ଅଭିବ୍ୟକ୍ତି ସ୍ବାଧୀନତାକୁ ସଂକୁଚିତ କରୁଛି ଆଇନ: ଅନନ୍ତ ନାଥ

ସାମ୍ବାଦିକତା ଜଗତରେ ଜଣାଶୁଣା ବ୍ୟକ୍ତିତ୍ୱ ଅନନ୍ତ ନାଥ ୨୦୧୦ରେ ‘ଦି କାରାଭାନ’ ପତ୍ରିକା ପୁନଃ ଆରମ୍ଭ କରିଥିଲେ। ତାଙ୍କ ସମ୍ପାଦନାରେ ବାସ୍ତବ କାହାଣୀଗୁଡ଼ିକର ବ୍ୟାଖ୍ୟାନ ଏହି ପତ୍ରିକାକୁ ରୁଦ୍ଧିମନ୍ତ କରିଛି। ଆଇଆଇଏମ୍‌ ଲକ୍ଷ୍ନୌରୁ ଏମ୍‌ବିଏ ଶିକ୍ଷାଲାଭ ପରେ ଅନନ୍ତ ନ୍ୟୁୟର୍କସ୍ଥିତ କଲମ୍ବିଆ ୟୁନିଭର୍ସିଟିରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଦେଶର ଅନ୍ୟତମ ସର୍ବାଧିକ ସମ୍ମାନାସ୍ପଦ ପ୍ରକାଶନର ସମ୍ପାଦକ ଅନନ୍ତ ଭୁବନେଶ୍ୱରରେ ଶନିବାର ଅନୁଷ୍ଠିତ ହେବାକୁ ଥିବା ‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜସ୍‌ ଇନ୍‌ ରିଜିଓନାଲ ମିଡିଆ’ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ (ଇଜିଆଇ) ଏବଂ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି କନ୍‌କ୍ଲେଭ୍‌ ଅବସରରେ ଇଜିଆଇ ଅଧ୍ୟକ୍ଷ ଅନନ୍ତଙ୍କୁ ଭେଟି ସାମ୍ବାଦିକ, ଛାପା ଗଣମାଧ୍ୟମ ଓ ସାମ୍ବାଦିକତାର ଭବିଷ୍ୟତ ଉପରେ ଆଲୋଚନା କରିଛନ୍ତି ‘ଓଡ଼ିଶା ପୋଷ୍ଟ’ର ଅରିନ୍ଦମ୍‌ ଗାଙ୍ଗୁଲି।

କନ୍‌କ୍ଲେଭ୍‌ ସମ୍ପର୍କରେ କିଛି କୁହନ୍ତୁ?
ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆର ଉପସ୍ଥିତି ସାରା ଦେଶରେ ବ୍ୟାପକ କରିବା ସହ ଏହାକୁ ଏକ ଦିଲ୍ଲୀକୈନ୍ଦ୍ରିକ ସଂସ୍ଥା ବୋଲି ରହିଥିବା ଲୋକଙ୍କ ଧାରଣାକୁ ଦୂର କରିବା ଉଦ୍ଦେଶ୍ୟରେ ଇଜିଆଇ ଭୁବନେଶ୍ୱରରେ ଏହି କନ୍‌କ୍ଲେଭ୍‌ର ଆୟୋଜନ କରିଛି। ସମଗ୍ର ଦେଶର ସମ୍ପାଦକମାନଙ୍କ ପ୍ରତିନିଧିତ୍ୱ ହେଉଛି ସଂଗଠନର ଉଦ୍ଦେଶ୍ୟ। ଖବରଦାତାମାନଙ୍କ ଅଧିକାର ଓ ଗଣମାଧ୍ୟମର ସ୍ବାଧୀନତାକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଇଜିଆଇ ଏହାର ପରିସର ବୃଦ୍ଧିକୁ ଗୁରୁତ୍ୱ ଦେଇଆସୁଛି। ବିଶେଷକରି ଆଞ୍ଚଳିକ ଗଣମାଧ୍ୟମର ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକୁ ହୃଦୟଙ୍ଗମ କରି ସେସବୁର ସମାଧାନ ଦିଗରେ ପ୍ରୟାସ କରିବା ଏହି କନ୍‌କ୍ଲେଭ୍‌ ଆୟୋଜନର ଲକ୍ଷ୍ୟ।
ଗଣମାଧ୍ୟମ ଶିଳ୍ପ ସମ୍ମୁଖୀନ ହେଉଥିବା ବଡ଼ ଆହ୍ବାନ କ’ଣ?
ସମ୍ପ୍ରତି ଆମେ ସମ୍ମୁଖୀନ ହେଉଥିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଅଭିବ୍ୟକ୍ତି ସ୍ବାଧୀନତାକୁ ଆଇନ ସଙ୍କୁଚିତ କରିଦେବା। ଖବରଦାତା ଏବଂ ଛାପା ଗଣମାଧ୍ୟମ ସଂସ୍ଥା, ଡିଜିଟାଲ ଓ ପ୍ରସାରଣ ଚ୍ୟାନେଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏଜେନ୍ସିଗୁଡ଼ିକୁ ପର୍ଯ୍ୟାପ୍ତ କ୍ଷମତା ପ୍ରଦାନ କରାଯାଇଛି। ଦ୍ୱିତୀୟ ଚ୍ୟାଲେଞ୍ଜ ହେଲା ସରକାରଙ୍କୁ ପ୍ରଶ୍ନ କରୁଥିବା ସଂସ୍ଥାଗୁଡ଼ିକର ସ୍ବାଧୀନତାକୁ ସଙ୍କୁଚିତ କରୁଥିବା ସରକାରୀ ପ୍ରୋତ୍ସାହନ ଉପରେ ମିଡିଆର ଅତ୍ୟଧିକ ନିର୍ଭରଶୀଳତା। ସମ୍ପୃକ୍ତ ଗଣମାଧ୍ୟମଗୁଡ଼ିକ ବିରୋଧରେ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ଆଇନର ଦୁରୁପଯୋଗ କରିବା ପ୍ରବୃତ୍ତି ବଢ଼ିବାରେ ଲାଗିଛି। ଏହା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ।
ଡିଜିଟାଲ ଉପଭୋକ୍ତାବାଦର ଦୌଡ଼ ଭିତରେ ପାରମ୍ପରିକ ଗଣମାଧ୍ୟମ କିଭଳି ଛିଡ଼ାହେବା ଉଚିତ?
ବର୍ତ୍ତମାନ ପାଠିକାପାଠକଙ୍କ ପାଇଁ ବିଭିନ୍ନ ରୂପରେ ଅନେକ ବିଷୟବସ୍ତୁ ଉପଲବ୍ଧ, ଯାହାକି ଏହାର ବିଶ୍ୱସନୀୟତାକୁ ନେଇ ଅନେକଙ୍କୁ ଚିନ୍ତାରେ ପକାଇଛି। ଏହାଦ୍ୱାରା ବାସ୍ତବ ତଥ୍ୟର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ସୂଚନା ପ୍ରଦାନପୂର୍ବକ ପ୍ରକୃତ ସାମ୍ବାଦିକତାକୁ ପ୍ରଦର୍ଶିତ କରିବା ପାଇଁ ଜଣାଶୁଣା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସକାଶେ ସୁଯୋଗ ସୃଷ୍ଟି ହୋଇଛି। କଣ୍ଟେଣ୍ଟ ଜେନେରେଶନ ପାଇଁ ଇଣ୍ଟରନେଟ୍‌ ଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ମନଇଚ୍ଛା ପୋଷ୍ଟ କରୁଥିବା ବ୍ୟକ୍ତି ବା ସଂସ୍ଥା ଓ ଆମ ମଧ୍ୟରେ ଥିବା ପ୍ରଭେଦକୁ ଏହା ଦର୍ଶାଏ।


Enter your email to get our daily news in your inbox.

All Right Reserved By Dharitri.Com

କକରୋଚ୍ ଜନତା ପାର୍ଟି ଆନ୍ଦୋଳନ ଉପରେ ହେବ ଫିଲ୍ମ: ୨୦୨୭ରେ ହେବ ରିଲିଜ୍‌, ଜାଣନ୍ତୁ କିଏ କରିବେ ଅଭିନୟ?

ଦିଲ୍ଲୀର ଜନ୍ତର-ମନ୍ତରରେ ‘କକରୋଚ୍ ଜନତା ପାର୍ଟି’ (CJP) ର ଆନ୍ଦୋଳନ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଦେଶସାରାର ଯୁବକମାନେ ଏହି ଆନ୍ଦୋଳନର ଅଂଶବିଶେଷ ହୋଇଥିଲେ ଏବଂ…

ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ! ଚଳନ୍ତା ବସ୍‌ ଆଗରେ ଛିଡା ହୋଇଗଲେ ACP ମୋନିକା, ଜାଣନ୍ତୁ କାରଣ

ଭୋପାଳ,୩୦।୭: ମଧ୍ୟପ୍ରଦେଶର ଭୋପାଳରେ କୃଷକ ଆନ୍ଦୋଳନ ସମୟରେ ACP ମୋନିକା ଶୁକ୍ଲାଙ୍କ ସାହସିକ ପଦକ୍ଷେପ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଦୋଳନକାରୀମାନେ ବ୍ୟାରିକେଡ୍…

ସମୁଦ୍ର ଗଭୀରରେ ଭାରତର ସବୁଠାରୁ ବଡ଼ ସନ୍ଧାନ! ମିଳିବ କି ଶ୍ରୀକୃଷ୍ଣଙ୍କ ଦ୍ୱାରକା? ୨୦୩୦ ଯାଏଁ ଚାଲିବ…

ସମୁଦ୍ରର ଗଭୀରତାରେ ଲୁଚି ରହିଥିବା ଭାରତର ପ୍ରାଚୀନ ଇତିହାସକୁ ସାମ୍ନାକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ବର୍ଷ ୨୦୩୦ ପର୍ଯ୍ୟନ୍ତ…

ଗୋରୁ ବୋଝେଇ ଗାଡ଼ି ସହ ୨ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ହାଟରେ ବିକ୍ରି ପାଇଁ ନେଉଥିଲେ

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କିଛି ଗୋରୁ ବେପାରୀ ଗତ କିଛିଦିନ ହେଲା ବେଧଡକ ଭାବେ ବେଆଇନ ଗୋରୁ ବ୍ୟବସାୟ…

ପେଲେଟ୍ ଗନ୍ କ’ଣ, ଏହା କେତେ ଘାତକ? କେଉଁ ପରିସ୍ଥିତିରେ ବ୍ୟବହାର ହୁଏ ଜାଣନ୍ତୁ

ନୂଆଦିଲ୍ଲୀ,୩୦।୭: ସଂସଦରେ ଆଣ୍ଟି ପେପର ଲିକ୍ ବିଲ୍ ଉପରେ ଆଲୋଚନା ସମୟରେ ପେଲେଟ୍ ଗନ୍ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଦେଖିବାକୁ…

ବିଦ୍ୟୁତ୍‌ ଖୁଣ୍ଟ ଉପରେ ୫ ଦିନ ହେଲା ପଡ଼ିଛି ଗଛ, ହଟାଇବାର ନାଁ ଧରୁନି ବିଭାଗ, ଆନ୍ଦୋଳନ ପାଇଁ…

ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଦୁର୍ଗମ ଗ୍ରାମ ପାଙ୍ଗାଲିଠାରୁ ଗଣ୍ଡିଗୁଡ଼ାକୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟ ପାଙ୍ଗାଲି ନିକଟ…

ହେଲିକପ୍ଟର ଯୋଗେ ବନ୍ୟା ସ୍ଥିତିର ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର,୩୦।୭: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲାର ବନ୍ୟାଞ୍ଚଳ ଓ ଜଳବନ୍ଦୀ ଅଞ୍ଚଳ ଆକାଶମାର୍ଗରୁ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ AAPର ବିକ୍ଷୋଭ ପ୍ରଦର୍ଶନ, ଜିଲାପାଳଙ୍କୁ ଦେଲେ ଏହି ଦାବିପତ୍ର

ଛତ୍ରପୁର,୩୦।୭(ଦିଲ୍ଲୀପ ସାମଲ/ ଦ୍ଵାରିକା ପଟନାୟକ): ଗଞ୍ଜାମ ଜିଲାପାଳଙ୍କ ଅଫିସ ଆଗରେ ଆମ ଆଦମୀ ପାର୍ଟୀର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସାନଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri