ସୁନା ଦର ୫୬ ହଜାର ଟଙ୍କା ଟପିଲା

ନୂଆଦିଲ୍ଲୀ,୬।୮: ଦେଶ ମଧ୍ୟରେ ସୁନା ଦର ବର୍ତ୍ତମାନ ଲଗାତର ବୃଦ୍ଧି ପାଇଁ ଚାଲିଛି। ବୁଧବାର ୧୦ ଗ୍ରାମ ପିଛା ସୁନା ଦର ୧୩୬୫ ଟଙ୍କା ବଢ଼ିବା ଯୋଗୁ ନୂଆଦିଲ୍ଲୀରେ ଏହା ୫୬,୧୮୧ ଟଙ୍କା ଛୁଇଁଛି। ବିଶ୍ୱ ବଜାରର ପ୍ରଭାବ ଫଳରେ ଭାରତରେ ଏଭଳି ସ୍ଥିତି ଉପୁଜିଛି ବୋଲି ଏଚ୍‌ଡିଏଫ୍‌ସି ସିକ୍ୟୁରିଟି ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ରୁପା ଦର ମଧ୍ୟ ବଢ଼ିଛି। ରୁପାର କିଲୋ ପ୍ରତି ଦର ୫,୯୭୧ ଟଙ୍କା ବଢ଼ିବା ଯୋଗୁ ଏହା ୭୨,୭୨୬ ଟଙ୍କା ଛୁଇଁଛି। ଏହାର ପୂର୍ବ କାରବାରରେ ରୁପା ଦର ୬୬,୭୪୫ ଟଙ୍କା ରହିଥିଲା। କିଛି ଦିନ ତଳେ ଏହାର ମୂଲ୍ୟ ୫୪,୮୧୬ ଟଙ୍କା ରହିଥିବା ବେଳେ ଏଥିରେ ଲଗାତର ବୃଦ୍ଧି ପରିଲକ୍ଷିତ ହୋଇଛି। ନୂଆଦିଲ୍ଲୀରେ ସୁନାର ସ୍ପଟ୍‌ ମୂଲ୍ୟ ୧୩୬୫ ଟଙ୍କା ବଢ଼ିଥିବା ବେଳେ ବିଶ୍ୱ ବଜାରର ପ୍ରଭାବ ଯୋଗୁ ଏହା ହୋଇଥିବା ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜର କମୋଡିଟିଜ୍‌ ବରିଷ୍ଠ ଆନାଲିଷ୍ଟ ତପନ ପଟେଲ ସୂଚନା ଦେଇଛନ୍ତି।
ସେହିଭଳି ଅନ୍ତର୍ଜାତୀୟ ବଜାର କଥା ଦେଖିଲେ ସୁନା ଦର ୨୦୩୨ ଡଲାର ପ୍ରତି ଆଉନ୍ସ ରହିଛି। ଏହି ସମୟରେ ରୁପାର ଆଉନ୍ସ ପିଛା ଦର ୨୬.୪୦ ଡଲାର ଟଙ୍କା ଛୁଇଁଛି। ଅର୍ଥନୈତିକ ମାନ୍ଦାବସ୍ଥା, କରୋନାର ପ୍ରଭାବ ଏବଂ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ହେବା ଯୋଗୁ ସୁନା ମୂଲ୍ୟ ନୂଆ ରେକର୍ଡ ସ୍ତରରେ ରହିଥିବା ପଟେଲ ମତ ପ୍ରକାଶ କରିଛନ୍ତି। ସେହିଭଳି ରିଲାଏନ୍ସ ସିକ୍ୟୁରିଟିଜର ସିନିୟର ରିସର୍ଚ୍ଚ ଆନାଲିଷ୍ଟ ଶ୍ରୀରାମ ଆୟାର କହିଛନ୍ତି, ଲୋକମାନେ ସୁନାକୁ ନିବେଶର ଏକ ନିରାପଦ ବିକଳ୍ପ ଭାବେ ବିଚାର କରୁଛନ୍ତି। କୋଭିଡ୍‌ ଏବଂ ବିଶ୍ୱ ମାନ୍ଦାବସ୍ଥା ସମୟରେ ସୁନା ଅନ୍ୟ କୌଣସି ବିକଳ୍ପ ତୁଳନାରେ ଭଲ ରିଟର୍ନ ଦେବ ବୋଲି ନିବେଶକମାନେ ସୁନା କିଣୁଛନ୍ତି। ଏହାର ପ୍ରଭାବ ବଜାର ଉପରେ ପଡିଛି।
ମୋତିଲାଲ ଓସ୍‌ଓ୍ବାଲ ଫାଇନାନ୍ସିଆଲ ସର୍ଭିସେସ୍‌ର କମୋଡିଟି ଏବଂ କରେନ୍ସି ମୁଖ୍ୟ କିଶୋର ନାର୍‌ନେ କହିଛନ୍ତି, ଚଳିତ ବର୍ଷ ସୁନା ଏବଂ ରୁପା ସର୍ବୋତ୍ତମ ପରଫରମାନ୍ସ କରିଥିବା ଆସେଟ୍‌ ଭାବେ ବିବେଚିତ ହୋଇଛି। ଏହି ବର୍ଗରେ ଯଥାକ୍ରମେ ୪୦% ଏବଂ ୫୦% ରିଟର୍ନ ମିଳିଛି। ଏହି ଧାରା ଆଗାମୀ ଦିନଗୁଡିକରେ ମଧ୍ୟ ଲାଗି ରହିବ। ବଜାରକୁ ଅଧିକ ନଗଦ ଉପଲବ୍ଧ କରାଇବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ପଦକ୍ଷେପ ନେଉଥିବା ବେଳେ ବାଣିଜ୍ୟ ଯୁଦ୍ଧ ଆଶଙ୍କା, ଭୌଗୋଳିକ ଏବଂ ରାଜନୈତିକ ଅନିଶ୍ଚିତତା, କୋଭିଡ୍‌ ମାମଲା ବୃଦ୍ଧି ଯୋଗୁ ସୁନା ବଜାର ଉପରେ ଏହାର ପ୍ରଭାବ ପଡୁଛି। ସୁନା ଦରରେ ବୃଦ୍ଧି ଧାରା ଲାଗି ରହିପାରେ ବୋଲି ନାର୍‌ନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରମ୍ପ୍‌ଟନର ସ୍ମାର୍ଟ ଷ୍ଟୋରେଜ୍‌ ୱାଟର ହିଟର ଉନ୍ମୋଚିତ

ନୂଆଦିଲ୍ଲୀ,୨୨।୮: ଦେଶର ପ୍ରମୁଖ ବୈଦ୍ୟୁତିକ ସାମଗ୍ରୀ ଉତ୍ପାଦକ କମ୍ପାନୀ କ୍ରମ୍ପ୍‌ଟନ ଗ୍ରୀଭ୍‌ସ କଞ୍ଜ୍ୟୁମର ଇଲେକ୍ଟ୍ରିକାଲ୍ସ ଲିମିଟେଡ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମତ ସ୍ମାର୍ଟ ଷ୍ଟୋରେଜ୍‌ ୱାଟର...

କେନ୍ଦ୍ର ଦେଲା ୬ ହଜାର କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓଡିଶା ସମେତ ୧୬ ରାଜ୍ୟ ଏବଂ ୩ କେନ୍ଦ୍ର ଶାସିତ ଅଞ୍ଚଳକୁ ଜିଏସ୍‌ଟି କ୍ଷତିପୂରଣ ଭାବେ ୬ ହଜାର କୋଟି ଟଙ୍କା...

୫୫୦ ଦୁର୍ଲଭ ଚେରମୂଳିର ସନ୍ଧାନ କରିଛି ପତଞ୍ଜଳି

ନୂଆଦିଲ୍ଲୀ,୨୯।୯: ଭାରତୀୟ ପର୍ବତାରୋହଣ ସଂସ୍ଥା ନୂଆଦିଲ୍ଲୀ ସହଯୋଗରେ ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ରକ୍ତବର୍ଣ୍ଣ ଗ୍ଲେସିୟର କ୍ଷେତ୍ରରୁ ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣାଙ୍କ ନେତ୍ୱତୃରେ ପତଞ୍ଜଳିର ଏକ ଅନୁସନ୍ଧାନକାରୀ ପର୍ବତାରୋହଣ ଦଳ...

ଏପ୍ରିଲ ପହିଲାରୁ ଶ୍ରମ କୋଡ୍‌ ଲାଗୁ କରିବାକୁ ଯୋଜନା

ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ସାରା ଦେଶରେ ନୂଆ ଶ୍ରମ କୋଡ୍‌ ଲାଗୁ କରାଇବା ଲାଗି ଯୋଜନା ରଖିଛନ୍ତି। ଏ ନେଇ ବର୍ତ୍ତମାନ ବିଭିନ୍ନ କାର୍ଯ୍ୟଧାରା ଜାରି...

୮୦% ଟପିବ ସରକାରଙ୍କ ଋଣ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଘରୋଇ ବଜାର କ୍ଷତିଗ୍ରସ୍ତ ହୋଇ ରହିଛି। ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଲଗାତର ଖସିଚାଲିଛି। ଟିକସ ସଂଗ୍ରହ ହ୍ରାସ ହୋଇଥିବା...

ଆର୍‌ଟିଆଇ ଅଧୀନରେ ବ୍ୟାଙ୍କ ଯାଞ୍ଚ ରିପୋର୍ଟ;ଆର୍‌ବିଆଇକୁ ଶେଷ ସୁଯୋଗ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆର୍‌ଟିଆଇ ଅଧୀନରେ ବ୍ୟାଙ୍କର  ବାର୍ଷିକ ଯାଞ୍ଚ ରିପୋର୍ଟ ପ୍ରଦାନ କରୁ ନ ଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ତୀବ୍ର ଭର୍ତ୍ସନା କରିଛନ୍ତି।...

୧୦ ହଜାର କର୍ମଚାରୀ ଛଟେଇ କରିବ ପାର୍ଲେ ଜି

ନୂଆଦିଲ୍ଲୀ,୨୨।୮: ଭାରତର ଅର୍ଥନୀତି ଧିମା ହେବାର ପ୍ରଭାବ ଏବେ ଦେଶର ସର୍ବବୃହତ୍‌ ବିସ୍କୁଟ ନିର୍ମାତା କମ୍ପାନୀ ପାର୍ଲେ ଜି ଉପରେ ପଡିଛି। ଏହି କାରଣରୁ ଆଗାମୀ ଦିନରେ...

ଆତ୍ମନିର୍ଭର ଭାରତକୁ ନେଇ ପ୍ରଶ୍ନ ଉଠାଇଲେ ରାଜନ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନାକୁ ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ପ୍ରଶ୍ନ ଉଠାଇଛନ୍ତି। ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ...

Advertisement
Archives

Model This Week