Posted inଫୁରସତ

ସବୁଠୁ ବଡ଼ ଦୀପ: ରହୁଥିଲା ୮୦୦ ଲିଟର ତେଲ

ହିନ୍ଦୁ ଧର୍ମରେ ଦୀପର ମାହାତ୍ମ୍ୟ ବେଶ୍‌ ରହିଛି। ଯେ କୌଣସି ପୂଜା ହେଉ ନା କାହିଁକି ଦୀପ ଲୋଡା ପଡେ। ଦୀପାବଳି ପର୍ବରେ ତ ଘରେ ଘରେ ଜଳେ ଦୀପ। ଆଲୋକିତ ହୋଇଯାଏ ସାରା ପରିବେଶ। ଆଉ ମହାଦେବଙ୍କ ପର୍ବ ଜାଗରରେ ବି ଦୀପର ମହତ୍ତ୍ୱ ରହିଛି। ଏହି ପର୍ବରେ ଏକ ମହାଦୀପ ଜଳାଯାଇଥାଏ, ଯାହାର ଆକାର ବେଶ୍‌ ବଡ଼ ଥାଏ। ତେବେ ଆସାମର ଗୌହାଟିରେ ଛୋଟି ଦୀଓ୍ବାଲି ବା ନରକ ଚତୁର୍ଦ୍ଦଶୀ ଦିନ ଜଳାଯାଇଥିଲା ଏକ ବିଶାଳକାୟ ଦୀପ। ଯାହା ଏତେ ବଡ ଥିଲା ଯେ, ପୃଥିବୀର ସବୁଠାରୁ ବଡ଼ ଦୀପଭାବେ ରେକର୍ଡ କରିଥିଲା। ଦୀପର ବ୍ୟାସ ୮ ଫୁଟ୍‌ ଥିବାବେଳେ ଉଚ୍ଚତା ୨.୫ ଫୁଟ୍‌ ଥିଲା। ଏଥିରେ ୮୦୦ ଲିଟର ତେଲ ରହୁଥିଲା। ଆସାମର ଗଭର୍ନର ଜଗଦୀଶ ମୁଖୀ ସେହି ଦୀପକୁ ପ୍ରଜ୍ୱଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀରେ ଲାଗିବ ସୂର୍ଯ୍ୟପରାଗ, ସୂର୍ଯ୍ୟ ଚାରିପଟେ ଦେଖାଯିବ ନିଆଁର ବଳୟ! କେବେ ଦେଖି ନ ଥିବେ…

୬ ଫେବୃଆରୀ ୨୦୨୭ ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଏହି ସମୟରେ ଆକାଶରେ ‘ରିଙ୍ଗ ଅଫ ଫାୟାର୍‌’ (Ring of Fire) ଅର୍ଥାତ ନିଆଁର ବଳୟ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri