Posted inଫୁରସତ

ଲାଟେଷ୍ଟ ଟ୍ରେଣ୍ଡ: ଫ୍ଲୋରାଲ୍‌ ଆଉଟ୍‌ଫିଟ୍‌…

ଖରାଦିନେ କୁଲ୍‌, କମ୍ଫଟେବଲ୍‌ ଲୁକ୍‌ ଦେଇଥାଏ ଫ୍ଲୋରାଲ୍‌ ପ୍ରିଣ୍ଟ୍‌ର ଆଉଟ୍‌ଫିଟ୍‌। ଅଲ୍‌ ଟାଇମ୍‌ ଫ୍ୟାଶନରେ ରହିଥିବା ଏହି ପ୍ରିଣ୍ଟ ଦେଖିବାକୁ ଯେମିତି ଆକର୍ଷଣୀୟ, ପିନ୍ଧିଲେ ବି ସେମିତି ତାଜା ଅନୁଭବ ଦେଇଥାଏ। ସବୁଠୁ ବଡ଼ କଥା ହେଉଛି ଏହି ଷ୍ଟାଇଲ୍‌ର ଆଉଟ୍‌ଫିଟ୍‌ ସବୁ ପ୍ରକାରର ବଡି ଟାଇପ୍ସକୁ ବେଶ୍‌ ଭଲ ମାନିଥାଏ। ଫ୍ଲୋରାଲ୍‌ ଆଉଟ୍‌ଫିଟ୍‌ର କ’ଣ ରହିଛି ଲାଟେଷ୍ଟ ଟ୍ରେଣ୍ଡ ଜାଣନ୍ତୁ ସେ ସମ୍ପର୍କରେ…

* ଫ୍ଲୋରାଲ୍‌ ଶାଢି: ଫ୍ଲୋରାଲ୍‌ ପ୍ରିଣ୍ଟ ଶାଢିର ଡିମାଣ୍ଡ ପୂର୍ବରୁ ଥିଲା ଆଉ ଏବେ ବି ରହିଛି। ଏପରିକି ସେଲିବ୍ରିଟିଙ୍କ ଗହଣରେ ମଧ୍ୟ ଏହି ଶାଢିର ଖୁବ୍‌ ଚାହିଦା ରହୁଥିବା ଦେଖିବାକୁ ମିଳେ। ବିଶେଷକରି ଖରାଦିନେ କାଜୁଆଲ୍‌ ଆଉଟିଂ ହେଉ କିମ୍ବା ଅଫିସ୍‌କୁ ପିନ୍ଧିକି ଯିବାପାଇଁ ବି ଫ୍ଲୋରାଲ୍‌ ପ୍ରିଣ୍ଟ ଶାଢି ଏକ ବେଷ୍ଟ ଅପ୍ସନ ହୋଇଥାଏ।

* ଫ୍ଲୋରାଲ୍‌ କୁର୍ତ୍ତା: ଫ୍ଲୋରାଲ୍‌ ପ୍ରିଣ୍ଟ ଥିବା କୁର୍ତ୍ତା ବି ଖୁବ୍‌ ସୁନ୍ଦର ଲାଗିଥାଏ। ଏହି କୁର୍ତ୍ତା ସହିତ ମ୍ୟାଚିଂ କଲର୍‌ର ପ୍ଲେନ ଲେଗିଙ୍ଗ୍ସ ପରଫେକ୍ଟ ମ୍ୟାଚ୍‌ କରିଥାଏ; ଯାହାକୁ ଅଫିସ୍‌ ହେଉ କିମ୍ବା ସାଙ୍ଗମାନଙ୍କ ସହ ଆଉଟିଂରେ ଯିବାବେଳେ ପିନ୍ଧିଲେ କମ୍ଫଟେବଲ୍‌ ଲାଗିଥାଏ। ଅନ୍ୟପକ୍ଷେ ଅନାରକଲି ଷ୍ଟାଇଲ୍‌ର ଫ୍ଲୋରାଲ୍‌ କୁର୍ତ୍ତାକୁ ପାର୍ଟି, ଫଙ୍କଶନ୍‌କୁ ପିନ୍ଧିକି ଗଲେ ଆକର୍ଷଣୀୟ ଲୁକ୍‌ ମିଳିଥାଏ।

* ଫ୍ଲୋରାଲ୍‌ ଫ୍ରକ୍‌: ଫ୍ଲୋରାଲ୍‌ ପ୍ରିଣ୍ଟର ନି ଲେଙ୍ଗ୍‌ଥ ଫ୍ରକ୍‌ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଖାସ୍‌ କରି ଧଳା ରଙ୍ଗର ଫ୍ରକ୍‌ ଉପରେ ମଲ୍ଟି କଲର୍‌ର ଫ୍ଲୋରାଲ୍‌ ପ୍ରିଣ୍ଟ ଥିଲେ, ବହୁତ ସୁନ୍ଦର ଦେଖାଯାଇଥାଏ। ବିଶେଷକରି କକ୍‌ଟେଲ୍‌ ପାର୍ଟି ହେଉ କିମ୍ବା ସାଙ୍ଗମାନଙ୍କ ସହ ଇଭିନିଙ୍ଗ୍‌ ପାର୍ଟିରେ ଗଲାବେଳେ ଏହି ଟାଇପ୍‌ର ଫ୍ରକ୍‌ ପିନ୍ଧିଲେ, ଡିଫରେଣ୍ଟ ଲୁକ୍‌ ମିଳିଥାଏ।

* ଫ୍ଲୋରାଲ୍‌ ଜିନ୍ସ: ଜିନ୍ସର ଚାହିଦା ତ ଯୁବପିଢିଙ୍କ ଭିତରେ ସବୁବେଳେ ରହିଆସିଛି। ଖାସ୍‌କରି ଫ୍ଲୋରାଲ୍‌ ଜିନ୍ସର ଚାହିଦା ଏବେ ଖୁବ୍‌ ରହୁଥିବାର ଦେଖିବାକୁ ମିଳୁଛି। ବିଶେଷକରି ନୀଳ ରଙ୍ଗର ଜିନ୍ସ ହେଉ କିମ୍ବା କଳା ରଙ୍ଗର ଜିନ୍ସରେ ହୋଇଥିବା ଫ୍ଲୋରାଲ୍‌ ପ୍ରିଣ୍ଟ ବହୁତ ସୁନ୍ଦର ଲାଗିଥାଏ। ଫ୍ଲୋରାଲ୍‌ ଜିନ୍ସ ସହ ମ୍ୟାଚିଂ କରି ହାଇ ହିଲ୍‌ ପିନ୍ଧିଲେ ମଡର୍ନ ଲୁକ୍‌ ମିଳିଥାଏ।

* ଫ୍ଲୋରାଲ୍‌ ପ୍ୟାଣ୍ଟ: କେବଳ ଜିନ୍ସ ନୁହେଁ, ଏବେ ମାର୍କେଟ୍‌ରେ ଅନ୍ୟ ଫ୍ୟାବ୍ରିକ୍‌ର ଫ୍ଲୋରାଲ୍‌ ପ୍ୟାଣ୍ଟ ବି ମିଳିଲାଣି; ଯାହା ଦେଖିବାକୁ ଆକର୍ଷଣୀୟ ଲାଗିବା ସହ ପିନ୍ଧିବାକୁ ମଧ୍ୟ କମ୍ଫଟେବଲ୍‌ ହୋଇଥାଏ। ସେହିପରି ଏହା ସହିତ ମ୍ୟାଚିଂ ଟି-ଶାର୍ଟ ପିନ୍ଧିଲେ ଲୁକ୍‌କୁ ଏହା ଖୁବ୍‌ ଭଲ ମାନିଥାଏ।

* ଫ୍ଲୋରାଲ୍‌ ପ୍ଲାଜୋ: ଖରାଦିନେ କୁଲ୍‌, କମ୍ଫଟେବଲ୍‌ ଲୁକ୍‌ ଦେଇଥାଏ ପ୍ଲାଜୋ। ଆଉ ଫ୍ଲୋରାଲ୍‌ ପ୍ରିଣ୍ଟ ହୋଇଥିବା ପ୍ଲାଜୋ ତ ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଏହାକୁ ଅଫିସ୍‌କୁ ପିନ୍ଧି ଯାଇପାରିବେ, ନଚେତ୍‌ ରେଗୁଲାର୍‌ ଭାବେ ଏହାକୁ ଘରେ ମଧ୍ୟ ଆରାମରେ କ୍ୟାରି କରିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ଗଭୀରରେ ଭାରତର ସବୁଠାରୁ ବଡ଼ ସନ୍ଧାନ! ମିଳିବ କି ଶ୍ରୀକୃଷ୍ଣଙ୍କ ଦ୍ୱାରକା? ୨୦୩୦ ଯାଏଁ ଚାଲିବ…

ସମୁଦ୍ରର ଗଭୀରତାରେ ଲୁଚି ରହିଥିବା ଭାରତର ପ୍ରାଚୀନ ଇତିହାସକୁ ସାମ୍ନାକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ବର୍ଷ ୨୦୩୦ ପର୍ଯ୍ୟନ୍ତ…

ଟ୍ରେନ୍‌ ଟ୍ରାକ୍‌କୁ ହଠାତ୍‌ ଚାଲିଆସିଲା ଏକ ସିଂହ, ଲୋକୋ ପାଇଲଟ୍‌ କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଗୁଜରାଟର ଜୁନାଗଡ଼ ଶାସନଗିରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଲୋକୋ ପାଇଲଟଙ୍କ ସତର୍କତା ଯୋଗୁ ଏକ ବଡ଼ ବିପଦ ଟଳି ଯାଇଛି। ଭେରାଭଲ-ଜୁନାଗଡ଼ ପାସେଞ୍ଜର…

ଦିନ ହୋଇଯିବ ରାତି, ୨୭ ବର୍ଷ ପରେ ଅଗଷ୍ଟ ୧୨ରେ ଘଟିବାକୁ ଯାଉଛି ଏହି…

୨୭ ବର୍ଷ ପରେ ଏକ ଘଟଣା ଘଟିବାକୁ ଯାଉଛି। ଯାହା ଦିନ ରାତି ହୋଇଯିବ। ଏହା ୟୁରୋପ ଏବଂ ଆର୍କଟିକ୍‌ ଅଞ୍ଚଳରେ ପ୍ରଥମ ଘଟଣା ହେବ। ଏଠାରେ…

ଆକାଶରେ ଦେଖାଯାଉଥିବା ତାରା ଜିଅନ୍ତା ଅଟନ୍ତି? ସତ ଜାଣିଲେ ଚମକି ପଡିବେ…

ଆକାଶରେ ଚମକୁଥିବା ପ୍ରତ୍ୟେକ ତାରା ପଛରେ ଆଶ୍ଚର୍ଯ୍ୟଜନକ ରହସ୍ୟ ଲୁଚି ରହିଛି। ରାତିରେ ଆପଣ ଯେଉଁ ତାରାସବୁ ଦେଖନ୍ତି, ତାହା ହୁଏତ ସେଗୁଡ଼ିକର ବର୍ତ୍ତମାନ ନୁହେଁ ବରଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri