ଛାଡ଼ ହୋ ଛାଡ଼

ଦ୍ୱିତୀ ଚନ୍ଦ୍ର ସାହୁ

କାହାକୁ ଛାଡିବେ ! କ’ଣ ଛାଡିବେ ! ଛାଡ଼ିବା କଥା କହିଲେ ସତରେ କିଏ ଆଜିକାଲି ସହଜରେ ଗ୍ରହଣ କରେ କି। ଏସବୁର ଉତ୍ତର ପାଇବାକୁ ହେଲେ ନିଜ ନିଜ ସ୍ତରରେ ଦୃଷ୍ଟି ପହଁରାଇବାକୁ ପଡିବ। ନିଜର କାର୍ଯ୍ୟଗୁଡିକର ସମୀକ୍ଷା କରିବାକୁ ହେବ। ଆମେ କେତେ ଉଦାର ହୋଇପାରିଛୁ। ସତରେ ଆମେ କ’ଣ ଛାଡିବା ଜନ୍ତୁ। ବାଘ ହାବୁଡରେ ପଡିଲେ ସେ ଶିକାରକୁ ସହଜରେ ଛାଡେନି। ଗୋଡେଇ ଗୋଡେଇ ହାଲିଆ କରି ତାକୁ ମାରେ। ଯାହା ହେଉ ପଛେ ଅଜଗର ନିଜ ଶରୀରଠାରୁ ବଡ ଆକାରର ଶିକାରକୁ  ଗିଳି ଦେଇ ନିର୍ଦ୍ଦିଷ୍ଟ ଜାଗାରେ ପଡି ରହେ। ପିମ୍ପୁଡିଟିଏ ନିଜ ଆକାର ବଡ ଖାଦ୍ୟକୁ ନେବାରେ ସାମର୍ଥ୍ୟ ନ ଥିଲେ ସୁଦ୍ଧା ତାକୁ ଟେକି ଥୋଇ ନିଜ ଗାତକୁ ନେଇଯାଏ। ଗୋବର ପୋକଟି ନିଜ ପାରିବାଠାରୁ ବଡ ଆକାରର ଗୋବରକୁ ଗଡେଇ ଗଡେଇ ନିଏ। ପଶୁପକ୍ଷୀ ଭିତରେ ଯେତେବେଳେ ଏଇ ମାନସିକତା ମଣିଷ ସର୍ବଶକ୍ତିମାନ ହୋଇ ସତରେ କ’ଣ ଛାଡିବା ଜୀବଟିଏ ! ସେ କେବେ କୋଉଠି ଛାଡେନି। ହିସାବ ବରାବର କରେ। ଠିକ ଜବାବ ଫେରାଏ। ଅଧିକା ମାଡିବସେ। ଖାଲିସ୍ଥାନ ହେବା ପୂର୍ବରୁ ନିଜ ଆସନକୁ ପକ୍କା କରେ। କ୍ଷମତା ପାଇଁ ଆଗରୁ ସଜବାଜ କରେ। ଆବଶ୍ୟକତା ନ ଥିଲେ ବି ମିଳିଲେ ବୋହି ନିଏ। ନ ମିଳିଲେ ବି ଚତୁରତାର ସହ ମିଳିବା ପାଇଁ ବାଟ ବାହାର କରେ। ଅନ୍ୟକୁ ଠେସି ନିଜେ ସୁରକ୍ଷିତ ହେବା ପାଇଁ ଯୋଜନା କରେ।

ମଣିଷର ଏସବୁ ଆତୁରପଣ, ଲୋଭ, ମୋହର ଗୋଟିଏ ଗୋଟିଏ ସ୍ବରୂପ। ଆଜିକା ମଣିଷ ଭାରି ହିସାବୀ। ଖାଲି ହିସାବୀ ନୁହଁ ସ୍ବାର୍ଥପର, ଗର୍ବୀ, ଲୋଭୀ ସର୍ବୋପରି ଅବିବେକୀ ମଧ୍ୟ। ଏସବୁ ତା’ର ଅଲକ୍ଷ୍ୟରେ ହୋଇଯାଏ। ଆଉ କେତେକ କ୍ଷେତ୍ରରେ ନିଜର ଅବଦମିତ ଇଚ୍ଛା ତାକୁ ସେସବୁ କରିବାକୁ ବାଧ୍ୟ କରାଏ। ତା’ର ଚାରିପଟର ମଣିଷମାନେ ଅହରହ ଯାହା କରିଆସୁଛନ୍ତି ସେସବୁକୁ ଦେଖି ପରପିଢିର ମଣିଷଟି କେତେବେଳେ ସେ ରାସ୍ତା ଧରିଦେଇଥାଏ ଜାଣିପାରେନା। କହିବାକୁ ଗଲେ ପିଲାଦିନୁ ପରିବାରରୁ ତା’ର ଏ ସ୍ବଭାବ ଜାଗ୍ରତ ହୋଇସାରିଥାଏ।  ବିଦ୍ୟାଳୟରେ ପାଦ ଦେଲାବେଳକୁ ପ୍ରଥମ ହେବାର ନିଶା ତାକୁ ଏମିତି କିଛି କରିବାକୁ ବାଧ୍ୟ କରାଏ। ଯେଉଁମାନେ ବିଦ୍ୟାଳୟ ପିଣ୍ଡା ମାଡନ୍ତିନି ଜୀବନଜୀବିକାର ଦାୟରେ ଅନ୍ୟ ଦିଗରେ ଏଇ ମାନସିକତାରେ ସକ୍ରିୟ ହୋଇ ଉଠନ୍ତା ବୟସ ବଢିଗଲେ ଅନୁଭବ ଓ ଅଭିଜ୍ଞତାର ଫେଣ୍ଟାଫେଣ୍ଟି ଶକ୍ତି ତାକୁ ଆଗକୁ ଆଗକୁ ବଡ ବଡ କାର୍ଯ୍ୟ ସିଦ୍ଧି ଲାଗି ସାହସ ଯୋଗାଏ। ମାରି ଗୋଡେଇବା, ଟାଣି ଆଣିବା, ବଳ ପ୍ରୟୋଗ କରିବା, କୌଶଳରେ ହାସଲ କରିବା, ଛଳନା କରିବା, କୂଟନୀତି ପ୍ରୟୋଗ କରିବା ସର୍ବୋପରି ରାସ୍ତାରୁ ହଟେଇ ନିଜର ଅଭିଳାଷା ପୂରଣ କରନ୍ତି । ନିଜ ସ୍ତରରେ କାହାକୁ ଛାଡିବାର ନାହିଁ। କିଛି ବି ଛାଡିବାର ନାହିଁ। ପଛ ଲୋକ ପ୍ରତି ଉଦାରତା ନାହିଁ।

ଆଗ ମଣିଷ ପ୍ରତି ଦୟା ନାହିଁ। ନିଜେ ସଂଯମ ବି ନାହିଁ।

ଏଇକ୍ରମରେ ଆମେ ମାତିଛୁ। କାନ୍ଦୁଛୁ ଓ ବାନ୍ଧୁଛୁ।

ଏଥିରେ ଆମକୁ କେହି ବି କହିବାକୁ ହେବନି। କେହି ବାଧା ଦେବାକୁ ହେବନି। ଅଥଚ ଆମେ ସମସ୍ତଙ୍କୁ  କଷ୍ଟ ଦେଇପାରିବୁ। ଯାହା ଇଚ୍ଛା ତାହା କରିପାରିବୁ।

ନିଜ ପାଇଁ ଗୋଟିଏ କଥା। ଅନ୍ୟ ପାଇଁ ଅଲଗା ସୂତ୍ର।

ବଡ ବିଚିତ୍ର ସତରେ ଆମ ମାନସିକତା। ଆଗକୁ ଆଗକୁ ମାଡିବାର ମୋହରେ ଆମେ କିଛି ବି ଛାଡୁ ନାହୁଁ। ସମ୍ପର୍କ, ସାଧୁତା, ନିଷ୍ଠା, ସତ୍ୟ, ଉଦାରତା ଓ ମାନବିକତାକୁ ପାଦରେ ଦଳିଦେବାକୁ ବି ଭୁଲିପାରୁନୁ। ସବୁଠାରୁ ବଡ କଥା ହେଲା ଆମେ ଯାହାଠାରୁ ଉପକାର ପାଉ ପ୍ରଥମେ ତାକୁ ଧ୍ୱଂସ କରିବାକୁ ଚେଷ୍ଟା କରୁ।

ତେବେ ନିଜ ସ୍ତରରେ ଏଭଳି ମାନସିକତା ରହିବା ସତ୍ତ୍ୱେ ଆମେ କିନ୍ତୁ ଢେର ପରାମର୍ଶ ଦେଉ ଅନ୍ୟକୁ।

ଏମିତି କି ଯେଉଁ ବ୍ୟକ୍ତିକୁ ଗୋଇଠା ମାରି ନିଜେ ଆଗକୁ ବଢିଆସୁ ତାକୁ ପଛରେ ଯାଇ ସବୁକିଛି ଉଦାର ହୃଦୟରେ ଭୁଲିବାକୁ କହୁ। ଗୋଇଠା ମାରି ବିଷ୍ଣୁ କହିବା ଲାଗି ନିବେଦନ କରୁ। ଯାହା କିଛି ଘଟି ଯାଇଛି ସେସବୁକୁ ଛାଡିଦେବାକୁ ବିଚିତ୍ର ମନ୍ତ୍ର ଦେଉ।

ମନରୁ ସେସବୁ ଲିଭେଇ ଦେଇ ଆଗକୁ ନୂଆ ଉର୍ଜା ନେଇ କାମ କରିବାକୁ ପରାମର୍ଶ ଦେଉ। ନିଜ ଭିତରେ ଶଢି ମରୁଥିବା ମଣିଷଟି ଏସବୁ ଶୁଣିବା ପରେ କେତେ ବିନୟ ହୋଇପାରିବ ଆପଣମାନେ ଅନୁମାନ କରିପାରୁଥିବେ। ଯଦିଓ କଥା ମାଜିଲେ ମୋଟ ତଥାପି ଅତୀତକୁ ଛାଡିବା ସେତେ ସହଜ ନୁହେଁ।

ସମ୍ଭବତଃ ଆମ ଭିତରେ ଜାତ ସଂଘାତ ଓ ଅନ୍ତର୍ଦ୍ୱନ୍ଦ୍ୱ ଆମକୁ ଛାଡିବାକୁ କୁହେନି। କିନ୍ତୁ ସବୁ ଖରାପକୁ ଛାଡିବା ଭଲ। ନିଜକୁ ଶାନ୍ତତିରେ ବଞ୍ଚିବା ସହ ବଢିବାକୁ ସୁଯୋଗ ଦିଏ। ଏଇ ମର୍ମ କଥାକୁ କେତେ ବୁଝୁଛୁ ଆମେ ! ସୁତରାଂ ନିଜ ନିଜ ସ୍ତରରେ ନିଷ୍ପତ୍ତି ଗ୍ରହଣ କରନ୍ତୁ ସତରେ କ’ଣ ଛାଡିବା ଓ କାହାକୁ ଛାଡିବା! ଆଉ ନିଜେ ଧର୍ମ, ନ୍ୟାୟ ଓ ନିଷ୍ଠାକୁ ଅନୁପାଳନ କରି ଆମେ ଅନ୍ୟକୁ କେତେ କହିପାରିବା  ଛାଡ଼ ହୋ ଛାଡ !

ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା,
ମୋ-୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?