ପପୁଆ ନ୍ୟୁଗିନିରେ ଭୂସ୍ଖଳନ, ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ସିଡନୀ,୨୪।୫: ପାପୁଆ ନ୍ୟୁ ଗିନିର ଏକ ସୂଦୂର ଗ୍ରାମରେ ଭୂସ୍ଖଳନ ହେତୁ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଷ୍ଟ୍ରେଲୀୟ ଗଣମାଧ୍ୟମ ଅନୁଯାୟୀ, ସ୍ଥାନୀୟ ସମୟ ସକାଳ ପ୍ରାୟ ୩ଟା ସମୟରେ ଏଙ୍ଗା ପ୍ରଦେଶର କୋକାଲାମ ଗ୍ରାମ ନିକଟରେ ଘଟିଥିବା ଭୂସ୍ଖଳନ ଯୋଗୁଁ ଅନେକ ଘର ନଷ୍ଟ ହୋଇଯାଇଥିଲା। ରିଲିଫ କର୍ମଚାରୀମାନେ ଏଠାରେ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଅନେକ ମୃତଦେହ ମଧ୍ୟ ବାହାରକୁ ନିଆଯାଇଛି।

ସେଠାରେ ରହୁଥିବା ବାସିନ୍ଦା କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ୧୦୦ରୁ ଅଧିକ ହୋଇପାରେ। ତେବେ ଅଧିକାରୀମାନେ ଏପର୍ଯ୍ୟନ୍ତ ଏହି ସଂଖ୍ୟା ନିଶ୍ଚିତ କରିନାହାଁନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳେ ଯେ ସ୍ଥାନୀୟ ଲୋକମାନେ ସେଠାରେ ପୋତି ହୋଇଥିବା ମୃତଦେହକୁ ବାହାର କରୁଛନ୍ତି।
ଏହି ଦୁର୍ଘଟଣାରେ ପୋର୍ଜେରା ମହିଳା ବ୍ୟବସାୟ ସଂଘର ସଭାପତି ଏଲିଜାବେଥ ଲାରୁମା କହିଛନ୍ତି ଯେ ଭୂସ୍ଖଳନ ହେତୁ ଅନେକ ଘର ଭୁଶୁଡି ପଡିଛି। ଲାରୁମାଙ୍କ ଅନୁଯାୟୀ, ଭୂସ୍ଖଳନ ସ୍ଥଳରେ ଅନେକ ଗଛ ଏବଂ ଉଦ୍ଭିଦ ଅଛି ଯାହା ଭୂସ୍ଖଳନରେ ନଷ୍ଟ ହୋଇଯାଇଛି। ଯେଉଁଥିପାଇଁ ସେଠାରେ ଶୀଘ୍ର ମୃତଦେହ ଖୋଜିବା କଷ୍ଟକର ହୋଇପଡୁଛି।
ଏଥିସହ, ଭୂସ୍ଖଳନ ପୋର୍ଗେରା ସହରକୁ ପ୍ରବେଶକୁ ମଧ୍ୟ ଅବରୋଧ କରିଛି, ଯେଉଁଠାରେ ଏକ ବଡ଼ ସୁନା ଖଣି ଅବସ୍ଥିତ ବୋଲି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟମାଟୋ କିଲୋ ପ୍ରତି ମୂଲ୍ୟ ୨୦୦ଟଙ୍କା ଉପରେ

ପେଶାଓା୍ବର,୧୬।୬: ପାକିସ୍ତାନର ସ୍ଥାନୀୟ ଖୁଚୁରା ବଜାରରେ ଇଦ ଅଲ-ଅଜାହ ପୂର୍ବରୁ ଟମାଟୋ ମୂଲ୍ୟରେ ବ୍ୟାପକ ବୃଦ୍ଧି ଘଟିଛି। ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ କରିଛି ଯେ ପେଶାୱାରରେ...

ହିଟଓ୍ବେଭ ନେଲା ୧୪ ହଜ ଯାତ୍ରୀଙ୍କ ଜୀବନ

ରିୟାଦ,୧୬।୬: ଇଦ-ଉଲ-ଅଜାହ ପର୍ବ ମଧ୍ୟରେ ସୌଦି ଆରବରେ ବହୁ ସଂଖ୍ୟାରେ ହଜ ତୀର୍ଥଯାତ୍ରୀ ଏକତ୍ରିତ ହୋଇଥିଲେ। ତେବେ ସୌଦି ଆରବରେ ପ୍ରବଳ ଉତ୍ତାପ ହଜ ତୀର୍ଥଯାତ୍ରୀଙ୍କ...

ତେହରିକ-ଏ-ତାଲିବାନର କମାଣ୍ଡର ନିହତ

ଇସଲାମାବାଦ,୧୬।୬: ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ର ଶୀର୍ଷ କମାଣ୍ଡରଙ୍କୁ ଖାଇବର-ପଖତୁନୱା ପ୍ରଦେଶରେ ସୁରକ୍ଷା ବାହିନୀ ହତ୍ୟା କରିଛନ୍ତି। ଏକ ରିପୋର୍ଟରେ କୁହାଯାଇଛି...

ଭାରତକୁ ନିମନ୍ତ୍ରଣ କରିବ କି କାନାଡ଼ା: ଟ୍ରୁଡୋ ଦେଲେ ଏମିତି ଜବାବ

ବାରି(ଇଟାଲୀ),୧୬।୬:ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଜି୭ ସମ୍ମିଳନୀରେ କାନାଡା ଅଧ୍ୟକ୍ଷତା କରିବ। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି, ସେତେବେଳେ ତାଙ୍କୁ ବହୁତ କିଛି...

‘ଇମ୍ରାନ ଖାଁ ବାହାରକୁ ଆସିଲେ ହେବ ହିଂସା,’ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଲେ କାହିଁକି ୨୦୨୯ ପର୍ଯ୍ୟନ୍ତ ଜେଲରେ ରହିବା ଉଚିତ ଇମ୍ରାନ

ଇସଲାମାବାଦ,୧୬।୬: ପାକିସ୍ତାନର ଲୋକମାନେ ବିଶ୍ୱାସ କରନ୍ତି ଯେ ଦେଶର ଆର୍ଥିକ ସ୍ଥିରତା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ୨୦୨୯ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଜେଲରେ...

ଜାପାନରେ ବ୍ୟାପିଲା ମାଂସ ଖାଉଥିବା ବିରଳ ଜୀବାଣୁ, ଯାହା ୨ ଦିନରେ ନେଇପାରେ ଜୀବନ

ନୂଆଦିଲ୍ଲୀ, ୧୬।୬: ମାଂସ ଖାଉଥିବା ବିରଳ ଜୀବାଣୁ ବ୍ୟାପିଛି ଜାପାନରେ ଯାହାଦ୍ୱାରା ଲୋକମାନେ ମାତ୍ର ୪୮ ଘଣ୍ଟାରେ ଜୀବନ ହରାଇ ପାରନ୍ତି। କରୋନା ମହାମାରୀ ପରେ...

ମୋଦିଙ୍କୁ ଚିଠି ଲେଖିଲେ ପାଲେଷ୍ଟାଇନ୍‌ ପ୍ରଧାନମନ୍ତ୍ରୀ, କହିଲେ ଏହାକୁ ଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ବି ପଢ଼ିବା ଉଚିତ, କାରଣ…

ଜେରୁଜେଲମ୍‌,୧୬ା୬: ପଡ଼ୋଶୀ ଦେଶ ପାକିସ୍ତାନ ନିଜକୁ ମୁସଲମାନ ଦେଶର ବାଦ୍‌ଶାହା ଭାବରେ ପ୍ରମାଣ କରିବାକୁ ଚେଷ୍ଟା ଜାରି ରଖିଛି। ସେ ଅନୁଭବ କରୁଛି ଯେ, ସେ...

ନାବାଳିକା ଝିଅକୁ ୭୨ ବର୍ଷ ବ୍ୟକ୍ତିଙ୍କ ସହିତ ବିବାହ କରୁଥିଲା ବାପା, ଉଦ୍ଧାର କଲା ପୋଲିସ

ନୂଆଦିଲ୍ଲୀ, ୧୬।୬: ୧୨ ବର୍ଷର ଝିଅକୁ ୭୨ ବର୍ଷ ବୟସ୍କ ବ୍ୟକ୍ତି ସହିତ ବିବାହ ଉଦ୍ୟମକୁ ପଣ୍ଡ କରି ଅଭିଯୁକ୍ତ ବରକୁ ଗିରଫ କରିଛି ପୋଲିସ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri