ମହିଳା ଡାକ୍ତରଙ୍କୁ ଛୁରି ଭୁସି ହତ୍ୟା କଲେ ସାଥୀ ଡାକ୍ତର, ଜାଣନ୍ତୁ କାହିଁକି

ଲକ୍ଷ୍ନୌ,୨୦ା୮: ଆଗ୍ରାର ସରୋଜିନୀ ନାଇଡୁ ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ପାସ କରିଥିବା ଜଣେ ମହିଳା ଡାକ୍ତରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ତାଙ୍କ ସହ ୭ ବର୍ଷ ଧରି ପ୍ରେମସମ୍ପର୍କ ରଖିଥିବା ସାଥୀ ଡାକ୍ତର ତାଙ୍କୁ ହତ୍ୟା କରିଛନ୍ତି।

ଅଭିଯୁକ୍ତ ଡାକ୍ତର ବିବେକ ତିଓ୍ବାରୀ ପୋଲିସ ନିକଟରେ ସ୍ବୀକାର କରିଛନ୍ତି ଯେ, ଯୋଗିତାଙ୍କ ସହ ତାଙ୍କର ୭ ବର୍ଷ ଧରି ପ୍ରେମସମ୍ପର୍କ ଥିଲା। ମଙ୍ଗଳବାର ସନ୍ଧ୍ୟାରେ ସେ ତାଙ୍କ ପ୍ରେମିକା ଯୋଗିତାଙ୍କୁ ଭେଟିବା ପାଇଁ ଜାଲୁନରୁ ଆଗ୍ରା ଆସିଥିଲେ। ଯେତେବେଳେ ସେ ତାଙ୍କ କାରରେ ବସିଥିଲେ, ସେତେବେଳେ ଦୁହିଁଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏଥିପାଇଁ ସେ ରାଗି କି ଯୋଗିତାଙ୍କ ତଣ୍ଟି ଚିପି ଦେଇଥିଲେ। ପରେ ମରି ନ ଥିବା ଭାବି ବିବେକ କାର୍‌ରେ ରଖିଥିବା ଛୁରି ଭୁସି ଦେଇଥିଲେ। ମଙ୍ଗଳବାର ଯୋଗିତାଙ୍କୁ ହତ୍ୟା କରାଯାଇଥିଲା। ବୁଧବାର ସକାଳେ ଯୋଗିତାଙ୍କ ମୃତଦେହ ସହରଠାରୁ ବହୁ ଦୂରରେ ଥିବା ଡୁକି ପୋଲିସ ଷ୍ଟେଶନ ପରିସରର ବାମ୍ରାଉଲି କାଟାରା ଠାରେ ଏକ ଖୋଲାସ୍ଥାନରୁ ମିଳିଥିଲା। ଯେତେବେଳେ ପୋଲିସ ମୃତକାଙ୍କ ପରିଚୟ ଜାଣିବା ପାଇଁ ପ୍ରୟାସ ଆରମ୍ଭ କଲା, ସେତେବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ବାହାରିଲା। ପୋଲିସ ଜାଣିବାକୁ ପାଇଥିଲା ଯେ, ମୃତକା ଜଣକ ଏସ୍‌ଏନ୍‌ ମେଡିକାଲ କଲେଜର ଏମ୍‌ବିବିଏସ ପାସ୍‌ଆଉଟ ଡାକ୍ତର ଯୋଗିତା ଗୌତମ।

ଯୋଗିତା ଦିଲ୍ଲୀର ବାସିନ୍ଦା ଥିଲେ। ତାଙ୍କ ପିତା ଏବଂ ଭାଇ ମଧ୍ୟ ଡାକ୍ତର। ଯୋଗିତା ମଙ୍ଗଳବାର ବିଳମ୍ବିତ ରାତିରୁ ନିଖୋଜ ଥିଲେ ଏବଂ ତାଙ୍କ ଫୋନ୍‌ ବନ୍ଦ ହୋଇଯାଇଥିଲା। ତେଣୁ ପରିବାର ଲୋକେ ତାଙ୍କ ସହ ଯୋଗାଯୋଗ କରିପାରି ନ ଥିଲେ।

ବୁଧବାର ସକାଳେ ଡାକ୍ତର ଯୋଗିତାଙ୍କ ପିତା ଏବଂ ଭାଇ ଆଗ୍ରା ଥାନା ଏମ୍‌ ଗେଟ୍‌ଠାରେ ଝିଅ ନିଖୋଜ ନେଇ ଏକ ମାମଲା ଦାୟର କରିଥିଲେ। ସେ ଅଭିଯୋଗ କରିଥିଲେ, ଓରାଇ ଜାଲାଉନ ମେଡିକାଲ କଲେଜର ମେଡିକାଲ ଅଫିସର ଡାକ୍ତର ବିବେକ ତିଓ୍ବାରୀ ତାଙ୍କ ଝିଅକୁ ସବୁବେଳେ ହଇରାଣ କରୁଥିଲେ। ଏପରିକି ସେ ହତ୍ୟା କରିବାକୁ ଧମକ ମଧ୍ୟ ଦେଉଥିଲେ।

ଏହା ପରେ ପୋଲିସ ଷ୍ଟେଶନ ପରିସରରେ ଥିବା ସିସିଟିଭି ମାଧ୍ୟମରେ ଖୋଜାଖୋଜି କରିଥିଲା। ଫଳରେ ଯୋଗିତାଙ୍କ ମୃତ୍ୟୁ ସହ ଜଡ଼ିତ କିଛି ସୂଚନା ପୋଲିସକୁ ମିଳିଥିଲା। ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଡାକ୍ତର ବିବେକ ତିଓ୍ବାରୀଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ରାଜଧାନୀରେ ଭୁଶୁଡ଼ିଲା ୫ ମହଲା ବିଲ୍ଡିଂ, ମୃତ୍ୟୁ ସଂଖ୍ୟା….

ନୂଆଦିଲ୍ଲୀ,୭।୧୦: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀରେ ଏକ ୫ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ତେବେ ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଏବେ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?