ଖଲ୍ଲିକୋଟ,୧୪ା୧୦(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ବଦଳି ହୋଇଛନ୍ତି । ଦେବୀ ପ୍ରସାଦ ଦାସ ପରିବର୍ତ୍ତନ ହୋଇ ନୂତନ ଅଧ୍ୟକ୍ଷ-ପ୍ରଭାରୀ ଭାବେ ଦାୟିତ୍ୱ ପାଇଲେ ଗ୍ରାଫିକ୍ ଆର୍ଟର ଅଧ୍ୟାପକ ତ୍ରିନାଥ ମହାନ୍ତି । ଏନେଇ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାରି ହୋଇଛି ସରକାରୀ ନିର୍ଦ୍ଦେଶନାମା ।
ସୂଚନା ଅନୁସାରେ, ପୂର୍ବରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ମତଭେଦ ଏବଂ ଅଶାନ୍ତି ଦେଖାଯାଇଥିଲା । ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା । ହାଇକୋର୍ଟରେ ଏକ ମାମଲାର ନିର୍ଦ୍ଦେଶ ଅନୁଯାୟୀ, ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ତ୍ରିନାଥ ମହାନ୍ତି ନିଜର ମୂଳ ଦାୟିତ୍ୱ ସହ ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ମାମଲାରେ ଏପ୍ରିଲ ୨୧ ତାରିଖର ନିର୍ଦ୍ଦେଶକୁ ଆଧାର କରି ଏହି ନିଯୁକ୍ତି ଦିଆଯାଇଥିବା ମଧ୍ୟ ଆଦେଶରେ ଉଲ୍ଲେଖ ରହିଛି ।

