ପ୍ରଭାରୀ ବୁଝିଲେ, ତଥାପି ଦିଲ୍ଲୀରେ ଛାମୁଆ ନେତାଙ୍କ ମେଳି

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ କଂଗ୍ରେସର ସାଙ୍ଗଠନିକ ପୁନର୍ବିନ୍ୟାସ ଖୁବ୍‌ଶୀଘ୍ର ହେବ। ପିସିସି ସଭାପତିଠାରୁ ଆରମ୍ଭକରି କାର୍ଯ୍ୟକାରୀ ସଭାପତି, ଛାମୁଆ ସଙ୍ଗଠନର ରୂପରେଖ ବଦଳିବାର ସମ୍ଭାବନା ଅଧିକ ରହିଛି। କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର ୨ଦିନ ଧରି ଓଡ଼ିଶାରେ ରହି ନେତାମାନଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରିବା ସତ୍ତ୍ୱେ ତାଙ୍କ ଉପରେ ସବୁ ନେତା ଭରସା କରିପାରିନାହାନ୍ତି। ଏଥିପାଇଁ ଦିଲ୍ଲୀରେ ହାଇକମାଣ୍ଡଙ୍କ ପାଖରେ ଲବି କରିବାକୁ କେତେଜଣ ନେତା ଡେରା ପକାଇଛନ୍ତି। ଚେଲ୍ଲାକୁମାର ଦୁଇଦିନ ଧରି ନେତାମାନଙ୍କ ସହ ମାରାଥନ୍‌ ଆଲୋଚନା କରି ଯିବା ପରେ କେତେଜଣ ନେତା ହାଇକମାଣ୍ଡଙ୍କ ପାଖରେ ସିଧାସଳଖ ମତାମତ ରଖିବାକୁ ଦିଲ୍ଲୀରେ ପହଞ୍ଚିବା ଘଟଣା ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱକୁ ଅଧିକ ଆଲୋଚନା ଭିତରକୁ ଆଣିଛି। ପ୍ରଥମ ଦିନରେ ବରିଷ୍ଠ ନେତା ଓ ବିଧାୟକଙ୍କ ସହ ପ୍ରଭାରୀ ଆଲୋଚନା କରିଥିବା ବେଳେ ୨ୟ ଦିନରେ ଜିଲା ସଭାପତିଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା କରିଥିଲେ। ସମସ୍ତଙ୍କ ମତାମତ ନେବା ପରେ କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ ହେବ ବୋଲି ପ୍ରଭାରୀ କହିଥିଲେ। ତେବେ ପ୍ରଭାରୀଙ୍କ ଉପରେ କେତେଜଣ ନେତା ଭରସା ଜୁଟାଇ ନ ପାରି କିଛି ଗୋଷ୍ଠୀ ହାଇକମାଣ୍ଡଙ୍କ ପାଖରେ ଲବି ଆରମ୍ଭ କରିଦେଇଛନ୍ତି। ପିସିସି ସଭାପତି ରେସ୍‌ରେ ୩ ଜଣଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏପର୍ଯ୍ୟନ୍ତ ଅଙ୍କ ଛିଡ଼ି ନ ଥିବା କୁହାଯାଉଛି। ଏହାରି ଭିତରେ ବିଭିନ୍ନ ଛାମୁଆ ସଂଗଠନ ଯଥା-ଛାତ୍ର, ଯୁବ ଓ ମହିଳା କଂଗ୍ରେସର ମୁଖିଆ ପଦ ହାତେଇବା ଲାଗି ହାଇକମାଣ୍ଡଙ୍କ ପାଖରେ ନିଜ ନିଜ ଦାବି ରଖିବେ। ଅନ୍ୟପକ୍ଷରେ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଏବଂ ମୁଖ୍ୟ ସଚେତକ ପଦରୁ ତାରାପ୍ରସାଦ ବାହିନୀପତି ଇସ୍ତଫା ଦେଉଥିବା ଚର୍ଚ୍ଚା ହେଉଥିବାବେଳେ ଏ ନେଇ କେହି କିଛି ସ୍ପଷ୍ଟ କରୁନାହାନ୍ତି। ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ବିଷୟରେ ଜାଣି ନ ଥିବା କହିଛନ୍ତି। କେବଳ ଯାହା ବିଷୟରେ ଆଲୋଚନା ଚାଲିଛି ସେମାନେ ହି ଁକହିପାରିବେ ବୋଲି ନିରଞ୍ଜନ କହିଛନ୍ତି। ସେ ଆହୁରି କହିଛନ୍ତି, ବ୍ୟକ୍ତିଗତ ଭାବେ ସେ ତାରା ଓ ନରସିଂହଙ୍କ ସହ ଆଲୋଚନା କରିନାହାନ୍ତି। ଦଳ ପାଇଁ ସେମାନେ ଯେଭଳି କାମ କରୁଛନ୍ତି ସେମିତି କାମ କରନ୍ତୁ। ଦଳର ନୀତି, ଆଦର୍ଶ ଯେମିତି ଥିଲା ସେମିତି ରହିଛି, ସେଥିରେ କିଛି ପରିବର୍ତ୍ତନ ହୋଇନାହିଁ। ଦଳ ଭିତରେ ଶୃଙ୍ଖଳା ଓ କଠିନ ପରିଶ୍ରମ ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ନିଷ୍ପତ୍ତି : ଏଣିକି ହେବ…

ଭୁବନେଶ୍ୱର,୨୯।୮: ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା। ଥରେ…

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

କଟକ, ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିପାଳ। ପାର୍କର ବିଭିନ୍ନ କାମର ଅଗ୍ରଗତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri