କେସିଙ୍ଗା,୨୯।୧୧(ତୁମେଶ୍ବର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଏବଂ ବିଧାୟିକା ପ୍ରାଥୀନି ଲଳିତା ନାଏକଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ସଦର ବ୍ଲକର କର୍ଲାପଡା ହଳଦୀ ଦେଇ କେସିଙ୍ଗା ବ୍ଲକର ଅମଠା ଗ୍ରାମରେ ବିଶାଳ ସାଧାରଣ ସଭା ରବିବାର ଅନୁଷ୍ଠିତ ହୋଇଥିଲା ।
ଆଗକୁ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ବର୍ତ୍ତମାନ ଠାରୁ କର୍ମୀ ଓ ଜନସାଧାରଣଙ୍କୁ ନେଇ ଆଗାମୀ ଗ୍ରାମ ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳର ପ୍ରତ୍ୟେକ କର୍ମୀମାନେ ସରପଞ୍ଚ ଠାରୁ ୱାର୍ଡ ମେମ୍ବର ଏବଂ ଜିଲା ପରିଷଦ ସଦସ୍ୟ ସଦସ୍ୟା ବିଜୟୀ ହେବେ ସେଥିପାଇଁ ବର୍ତ୍ତମାନ ଠାରୁ ଭୋଟରସ ତଥା ଲୋକଙ୍କୁ ସଚେତନ କରାଯାଉଛି । ବର୍ତ୍ତମାନ ରାଜ୍ୟ ସରକାରଙ୍କ କାର୍ଯ୍ୟ କଳାପରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାର ପ୍ରତି ଲୋକଙ୍କ ବିଶ୍ୱାସ ତୁଟିବାରେ ଲାଗିଛି । ସାଧାରଣ ଗରିବ ବୁଢ଼ୀବୁଢ଼ା ବିକଳାଙ୍ଗଙ୍କୁ ମାସିକ ବାର୍ଦ୍ଧକ୍ୟ ଭତ୍ତା ଏକ ହଜାର ମିଳୁ ଥିଲା ଚଳିତ ମାସରେ ଆଠ ଶହ ହାତରେ ଦିଆ ଯାଉଛି ଏବଂ ଦୁଇ ଶହ ଖାତାରେ ପଡିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଗରିବ ଅସହାୟ ଗରିବ ଲୋକ କେମିତି ଜୀବନ ଅତିବାହିତ କରିବେ । ଏହିପରି ଅନେକ ସମସ୍ୟା ଗୁଡିକକୁ ନେଇ ରବିବାର ବିଜେଡି ପକ୍ଷରୁ ବିଶାଳ ପଦଯାତ୍ରା ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଦର ବିଧାୟକ ଦୁଷ୍ମନ୍ତ ନାଏକ, ଜିଲା ଯୁବ ସଭାପତି ଅଭିନାଶ ଠାକୁର, ରାଜ୍ୟ ବରିଷ୍ଠ ଯୁବ ଉପ ସଭାପତି ମଣ୍ଟୁ ନାଏକ, ଜିଲା ଉପ ସଭାପତି ବଦ୍ରି ନାରାୟଣ ପଟ୍ଟନାୟକ, ସଦର ବ୍ଲକ ସଭାପତି ପ୍ରେମ ରଞ୍ଜନ ପାଣିଗ୍ରାହୀ, କେସିଙ୍ଗା ବ୍ଲକ ସଭାପତି କେଶବ ବିଶ୍ୱାଳ, କେସିଙ୍ଗା ଏନ.ଏ.ସି ସଭାପତି ନଳିନ ପଟ୍ଟନାୟକ ,ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ନୀଳାମ୍ବର ସାହୁ, ନଗର ଯୁବ ସଭାପତି ଶିବା ସାହୁ, ଜିଲା ସାଧାରଣ ସମ୍ପାଦକ ଜଜାତି କେଶରୀ ନାୟକ ଏବଂ ସମସ୍ତ ପଞ୍ଚାୟତ ସଭାପତି ଓ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଜନ ସମ୍ପର୍କ ପଦଯାତ୍ରାକୁ ସଫଳ କରିଥିଲେ ।

