କ୍ଷତିପୂରକ ବନୀକରଣ ପାଇଁ ଗଠନ ହେବ ଲ୍ୟାଣ୍ଡ ବ୍ୟାଙ୍କ

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ଶିଳ୍ପାୟନ, ସହରୀକରଣ, ଜନସଂଖ୍ୟା ବୃଦ୍ଧି ଯୋଗୁ ରାଜ୍ୟରେ ଜଙ୍ଗଲ ନଷ୍ଟହେବାରେ ଲାଗିଛି। ବିକାଶ ନାଁରେ ବ୍ୟାପକ ଗଛ କାଟି ପଦା କରାଯାଉଛି। ଅନ୍ୟପକ୍ଷରେ ନୂଆ ଜଙ୍ଗଲ ପାଇଁ ଜାଗା ନାହିଁ। ଏଥିଲାଗି ସରକାର ଲ୍ୟାଣ୍ଡ୍‌ ବ୍ୟାଙ୍କ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରତ୍ୟେକ ଜିଲାରେ ଲ୍ୟାଣ୍ଡ୍‌ ବ୍ୟାଙ୍କ ଗଠନ କରାଯିବ। ଯେଉଁ ରାଜସ୍ବ ଜମିକୁ ଜଙ୍ଗଲ ଅଞ୍ଚଳ ଘୋଷଣା କରାଯାଇଛି, ମାତ୍ର ସେଠାରେ କାଁ ଭାଁ ଗଛ ରହିଛି, ସେଭଳି ପତିତ ଜମିକୁ ଲ୍ୟାଣ୍ଡ୍‌ ବ୍ୟାଙ୍କରେ ସାମିଲ କରାଯିବ। ରାଜସ୍ବ ବିଭାଗର ଅବହେଳିତ ଜଙ୍ଗଲ ଜମିଗୁଡ଼ିକୁ ଚିହ୍ନଟ କରିବା ପାଇଁ ଜିଲାସ୍ତରରେ ଏକ କମିଟି ଗଠନ କରାଯିବ। ତେବେ ଏହି ଜମି ଅତିକମ୍‌ରେ ୨୫ ହେକ୍ଟର ହୋଇଥିବ। ଯଦି ଏହି ଜମି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କିମ୍ବା ବନ୍ୟଜନ୍ତୁ କରିଡର ହୋଇଥିବ ତେବେ ଏହାର କୌଣସି ସୀମା ନିର୍ଦ୍ଧାରଣର ଆବଶ୍ୟକତା
ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଏହି ଜମିଗୁଡ଼ିକୁ କେବଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଆବଶ୍ୟକ ହେଉଥିବା କ୍ଷତିପୂରକ ବନୀକରଣ ପାଇଁ ବ୍ୟବହାର କରାଯିବ। ରାଜ୍ୟ ସରକାରଙ୍କୁ ଏହି ଜମି ମାଗଣାରେ ପ୍ରଦାନ କରାଯିବ। ତେବେ କେନ୍ଦ୍ର

ସରକାରଙ୍କ ମନ୍ତ୍ରଣାଳୟ କିମ୍ବା ବିଭାଗକୁ ଜମି ଜିଲାପାଳ ଧାର୍ଯ୍ୟ କରିଥିବା ମୂଲ୍ୟ ଆଧାରରେ ପ୍ରଦାନ କରାଯିବ। ଜଙ୍ଗଲ ଆଇନ-୧୯୮୦ ଅନୁଯାୟୀ, ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିଣତ କରିବାକୁ ହେଲେ କ୍ଷତିପୂରକ ବନୀକରଣ କରିବାକୁ ବାଧ୍ୟତାମୂଳକ ସର୍ତ୍ତ ରହିଛି। ରାଜ୍ୟ ସରକାର ୧୯୯୫ରୁ ଆବାଦ ଅଯୋଗ୍ୟ ଅନାବାଦୀ ଜମିକୁ କ୍ଷତିପୂରକ ବନୀକରଣ ଲାଗି ବ୍ୟବହାର କରିବାକୁ ଜଙ୍ଗଲ ବିଭାଗକୁ ଦେବାକୁ ଜିଲାପାଳଙ୍କୁ କ୍ଷମତା ଦେଇଛନ୍ତି। ତେବେ ଏଭଳି ଜମି ଅଭାବ ହେବାରୁ ରାଜ୍ୟ ସରକାର କ୍ଷତିପୂରକ ବନୀକରଣ ସକାଶେ ଲ୍ୟାଣ୍ଡ ବ୍ୟାଙ୍କ ଗଠନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?