Posted inଫୁରସତ

ଏଇଠି ସରିଛି ଦୁନିଆର ରାସ୍ତା, ଭୁଲ୍‌ରେ ବି ଯାଆନ୍ତୁନି

ବେଳେବେଳେ ମନରେ ଏମିତି ପ୍ରଶ୍ନ ଆସିଥିବ ନିଶ୍ଚିତ ଯେ, ବିଶ୍ୱ କେଉଁଠାରେ ସରିଛି; ଏହାର ଶେଷ ରାସ୍ତା କେଉଁଠି ଇତ୍ୟାଦି ଇତ୍ୟାଦି। ଆଜ୍ଞା ହଁ ଏମିତି ବି ରାସ୍ତା ଅଛି, ଯାହାକୁ ବିଶ୍ୱର ଶେଷ ରାସ୍ତା ଭାବରେ ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଏଇଠି ହିଁ ଦୁନିଆର ରାସ୍ତା ସରିଛି। ଆଉ ଆଗକୁ ନାହିଁ।

ଏହି ରାସ୍ତାର ନାମ ହେଉଛି ଇ-୬୯(E-69)। ଏହି ରାସ୍ତା ବିଷୟରେ କ୍ୱଚିତ୍‌ ଶୁଣିଥିବେ। ଏହାକୁ ଦୁନିଆର ଶେଷ ରାସ୍ତା ବୋଲି ଧରାଯାଏ। ଏହା ଏକ ରାଜପଥ। ଯାହାର ଲମ୍ବ ପ୍ରାୟ ୧୪ କିଲୋମିଟର। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ରାଜପଥରେ ଏକୁଟିଆ ଚାଲିବା ଏପରିକି ଗାଡ଼ି ଚଳାଇବା ମଧ୍ୟ ନିଷେଧ। ତେବେ ଜାଣନ୍ତୁ ଏହି ରାସ୍ତା ସମ୍ପର୍କରେ…

ଆପଣ ନିଶ୍ଚିତ ଭାବରେ ନର୍ଥ ପୋଲ୍‌ ବିଷୟରେ ଶୁଣିଥିବେ। ଯାହା ପୃଥିବୀର ସବୁଠାରୁ ଦୂରରେ ଉତ୍ତର ବିନ୍ଦୁ ଅଟେ। ଯେଉଁଠି ପୃଥିବୀ ଘୂର୍ଣ୍ଣନ କରେ। ଏହା ହେଉଛି ନରଓ୍ବେର ଶେଷ। ଏଠାରୁ ଯାଇଥିବା ରାସ୍ତାକୁ ଦୁନିଆର ଶେଷ ରାସ୍ତା ବୋଲି ବିବେଚନା କରାଯାଏ। ଯାହା ପୃଥିବୀ ଏବଂ ନରଓ୍ବେକୁ ସଂଯୋଗ କରେ। ଏହା ଆଗକୁ ଆଉ ରାସ୍ତା ନାହିଁ। କେବଳ ବରଫ ଏବଂ ସମୁଦ୍ର ରହିଛି।

ଏହା ଦୁନିଆର ଶେଷ ରାସ୍ତା ହୋଇଥିବାରୁ ଅଧିକାଂଶ ଲୋକ ଏହା ଉପରେ ଯିବାକୁ ଚାହିଥାନ୍ତି। କାରଣ ଦୁନିଆର ଶେଷ କ’ଣ ଅନୁଭବ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। ମାତ୍ର ଏଠାକୁ ଏକୁଟିଆ ଯିବା କିମ୍ବା ଏଠାରେ ଗାଡ଼ି ଚଳାଇବା ନିଷେଧ। ଯଦି ଏହି ରାସ୍ତା ଭ୍ରମଣ କରିବାକୁ ଚାହୁଁଛନ୍ତି, ତେବେ ଏକ ଦଳରେ ଯିବାକୁ ପଡ଼ିବ। କାରଣ ତୁଷାରପାତ ହେତୁ ଲୋକମାନେ ଏଠାକୁ ଯାଇ ରାସ୍ତା ଭୁଲିଯାଆନ୍ତି। ଏହା ବ୍ୟତୀତ ଥଣ୍ଡା ମଧ୍ୟ ବହୁତ ଅଧିକ, ତେଣୁ ଏହି ୧୪ କିଲୋମିଟର ଲମ୍ବା ରାସ୍ତାରେ କେହି ଏକୁଟିଆ ଯାଆନ୍ତି ନାହିଁ।

ଏହି ରାସ୍ତାଟି ନର୍ଥ ପୋଲ୍‌ ନିକଟରେ ହୋଇଥିବାରୁ ଏଠାରେ କେବଳ ଶୀତ ଋତୁ ହୋଇଥାଏ। ଏଥି ସହିତ, ଗ୍ରୀଷ୍ମ ଋତୁରେ ସୂର୍ଯ୍ୟ କେବେ ବି ଅସ୍ତ ହୁଅନ୍ତି ନାହିଁ । ଏଠାରେ ୬ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବରେ ସୂର୍ଯ୍ୟ ଦୃଶ୍ୟମାନ ହୁଅନ୍ତି ନାହିଁ। ୬ ମାସ ପର୍ଯ୍ୟନ୍ତ ଲୋକମାନେ ଅନ୍ଧକାରରେ ରହିଥାନ୍ତି। ଗ୍ରୀଷ୍ମ ଋତୁରେ ବି ଏଠାରେ ତାପମାତ୍ରା ଶୂନ ଡିଗ୍ରୀ ସେଲ୍‌ସିୟସ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri