Posted inଫୁରସତ

ଭାବନା ପରିପ୍ରକାଶରେ ଭାଷା

ସଭ୍ୟତାର ବିକାଶ ସହିତ ସମାଜରରେ ଭାଷା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଥିଲା। କାରଣ ଭାବନା ପରିପ୍ରକାଶ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଥିଲା। ଅଧିକ ସଂଖ୍ୟକ ଲୋକ ବୁଝି ପାରୁଥିବା ଭାଷା ଦ୍ୱାରା ଏବେ ସରକାର ବିଭିନ୍ନ ନୀତି ପ୍ରଣୟନ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଯାହାଦ୍ୱାରା ଅଧିକ ଲୋକ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଅବଗତ ହୋଇପାରିବେ। ଭାରତରେ ରାଷ୍ଟ୍ରଭାଷା ଭାବେ ହିନ୍ଦୀକୁ ଗ୍ରହଣ କରାଯାଇଛି।
଼୍ବିନ୍ଦୀ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ୧୦ ଜାନୁୟାରୀରେ ବିଶ୍ୱ ହିନ୍ଦୀ ଦିବସ ପାଳନ କରାଯାଇଥାଏ। ଏହାର ଉଦ୍ଦେଶ୍ୟ ହେଉଛି ହିନ୍ଦୀକୁ ବିଶ୍ୱସ୍ତରରେ ପ୍ରୋତ୍ସାହିତ କରିବା ଏବଂ ଏହାକୁ ଏକ ଅନ୍ତର୍ଜାତୀୟ ଭାଷା ଭାବରେ ଉପସ୍ଥାପନ କରିବା ପାଇଁ ସଚେତନତା ସୃଷ୍ଟି କରିବା।
ବିଶ୍ୱରେ ହିନ୍ଦୀର ବିକାଶ ଏବଂ ପ୍ରସାର ଲକ୍ଷ୍ୟରେ ବିଶ୍ୱ ହିନ୍ଦୀ ସମ୍ମିଳନୀ ଆରମ୍ଭ ହୋଇଥିଲା ଏବଂ ୧୯୭୫ ଜାନୁୟାରୀ ୧୦ରେ ନାଗପୁରରେ ପ୍ରଥମ ବିଶ୍ୱ ହିନ୍ଦୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ତେଣୁ ଏହି ଦିନଟିକୁ ସ୍ମରଣ କରି ପ୍ରତିବର୍ଷ ଜାନୁୟାରୀ ୧୦ରେ ‘ବିଶ୍ୱ ହିନ୍ଦୀ ଦିବସ’ ଭାବରେ ପାଳନ କରାଯାଇଥାଏ।
ସେପ୍ଟେମ୍ବର ୧୯୪୯ରେ ଭାରତ ସରକାରଙ୍କ ପକ୍ଷରୁ ହିନ୍ଦୀକୁ ସରକାରୀ ଭାଷା ଭାବରେ ଘୋଷଣା କରାଯାଇଥିଲା। ୧୯୫୩ରେ ରାଷ୍ଟ୍ର ଭାଷା ପ୍ରସାର ସମିତିର ସୁପାରିସ କ୍ରମେ ଏହି ଦିନକୁ ହିନ୍ଦୀ ଦିବସ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ହେଲା।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୦ ଜାନୁୟାରୀ ୨୦୦୬ରେ ପ୍ରତିବର୍ଷ ବିଶ୍ୱ ହିନ୍ଦୀ ଦିବସ ପାଳନ କରିବାକୁ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଦରମା ସହ ମିଳିଥାଏ ଅନେକ ସୁବିଧା, ଜାଣନ୍ତୁ ନିର୍ବାଚିତ ଏମ୍‌ପିମାନଙ୍କ ଦରମା କେତେ? କ’ଣ ସେମାନେ ଦିଅନ୍ତି ଟିକସ…

୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ସଦସ୍ୟମାନେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ଭର୍ତ୍ତୃହରି...

ବିନା କାମରେ ୨୦ ବର୍ଷ ଦରମା

ପ୍ୟାରିସ: କାର୍ଯ୍ୟ ସମ୍ପାଦନ କରି ଅଫିସ ବା ସଂସ୍ଥାରୁ ଦରମା ନ ମିଳିଲେ କ୍ଷୁବ୍ଧ କର୍ମଚାରୀ ଆଇନର ଆଶ୍ରୟ ନେଇଥାନ୍ତି। କିନ୍ତୁ ଫ୍ରାନ୍ସରେ ଏହାର ଓଲଟା ଦେଖିବାକୁ...

ପ୍ରଥମ ରୋଜଗାରର ୧୫୦ ଟଙ୍କା ବି କୋଟିଏ ଟଙ୍କା ପରି ଲାଗୁଥିଲା: ସୁଚିତ୍ରା ମିଶ୍ର

ଜୀବନର ପ୍ରଥମ ରୋଜଗାରର ପୁଲକ ସତରେ କ’ଣ ବଖାଣିହୁଏ? ସେଦିନର ସେ ଅନୁଭବ ଏବେ ବି ହୃଦୟରେ ଶିହରଣ ଖେଳାଏ। ଅତୀତର ସେଇ ଅପୂର୍ବ ମୁହୂର୍ତ୍ତଟି...

୧୦୫ ବର୍ଷ ବୟସରେ ମାଷ୍ଟର ଡିଗ୍ରୀ ହାସଲ କଲେ ମହିଳା, ସାରା ବିଶ୍ୱ ଏବେ କରୁଛି ପ୍ରଶଂସା

ୱାଶିଂଟନ: ସାଧାରଣତଃ କଲେଜ ପଢ଼ା ସରିଯିବା ପରେ ଆଉ କେହି ପଢ଼ିବାକୁ ପସନ୍ଦ କରି ନ ଥାନ୍ତି। ପଢ଼ିବା ପାଇଁ ଆଉ ବୟସ ନ ଥିବା...

ଗୁଡ଼ି ସହ ୩୦ ଫୁଟ ଉଚ୍ଚକୁ ଉଡ଼ିଗଲେ ୩ ବର୍ଷର ଶିଶୁକନ୍ୟା, ପରେ ଯାହା ହେଲା ଦେଖିଲେ…

‘କାଇଟ୍‌ ଫେଷ୍ଟିଭାଲ’ ସମୟରେ ଅଭାବନୀୟ ଘଟଣା। ଗୁଡ଼ି ଉଡ଼ାଇବା ବେଳେ ୩୦ ଫୁଟ ଉଚ୍ଚକୁ ଉଡିଗଲେ ୩ ବର୍ଷର ଶିଶୁକନ୍ୟା। ସୋସିଆଲ ମିଡିଆରେ ଘଟଣା ସମ୍ପର୍କିତ...

ଏଣିକି ବିଳମ୍ବରେ ଅଫିସ ଆସିଲେ ଫସିବେ ସରକାରୀ କର୍ମଚାରୀ, ଛୁଟି ସହ କଟିବ…

ନୂଆଦିଲ୍ଲୀ,୨୨ା୬: ଏଣିକି ବିଳମ୍ବରେ ଅଫିସ ଆସିଲେ ଫସିବେ ସରକାରୀ କର୍ମଚାରୀ। କର୍ମଚାରୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଠିକ୍‌ ସମୟରେ ଅଫିସରେ ନ ପହଞ୍ଚିଲେ ଅଧାଦିନର...

ମୃତ୍ୟୁ ପରେ ବିବାହ

କୁଆଲାଲ୍‌ମ୍ପୁର: ବିବାହର ଠିକ୍‌ ପୂର୍ବରୁ ମାଲେସିଆର ୟାଙ୍ଗ୍‌ ଜିଙ୍ଗ୍‌ଶାନ(୩୧) ଏବଂ ଲି ଜୁଇଙ୍ଗ୍‌(୩୨) ନାମକ ଏକ ପ୍ରେମୀ ଯୁଗଳଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଉଭୟେ ପ୍ରାୟ ୩...

ପରିବାରରେ ୬ ପିଢ଼ିର ୧୮୫ ସଦସ୍ୟ

ଆଜମେର: ସମ୍ପ୍ରତି ଜଏଣ୍ଟ ଫ୍ୟାମିଲିର ଧାରା ସମାପ୍ତ ହେଉଥିବା ବେଳେ ଅଧିକାଂଶ ଲୋକ ନ୍ୟୁକ୍ଲିଆର ଫ୍ୟାମିଲିରେ ରହିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଏହି ପରିବର୍ତ୍ତନଶୀଳ ଧାରା ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri