ଟିକା ଯୋଗାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଓଡ଼ିଶାକୁ ଆବଶ୍ୟକ କରୋନା ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନ୍‌ସୁଖ୍‌ ମାଣ୍ଡବ୍ୟଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଚିଠି ଲେଖି ଅନୁରୋଧ କରିଛନ୍ତି। ମନ୍ତ୍ରୀ ଦାସ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, କୋଭିଡ୍‌-୧୯ର ନୂଆ ପ୍ରଜାତି ବିଏଫ୍‌-୭ ଏବେ ପୃଥିବୀର ବିଭିନ୍ନ ଦେଶ ଯଥା ଚାଇନା, ଜାପାନ, ୟୁଏସ୍‌ଏ, ବ୍ରାଜିଲ୍‌, କୋରିଆରେ କାୟା ବିସ୍ତାର କରିଥିବାବେଳେ ଭାରତରେ ମଧ୍ୟ ଏହି ପ୍ରଜାତି ଚିହ୍ନଟ ହେବା ଅତି ଉଦ୍‌ବେଗର ବିଷୟ। ରାଜ୍ୟରେ ୧୨ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ୮.୧୪ କୋଟି ପ୍ରଥମ ଡୋଜ୍‌, ୩.୩୦ କୋଟି ଦ୍ୱିତୀୟ ଡୋଜ୍‌ ଓ ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ୧.୩୧ କୋଟି ପ୍ରିକସନ୍‌ ଡୋଜ୍‌ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୪୧ ପ୍ରତିଶତ ଲୋକ ଏହି ପ୍ରିକସନ୍‌ ଡୋଜ୍‌ ନେଇଛନ୍ତି। ଏବେ ରାଜ୍ୟରେ କୌଣସି ଟିକା ଷ୍ଟକ୍‌ ନାହିଁ। ବିଭିନ୍ନ ବର୍ଗର ୧.୯୩ କୋଟି ନାଗରିକଙ୍କ ପାଇଁ ପ୍ରିକଶନ ଡୋଜ୍‌ ଆବଶ୍ୟକ ରହିଛି। ଏହି ପରିପ୍ରେକ୍ଷୀରେ ଟିକାକରଣରୁ ବଞ୍ଚତ୍ତ ଲୋକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିବା ସହିତ ଆବଶ୍ୟକ ଟିକା ରାଜ୍ୟର ବିଭିନ୍ନ ସରକାରୀ ଟିକାକରଣ କେନ୍ଦ୍ରଗୁଡ଼ିକୁ ଯୋଗାଇଦେବାକୁ ମନ୍ତ୍ରୀ ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶହେ ଟଙ୍କା ପାଇଁ ମା’ଙ୍କୁ ହତ୍ୟା

ବାରିପଦା ଅଫିସ,୨୪।୪: ମାତ୍ର ଶହେ ଟଙ୍କା ପାଇଁ ନୃଶଂସ ପୁଅ ଠେଙ୍ଗାରେ ପିଟି ପିଟି ନିଜ ମା’ଙ୍କୁ ହତ୍ୟା କରିବା ଆଲୋଡ଼ନ ସୃଷ୍ଟି କରିଛି। ମୟୂରଭଞ୍ଜ...

ଭୁବନେଶ୍ୱର, କଟକ ସ୍ବେରେଜ, ଡ୍ରେନ୍‌ ଅବସ୍ଥା ସଙ୍ଗିନ

ଭୁବନେଶ୍ୱର,୫ା୮(ବ୍ୟୁରୋ): ଭୁବନେଶ୍ୱର, କଟକ ମହାନଗର ନିଗମରେ ଡ୍ରେନ୍‌ ଓ ସ୍ବେରେଜ ଅବସ୍ଥା ସଙ୍ଗିନ୍‌। ଦୀର୍ଘ ବର୍ଷ ଧରି ସ୍ବେରେଜ କାର୍ଯ୍ୟ ଚାଲୁଥିବା ବେଳେ ମୁକୁଳା ଡ୍ରେନ୍‌...

ଏଥର ବି ଦେଲେନି ରାଜ୍ୟ ଶିକ୍ଷକ ପୁରସ୍କାର

ଭୁବନେଶ୍ୱର, ୬ା୯(ବ୍ୟୁରୋ):ପ୍ରୋତ୍ସାହନ ବଦଳରେ ପ୍ରହସନ କରୁଛି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏଥର ବି ଗୁରୁଦିବସରେ ଦିଆଗଲାନି ରାଜ୍ୟ ଶିକ୍ଷକ ପୁରସ୍କାର। ୫ ବର୍ଷ...

୪୦ ଡିଗ୍ରୀ ଉପରେ ୧୫ ସହର, ସୋନପୁର ସବୁଠାରୁ ଉତ୍ତପ୍ତ

ଭୁବନେଶ୍ୱର,୨।୬(ବ୍ୟୁରୋ): ସିଝୁଛି ପଶ୍ଚିମ ଓଡ଼ିଶା। ୧୫ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି। ୪୪.୮ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର...

୮ ବର୍ଷରେ ୪୧ ହାଜତ ମୃତ୍ୟୁ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ):ରାଜ୍ୟର ବିଭିନ୍ନ ଥାନା ହାଜତରେ ଅଭିଯୁକ୍ତ ତଥା ସନ୍ଦିଗ୍ଧମାନଙ୍କୁ ପୋଲିସ ଅନେକ ସମୟରେ ନିର୍ଯାତନା ଦେବା ସହ ମାଡ଼ ମାରିବାର ନଜିର ରହିଛି। ଫଳରେ ପୋଲିସ...

ନୟାଗଡ଼ର ୪ ବିଧାନସଭାରେ ବିଜେଡି ଆଗୁଆ

ନୟାଗଡ ଅଫିସ,୨୩ା୫- ପ୍ରଥମ ରାଉଣ୍ଡ ଗଣତିରେ ନୟାଗଡ଼ ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ନୟାଗଡ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅରୁଣ...

ବ୍ରାହ୍ମଣୀରେ ଲୁଚକାଳି ଖେଳ

ପଟ୍ଟାମୁଣ୍ଡାଇ,୫।୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନାୟାଡ଼ିଆ ଗ୍ରାମର ଲୋକେ ରବିବାର ମଧ୍ୟାହ୍ନରେ ବ୍ରାହ୍ମଣୀ ନଦୀରେ ଦେଖିବାକୁ ପାଇଥିଲେ ରୋଚକ ଦୃଶ୍ୟ, ଯେଉଁଥିରେ ଏକ...

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମାଓବାଦୀ, ଖୋଲିଲେ ଏସବୁ ପୋଲ୍‌

ମାଲକାନଗିରି,୧୨ା୭(ସ୍ବ.ପ୍ର.): ରବିବାର ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇ ହାର୍ଡକୋର ମାଓବାଦୀ। ଏହି ଦୁଇଜଣ ହେଲେ କାନା ମାଢି ଓ ମହିଳା ମାଓବାଦୀ ଲାକେ...

Advertisement
Archives

Model This Week