଇଞ୍ଜିନିୟରିଂ ପଢ଼ିବା ସମୟରେ ସିଙ୍ଗାରେଣୀ ଖଣିରେ ପ୍ରଶିକ୍ଷଣ ବେଳେ ରବି କୁମାର ନାମକ ଜଣେ ଖଣି ପର୍ଯ୍ୟବେକ୍ଷକଙ୍କ ସହ ସମ୍ପର୍କ ରଖିଥିଲେ। ଏହାକୁ ନବୀନ ସହ୍ୟ କରିପାରି ନଥିଲେ।
ସୂଚନା ଅନୁଯାୟୀ ଗତ ୧୨ରେ ନବୀନ କୁମାର ଛାତ୍ରୀଙ୍କୁ ରାସ୍ତାରୁ ଅପହରଣକରି ନିଜ କାର୍‌ ଭିତରେ ଜବରଦସ୍ତ କୀଟନାଶକ ପିଆଇବା ସହିତ ରବି କୁମାରଙ୍କ ନାଁରେ ଯୌନ ଶୋଷଣର ଏକ ଜାଲ୍‌ ସୁଇସାଇଡ୍‌ ନୋଟ୍‌ ଲେଖାଇଥିଲେ। ଅକ୍ଷିତାରାଣୀଙ୍କୁ ଠିକ୍‌ ସମୟରେ ଚିକିତ୍ସା ନ କରାଇ ମୃତ୍ୟୁମୁଖକୁ ଠେଲିବା ପରେ ନବୀନ ତାଙ୍କରି ଫୋନ୍‌ରୁ ପରିବାରକୁ ଫୋନ୍‌ କରି ଏହାକୁ ଏକ ଆମତ୍ହତ୍ୟା ବୋଲି ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରିଥିଲେ। ପରଦିନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଫୁଟେଜ, କଲ୍‌ ଲଗ୍‌ ଆଦି ଯାଞ୍ଚ କରିବା ପରେ ସତ୍ୟ ସାମ୍ନାକୁ ଆସିଛି। ପୋଲିସ ମୁଖ୍ୟ ଅଭିଯୁକ୍ତ ନବୀନ କୁମାର (୩୮)ଙ୍କ ସହ ରବି କୁମାର(୩୫)ଙ୍କୁ ମଧ୍ୟ ଗିରଫ କରିଛି। ପୋଲିସ ଘଟଣାରେ ବ୍ୟବହୃତ କାର୍‌ ଓ ମୋବାଇଲ ଜବତ କରିବା ସହିତ ସମ୍ପୂର୍ଣ୍ଣ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଖରେ ରଖନ୍ତୁ କ୍ୟାସ୍‌, ଏହି ଦିନ ଦେଶରେ ବନ୍ଦ ରହିବ UPI! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨୪।୯: ୟୁପିଆଇ (UPI) ଚାର୍ଜକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବ୍ୟବସାୟୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି। ଏହାର ପ୍ରତିବାଦରେ ଫେଡେରେଶନ ଅଫ ଅଲ ଇଣ୍ଡିଆ ବ୍ୟାପାର…

ନବରଙ୍ଗପୁରରେ ରେଡ ଆଲର୍ଟ: ବର୍ଷା ପରିସ୍ଥିତି ଉପରେ ପ୍ରଶାସନର କଡ଼ା ନଜର

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ନବରଙ୍ଗପୁର ସମେତ ବିଭିନ୍ନ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ବିଜୁଳି ଚମକିବା ନେଇ ସତର୍କ…

ପୁଣି ଘାଟିରେ ଅଟକିଲା ଭାରୀଯାନ:ବାଲିଗୁଡ଼ାରୁ ବ୍ରହ୍ମପୁର ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି, ୨୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦେଇ ଯାଇଥିବା ଗୋପାଳପୁର-ରାୟପୁର ୫୯ ନମ୍ବର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ପୁଣି ଏକ ମାଲବୋଝେଇ ଟ୍ରକ ଫସି…

ରିଚ ଲିଷ୍ଟ ୨୦୨୬: ନେଟୱର୍ଥ କମିବା ପରେ ତଥାପି ଦେଶର ସବୁଠୁ ଧନୀ ଅଭିନେତା ହେଲେ ଶାହରୁଖ; ଜାଣନ୍ତୁ କେଉଁ ସ୍ଥାନରେ ସଲମାନ-ଅମିତାଭ

ମୁମ୍ବାଇ,୨୪।୯: ହୁରୁନ ଇଣ୍ଡିଆ ରିଚ ଲିଷ୍ଟ ୨୦୨୬ ପ୍ରକାଶ ପାଇଛି। ଗତବର୍ଷ ଭଳି ଏଥର ମଧ୍ୟ ବଲିଉଡର ସବୁଠାରୁ ଧନୀ ଅଭିନେତା ଭାବେ ଶାହରୁଖ ଖାନ ଶୀର୍ଷ…

ଘୂର୍ଣ୍ଣିିବାତ୍ୟାକୁ ନେଇ IMDର ବଡ଼ ଆଲର୍ଟ! ଓଡ଼ିଶା ଆଡ଼କୁ ଦ୍ରୁତ ଗତିରେ ବଢ଼ୁଛି, ଜାଣନ୍ତୁ କେଉଁ ସମୟରେ ହେବ ଲ୍ୟାଣ୍ଡଫଲ

ନୂଆଦିଲ୍ଲୀ,୨୪।୯: ବଙ୍ଗୋପସାଗରରେ ସୃଷ୍ଟ ଡିପ ଡିପ୍ରେସନ ଏବେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ,…

ମଙ୍ଗଳ-ବୃହସ୍ପତିଙ୍କ ନୀଚଭଙ୍ଗ ରାଜଯୋଗ: ଅକ୍ଟୋବର ପହିଲାରୁ ମାଲାମାଲ ହେବେ କନ୍ୟା ସମେତ ୪ ରାଶି, ଧନଲାଭର ପ୍ରବଳ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ଚଳନର ବିଶେଷ ପ୍ରଭାବ ରାଶିଚକ୍ର ଉପରେ ପଡ଼ିଥାଏ। ବର୍ତ୍ତମାନ ମଙ୍ଗଳ ନିଜର ନୀଚ ରାଶି କର୍କଟରେ ଗୋଚର କରୁଛନ୍ତି ଏବଂ…

ସଞ୍ଜୁଙ୍କୁ ଛାଡ଼ି ବୈଭବଙ୍କୁ ସୁଯୋଗ ଦେବା ଥିଲା ଗମ୍ଭୀରଙ୍କ ପାଇଁ କଠିନ ନିଷ୍ପତ୍ତି: କହିଲେ- ସେହି ରାତିରେ ମୁଁ…

ନୂଆଦିଲ୍ଲୀ,୨୪।୯: IPL ୨୦୨୬ ପରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଟି-୨୦ ଦଳରେ ଲଗାତାର ସୁଯୋଗ ମିଳୁଛି। ପ୍ରଥମେ ଆୟର୍ଲାଣ୍ଡ ବିପକ୍ଷ ୨ ମ୍ୟାଚ୍ର ଟି-୨୦…

ସଚିନଙ୍କ ରେକର୍ଡ ଚୁର୍‌ମାର୍‌: କ୍ରିକେଟ୍‌ର ନୂଆ ବାଦ୍‌ଶାହା ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡର ଷ୍ଟାର୍‌ ବ୍ୟାଟର୍‌ ଜୋ ରୁଟ ଅନ୍ତର୍ଜାତୀୟ କ୍ରିକେଟରେ ଆଉ ଏକ ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ରୁଟ ୨୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?