Posted inଜାତୀୟ

ଚନ୍ଦ୍ରର ତାପମାତ୍ରା ପ୍ରୋଫାଇଲ ପଠାଇଲା ଲ୍ୟାଣ୍ଡର

ବେଙ୍ଗାଲୁରୁ,୨୮ା୮: ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମରେ ଥିବା ସର୍ଫେସ୍‌ ଥମୋଫିଜିକାଲ ଏକ୍ସପେରିମେଣ୍ଟ ପ୍ଲେଲୋଡ୍‌ (ଚାଷ୍ଟେ) ଚନ୍ଦ୍ର ଦକ୍ଷିଣ ମେରୁ ଚତୁଃପାର୍ଶ୍ୱରେ ଥିବା ଉପର ମୃତ୍ତିକାର ତାପମାତ୍ରା ପ୍ରୋଫାଇଲ ପଠାଇଛି। ଚନ୍ଦ୍ରପୃଷ୍ଠର ତାପମାତ୍ରା ସମ୍ପର୍କରେ ଜାଣିବାରେ ଏହା ସହାୟକ ହେବ ବୋଲି ଇସ୍ରୋ ପକ୍ଷରୁ ରବିବାର କୁହାଯାଇଛି। ଇସ୍ରୋ ଉକ୍ତ ତାପମାତ୍ରା ପ୍ରୋଫାଇଲ ଗ୍ରାଫ୍‌କୁ ଶେୟାର କରିଛି। ଚନ୍ଦ୍ରପୃଷ୍ଠ ଏବଂ ପାର୍ଶ୍ୱ ନିକଟବର୍ତ୍ତୀ ବିଭିନ୍ନ ଗଭୀରତାରେ ତାପମାତ୍ରାରେ ରହିଥିବା ଭିନ୍ନତା ଉକ୍ତ ଗ୍ରାଫ୍‌ରେ ପ୍ରଦର୍ଶିତ ହୋଇଛି। ଚନ୍ଦ୍ର ଦକ୍ଷିଣ ମେରୁରୁ ଏହା ପ୍ରଥମ ପ୍ରୋଫାଇଲ। ଏହା ଉପରେ ସବିଶେଷ ଅନୁଧ୍ୟାନ ଜାରି ରହିଛି। ଗଭୀରତା ଅନୁଯାୟୀ ତାପମାତ୍ରା ବିଯୁକ୍ତ ୧୦ ଡିଗ୍ରୀରୁ ୬୦ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ରହିଥିବା ଗ୍ରାଫ୍‌ରୁ ଜଣାପଡୁଛି ବୋଲି ଇସ୍ରୋର ଜଣେ ବୈଜ୍ଞାନିକ କହିଛନ୍ତି। ଚାଷ୍ଟେ ପ୍ଲେଲୋଡ୍‌ରେ ତାପମାତ୍ରା ଅନୁଧ୍ୟାନ ଉପକରଣ ଏବଂ ନିୟନ୍ତ୍ରିତ ପ୍ରବେଶ ଯନ୍ତ୍ର ରହିଛି, ଯାହା ପୃଷ୍ଠଠାରୁ ୧୦ ସେଣ୍ଟିମିଟର ତଳକୁ ଯାଇପାରିବ। ସେଥିରେ ୧୦ଟି ଅଲଗା ଅଲଗା ତାପମାତ୍ରା ସେନ୍‌ସର ଫିଟିଂ ହୋଇଛି।

ଲ୍ୟାଣ୍ଡିଂ ସ୍ଥାନର ନାଁ ‘ଶିବଶକ୍ତି’ ରଖିବାରେ କିଛି ଭୁଲ୍‌ ନାହିଁ: ଇସ୍ରୋ ମୁଖ୍ୟ

ଚନ୍ଦ୍ରୟାନ-୩ ଲ୍ୟାଣ୍ଡରର ଅବତରଣ ସ୍ଥାନ ନାଁ ‘ଶିବଶକ୍ତି’କୁ ନେଇ କୌଣସି ବିବାଦ ନାହିଁ ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଅଧ୍ୟକ୍ଷ ଏସ୍‌. ସୋମନାଥ ରବିବାର କହିଛନ୍ତି। ନାଁ ଶିବଶକ୍ତି ରଖିବାରେ କିଛି ଭୁଲ୍‌ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇସ୍ରୋ କାର୍ଯ୍ୟାଳୟକୁ ଯାଇ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡିଂ ସ୍ଥାନର ନାଁ ଶିବଶକ୍ତି ରଖିଥିଲେ। ସେହିପରି ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ଖସିଥିବା ସ୍ଥାନକୁ ପ୍ରଧାନମନ୍ତ୍ରୀ ‘ତ୍ରିରଙ୍ଗା’ ନାମିତ କରିଥିଲେ। ଉଭୟ ଭାରତୀୟ ନାମ। ଦେଶର ପ୍ରଧାନମନ୍ତ୍ରୀ ଭାବେ ନାମକରଣ କରିବାର ପୂରା ଅଧିକାର ମୋଦିଙ୍କର ରହିଥିବା ସୋମନାଥ କହିଛନ୍ତି। କେରଳର ଥିରୁଭାନନ୍ତପୁରମ୍‌ସ୍ଥିତ ପୌର୍ଣ୍ଣମିକାଭୁ-ଭଦ୍ରକାଳୀ ମନ୍ଦିରରେ ପୂଜା କରିବା ଅବସରରେ ସୋମନାଥ କହିଛନ୍ତି, ବିଜ୍ଞାନ ଓ ବିଶ୍ୱାସ ଦୁଇଟି ଭିନ୍ନ ଘଟଣା। ଏହାକୁ ଏକାଠି କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଚନ୍ଦ୍ରୟାନ-୩ର ଲ୍ୟାଣ୍ଡିଂ ସ୍ଥାନର ନାମକରଣକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

୯୦ ବର୍ଷ ବୟସରେ ବୃଦ୍ଧଙ୍କୁ ଚଢିଲା ବିବାହ ନିଶା: ଆଉ ତା’ପରେ ଘଟିଗଲା ଏମିତି କିଛି…

ଜୟପୁର,୧୦।୮: ରାଜସ୍ଥାନର ରାଜଧାନୀ ଜୟପୁରରୁ ସାଇବର ଠକେଇ ଏବଂ ଡିଜିଟାଲ ବ୍ଲାକମେଲ୍ର ଏକ ଆଶ୍ଚର୍ଯ୍ୟଜନକ ଏବଂ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚତୁର ସାଇବର ଅପରାଧୀମାନେ…

ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ…

ଆଜିକାଲି ଅତ୍ୟଧିକ କାମର ଚାପ ହେଉ ଅବା କେତେକ କାରଣରୁ ଅନେକେ ଚିନ୍ତାଗ୍ରସ୍ତ ହେଉଛନ୍ତି। ତେବେ ଏଥିରୁ କେତେକାଂଶରେ ମୁକୁଳିବାର ଏକ ସହଜ ଉପାୟ ରହିଛି। ତାହା…

କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଥ୍ରୋ ବଲ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇସିଏସଇ ସ୍ପୋଟର୍‌ସ ଏଣ୍ଡ ଗେମ୍ସ ପକ୍ଷରୁ ଦିନିକିଆ ଆଞ୍ଚଳିକ…

ଚାଷଜମିକୁ ଜଳସେଚନର ହେବ ସୁବିଧା : ଖୋଲିଲା ଜୟ ମଙ୍ଗଳ ଓ ଋଷିକୂଳ୍ୟାର ୧୫ ନମ୍ବର କେନାଲ

ଛତ୍ରପୁର,୧୦।୮, (ଦିଲ୍ଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ) : ଚଳିତ ଖରିଫ ଚାଷ ଋତୁରେ ଚାଷୀଙ୍କୁ ଆବଶ୍ୟକ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜୟ ମଙ୍ଗଳ କେନାଲରେ ଜଳ ଛଡ଼ାଯାଇଛି।…

ଶଶ୍ମାନ, ଠାକୁରାଣୀ ଶାଳରୁ ଜବରଦଖଲ ଉଚ୍ଛେଦ ଦାବି

ପାଟଣା,୧୦ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀ କାପୁଡ଼ି ଗାଁ ତେନ୍ତେଳା ଗ୍ରାମର ଶ୍ମଶାନ ଓ ଠାକୁରାଣୀ ଶାଳରେ ଉକ୍ତ ଗ୍ରାମର ସୁଦାମ ମହାନ୍ତ ଓ…

ଝାଡୁ ଧରିଲେ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ଲକ୍ଷ୍ୟ ପୂରଣ ପାଇଁ ସମସ୍ତେ ଏକାଠି ହୋଇ…

ଭଞ୍ଜନଗର,୧୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ସ୍ବଚ୍ଛତା ପଖଓ୍ବାଡ଼ା ଅବସରରେ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ଓ…

ବିଦେଶୀ ମଦ ଦୋକାନ ବନ୍ଦ ଦାବି: ଉପଜିଲାପାଳ କାର୍ଯ୍ୟାଳୟ ଘେରାଉ

ବୀରମହାରାଜପୁର, ୧୦/୯ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ନୁଆଁପଡ଼ାଠାରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ମହିଳାମାନେ…

ଚାଷୀମାରଣ ନୀତିକୁ ବିରୋଧ, ଜେଲ୍‌ଭରୋ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): କୃଷିକ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣୀତ ବିଭିନ୍ନ ନୀତିକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି । ଏହି କ୍ରମରେ ସୋମବାର ବରଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri