ଲେଡିଜ୍‌ ହଷ୍ଟେଲକୁ ଢେଲା ମାଡ଼, ୧୦ରୁ ଊର୍ଦ୍ଧ୍ୱ ଯୁବତୀ ଆହତ

ଭୁବନେଶ୍ୱର,୬।୫(ବ୍ୟୁରୋ): ରାଜଧାନୀରେ ରୋଡ଼ ରୋମିଓଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଜଣେ ଯୁବତୀଙ୍କୁ କମେଣ୍ଟ ଓ ଢ଼େଲା ମାଡ଼କୁ ବିରୋଧ କରିବାରୁ ୧୦ରୁ ଉଦ୍ଦର୍‌ବ ଯୁବକ ତାତିଯାଇ ହାଇଡ୍ରାମା କରିଛନ୍ତି। ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରାସାହି ସ୍ଥିତି ଉଗ୍ରତାରା ଲେଡିଜ୍‌ ହଷ୍ଟେଲକୁ ଅସାମାଜିକ ଯୁବକମାନେ ପଥର ମାଡ଼ କରି ଭଙ୍ଗାରୁଜା କରିଛନ୍ତି। ପଥର ମାଡ଼ରେ ହଷ୍ଟେଲର କାଚ, ପାଚେରି, ଝରକା ଆଦି ଭାଙ୍ଗିଯାଇଥିବା ବେଳେ ୧୦ରୁ ଉର୍ଦ୍ଧ୍ୱ ଯୁବତୀ ଆହତ ହୋଇଛନ୍ତି। ଏନେଇ ହଷ୍ଟେଲ ଅନ୍ତେବାସୀମାନେ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅନୁଯାୟୀ, ଉକ୍ତ ହଷ୍ଟେଲ ନିକଟରେ ପ୍ରତ୍ୟେକ ଦିନ କିଛି ଯୁବକ ଖଟି କରୁଛନ୍ତି। ଏପରିକି ଆଖପାଖରେ ରହୁଥିବା ଯୁବତୀଙ୍କୁ ସେମାନେ ପ୍ରାୟ ସମୟରେ କମେଣ୍ଟ ମାରନ୍ତି। ହେଲେ ଯୁବତୀମାନେ ଭୟରେ ଏହା ବିରୋଧରେ ପ୍ରତିବାଦ କରନ୍ତି ନାହିଁ। ହେଲେ ଶନିବାର ପରିସ୍ଥିତି ଅଣାୟତ ହୋଇଥିଲା। ନିଳାବତୀ ସ୍ବାଇଁ ନାମ୍ନୀ ଜଣେ ଯୁବତୀ ଉଗ୍ରତାରା ହଷ୍ଟେଲ ସାମ୍ନାରେ ତାଙ୍କ ଗାଡ଼ି ଧରି ଠିଆ ହୋଇଥିଲେ। ଖଟି କରୁଥିବା ରୋଡ ରୋମିଓମାନେ ତାଙ୍କୁ ଢ଼େଲା ମାଡ଼ କରିଥିଲେ। ଏହାକୁ ବିରୋଧ କରି ଲିଳାବତୀ ପ୍ରତିବାଦ କରିଥିଲେ। ଫଳରେ ଯୁବକମାନେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏପରିକି ହଷ୍ଟେଲ ଭିତରକୁ ବଳପୂର୍ବକ ପଶି ଅନ୍ୟ ଯୁବତୀଙ୍କୁ ମଧ୍ୟ ସେମାନେ ମାଡ଼ ମାରିଥିଲେ। ଏଥିସହ ଢ଼େଲା ମାଡ଼ କରିଥିଲେ। ଫଳରେ ହଷ୍ଟେଲରେ ଥିବା ଗାଡ଼ି ଅନ୍ୟ ଆସବାବ ପତ୍ର ଭାଙ୍ଗି ଯାଇଛି। ୧୫ ମିନିଟରୁ ଉର୍ଦ୍ଧ୍ୱ ସମୟ ଯୁବକମାନେ ଏଭଳି ଆତଙ୍କରାଜ ଖେଳାଇଥିଲେ। ଏନେଇ ଖବର ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ଯୁବକମାନେ ଛତ୍ରଭଙ୍ଗ ଦେବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ୍ୟାୟ ଦେବାକୁ ଏତଲା ଫର୍ଦ୍ଦରେ ଯୁବତୀମାନେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ରାଜଧାନୀରେ କିଛି ବାଉନସର ଗ୍ୟାଙ୍ଗ ଅପରାଧ ରଚୁଥିବା ବେଳେ ଏବେ ରୋଡ ରୋମିଓଙ୍କ ଏଭଳି କାଣ୍ଡକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?