ରେଳ ବିଭାଗର ମହିଳା ଯୋଦ୍ଧା

ଭୁବନେଶ୍ୱର,୨୪ା୭(ବ୍ୟୁରୋ): କରୋନା ମହାମାରୀ ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ, ମେଡିସିନ ଯୋଗାଇବା ସହ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ରେଳ ମନ୍ତ୍ରଣାଳୟ। ଟ୍ରେନ୍‌ ଯୋଗେ ବାହାର ରାଜ୍ୟରେ ଫସି ରହିଥିବା ଲୋକେ ନିଜ ଘରକୁ ଫେରିଛନ୍ତି। ଏସବୁ ସେବା ଯୋଗାଇଦେବାକୁ ରେଳ ମନ୍ତ୍ରଣାଳୟର ବହୁ କରୋନା ଯୋଦ୍ଧା ନିଜ ଜୀବନକୁ ବାଜି ଲଗାଇ ଦିନରାତି କାମ କରୁଛନ୍ତି। ତେବେ ଯେଉଁମାନେ ଏକ୍ଷେତ୍ରରେ ସବୁଠାରୁ ଆଗରେ ଅଛନ୍ତି ସେମାନେ ହେଲେ ରେଲ୍‌ଓ୍ବେର ମହିଳା କର୍ମଚାରୀ। ମାର୍ଚ୍ଚ ୨୨ରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ପରେ ରେଳପଥ ପକ୍ଷରୁ ମାଲ୍‌ବାହୀ ଓ ପାର୍ସଲ୍‌ ଟ୍ରେନ ମାଧ୍ୟମରେ ସମଗ୍ର ଦେଶକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅଟକି ରହିଥିବା ପ୍ରବାସୀ ଓ ସାଧାରଣ ଯାତ୍ରୀଙ୍କ ଆବଶ୍ୟକତା ପୂରଣ କରବା ପାଇଁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଓ ଅନ୍ୟାନ୍ୟ ଟ୍ରେନ ଚଳାଚଳ କରିଥିଲା। ଏହି ସମୟରେ ମହିଳା ରେଳ କର୍ମଚାରୀମାନେ ଟ୍ରେନ ଚଳାଚଳ ଓ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। ଗୋଟିଏପଟେ ଲୋକୋ ପାଇଲଟ, ଷ୍ଟେଶନ ମାଷ୍ଟର, ଗାର୍ଡ ଭାବେ ପ୍ରତ୍ୟକ୍ଷ ଟ୍ରେନ ଚଳାଚଳ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିଲେ। ଅନ୍ୟପଟେ ଗ୍ୟାଙ୍ଗ ଓମ୍ୟାନ, ସୁପରଭାଇଜର, ହେଲ୍‌ପର, ଟେକ୍ନିସିଆନ, ଇଲେକ୍ଟ୍ରିସିଆନ, କ୍ୟାରେଜ ଷ୍ଟାଫ୍‌, ଗେଟ୍‌ କିପର ଭାବେ କାର୍ଯ୍ୟକରି ଟ୍ରାକ୍‌, ୱାଗନ, ଓଭରହେଡ୍‌ ଉପକରଣ, କୋଚ ରକ୍ଷଣାବେକ୍ଷଣ, ସିଗ୍‌ନାଲ ରକ୍ଷଣାବେକ୍ଷଣ ଏବଂ ଅନ୍ୟାନ୍ୟ ଜରୁରିକାଳୀନ ବ୍ରେକ୍‌ଡାଉନ ଉପରେ ଦିନରାତି ନଜର ରଖିଥିଲେ। ରେଳ ସୁରକ୍ଷା ବଳରେ ନିୟୋଜିତ ମହିଳା କର୍ମଚାରୀମାନେ ଟିକେଟ ଯାଞ୍ଚ, ସ୍ବଚ୍ଛତା ଯାଞ୍ଚ ସହିତ ଷ୍ଟେଶନରେ କୋଭିଡ-୧୯ ସୁରକ୍ଷା ଗାଇଡ୍‌ଲାଇନକୁ କାର୍ଯ୍ୟକାରୀ କରିବାରେ ପ୍ରତ୍ୟକ୍ଷଭାବେ ଜଡିତ ଥିଲେ। ଷ୍ଟେଶନରେ ପାଟ୍ରୋଲିଂ ଏବଂ ଭୋକିଲାଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟରେ ମଧ୍ୟ ବହୁ ମହିଳା କର୍ମଚାରୀ ଜଡ଼ିତ ହୋଇଥିଲେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟ ନିର୍ଦ୍ଦେଶର ଓଲଟା ରାସ୍ତାରେ ସରକାର

ଭୁବନେଶ୍ୱର,୧୧।୮(ବ୍ୟୁରୋ): ନାଗରିକଙ୍କ ସବୁ ଅନ୍ତରଙ୍ଗ ତଥ୍ୟ ଆଧାର କାର୍ଡରେ ଲିପିବଦ୍ଧ। ଏହାକୁ ସରକାରୀ କିମ୍ବା ବେସରକାରୀ ସଂସ୍ଥା ଅପବ୍ୟବହାର କରୁଥିବାର ବହୁ ଦୃଷ୍ଟାନ୍ତ ରହିଛି। ତେଣୁ...

ବଡ଼ଦିନ, ନୂଆବର୍ଷ ପାଇଁ ପ୍ଲାନେଟାରିୟମରେ ସ୍ବତନ୍ତ୍ର ଶୋ’

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ଆସନ୍ତା ବଡ଼ଦିନ ଓ ନୂଆବର୍ଷର ଭିଡ଼କୁ ଲକ୍ଷ୍ୟ ରଖି ଡିସେମ୍ବର ୨୧ରୁ ଜାନୁୟାରୀ ୧ ଯାଏ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରେ ସ୍ବତନ୍ତ୍ର ଶୋ’ର ବ୍ୟବସ୍ଥା...

ପଲିଥିନ ବଣ୍ଟନରେ ଅନିୟମିତତା ଅଭିଯୋଗ: ତହସିଲଦାରଙ୍କୁ ନ ପାଇ ବିଡିଓଙ୍କୁ ଘେରିଲେ ଗ୍ରାମବାସୀ

କଣ୍ଟାପଡା,୧୫।୫(ଡି.ଏନ୍‌.ଏ.): ସାମୁଦ୍ରିକ ବାତ୍ୟା ଫନୀରେ କ୍ଷତିଗ୍ରସ୍ତ କଣ୍ଟାପଡା ବ୍ଲକ ଅନ୍ତର୍ଗତ ପାଟସୁନ୍ଦରପୁର ପଞ୍ଚାୟତରେ ବାତ୍ୟା ବିପନ୍ନଙ୍କୁ ପଲିଥିନ ବଣ୍ଟନରେ ଅନିୟମିତତା ହୋଇଥିବା ପାଟସୁନ୍ଦରପୁର ଗ୍ରାମବାସୀଙ୍କ ପକ୍ଷରୁ...

ଶପଥ ନେଲେ ନବୀନଙ୍କ ନୂଆ ଟିମ୍‌

ଭୁବନେଶ୍ୱର,୫।୬(ବ୍ୟୁରୋ): ଶପଥ ନେଲେ ନବୀନଙ୍କ ନୂଆ ଟିମ୍‌। ରବିବାର ଲୋକ ସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଗଣେଶୀ...

ଯୁବକଙ୍କୁ ପିଟି ପିଟି ହତ୍ୟା, ଭିଡିଓ ଭାଇରାଲ

ରାଉରକେଲା ଅଫିସ୍‌,୯।୭: ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆର୍‌ଏସ୍‌ପି) ପରିସରରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରିଦିଆଯାଇଥିବା ଭିଡିଓ ଭାଇରାଲ ହୋଇଛି। ମୃତକ ହେଲେ ଲାଠିକଟା...

ଅକ୍ଟୋବର ୧୪ରୁ ଚାଷୀ ସତ୍ୟାଗ୍ରହ

ଭୁବନେଶ୍ୱର, ୧୧।୬ (ବ୍ୟୁରୋ): ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ। ମାତ୍ର ଏଠାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାର ଚେଷ୍ଟା କରୁନାହାନ୍ତି। ରାଜ୍ୟ ସରକାର...

ବିଛନ୍ଦ ଖାଉଛନ୍ତି କଞ୍ଚା ମାଂସ

ଫୁଲବାଣୀ ଅଫିସ,୧୬ା୩: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି । ପୁରାତନ ଯୁଗରେ ନିଆଁର ବ୍ୟବହାର ଜାଣି ନ ଥିବା...

୧୦.୫ ଲକ୍ଷ କୋଟିର ପ୍ରସ୍ତାବ

ଭୁବନେଶ୍ୱର, ୪।୧୨(ବ୍ୟୁରୋ): କୋଭିଡ୍‌ ପରେ ରାଜ୍ୟକୁ ଏକ ବଡ଼ ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ହୋଇଛି। ରାଜ୍ୟରେ ୬ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସୃଷ୍ଟି ହେବାର...

Advertisement
Archives

Model This Week