କ୍ଷତିପୂରକ ବନୀକରଣ ପାଇଁ ଗଠନ ହେବ ଲ୍ୟାଣ୍ଡ ବ୍ୟାଙ୍କ

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ଶିଳ୍ପାୟନ, ସହରୀକରଣ, ଜନସଂଖ୍ୟା ବୃଦ୍ଧି ଯୋଗୁ ରାଜ୍ୟରେ ଜଙ୍ଗଲ ନଷ୍ଟହେବାରେ ଲାଗିଛି। ବିକାଶ ନାଁରେ ବ୍ୟାପକ ଗଛ କାଟି ପଦା କରାଯାଉଛି। ଅନ୍ୟପକ୍ଷରେ ନୂଆ ଜଙ୍ଗଲ ପାଇଁ ଜାଗା ନାହିଁ। ଏଥିଲାଗି ସରକାର ଲ୍ୟାଣ୍ଡ୍‌ ବ୍ୟାଙ୍କ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରତ୍ୟେକ ଜିଲାରେ ଲ୍ୟାଣ୍ଡ୍‌ ବ୍ୟାଙ୍କ ଗଠନ କରାଯିବ। ଯେଉଁ ରାଜସ୍ବ ଜମିକୁ ଜଙ୍ଗଲ ଅଞ୍ଚଳ ଘୋଷଣା କରାଯାଇଛି, ମାତ୍ର ସେଠାରେ କାଁ ଭାଁ ଗଛ ରହିଛି, ସେଭଳି ପତିତ ଜମିକୁ ଲ୍ୟାଣ୍ଡ୍‌ ବ୍ୟାଙ୍କରେ ସାମିଲ କରାଯିବ। ରାଜସ୍ବ ବିଭାଗର ଅବହେଳିତ ଜଙ୍ଗଲ ଜମିଗୁଡ଼ିକୁ ଚିହ୍ନଟ କରିବା ପାଇଁ ଜିଲାସ୍ତରରେ ଏକ କମିଟି ଗଠନ କରାଯିବ। ତେବେ ଏହି ଜମି ଅତିକମ୍‌ରେ ୨୫ ହେକ୍ଟର ହୋଇଥିବ। ଯଦି ଏହି ଜମି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କିମ୍ବା ବନ୍ୟଜନ୍ତୁ କରିଡର ହୋଇଥିବ ତେବେ ଏହାର କୌଣସି ସୀମା ନିର୍ଦ୍ଧାରଣର ଆବଶ୍ୟକତା
ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଏହି ଜମିଗୁଡ଼ିକୁ କେବଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଆବଶ୍ୟକ ହେଉଥିବା କ୍ଷତିପୂରକ ବନୀକରଣ ପାଇଁ ବ୍ୟବହାର କରାଯିବ। ରାଜ୍ୟ ସରକାରଙ୍କୁ ଏହି ଜମି ମାଗଣାରେ ପ୍ରଦାନ କରାଯିବ। ତେବେ କେନ୍ଦ୍ର

ସରକାରଙ୍କ ମନ୍ତ୍ରଣାଳୟ କିମ୍ବା ବିଭାଗକୁ ଜମି ଜିଲାପାଳ ଧାର୍ଯ୍ୟ କରିଥିବା ମୂଲ୍ୟ ଆଧାରରେ ପ୍ରଦାନ କରାଯିବ। ଜଙ୍ଗଲ ଆଇନ-୧୯୮୦ ଅନୁଯାୟୀ, ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିଣତ କରିବାକୁ ହେଲେ କ୍ଷତିପୂରକ ବନୀକରଣ କରିବାକୁ ବାଧ୍ୟତାମୂଳକ ସର୍ତ୍ତ ରହିଛି। ରାଜ୍ୟ ସରକାର ୧୯୯୫ରୁ ଆବାଦ ଅଯୋଗ୍ୟ ଅନାବାଦୀ ଜମିକୁ କ୍ଷତିପୂରକ ବନୀକରଣ ଲାଗି ବ୍ୟବହାର କରିବାକୁ ଜଙ୍ଗଲ ବିଭାଗକୁ ଦେବାକୁ ଜିଲାପାଳଙ୍କୁ କ୍ଷମତା ଦେଇଛନ୍ତି। ତେବେ ଏଭଳି ଜମି ଅଭାବ ହେବାରୁ ରାଜ୍ୟ ସରକାର କ୍ଷତିପୂରକ ବନୀକରଣ ସକାଶେ ଲ୍ୟାଣ୍ଡ ବ୍ୟାଙ୍କ ଗଠନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ଭୁବନେଶ୍ୱର,୨୭।୪: ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ...

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର...

କଟକ-ଭୁବନେଶ୍ୱରକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୭।୪: ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶନିବାର ଲାଗି କଟକ-ଭୁବନେଶ୍ୱର(ଟୁଇନ୍‌ ସିଟି)କୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଠାରେ...

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

ଲୁଣା ନଦୀରେ ଗୋଡ଼ ଖସି ଛାତ୍ରୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡ଼ା,୨୭।୪( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ସାଙ୍ଗ ନିକଟ...

ଏଯାଏ ଛିଣ୍ଡୁନି ଅଙ୍କ, ଚିନ୍ତାରେ ଆଶାୟୀ; ଆଉ ୬-୧୫-୯ ଆସନ ବାକି

ଭୁବନେଶ୍ୱର,୨୭।୪: ନିର୍ବାଚନ ତାରିଖ ପାଖେଇ ଆସିଲେ ହେଁ ରାଜ୍ୟର ୩ ପ୍ରମୁଖ ଦଳ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏଯାବତ ବିଜେଡି ୬, ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri