‘ଆମ ପରି ଦୁଃଖ ଆଉ କିଏ ନ ଭୋଗୁ’; ବିଡେକାରେ ଆରମ୍ଭ ହେଲା…

ଭଞ୍ଜନଗର,୧।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଜଳ ସେଚନ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ (ବିଡେକା)ରେ ଶୁକ୍ରବାର ମୃତଦେହ ସଂରକ୍ଷଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶବ ସଂରକ୍ଷଣ ମେଶିନ ଓ କାଗଜପତ୍ର ବିଡେକା ସମ୍ପାଦକ ଇଞ୍ଜିନିୟର ସନ୍ତୋଷ କୁମାର ଗୌଡଙ୍କୁ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଭଞ୍ଜନଗର ଏନ୍‌ଏସି ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡି, ରୋଟାରୀୟନ ଶ୍ରୀରାମ ପାଳ, ଲୁନା ପାଳ, ବିଡେକାର ବରିଷ୍ଠ କର୍ମକର୍ତ୍ତା ଅନ୍ତର୍ଯ୍ୟାମୀ ପଣ୍ଡା , ଓକିଲ ଖରାଶୁ ଶେଖର ଦାସ, ମୋତିଲାଲ ପତି, ମୁରଲୀ ପଣ୍ଡା, ଶିବରାମ ନାୟକ , ବାଳକୃଷ୍ଠ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଗତବର୍ଷ ଆଜିର ଦିନରେ ଭଞ୍ଜନଗର ରେଡକ୍ରସ ରୋଡ ବାସିନ୍ଦା ଶ୍ରୀରାମ ପାଳଙ୍କ ମାତା ପ୍ରେମଲତା ପାଳଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କ ମୃତଦେହକୁ କିଛିଦିନ ସଂରକ୍ଷଣ କରି ରଖିବାର ଆବଶ୍ୟକତା ଥିଲା। କାରଣ ତାଙ୍କର ପରିବାରର ଅଧିକାଂଶ ସଦସ୍ୟ ବିଦେଶରେ ରହୁଥିଲେ। ତେଣୁ ସେମାନେ ଶେଷ ଦର୍ଶନ କରିବା ପାଇଁ ମୃତଦେହକୁ କିଛିଦିନ ରଖିବାର ଆବଶ୍ୟକତା ଥିଲା। କିନ୍ତୁ ଏଥିପାଇଁ ଭଞ୍ଜନଗରରେ ବେସରକାରୀ ଭାବେ ଆବଶ୍ୟକ ଫ୍ରିଜ ନ ଥିଲା। ତେଣୁ ଅନ୍ୟ ସହରରୁ ମୃତଦେହସଂରକ୍ଷଣ କରି ରଖିବା ପାଇଁ ଫ୍ରିଜ ଭଡ଼ାରେ ଅଣାଯାଇଥିଲା। କିନ୍ତୁ ଭଡ଼ା ବହୁତ ଅଧିକ ଲାଗିଥିଲା। ତେଣୁ ଉକ୍ତ ଦୁଃଖ ଆମ ଅଞ୍ଚଳର ଆଉ କିଏ ଯେଭଳି ନ ଭୋଗିବ ସେଥିପାଇଁ ପାଳ ପରିବାର ପକ୍ଷରୁ ଏକ ନୂଆ ମେଶିନ ଶୁକ୍ରବାର ବିଡେକାକୁ ପ୍ରଦାନ କରାଯାଇଥିଲା। ବିଧାୟକ ନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଶିନ ପ୍ରଦାନ କରିଥିଲେ। ଏଣିକି ମୃତଦେହ ସଂରକ୍ଷଣ କରି ରଖିବା ଭଞ୍ଜନଗରରେ ଆଉ ସମସ୍ୟା ରହିବ ନାହିଁ। ଏହି କାର୍ଯ୍ୟକ୍ରମ ପରେ ବିଡେକା ସମାଜସେବା କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇଛି।
ସୂଚନାଯୋଗ୍ୟ, ଭଞ୍ଜନଗର ଜଳସେଚନ  ବିଭାଜନ କାର୍ଯ୍ୟାଳୟର କର୍ମଚାରୀମାନେ ମିଶି ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ (ବିଡେକା) ଗଠନ କରିଛନ୍ତି। ବିଡେକା ଗଠନର ମୂଳ ଲକ୍ଷ୍ୟ ହେଲା ସମାଜସେବା କରିବା। ତେଣୁ କର୍ମଚାରୀ ମାନେ ପ୍ରତି ମାସରେ ନିଜ ଦରମାରୁ କିଛି ପାରିଶ୍ରମିକ ସେବା କାର୍ଯ୍ୟରେ ଲଗାଇବା ପାଇଁ ଅର୍ଥ ଦାନ କରନ୍ତି। ଉକ୍ତ ଅର୍ଥରେ ଗରିବ ଛାତ୍ରୀଛାତ୍ରଙ୍କୁ ପାଠ ପଢିବାକୁ ସହାୟତା ଦିଆଯାଇଛି। ଆମ୍ବୁଲାନ୍ସ ସେବା ଚାଲିଛି। ଆଗକୁ ବୃଦ୍ଧଶ୍ରମ ହେବାର ପ୍ରଚେଷ୍ଟା ଚାଲିଛି। ଓଡ଼ିଶା ପ୍ରସିଦ୍ଧ ବେଲେଶ୍ୱର ମନ୍ଦିର ପ୍ରତିଷ୍ଠା ହୋଇଛି। ବିଡେକା ପାନ୍ଥ ନିବାସ ନିର୍ମାଣ ହୋଇଛି। ଗରିବ ଲୋକଙ୍କୁ ଆତ୍ମନିର୍ଭରଶିଳ କରିବା ପାଇଁ ସେମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ପ୍ରତିବର୍ଷ ବିଜୁ ଜୟନ୍ତୀରେ ମେଗା ରକ୍ତଦାନ ଶିବିର ହେଉଛି। ବର୍ତ୍ତମାନ ଜଗନ୍ନାଥ ମନ୍ଦିର ନିର୍ମାଣ ଚାଲିଛି। ଏହିଭଳି ଅନେକ ଜନହିତକର କାର୍ଯ୍ୟକ୍ରମ ବିଡେକା କରି ଅଞ୍ଚଳରେ ସୁନାମ ଅର୍ଜନ କରିଛି। ଆଗକୁ ଆହୁରି ଅନେକ ସେବା କାର୍ଯ୍ୟ କରିବା ପାଇଁ ବିଡେକା ଲକ୍ଷ୍ୟ ରଖିଥିବା ଜଣାପଡିଛି ।

Enter your email to get our daily news in your inbox.

All Right Reserved By Dharitri.Com

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?