Posted inଫୁରସତ

ସୋମବାର ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ସୌଭାଗ୍ୟ ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ…

ନୂଆଦିଲ୍ଲୀ,୨୯।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ହେବାକୁ ଯାଉଛି। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ। ଭାରତରେ ଏହା ଦେଖାଯିବ ନାହିଁ। ତେବେ ଉପଛାୟା ଗ୍ରହଣ ଯୋଗୁ କୌଣସି ସୂତକ ପାଳନ କରାଯିବ ନାହିଁ। ଗ୍ରହଣ ନଭେମ୍ବର ୩୦ ଅପରାହ୍ନ ୧ଟା ୪ରୁ ଆରମ୍ଭ ହେବ। ଏହା ଅପରାହ୍ନ ୫ଟା ୨୨ରେ ଶେଷ ହେବ। ଅପରାହ୍ନ ୩ଟା ୧୩ରେ ଗ୍ରହଣର ମଧ୍ୟକାଳ ରହିବ। ଏହି ଗ୍ରହଣ ୟୁରୋପ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର ଅଞ୍ଚଳ, ଆଟଲାଣ୍ଟିକ୍‌ ମହାସାଗର ଅଞ୍ଚଳ ତଥା ଏସିଆର କେତେକ ସ୍ଥାନରେ ଦୃଶ୍ୟମାନ ହେବ। ଚନ୍ଦ୍ର ଗ୍ରହଣ ଯୋଗୁ ବିଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ଅନୁଭୁତ ହେବ। ଗ୍ରହଣ ଭାରତକୁ ଦୃଶ୍ୟମାନ ନ ହେଲେ ମଧ୍ୟ ଏହି ସମୟ ମଧ୍ୟରେ ଶୁଭକାର୍ଯ୍ୟ ବର୍ଜନ ବାଞ୍ଛନୀୟ। ଚନ୍ଦ୍ର ଗ୍ରହଣର ଅଧିକ ପ୍ରଭାବ ବୃଷ ରାଶି ଏବଂ ରୋହିଣୀ ନକ୍ଷତ୍ର ଉପରେ ପଡ଼ିବ। ଏହାଦ୍ୱାରା ଏହି ରାଶି ଜାତକଙ୍କ ମାନସିକ ସ୍ଥିତି ବିଚଳିତ ରହିବ। ଚନ୍ଦ୍ରଗ୍ରହଣ ସମୟରେ ଗୁଆଘିଅ ଅବା ସୋରିଷ ତେଲରେ ଅଖଣ୍ଡ ଦୀପ ଜଳାଇଲେ ଧନପ୍ରାପ୍ତି ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହା ସହିତ ଚନ୍ଦ୍ରଙ୍କ ଗାୟତ୍ରୀ ମନ୍ତ୍ର ଜପ କଲେ ମଧ୍ୟ ବିଶେଷ ଉପକାର ମିଳିଥାଏ। ଚନ୍ଦ୍ର ମନର କାରକ ଗ୍ରହ ହୋଇଥିବାରୁ ଏହି ଦିନ ମାତା ସରସ୍ବତୀଙ୍କ ବୀଜମନ୍ତ୍ର ଜପ କଲେ ଶିକ୍ଷାର୍ଥୀମାନଙ୍କ ସ୍ମୃତିଶକ୍ତି ଏବଂ ବାକ୍‌ଶକ୍ତି ବୃଦ୍ଧି ହୋଇଥାଏ। ସେହିପରି ଏହି ସମୟରେ ଅଶ୍ୱତ୍ଥ ଗଛ ନିକଟରେ ଦୀପ ଜାଳିଲେ ଅବିବାହିତଙ୍କର ବିବାହ ଶୀଘ୍ର ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri