ଲାଲଚାନ୍ଦ୍‌ର ‘ଗ୍ରେଟ୍‌ ଅକ୍ଷୟତୃତୀୟା ଅଫର

ଭୁବନେଶ୍ୱର,୧୬।୪: ଓଡ଼ିଶାର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ‘ଗ୍ରେଟ୍‌ ଅକ୍ଷୟ ତୃତୀୟା ଅଫର’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପ୍ରତିଷ୍ଠାନର ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରସ୍ଥିତ ଶୋ’ରୁମ୍‌ ପାଇଁ ଗଢ଼ା ମଜୁରି ଉପରେ ବିଶେଷ ଅଫର ମଧ୍ୟ ପ୍ରଦାନ କରାଯାଉଛି। ଏପରିକି ସୁନା ଗହଣା କ୍ରୟ ଉପରେ ଗ୍ରାମ୍‌ ପିଛା ଗଢ଼ା ମୂଲ୍ୟ ଫ୍ଲାଟ୍‌ ୬୯୯ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିସହିତ ୨୫,୦୦୦ ଟଙ୍କା ମୂଲ୍ୟର ହୀରା ଗହଣା କ୍ରୟ ଉପରେ ୨୦୦ ମିଲିଗ୍ରାମ୍‌ର ୨୪ କ୍ୟାରେଟ୍‌ ସ୍ବର୍ଣ୍ଣମୁଦ୍ରା ଗ୍ରାହକମାନେ ମାଗଣା ପାଇପାରିବେ ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ୫୦,୦୦୦ ଟଙ୍କା ମୂଲ୍ୟର ହୀରା ଗହଣା କ୍ରୟ ଉପରେ ୫୦୦ ମିଲିଗ୍ରାମ୍‌ର ୨୪ କ୍ୟାରେଟ୍‌ ସ୍ବର୍ଣ୍ଣମୁଦ୍ରା ଏବଂ ୧ ଲକ୍ଷ ଟଙ୍କା ମୂଲ୍ୟର ହୀରା ଗହଣା ଉପରେ ୨ଗ୍ରାମ୍‌ର ୨୪ କ୍ୟାରେଟ୍‌ ସ୍ବର୍ଣ୍ଣମୁଦ୍ରା ଗ୍ରାହକମାନେ ମାଗଣାରେ ପାଇପାଇବେ। ସେହିଭଳି ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୫୦%ର ରିହାତି ରହିଛି। ଏହା ସହ ଲାଲଚାନ୍ଦ୍‌ ସିଲେକ୍ଟ ବ୍ରାଣ୍ଡେଡ୍‌ ଘଣ୍ଟା ଉପରେ ୨୦% ପର୍ଯ୍ୟନ୍ତ ଏବଂ ବ୍ରାଣ୍ଡେଡ୍‌ ଗିଫ୍ଟ ଆଇଟମ୍‌ ଉପରେ ୧୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ଲାଲଚାନ୍ଦ୍‌ ଜୁଏଲର୍ସର ବ୍ରହ୍ମପୁର ଷ୍ଟୋରର ପ୍ରଥମ ବାର୍ଷିକୀ ଉପଲକ୍ଷେ ମଧ୍ୟ ଆକର୍ଷଣୀୟ ‘ଡବଲ ଧମାକା ଅଫର’ର ଶୁଭାରମ୍ଭ କରାଯାଇଛି। ଏହି ଅଫର ଜରିଆରେ ଗ୍ରାହକ ସର୍ବନିମ୍ନ ୨୦,୦୦୦ ଟଙ୍କା ମୂଲ୍ୟର ଗହଣା କିଣି ଇଲେକ୍ଟ୍ରିକ୍‌ ସ୍କୁଟର ଜିତିବାର ସୁବର୍ଣ୍ଣ ସୁଯୋଗ ପାଇପାରିବେ। ଏପରିକି ଲକି ଡ୍ର’ ମାଧ୍ୟମରେ ୩ ଜଣ ଭାଗ୍ୟଶାଳୀ ବିଜେତା ଉକ୍ତ ଅଫରର ଲାଭ ଉଠାଇପାରିବେ। ଏହା ସହିତ କନ୍ୟା ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଲାଲଚାନ୍ଦ୍‌ ବ୍ରହ୍ମପୁର ପକ୍ଷରୁ ‘ଗୁଡ୍‌ ଲକ୍‌ ଅଫର’ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଜରିଆରେ ଝିଅର ମାଟ୍ରିକ୍‌ ଆଡ୍‌ମିଟ୍‌ କାର୍ଡ ଦେଖାଇ ଅଭିଭାବକମାନେ ଗହଣା କିଣାକିଣି ଉପରେ ‘ଗୁଡ୍‌ ଲକ୍‌ କଏନ୍‌’ ମାଗଣା ପାଇପାରିବେ। ଏହା ସହ ସ୍ବତନ୍ତ୍ର ଆନିଭର୍ସାରି ଅଫର ଜରିଆରେ ଗ୍ରାହକମାନେ ପ୍ରତ୍ୟେକ କ୍ରୟ ଉପରେ ଏକ ନିଶ୍ଚିତ ଉପହାର ମଧ୍ୟ ପାଇପାରିବେ। ଏହି ସମସ୍ତ ଅଫର ୨୦୨୩ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୈଧ ରହିଛି। ସେହିପରି ଲାଲଚାନ୍ଦ୍‌ ଜୁଏଲର୍ସରେ ଶତ ପ୍ରତିଶତ ଏଚ୍‌ୟୁଆଇଡି (ହଲ୍‌ମାର୍କଯୁକ୍ତ ଏକକ ପରିଚୟପତ୍ର) ଉତ୍ପାଦ ସହ ନିୟମ ଅନୁ ପାଳନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?