ଜମି ମାଲିକାନା କୃଷକ ହାତକୁ ଯାଉ

ଶେଖ୍‌ ଫରିଦ୍‌ଉଦ୍ଦିନ୍‌

 

ଓଡ଼ିଶାରେ ପ୍ରାୟ ୭୫ ପ୍ରତିଶତ ଅଧିବାସୀ ଗ୍ରାମାଞ୍ଚଳରେ ବାସ କରନ୍ତି। ସେଥିମଧ୍ୟରୁ ୬୫ ପ୍ରତିଶତ କେବଳ କୃଷିଜୀବୀ। ଗ୍ରାମାଞ୍ଚଳରେ ଅଧିକାଂଶ ଗରିବଙ୍କ ମଧ୍ୟରୁ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି ୩୧ ପ୍ରତିଶତ । ସୁଖର କଥା, କୃଷିର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ କୃଷି ଉତ୍ପାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ ୩-୪ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି ଏବଂ ଆସନ୍ତା ୩ ବର୍ଷ ମଧ୍ୟରେ ଅଧିକ ୬ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଦିଆଯିବ। ରେଙ୍ଗାଲି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ । ଆସନ୍ତା ବର୍ଷଠାରୁ ଏଥିରୁ ୪୦ ହଜାର ହେକ୍ଟର ଜମି ଜଳସେଚିତ ହେବ। ଏ ସବୁରୁ ସୂଚନା ମିଳୁଛି ଯେ, ଗ୍ରାମାଞ୍ଚଳର ଦାରିଦ୍ର୍ୟ ହ୍ରାସ ପାଉଛି । କିନ୍ତୁ ଅସଲ କଥା ହେଉଛି ରାଜ୍ୟରେ କୃଷିର ବିକାଶ ଅନ୍ୟ ରାଜ୍ୟଗୁଡ଼ିକ ସହିତ ସମକକ୍ଷ ନ ହେବାର କାରଣ ହେଉଛି, ରାଜ୍ୟରେ ୮୫ ଭାଗ ନାମକୁମାତ୍ର ଚାଷୀ ଅଛନ୍ତି ,ଯେଉଁମାନେ ଜମିର ମାଲିକ ନୁହନ୍ତି। ସେମାନଙ୍କ ହାତରେ ଚାଷର ଦାୟିତ୍ୱ ରହୁଥିବାରୁ କୃଷି ବିକାଶ ନିମନ୍ତେ ନାମକୁମାତ୍ର ଚାଷୀମାନେ ଅଧିକ ଜମିକୁ ଜଳ ଯୋଗାଣ, ଉତ୍ତମ ବିହନ ପ୍ରୟୋଗ, ଅଧିକ ସାର ବିନିଯୋଗ ଓ କୀଟନାଶକ ବ୍ୟବହାର ପାଇଁ ସେମାନଙ୍କ ହାତରେ ଅର୍ଥ ନାହିଁ। ତେଣୁ ଏହି ନାମକୁମାତ୍ର ଚାଷୀମାନେ ସରକାରୀ ସୂତ୍ରରୁ ହେଉ ବା ବ୍ୟବସାୟୀ ସୂତ୍ରରୁ ଋଣ କରିବାକୁ ବାଧ୍ୟ ହୁଅନ୍ତି ଅଧିକ ଅମଳ କରିବା ପାଇଁ।
ଓଡ଼ିଶା ହେଉଛି ଏକମାତ୍ର ଖାଉଟି ରାଜ୍ୟ, ଯେଉଁଠାରେ ଅଧିକ ଲୋକ ରାଜ୍ୟ ବାହାରୁ ଆସୁଥିବା ସାମଗ୍ରୀ ଉପରେ ନିର୍ଭର କରନ୍ତି। ଧାନ, ମକା, କିଛି ପରିବା, ଦୁଗ୍ଧ, କିଛି ଫଳମୂଳକୁ ବାଦ୍‌ ଦେଇ ଆଉସବୁ ଜିନିଷ ବାହାର ରାଜ୍ୟରୁ ଓଡ଼ିଶାକୁ ଆସିଥାଏ। ଓଡ଼ିଶାର କୃଷକମାନଙ୍କ ମଧ୍ୟରେ ୮୫ ଭାଗ ଲୋକ ନାମକୁମାତ୍ର ଚାଷୀ ହେଉଥିବାରୁ କୃଷି ଉତ୍ପାଦନ ସେମାନଙ୍କର ଆର୍ଥିକ ଅବସ୍ଥା ଓ ଜଳ, ସାର, ଉତ୍ତମ ବୀଜ ଇତ୍ୟାଦିର ପ୍ରୟୋଗ ଉପରେ ନିର୍ଭର କରେ। ଏହି ନାମକୁମାତ୍ର ଚାଷୀମାନଙ୍କ ହାତରେ ଅର୍ଥ ନାହିଁ, ଯଦ୍ଦ୍ବାରା ସେମାନେ କୃଷି ଅଧିକ ଉତ୍ପାଦନକ୍ଷମ କରିବା ପାଇଁ ଋଣ ଆଣି ତାହାର ସଦୁପଯୋଗ କରିବେ। ଯେଉଁ କେତେକ କୃଷକ ଋଣ ପରିଶୋଧ କରି ନ ପାରି ଆତ୍ମହତ୍ୟା କରୁଛନ୍ତି ସେମାନଙ୍କ ପରିବାରର ଆବଶ୍ୟକତା ଧାନ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରିକରି ପରିଶୋଧ କରିବା ସମ୍ଭବ ହେଉନାହିଁ। ବନ୍ୟା, ବାତ୍ୟା, ମରୁଡ଼ି ଯୋଗୁ ଫସଲ ନଷ୍ଟ ହେଉଛି। ଏହାର ସ୍ଥାୟୀ ପ୍ରତିକାର ହେଉନାହିଁ। ଫଳ, ପରିବା, ମାଛ, ଅଣ୍ଡା, କୁକୁଡ଼ା ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ, ଲୁଗା, ଲୁଙ୍ଗି, ଗାମୁଛା ଇତ୍ୟାଦି ପ୍ରାୟ ଜିନିଷ ଓଡ଼ିଶାବାସୀଙ୍କୁ କ୍ରୟ କରିବାକୁ ପଡ଼ିଥାଏ। ଫଳରେ ଧାନ, ମକା ଆଉ ଅନ୍ୟାନ୍ୟ କିଛି ସାମଗ୍ରୀ ବିକ୍ରିକରି ସେମାନେ ଯାହା ଉପାର୍ଜନ କରନ୍ତି ବାହାରୁ ଆସୁଥିବା ସାମଗ୍ରୀ କ୍ରୟ କରିବା ଦ୍ୱାରା ହାତରେ ଅର୍ଥ ରହେନାହିଁ। ଗତ କେତେବର୍ଷ ଧରି ଚାଷୀମାନଙ୍କର ଆୟ ବଢ଼ୁଥିବାରୁ ଆତ୍ମହତ୍ୟା କରୁଥିବା ଚାଷୀଙ୍କ ସଂଖ୍ୟା କମିଛି ଏବଂ ତା’ ସହିତ ଚାଷୀମାନଙ୍କର ସମସ୍ୟା ମଧ୍ୟ କେତେକାଂଶରେ ସମାଧାନ ହେବା କଥା। କିନ୍ତୁ ମୂଳକଥା ହେଉଛି, ଓଡ଼ିଶାର ୮୫ ପ୍ରତିଶତ ଚାଷୀ ଯଦି ନାମକୁମାତ୍ର ଚାଷ ଉପରେ ନିର୍ଭର କରୁଥିବାରୁ କୃଷି ଉତ୍ପାଦନ ବୃଦ୍ଧି ହେବା ସତ୍ତ୍ୱେ ମୂଳ ସମସ୍ୟାର ସମାଧାନ ହୋଇପାରୁନାହିଁ।
ମୂଳ ପ୍ରସଙ୍ଗ ହେଉଛି, ଭାଗଚାଷୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏବଂ ପ୍ରକୃତ ଚାଷୀଙ୍କ ହାତରେ ଜମି ନ ଥିବାରୁ ଜମିରୁ ଅଧିକ ଫସଲ ଉତ୍ତାରିବା ପାଇଁ ଋଣକରି ଜଳ, ବିହନ, ସାର କ୍ରୟ କରିବା ପାଇଁ ସେ ସାହସ କରିପାରୁନାହିଁ। କାରଣ ଓଡ଼ିଶାରେ ବନ୍ୟା, ମରୁଡ଼ି, ବାତ୍ୟା ଗୋଟିଏ ପରେ ଗୋଟିଏ ଲାଗିରହିଥାଏ। ଏଥିରୁ ବୁଝିବାକୁ ହେବ ଯେ, ଭାଗଚାଷ ପ୍ରଥାର ସଂସ୍କାର ଜରୁରୀ ଏବଂ ଚାଷୀ ଯେପର୍ଯ୍ୟନ୍ତ ଜମିର ମାଲିକ ହୋଇନାହିଁ, ସେପର୍ଯ୍ୟନ୍ତ ସେ ଚାଷ ପାଇଁ ସବୁ ସମ୍ବଳ ଖର୍ଚ୍ଚ କରିପାରିବ ନାହିଁ। ଗତ ଦଶବର୍ଷ ମଧ୍ୟରେ ଯଦି ଆମ୍ବ, ସପେଟା, ଲିଚୁ, ଅମୃତଭଣ୍ଡା ଇତ୍ୟାଦି ଉତ୍ପାଦନ ଆଶାନୁରୂପ ବଢ଼ିଥାଏ ଏବଂ ସେହିପରି ମାଛ, କୁକୁଡ଼ା, ଅଣ୍ଡା ଇତ୍ୟାଦିର ଆମଦାନୀ କିଛି ପରିମାଣରେ କମିଥାଏ ତେବେ ଚାଷୀକୁ ତା’ ସମସ୍ୟା ପାଇଁ ଦୋଷ ଦେଇହେବନାହିଁ। କାରଣ ତା’ ପାଖରେ ଅର୍ଥ ନାହିଁ କି ସେ ଜମିର ମାଲିକ ନୁହେଁ। ଗତ ୨-୩ ବର୍ଷ ଧରି ଚାଷୀମାନଙ୍କୁ ସ୍ବାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି ଏବଂ ଏହା ଏକ ସକାରାତ୍ମକ ପଦକ୍ଷେପ। କିନ୍ତୁ ପ୍ରାକୃତିକ ବିପତ୍ତିରୁ ଚାଷୀକୁ ଯେଉଁସବୁ ସମସ୍ୟାକୁ ସାମ୍‌ନା କରିବାକୁ ପଡ଼ୁଛି ସେ ବିଷୟରେ ସମାଧାନର ଶକ୍ତି ତା’ ହାତରେ ନାହିଁ। ବଳକା ଫଳମୂଳ ସାଇତି ରଖିବା ପାଇଁ ଶୀତଳଭଣ୍ଡାରର ଅଭାବ ରହିଛି। ଫଳ ପ୍ରକ୍ରିୟାକରଣ ମଧ୍ୟ ସହଜ ହେଉନାହିଁ। ଜଳସେଚନର ସୁବ୍ୟବସ୍ଥା, ଉତ୍ତମ ବିହନ, କୀଟନାଶକ ଓ ସାର ଉପଯୋଗ ପାଇଁ ତା’ ହାତରେ ଯଦି କିଛି ପାଣ୍ଠି ନ ରହେ ତେବେ କୃଷି ସହିତ ଆନୁଷଙ୍ଗିକ ଧନ୍ଦାଗୁଡ଼ିକର ବିକାଶ କରିବା ସମ୍ଭବ ହେବନାହିଁ। ତାହା ନ ହେଲା ପର୍ଯ୍ୟନ୍ତ ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ ଦୂର କରିବା ସମ୍ଭବ ହୋଇପାରିବ ନାହିଁ। ।
ଦୂରସଞ୍ଚାର ଭବନ, ଲିଙ୍କ୍‌ରୋଡ୍‌, କଟକ, ମୋ:୯୪୩୭୦୦୪୮୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?