Posted inଭଦ୍ରକ

ପଟ୍ଟା ମିଳିଛି, ଜାଗା ଚିହ୍ନଟ ହେଉନି

ଭଦ୍ରକ ଅଫିସ,୧୦।୭: ଭଦ୍ରକ ଜିଲାରେ ବସୁନ୍ଧରା ଯୋଜନାରେ ଗରିବ ଭୂମିହୀନମାନଙ୍କୁ ରାଜସ୍ବ ବିଭାଗ ପକ୍ଷରୁ ଭୂମି ଅଧିକାର ପତ୍ର ବା ଜମି ପଟ୍ଟା ଯୋଗାଇ ଦିଆଯାଇଛି। ହେଲେ ଜାଗା ଚିହ୍ନଟ ଦେଉନି ରାଜସ୍ବ ବିଭାଗ। ପାଇଥିବା ପଟ୍ଟାକୁ ଧରି ଲୋକେ ରାଜସ୍ବ ନିରୀକ୍ଷକ, ତହସିଲ ଓ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ଏପରିକି ଏନେଇ ସେମାନେ ବହୁ ସମୟରେ ଧାରଣା ଦେବା ସହ ଆନ୍ଦୋଳନ କରିଛନ୍ତି। କେତେକ ସଙ୍ଗଠନ ମଧ୍ୟ ସେମାନଙ୍କ ପାଇଁ ଆଗକୁ ବାହାରି ବିଭିନ୍ନ ସମୟରେ ଆନ୍ଦୋଳନକୁ ଜୋର୍‌ଦାର କରିଛନ୍ତି। ତଥାପି କିଛି ସୁଫଳ ମିଳିପାରିନାହିଁ। ପ୍ରଶାସନିକ ଅବହେଳା ଯୋଗୁ ନିଜସ୍ବ ଘରବାଡ଼ି ପଟ୍ଟା ନ ଥିବାରୁ ଭୂମିହୀନମାନେ ସରକାରୀ ସୁବିଧା ତଥା ବାସସ୍ଥାନ, ଜାତିଗତ ଓ ଆୟ ପ୍ରମାଣପତ୍ର ପାଇପାରୁ ନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଓ ସ୍ବଚ୍ଛ ଭାରତ ମିଶନ ଯୋଜନାରେ ଶୌଚାଳୟ ପାଇଥିଲେ ବି ନିର୍ମାଣ କରିପାରୁ ନାହାନ୍ତି। ସେମାନଙ୍କ ପିଲାମାନେ ସ୍କୁଲରେ ଷ୍ଟାଇପେଣ୍ଡ ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ଚିକିତ୍ସା ସୁବିଧା ପାଇଁ ଏହି ଲୋକେ ଆବେଦନ କରିପାରୁନାହାନ୍ତି।
ଏକ ବେସରକାରୀ ସଙ୍ଗଠନର ସର୍ଭେ ଅନୁସାରେ ଜିଲାରେ ୭ ତହସିଲ ଅଧୀନରେ ୨୧୮ ପଞ୍ଚାୟତ ରହିଛି। ଏଥିରେ ମୋଟ ୧୩୭୦ ରାଜସ୍ବ ଗ୍ରାମରେ ୪,୩୯୫ ଭୂମିହୀନ ପରିବାର ବିଭିନ୍ନ ସରକାରୀ ଅନାବାଦୀ, ଗୋଚର, ନଦୀବନ୍ଧ ଉପରେ ଦୟନୀୟ ଅବସ୍ଥାରେ ବସବାସ କରୁଛନ୍ତି। ଭଦ୍ରକ ତହସିଲରେ ସର୍ବାଧିକ ୨୨ଟି ବସ୍ତିରେ ୧୬୮୦ ଭୂମିହୀନ ପରିବାର ରହୁଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ଘରଡିହ ପାଇଁ ୪ ହଜାରରୁ ଊର୍ଦ୍ଧ୍ୱ ଆବେଦନପତ୍ର ଜିଲାର ବିଭିନ୍ନ ତହସିଲ କାର୍ଯ୍ୟାଳୟରେ ପଡ଼ି ରହିଛି। ବସୁନ୍ଧରା ଯୋଜନା ନେଇ ରାଜ୍ୟ ସରକାରଙ୍କଠାରୁ ୨୦୧୧ରେ ଚିଠି ପାଇବା ପରେ ତହସିଲଦାରମାନେ କେତେକ ବେସରକାରୀ ସଙ୍ଗଠନ ଓ ରାଜସ୍ବ ନିରୀକ୍ଷକଙ୍କୁ ଡାକି ଆଲୋଚନା କରିଥିଲେ। ସରକାରୀ ୱେବ୍‌ସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ଏହି ଜିଲାରେ ୨୦୦୧ରୁ ୨୦୨୨ ମଧ୍ୟରେ ୫୭୮ ଭୂମିହୀନ ପରିବାରକୁ ପଟ୍ଟା ଯୋଗାଇ ଦିଆଯାଇଛି। ୨୦୧୮ରୁ ୨୦୨୦ ସର୍ଭେରେ ଜିଲାର ୭ ତହସିଲରେ ୧୭୧୦ ଭୂମିହୀନ ଥିବା ସରକାରୀ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ପରେ ସେମାନଙ୍କ ମଧ୍ୟରୁ ୧୦୫୭ଜଣଙ୍କୁ ଅଯୋଗ୍ୟ ଦର୍ଶାଇ କାଟି ଦିଆଯାଇଥିଲା। ଚାଷୀ ମୂଲିଆ ସଂଘ ପକ୍ଷରୁ ଏହାର ତଦନ୍ତ ପାଇଁ ଦାବି କରାଯାଇଥିଲା। କିନ୍ତୁ କାର୍ଯ୍ୟବ୍ୟସ୍ତତା ଆଳରେ ତହସିଲଦାରମାନେ ଏହାକୁ ଆଡ଼େଇ ଦେଇଥିଲେ। ବସୁନ୍ଧରା ଯୋଜନାରେ ୪ ଡିସିମିଲ ଜାଗାର ପଟ୍ଟା ପାଇ ଭୂମିହୀନମାନେ ବର୍ଷ ବର୍ଷ ଧରି ଅପେକ୍ଷାରେ ରହିଛନ୍ତି। ଯେଉଁ ମୌଜାରେ ସେମାନଙ୍କୁ ଜାଗା ଦିଆଯାଇଛି ସେଠାରେ ଅନ୍ୟ କେହି ଦଖଲ କରିସାରିଛନ୍ତି କିମ୍ବା ସେ ଜାଗାକୁ ଗଲେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ରହିପାରୁ ନ ଥିବା ସେମାନେ ପ୍ରକାଶ କରିଛନ୍ତି। ଚାଷୀ ମୂଲିଆ ସଂଘର ସୂଚନା ଅନୁଯାୟୀ ପଟ୍ଟା ପାଇଥିବା ମୋଟ ଲୋକଙ୍କ ମଧ୍ୟରୁ ମାତ୍ର ୧୩୫ ପରିବାରକୁ ଜାଗା ଚିହ୍ନଟ କରାଯାଇ ଥଇଥାନ କରାଯାଇଛି।
ଅଖିଳ ଭାରତ କ୍ଷେତ ମୂଲିଆ ସଙ୍ଗଠନ ସମ୍ପାଦକ ପ୍ରତାପ କୁମାର ସେଠୀ କହିଛନ୍ତି, ଭୂମିହୀନଙ୍କର ଏହି ସମସ୍ୟା ନେଇ ସଙ୍ଗଠନ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଉଛି। ଜିଲା ପ୍ରଶାସନ ଓ କର୍ମଚାରୀମାନଙ୍କ ଖିଆଲି ନୀତି ଯୋଗୁ ଭୂମିହୀନ ମିଶନ ସଫଳ ହୋଇପାରୁ ନାହିଁ। ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ କହନ୍ତି, ଦୀର୍ଘଦିନ ଧରି ଏହା ଉପରେ ସଂଘର୍ଷ କରିବା ପରେ କିଛି ପରିମାଣରେ ସଫଳତା ମିଳିଛି। ଡଗମୁଣ୍ଡ କଲୋନୀରେ ୧୪ ପରିବାରକୁ ୪ ଡିସିମିଲ ଲେଖାଏ ଜାଗା ଦିଆଯାଇଛି। ସେଠାରେ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଛି। ଏ ସମ୍ପର୍କରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କୁ ପଚାରିବାରୁ କିଛିଦିନ ହେଲା ସେ ଜିଲାପାଳ ଭାବେ ଏଠାରେ ଯୋଗ ଦେଇଛନ୍ତି, ଏହି ସମସ୍ୟା ନେଇ ଅଭିଯୋଗ ଆସିଛି ଏବଂ ତଦନ୍ତ କରାଯାଇ ଖୁବ୍‌ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି।

  • ସନାତନ ରାଉତ

Enter your email to get our daily news in your inbox.

All Right Reserved By Dharitri.Com

ରଜରେ ରକ୍ତପାତ: ଜନ୍ମକଲା ମା’କୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ

ବନ୍ତ, ୧୪।୬ (କିଶୋର କୁମାର ସେଠୀ): ଭଦ୍ରକ ଜିଲାର ବନ୍ତ ଥାନା ଅଞ୍ଚଳରେ ରଜ ପର୍ବ ଅବସରରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପାରିବାରିକ କଳହକୁ କେନ୍ଦ୍ର…

ଧୂଷୁରୀ ବଜାରର ଦୁର୍ଦ୍ଦଶା ଥମୁନି, ଯାତାୟାତ ପାଇଁ ସଙ୍କୁଚିତ ହୋଇପଡୁଛି ରାସ୍ତା

ତିହିଡ଼ି,୧୪ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ କେବଳ ଏକ ସ୍ଥାନର ନାମ ନୁହେଁ, ଏହା ଏକ ଗର୍ବ ଓ ଗୌରବର ମାଟି। ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବହୁ…

ବୈତରଣୀ-କୋଚିଳା ସଙ୍ଗମସ୍ଥଳରେ ନାହଁ ଘେରିବନ୍ଧ: ପ୍ରତିବର୍ଷ ବନ୍ୟା ଦୁର୍ଦ୍ଦଶା ଭୋଗୁଛନ୍ତି ୩ ପଞ୍ଚାୟତର ୧୦ ହଜାରରୁ ଅଧିକ ଲୋକ

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବୈତରଣୀ ଓ କୋଚିଳା ନଦୀର ସଙ୍ଗମସ୍ଥଳ ଗାନ୍ଧୀଘାଟ ଶାସନ ପ୍ରତିବର୍ଷ ବନ୍ୟା ବିଭୀଷିକାର ଶିକାର ହେଉଛି।…

ସରକାରୀ ରାସ୍ତା ମରାମତି କାମକୁ ନେଇ ରକ୍ତାକ୍ତ କାଣ୍ଡ: ଯୁବକଙ୍କୁ ଛୁରାମାଡ଼ କରି ଅଭିଯୁକ୍ତ ଫେରାର୍‌

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଧୂଷୁରୀ ଥାନା ଅଧୀନ ବମକୁରା ପଞ୍ଚାୟତରେ ସରକାରୀ ରାସ୍ତା ମରାମତି କାମକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ,…

ଥାନା ପରିସରରେ ଗଣଧାରଣା: ସୁରକ୍ଷା ଦାବି କଲେ ୨ ପଞ୍ଚାୟତର ଅଧିବାସୀ

ତିହିଡ଼ି,୧୧ା୬(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ଶତାଧିକ ଅଧିବାସୀ ଗୁରୁବାର ପୀରହାଟ ଥାନା ସାମ୍ନାରେ ଗଣଧାରଣା…

ଦୁର୍ଦ୍ଦାନ୍ତ ଅପରାଧୀ ପପୁଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଆପରାଧିକ କାଣ୍ଡ ଘଟାଇବାକୁ ଯୋଜନାବେଳେ…

ଭଦ୍ରକ,୧୧ା୬(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଓରଫ ପପଙ୍କୁ ଏନ୍‌କାଉଣ୍ଟର କରିଛି। ପପୁଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ତାଙ୍କୁ କଟକ…

ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ, ଜଣଙ୍କୁ ଗିରଫ କରି…

ଧାମନଗର,୧୦ା୬(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଆନନ୍ଦପୁର ପଞ୍ଚାୟତସ୍ଥିତ ବୈତରଣୀ ନଦୀପୋଲ ନିକଟରୁ ଧାମନଗର ପୋଲିସ ଜଣେ ବ୍ରାଉନସୁଗାର ବିକ୍ରେତା ଙ୍କୁ ଗିରଫ କରିଛି। ଗିରଫ…

ବହୁ ପ୍ରତିଭାର ଅଧିକାରୀ ଥିଲେ ନନ୍ଦିନୀ ଦେବୀ

ଭଦ୍ରକ, ୯।୬(ସନାତନ ରାଉତ): ବହୁ ପ୍ରତିଭାର ଅଧିକାରୀ ଥିଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଲୌହ ମାନବୀ ନନ୍ଦିନୀ ଶତପଥୀ । ଜମି ଜମା କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri