ହ୍ରଦ ସୁରକ୍ଷାଦାତା ଅରୁଣ

ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨’। ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜନ ହେବାକୁ ଥିବା ଏହି ଯୁବ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ। ଏଥିସହିତ ରାଜ୍ୟର ବହୁ ଶିକ୍ଷାନୁଷ୍ଠାନରୁ ଯୁବବକ୍ତା ଅଂଶଗ୍ରହଣ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେବେ। ଯୁବ ପରିବେଶବିତ୍‌ଙ୍କ ସମ୍ପର୍କରେ…

‘ଧରିତ୍ରୀ’ ପକ୍ଷରୁ ଆସନ୍ତା ୨୪ ତାରିଖରେ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ପରିବେଶବିତ୍‌ ଅରୁଣ କ୍ରିଷ୍ଣାମୂର୍ତ୍ତି। ଚେନ୍ନାଇର ମୁଦିଚର ଗ୍ରାମର ଏହି ୩୬ବର୍ଷୀୟ ଯୁବକ ପରିବେଶ ସୁରକ୍ଷାକୁ ନେଇ ସମ୍ବେଦନଶୀଳ। ଭାରତର ବିଭିନ୍ନ ହ୍ରଦ ସଫେଇ ଅଭିଯାନରେ ତାଙ୍କ ଯୋଗଦାନ ଉଲ୍ଲେଖନୀୟ। ତାଙ୍କର ନିଷ୍ଠାପର ଉଦ୍ୟମରେ ପ୍ରତିଷ୍ଠା ହୋଇଛି ଅନ୍ତର୍ଜାତୀୟସ୍ତରୀୟ ସ୍ବୀକୃତିପ୍ରାପ୍ତ ସଙ୍ଗଠନ ‘ଏନ୍‌ଭରମେଣ୍ଟାଲିଷ୍ଟ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ’ ବା ଇଏଫ୍‌ଆଇ। ଏହାର ମୁଖ୍ୟ କାର୍ଯ୍ୟାଳୟ ଚେନ୍ନାଇରେ ଥିବା ବେଳେ ୧୫ ରାଜ୍ୟ ଏବଂ ବିଭିନ୍ନ ସହରରେ ଏହାର ଶାଖା କାର୍ଯ୍ୟ କରୁଛି। ଅରୁଣ ଏବଂ ତାଙ୍କ ସଂସ୍ଥା ମିଶି ଅଦ୍ୟାବଧି ୧୬୯ ହ୍ରଦ ସଫା କରିବାରେ ସଫଳ ହୋଇଛନ୍ତି।
ମାଡ୍ରାସ ଖ୍ରୀଷ୍ଟିଆନ କଲେଜରୁ ମାଇକ୍ରୋବାୟୋଲୋଜିରେ ସ୍ନାତକ ଶିକ୍ଷା ଶେଷ ପରେ ହାଇଦ୍ରାବାଦ୍‌ରେ ଗୁଗୁଲରେ ୩ବର୍ଷ କାମ କରିଥିଲେ ଅରୁଣ। ଏହାପରେ ଦିଲ୍ଲୀସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାସ୍‌ କମ୍ୟୁନିକେଶନ (ଆଇଆଇଏମ୍‌ସି)କୁ ପଢ଼ିବା ଲାଗି ଯାଇଥିଲେ। ପରେ ‘ଗୁଡ୍‌ଅଲ୍‌ସ ରୁଟ୍‌ସ ଆଣ୍ଡ୍‌ ସୁଟ୍‌ସ’ରେ ୨୦୦୮ରେ କାମ କଲେ। ଏହି ଅନୁଷ୍ଠାନ ବିଭିନ୍ନ ସମ୍ପ୍ରଦାୟଙ୍କ ମଧ୍ୟରେ ରହିଥିବା ସମସ୍ୟା ସମାଧାନ ସମ୍ପର୍କରେ ଯୁବପିଢ଼ିଙ୍କୁ ସଚେତନ କରାଇଥାଏ। କେବଳ ଏତିକି ନୁହେଁ, ବହୁମୁଖୀ ପ୍ରତିଭାର ଅଧିକାରୀ ଅରୁଣ ପରିବେଶ ସମ୍ବନ୍ଧୀୟ ଡକ୍ୟୁମେଣ୍ଟାରି ଫିଲ୍ମର ନିଦ୍ଦେର୍ର୍ଶନା ପାଇଁ ଜଣାଶୁଣା। ତାଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର ଟେଲିଭିଜନରେ ପ୍ରସାରିତ ହୋଇଛି। ତାମିଲନାଡୁର ନଦୀଗୁଡ଼ିକ ଉପରେ ସେ କରିଥିବା ଟ୍ରାଭେଲ ଡକ୍ୟୁମେଣ୍ଟାରି ଫିଲ୍ମ ବେଶ୍‌ ଲୋକାଦୃତି ହାସଲ କରିଛି।
୨୦୧୨ରେ ସମ୍ମାନଜନକ ‘ରୋଲେକ୍ସ ଆଓ୍ବାର୍ଡସ ଫର୍‌ ଏଣ୍ଟରପ୍ରାଇଜେସ୍‌’ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ୫ଜଣଙ୍କ ମଧ୍ୟରେ ଅରୁଣ ଥିଲେ ସର୍ବକନିଷ୍ଠ। ଭାରତରେ ହ୍ରଦ ପୁନରୁଦ୍ଧାର ଦିଗରେ ନିରନ୍ତର ପ୍ରୟାସ ପାଇଁ ଜେନେଭାଠାରେ ତାଙ୍କୁ ଏହି ପୁରସ୍କାର ମିଳିଥିଲା। ନିଜର କାର୍ଯ୍ୟଦକ୍ଷତା ପାଇଁ ସେ ୨୦୧୦ରେ ‘ୟୁଥ୍‌ ଲିଡରଶିପ୍‌’, ୨୦୧୧ରେ ‘ଗୁଗୁଲ ଆଲୁମ୍‌ନି ଇମ୍ପାକ୍ଟ’ ସମେତ ବହୁ ପୁରସ୍କାର ପାଇଛନ୍ତି। ୨୦୦୨ରେ ନେକ୍ସଟ ଜେନେରେଶନ ଲିଡର ଭାବେ ସେ ମନୋନୀତ ହୋଇଥିଲେ। ଏସବୁକୁ ବାଦ୍‌ଦେଲେ ଅରୁଣ ତାଙ୍କର ମନୋମୁଗ୍ଧକର ଭାଷଣ ପାଇଁ ମଧ୍ୟ ଜଣାଶୁଣା। ତାଙ୍କ ଅଭିଭାଷଣରେ ନଦୀ, ହ୍ରଦ, ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରାଥମିକତା ପାଇଥାଏ। ୨୦୨୨ ମାର୍ଚ୍ଚ ୨୭ରେ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅରୁଣଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।
୨୦୦୭ରେ ନିଜ ପାଣ୍ଠିରୁ ପ୍ରତିଷ୍ଠା କରିଥିବା ସଂସ୍ଥା ଇଏଫ୍‌ଆଇ ୨୦୧୨ରେ ଟ୍ରଷ୍ଟ ଭାବେ ପଞ୍ଜୀକୃତ ହୋଇଥିଲା। ସ୍କୁଲରେ ସେମିନାର, କର୍ମଶାଳା ମାଧ୍ୟମରେ ଏହି ସଂସ୍ଥା ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତି କରେ। ସେମାନଙ୍କ ମୁଖ୍ୟ ପ୍ରକଳ୍ପ ମଧ୍ୟରେ ହ୍ରଦ ପୁନରୁଦ୍ଧାର, ସମୁଦ୍ର ସଫେଇ, ବୁଲାପ୍ରାଣୀଙ୍କ ଯତ୍ନ ଏବଂ ଇକୋ ବ୍ୟାଗ୍‌ର ବ୍ୟବହାର ଆଦି ରହିଛି। ୟୁଟ୍ୟୁବ୍‌ରେ ପ୍ରସାରିତ ହେଉଥିବା ‘ୟୁ ଭି ୟୁଟ୍ୟୁବ୍‌’ର ୧୦ କୁଇଜ୍‌ ମାଷ୍ଟରଙ୍କ ମଧ୍ୟରେ ଅରୁଣ ଅନ୍ୟତମ। ଏହି ଶୋ’ରେ ୧୦ ରାଉଣ୍ଡରେ ୧୦ଟି ବିଷୟରେ ପ୍ରଶ୍ନ ପଚରାଯାଇଥାଏ। ପରିବେଶ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର ବେଳେ ଅରୁଣ କୁଇଜ୍‌ ମାଷ୍ଟର ଦାୟିତ୍ୱ ତୁଲାଇଥାଆନ୍ତି। ଅରୁଣ କୁହନ୍ତି, ନିଜ ପଞ୍ଚାୟତର ମୁଖ୍ୟ ଧାମୋଧରନଙ୍କ ଦ୍ୱାରା ସେ ଅନୁପ୍ରେରିତ ହୋଇଛନ୍ତି। ପୋଖରୀ, ହ୍ରଦରୁ ଆବର୍ଜନା ସଂଗ୍ରହ କରାଯାଉଛି। ଜଳଉତ୍ସଗୁଡ଼ିକୁ ସଫା ରଖିବା ପାଇଁ ଲୋକଙ୍କୁ ଉତ୍ସାହିତ କରାଯାଉଛି। ବନ୍ଧୁ କାର୍ତ୍ତିକ ଶିବସୁନ୍ଦରମ୍‌ଙ୍କ ଦ୍ୱାରା ପ୍ରଭାବିତ ହୋଇଥିବା ଅରୁଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?