ମହିଳା ଡାକ୍ତରଙ୍କୁ ଛୁରି ଭୁସି ହତ୍ୟା କଲେ ସାଥୀ ଡାକ୍ତର, ଜାଣନ୍ତୁ କାହିଁକି

ଲକ୍ଷ୍ନୌ,୨୦ା୮: ଆଗ୍ରାର ସରୋଜିନୀ ନାଇଡୁ ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ପାସ କରିଥିବା ଜଣେ ମହିଳା ଡାକ୍ତରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ତାଙ୍କ ସହ ୭ ବର୍ଷ ଧରି ପ୍ରେମସମ୍ପର୍କ ରଖିଥିବା ସାଥୀ ଡାକ୍ତର ତାଙ୍କୁ ହତ୍ୟା କରିଛନ୍ତି।

ଅଭିଯୁକ୍ତ ଡାକ୍ତର ବିବେକ ତିଓ୍ବାରୀ ପୋଲିସ ନିକଟରେ ସ୍ବୀକାର କରିଛନ୍ତି ଯେ, ଯୋଗିତାଙ୍କ ସହ ତାଙ୍କର ୭ ବର୍ଷ ଧରି ପ୍ରେମସମ୍ପର୍କ ଥିଲା। ମଙ୍ଗଳବାର ସନ୍ଧ୍ୟାରେ ସେ ତାଙ୍କ ପ୍ରେମିକା ଯୋଗିତାଙ୍କୁ ଭେଟିବା ପାଇଁ ଜାଲୁନରୁ ଆଗ୍ରା ଆସିଥିଲେ। ଯେତେବେଳେ ସେ ତାଙ୍କ କାରରେ ବସିଥିଲେ, ସେତେବେଳେ ଦୁହିଁଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏଥିପାଇଁ ସେ ରାଗି କି ଯୋଗିତାଙ୍କ ତଣ୍ଟି ଚିପି ଦେଇଥିଲେ। ପରେ ମରି ନ ଥିବା ଭାବି ବିବେକ କାର୍‌ରେ ରଖିଥିବା ଛୁରି ଭୁସି ଦେଇଥିଲେ। ମଙ୍ଗଳବାର ଯୋଗିତାଙ୍କୁ ହତ୍ୟା କରାଯାଇଥିଲା। ବୁଧବାର ସକାଳେ ଯୋଗିତାଙ୍କ ମୃତଦେହ ସହରଠାରୁ ବହୁ ଦୂରରେ ଥିବା ଡୁକି ପୋଲିସ ଷ୍ଟେଶନ ପରିସରର ବାମ୍ରାଉଲି କାଟାରା ଠାରେ ଏକ ଖୋଲାସ୍ଥାନରୁ ମିଳିଥିଲା। ଯେତେବେଳେ ପୋଲିସ ମୃତକାଙ୍କ ପରିଚୟ ଜାଣିବା ପାଇଁ ପ୍ରୟାସ ଆରମ୍ଭ କଲା, ସେତେବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ବାହାରିଲା। ପୋଲିସ ଜାଣିବାକୁ ପାଇଥିଲା ଯେ, ମୃତକା ଜଣକ ଏସ୍‌ଏନ୍‌ ମେଡିକାଲ କଲେଜର ଏମ୍‌ବିବିଏସ ପାସ୍‌ଆଉଟ ଡାକ୍ତର ଯୋଗିତା ଗୌତମ।

ଯୋଗିତା ଦିଲ୍ଲୀର ବାସିନ୍ଦା ଥିଲେ। ତାଙ୍କ ପିତା ଏବଂ ଭାଇ ମଧ୍ୟ ଡାକ୍ତର। ଯୋଗିତା ମଙ୍ଗଳବାର ବିଳମ୍ବିତ ରାତିରୁ ନିଖୋଜ ଥିଲେ ଏବଂ ତାଙ୍କ ଫୋନ୍‌ ବନ୍ଦ ହୋଇଯାଇଥିଲା। ତେଣୁ ପରିବାର ଲୋକେ ତାଙ୍କ ସହ ଯୋଗାଯୋଗ କରିପାରି ନ ଥିଲେ।

ବୁଧବାର ସକାଳେ ଡାକ୍ତର ଯୋଗିତାଙ୍କ ପିତା ଏବଂ ଭାଇ ଆଗ୍ରା ଥାନା ଏମ୍‌ ଗେଟ୍‌ଠାରେ ଝିଅ ନିଖୋଜ ନେଇ ଏକ ମାମଲା ଦାୟର କରିଥିଲେ। ସେ ଅଭିଯୋଗ କରିଥିଲେ, ଓରାଇ ଜାଲାଉନ ମେଡିକାଲ କଲେଜର ମେଡିକାଲ ଅଫିସର ଡାକ୍ତର ବିବେକ ତିଓ୍ବାରୀ ତାଙ୍କ ଝିଅକୁ ସବୁବେଳେ ହଇରାଣ କରୁଥିଲେ। ଏପରିକି ସେ ହତ୍ୟା କରିବାକୁ ଧମକ ମଧ୍ୟ ଦେଉଥିଲେ।

ଏହା ପରେ ପୋଲିସ ଷ୍ଟେଶନ ପରିସରରେ ଥିବା ସିସିଟିଭି ମାଧ୍ୟମରେ ଖୋଜାଖୋଜି କରିଥିଲା। ଫଳରେ ଯୋଗିତାଙ୍କ ମୃତ୍ୟୁ ସହ ଜଡ଼ିତ କିଛି ସୂଚନା ପୋଲିସକୁ ମିଳିଥିଲା। ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଡାକ୍ତର ବିବେକ ତିଓ୍ବାରୀଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri